ଆଗକୁ ରାଖୀ, ଏବେଠୁ ଦୋକାନରେ ଜମୁଛି ଭିଡ଼

ଉମରକୋଟ, ୮।୬(ସ୍ବ.ପ୍ର.): ହିନ୍ଦୁ ପରମ୍ପରା ଅନୁଯାୟୀ ବାର ମାସରେ ତେର ପର୍ବ ପାଳିତ ହୋଇଥାଏ। ଭାଇଭଉଣୀଙ୍କ ସ୍ନେହ ପ୍ରୀତିର ବନ୍ଧନ ହେଉଛି ରାଖୀ। ଏହାକୁ ଖୁବ୍‌ ଉତ୍ସାହର ସହ ସବୁ ବର୍ଗର ଲୋକ ପାଳନ୍ତି। ରାଖୀ ପାଇଁ ଏବେ ବଜାର ଚଳଚଞ୍ଚଳ। ଅଗଷ୍ଟ ୧୧ରେ ରକ୍ଷାବନ୍ଧନ ଥିବାବେଳେ ଏବେଠାରୁ ରଙ୍ଗବେରଙ୍ଗର ରାଖୀ ଦୋକାନରେ ବିକ୍ରିହେଲାଣି। ୨ବର୍ଷ କରୋନା ଯୋଗୁ ରାଖୀ ବ୍ୟବସାୟ ଏତେ ଭଲ ନ ଥିଲା। ଚଳିତ ବର୍ଷ ଭଲ ବେପାର ହେବ ବୋଲି ଆଶା ବାନ୍ଧିଛନ୍ତି ବେପାରୀ। ଯେତେ ଦିନ ପାଖେଇ ଆସିବ ସେତେ ବେପାର ବଢ଼ିବ ବୋଲି ବ୍ୟବସାୟୀ କହିଛନ୍ତି। ବର୍ତ୍ତମାନ ଡିଜିଟାଲ ଯୁଗ। ତେଣୁ ଅନେକେ ଘରେ ବସି ଅନ୍‌ଲାଇନରୁ ରାଖୀ କିଣୁଛନ୍ତି। ଏହା ବେପାର ଉପରେ କିଛିଟା ପ୍ରଭାବ ପକାଉଛି ବୋଲି ବ୍ୟବସାୟୀମାନେ କହିଛନ୍ତି।

 

ପିଲାଙ୍କ ପାଇଁ କାର୍ଟୁନ, ଲାଇଟ୍‌ ରାଖୀ
ପିଲାମାନଙ୍କ ମନକୁ ପାଇବା ଭଳି ବଜାରରେ କାର୍ଟୁନ ରାଖୀ ମିଳୁଛି। ବିଶେଷକରି ମୋଟୁ ପତଲୁ, ଡୋରେମନ ରାଖୀର ବେଶି ଚାହିଦା ରହିଛି। ଗୋଟିଏ ରାଖୀର ମୂଲ୍ୟ ୩୦ଟଙ୍କାରୁ ଆରମ୍ଭ ହେଉଛି। ଏଥିସହ ଚଳିତ ବର୍ଷ ବଜାରରେ ଲାଇଟ୍‌ ରାଖୀ ମିଳୁଛି। ଉକ୍ତ ରାଖୀର ଚାରିପଟେ ଲାଇଟ୍‌ ଲାଗିଛି। ଏହା ବ୍ୟାଟେରିରେ ଜଳୁଛି। ଏହି ରାଖୀର ମୂଲ୍ୟ ୫୦ଟଙ୍କାରୁ ଆରମ୍ଭ ହୋଇଛି।
ଜଗନ୍ନାଥ ରାଖୀ
ଜଗନ୍ନାଥ ରାଖୀ ବହୁ ପୁରୁଣା। କିନ୍ତୁ ଏବେ ମଧ୍ୟ ଏହାର ଚାହିଦା ଲୋକଙ୍କ ମଧ୍ୟରେ ରହିଛି। ଏହି ରାଖୀର ମଝିରେ ଜଗନ୍ନାଥଙ୍କ ଫଟୋ ରହିବା ସହ ଚାରିପଟେ ସୁନେଲି କିମ୍ବା ସିଲ୍‌ଭର ରଙ୍ଗର ଜରିକାମ ହୋଇଥାଏ। ଏହି ରାଖୀ ଦେଖିବାକୁ ବେଶ୍‌ ସୁନ୍ଦର। ଏହା ଛୋଟ ଓ ବଡ଼ ଦୁଇ ପ୍ରକାର ସାଇଜ୍‌ରେ ମିଳେ। ଏହି ରାଖୀର ମୂଲ୍ୟ ୩୦ ଟଙ୍କାରୁ ଆରମ୍ଭ। ଏଥିସହ ଗଣେଶ ରାଖୀ ମଧ୍ୟ ବଜାରରେ ଉପଲବ୍ଧ। ଏହାର ଚାହିଦା ମଧ୍ୟ ଲୋକଙ୍କ ମଧ୍ୟରେ ବେଶ୍‌ ରହିଛି।
ବ୍ରେସ୍‌ଲେଟ୍‌ ରାଖୀ
ଯୁବଗୋଷ୍ଠୀଙ୍କ ପ୍ରଥମ ପସନ୍ଦ ପାଲଟିଛି ବେସ୍‌ଲେଟ୍‌ ରାଖୀ। ମେଟାଲ ବେସ୍‌ ଏହି ରାଖୀରେ କିଛିଟା ରଙ୍ଗିନ ଷ୍ଟୋନ୍‌ ବ୍ୟବହାର କରାଯାଏ। ଏହା ହାତରେ ଖୁବ୍‌ ସୁନ୍ଦର ଦିଶେ। ବଲିଉଡ୍‌ ଷ୍ଟାର ସଲ୍‌ମାନ ଖାନ୍‌ ତାଙ୍କ ହାତରେ ପିନ୍ଧୁଥିବା ବେସ୍‌ଲେଟ୍‌ର ଅବିକଳ ବଜାରରେ ଉପଲବ୍ଧ ହେଉଛି। ଏହି ରାଖୀକୁ ତାଙ୍କ ଭାଇଙ୍କ ପାଇଁ ନେବାକୁ ଭଉଣୀମାନଙ୍କ ପ୍ରଥମ ପସନ୍ଦ ପାଲଟିଛି। ଏହାଛଡ଼ା ଗୋଲ୍‌ଡେନ୍‌ ରଙ୍ଗର ଚେନ୍‌ ସହ ମଝିରେ ଲାଲ ରଙ୍ଗର ଷ୍ଟୋନ ଖଚିତ ରାଖୀ ବିକ୍ରି ହେଉଛି।
ଫ୍ରାନ୍ସି ରାଖୀ
ରଙ୍ଗବେରଙ୍ଗ ରେଶମ ସୂତା,କଲରଫୁଲ୍‌ ଷ୍ଟୋନକୁ ନେଇ ଫ୍ରାନ୍ସି ରାଖୀ ବଜାରରେ ଉପଲବ୍ଧ। ଏହି ରାଖୀ ଯୁବବର୍ଗଙ୍କ ପସନ୍ଦ ପାଲଟିଛି। ହାଇସ୍କୁଲ କିମ୍ବା କଲେଜ ଯାଉଥିବା ଭାଇଙ୍କ ପାଇଁ ସେମାନଙ୍କ ଭଉଣୀମାନେ ଏହି ରାଖୀ ବାଛି ନେଉଛନ୍ତି। ଏହାର ସାଧରଣ ଲୁକ୍‌ ସମସ୍ତଙ୍କୁ ବେଶ୍‌ ପସନ୍ଦ। ଏହି ରାଖୀର ମୂଲ୍ୟ ୩୦ରୁ ଆରମ୍ଭ ହୋଇ ୧୫୦ଟଙ୍କା ପର୍ଯ୍ୟନ୍ତ ରହିଛି।
ରାଖୀରେ ହିନ୍ଦୁ ଦେବଦେବୀଙ୍କର ମଧ୍ୟ ସ୍ବତନ୍ତ୍ର ପୂଜା ରହିଛି। ଉକ୍ତ ଦିନ ପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ। ଠାକୁରଙ୍କ ପାଖରେ ତୁଳା ରାଖୀ ଲାଗି ହୁଏ। ଏଥିସହ ଉକ୍ତ ଦିନ ଗୋପୂଜନ କରାଯାଏ। ଏହା ସହିତ ତାଙ୍କଠାରେ ପାଳ ଦଉଡିରେ ତିଆରି ରାଖୀ ଲଗାଯାଏ। ଏହାକୁ ଗୋପାଳ ସମ୍ପ୍ରଦାୟ ଓ ଚାଷୀମାନେ ନିଜ ହାତରେ ତିଆରି କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା କଟକଣାକୁ ଫୁ: ୪ ଦୋକାନକୁ ୮୫ ହଜାର ଜରିମାନା

କେସିଙ୍ଗା,୩୧।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ନେଇ ସୋମବାର ୪ଟି ଦୋକାନକୁ ସିଲ କରାଯାଇଛି। ଏହି ୪ଟି ଦୋକାନରୁ ୮୫ ହଜାର...

ଗୋସମ୍ପଦକୁ ନେଇ ଚିନ୍ତାରେ ଚାଷୀ

ବନ୍ତ, ୨୩।୮ (ସ୍ବ.ପ୍ର.)- ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ଗାଈଗୋରୁ ଏବେ ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ବ୍ଲକର ବନ୍ତ, ନିଳୋକ, ରାମଚନ୍ଦ୍ରପୁର,...

ଛତ୍ରପୁର କଲେଜରେ ଛାତ୍ରୀଛାତ୍ରଙ୍କ ଧାରଣା

ଛତ୍ରପୁର,୧୩ା୯(ଡି.ଏନ.ଏ.)- ଛତ୍ରପୁର ସରକାରୀ ବିଜ୍ଞାନ କଲେଜର ଛାତ୍ରୀଛାତ୍ର ଓ ପୂର୍ବତନ ଛାତ୍ର ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଗୁରୁବାର ଧାରଣା ଦିଆଯାଇଥିଲା। ଖଲ୍ଲିକୋଟ କ୍ଲଷ୍ଟର...

ଥାନାରେ ଦ୍ୱାରସ୍ଥ ହେଲେ ପ୍ରେମିକଙ୍କ ସହ ଫେରାର ଥିବା ବିବାହିତ ମହିଳା

ବିନିକା,୪।୩: ପ୍ରେମିକ କଥାରେ ପଡି ଶାଶୁଘର ଛାଡି ଫେରାର ଥିବା ବରଗଡ଼ ଅଞ୍ଚଳର ଜଣେ ବିବାହିତା ମହିଳା ପ୍ରତାରଣାର ଶିକାର ହୋଇ ଶେଷରେ ନ୍ୟାୟ ପାଇଁ...

ଘରଖଁଡ଼େ ଲାଗି ଗୁହାରି କରି ନିରାଶ: ଭଂଗା କୁରିଆରେ ଜୀବନ୍‌ ବିତଉଛନ୍‌ ରତି

ଖପ୍ରାଖୋଲ, ୧୩।୨(ଡି.ଏନ୍‌.ଏ.)- କେନ୍ଦ୍ର ଆର ରାଏଜ୍‌ ଉଭଏ ସରକାର ଗାଁଗଁଲିନୁ ସହର ତକ୍‌ ଗରିବ୍‌ ଦୁଖି, ବାସହୀନ ପରିବାରମାନକୁ ପ୍ରଧାନମନ୍ତ୍ରୀ ଆବାସ, ଇନ୍ଦିରା ଅବାସ, ବିଜୁ...

ନୂଆପଡ଼ା ବିଧାନସଭା: କଂଗ୍ରେସ ଆଗରେ

ନୂଆପଡ଼ା ଅଫିସ,୨୩।୫: ନୂଆପଡ଼ା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ଆଗରେ ଅଛନ୍ତି। ଚତୁର୍ଥ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଘାସିରାମ ୬୭୨୮ ଭୋଟ...

ଆଜି ତିନି ରଥରରେ ଚକ ଡେରା

ପୁରୀ ଅଫିସ,୧୪ା୫: ଶୁକ୍ରବାର ଶ୍ରୀକ୍ଷେତ୍ର ଭଉଁରୀ। ଏହି ପବିତ୍ର ଦିନରେ ମହାପ୍ରଭୁଙ୍କ ତିନି ରଥର ୬ଟି ନାହାକା ଚକ ଡେରାଯିବାର ବିଧି ରହିଛି। ଏଥିଲାଗି ରଥଖଳାରେ...

ରାଜ୍ୟରେ ଲଗାଣ ବର୍ଷା: ଆଉ ୩୬ ଘଣ୍ଟା ବର୍ଷିବ, ସତର୍କ ରହିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୫।୨(ବ୍ୟୁରୋ): ଛତିଶଗଡ଼ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ସମଗ୍ର ରାଜ୍ୟରେ ମେଘୁଆ ପାଗ ସହିତ ଝିପି...

Advertisement
Archives

Model This Week