ସରକାରୀ ସହାୟତାରେ ଭବିଷ୍ୟତ ଗଢ଼ିପାରିଛନ୍ତି ସରୋଜିନୀ

ନବରଙ୍ଗପୁର,୩।୮(ବି.ପ୍ର.): ଅଭାବ ଅନାଟନରେ ମାଆ ବାପା ଦାଦନ ଖଟି ଯାହା ରୋଜଗାର କରୁଥିଲେ ସେଥିରେ ପରିବାର ଚଳୁଥିଲା। ରୋଗରେ ମାଆବାପାଙ୍କ ମୃତ୍ୟୁ ଘଟିଲା। ଅସହାୟ ହୋଇଗଲେ ୫ ଭାଇ ଭଉଣୀ। ରାଜ୍ୟ ସରକାରଙ୍କ ଯୋଜନା ଓ ଜିଲା ପ୍ରଶାସନ ସହାୟତାର ହାତ ବଢ଼ାଇଲେ। ଅସହାୟ ଛାତ୍ରୀ ସରୋଜିନୀ ହରିଜନ ପାଠପଢି ଚାକିରୀ କରିବା ସହ ଆଜି ଅନ୍ୟଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଚାକିରି କରି ରୋଜଗାରକ୍ଷମ ହୋଇଥିବା ଏଭଳି ସରୋଜିନୀ ତାଙ୍କ ବଡ଼ ଭଉଣୀ, ପ୍ରଶାସନ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଧୀନ ପରଜାକାମଟା ଗାଁର ଗୋବର୍ଦ୍ଧନ ହରିଜନ ଓ କମଳାଙ୍କ ଝିଅ ସରୋଜିନୀ। ଭାଇଭଉଣୀ ହୋଇ ସେମାନେ ୫ଜଣ। ବଡ଼ ଦୁଇ ଭଉଣୀ ମିତୁଳା ଓ ରିନୁଙ୍କର ବିବାହ ହୋଇ ସାରିଥିଲା। ମାଆ ବାପା ବାହାରେ ଦାଦନ ଖଟୁଥିବାରୁ ଭଉଣୀ ସରୋଜିନୀ, ପ୍ରମିଳା ଓ ଭାଇ ଜହନଙ୍କୁ ବଡ଼ ଭଉଣୀ ମିତୁଳା ନିଜ ପାଖରେ ରଖି ନନ୍ଦାହାଣ୍ଡି ବ୍ଲକ ମଝିଗୁଡା ସ୍କୁଲରେ ପଢ଼ାଇଥିଲେ। ଏହା ମଧ୍ୟରେ ୨୦୧୬ରେ କମଳା ଓ ୨୦୧୮ରେ ଗୋବର୍ଦ୍ଧନଙ୍କର ମୃତ୍ୟୁ ଘଟିଲା। ମିତୁଳା ଜିଲାପାଳଙ୍କ ନିକଟରେ ନିଜ ଭାଇଭଉଣୀଙ୍କ ଭବିଷ୍ୟତ ପାଇଁ ନେହୁରା ହେଲେ। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲା ଶିଶୁ ଶୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ସରୋଜିନିଙ୍କୁ ଆଣି ମଝିଗୁଡାସ୍ଥିତ ପଣ୍ଡିତ ଦିନ ଦୟାଲ ବାଳିକା ଆଶ୍ରମରେ ଥଇଥାନ କଲେ। ଆଶ୍ରମରେ ରହି ସରୋଜିନୀ ପ୍ରଥମରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ଜବାଗୁଡା ପିୟୁପିଏସରେ ପଢ଼ିଥିଲେ। ୩ୟ ଶେଣୀରେ ୨୪୦୦, ୬ଷ୍ଠରେ ୬୮୦୦ ଟଙ୍କା ମେଧାବୃତ୍ତି ପାଇଥିଲେ। ୨୦୧୮ରେ ଦଶମରେ ୭୧% ମାର୍କ ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟ ସ୍କଲାରସିପି ଯୋଜନାରୁ ୫ହଜାର ଟଙ୍କା ସରୋଜିନୀଙ୍କୁ ମିଳିଥିଲା। ଜିଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ କାଉନ୍‌ସିଲିଂ କରି ସରୋଜିନୀଙ୍କୁ ସୁଦକ୍ଷା ଯୋଜନାରେ ଉମରକୋଟ ସରକାରୀ ଆଇଟିଆଇରେ ଜଏନ କଲେ। ବିଜୁ ସୁରକ୍ଷା ଯୋଜନାରେ ୨୦ ହଜାର ଟଙ୍କା ପ୍ରଶାସନ ପକ୍ଷରୁ ପ୍ରଦାନ କରାଗଲା। ୮୨% ନମ୍ବର ରଖି ପାସ କଲେ ସରୋଜିନୀ। ମାଟ୍ରିକ ପରେ ସରୋଜିନିଙ୍କୁ ମାସିକ ୨ ହଜାର ଟଙ୍କା ଲେଖାଏ ପୁଷ୍ଠ ପୋଷକତା ଯୋଜନାରେ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିଲା। ସରକାରୀ ସୁବିଧା ସୁଯୋଗ, ପ୍ରଶାସନର ସହାୟତା ଯୋଗୁ ମୋର ଭବିଷ୍ୟତ ଗଢି ପାରିଛି ବୋଲି ସରୋଜିନୀ କହିଛନ୍ତି। ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟନାୟକ ମୋ ପାଠ ପଢା ପ୍ରତି ସବୁବେଳେ ଧ୍ୟାନ ଦେଉଥିଲେ ବୋଲି ସେ କହିଛନ୍ତି। ଏବେ ଆନ୍ଧ୍ରପ୍ରଦେଶ ଇଷ୍ଟ ଗୋଦାବରୀ ଜିଲାର ପନାଡ଼ାରେ ଦେବୀ ଆକ୍ବାଟକ ପ୍ରାଇଭେଟ ଲିମିଟେଡ଼ରେ ଲେଡି ଇନ୍‌ଚାର୍ଜ ରହିବା ସହ ଡାଟା ଏଣ୍ଟ୍ରି ଓ ଅଗ୍ନି ନିରାପତ୍ତା ବିଭାଗରେ ୨୦୨୧ ନଭେମ୍ବରରୁ କାମ କରୁଛନ୍ତି ସରୋଜିନୀ। ସାନ ଭଉଣୀ ପ୍ରମିଳା ହରିଜନ ପଣ୍ଡିତ ଦିନ ଦୟାଲ ବାଳିକା ଆଶ୍ରମରେ ଓ ଭାଇ ଖାତିଗୁଡାସ୍ଥିତ ଆଗେପେ ଚିଲଡ୍ରେନ ହୋମରେ ରହି ପଢୁଛନ୍ତି। ସରକାରଙ୍କ ପକ୍ଷରୁ ଯାହା ସବୁ ସୁବିଧା ରହିଛି ତାହା ଯୋଗାଇ ଦିଆଯାଇଛି ବୋଲି ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri