ଆଗକୁ ରାଖୀ, ଏବେଠୁ ଦୋକାନରେ ଜମୁଛି ଭିଡ଼

ଉମରକୋଟ, ୮।୬(ସ୍ବ.ପ୍ର.): ହିନ୍ଦୁ ପରମ୍ପରା ଅନୁଯାୟୀ ବାର ମାସରେ ତେର ପର୍ବ ପାଳିତ ହୋଇଥାଏ। ଭାଇଭଉଣୀଙ୍କ ସ୍ନେହ ପ୍ରୀତିର ବନ୍ଧନ ହେଉଛି ରାଖୀ। ଏହାକୁ ଖୁବ୍‌ ଉତ୍ସାହର ସହ ସବୁ ବର୍ଗର ଲୋକ ପାଳନ୍ତି। ରାଖୀ ପାଇଁ ଏବେ ବଜାର ଚଳଚଞ୍ଚଳ। ଅଗଷ୍ଟ ୧୧ରେ ରକ୍ଷାବନ୍ଧନ ଥିବାବେଳେ ଏବେଠାରୁ ରଙ୍ଗବେରଙ୍ଗର ରାଖୀ ଦୋକାନରେ ବିକ୍ରିହେଲାଣି। ୨ବର୍ଷ କରୋନା ଯୋଗୁ ରାଖୀ ବ୍ୟବସାୟ ଏତେ ଭଲ ନ ଥିଲା। ଚଳିତ ବର୍ଷ ଭଲ ବେପାର ହେବ ବୋଲି ଆଶା ବାନ୍ଧିଛନ୍ତି ବେପାରୀ। ଯେତେ ଦିନ ପାଖେଇ ଆସିବ ସେତେ ବେପାର ବଢ଼ିବ ବୋଲି ବ୍ୟବସାୟୀ କହିଛନ୍ତି। ବର୍ତ୍ତମାନ ଡିଜିଟାଲ ଯୁଗ। ତେଣୁ ଅନେକେ ଘରେ ବସି ଅନ୍‌ଲାଇନରୁ ରାଖୀ କିଣୁଛନ୍ତି। ଏହା ବେପାର ଉପରେ କିଛିଟା ପ୍ରଭାବ ପକାଉଛି ବୋଲି ବ୍ୟବସାୟୀମାନେ କହିଛନ୍ତି।

 

ପିଲାଙ୍କ ପାଇଁ କାର୍ଟୁନ, ଲାଇଟ୍‌ ରାଖୀ
ପିଲାମାନଙ୍କ ମନକୁ ପାଇବା ଭଳି ବଜାରରେ କାର୍ଟୁନ ରାଖୀ ମିଳୁଛି। ବିଶେଷକରି ମୋଟୁ ପତଲୁ, ଡୋରେମନ ରାଖୀର ବେଶି ଚାହିଦା ରହିଛି। ଗୋଟିଏ ରାଖୀର ମୂଲ୍ୟ ୩୦ଟଙ୍କାରୁ ଆରମ୍ଭ ହେଉଛି। ଏଥିସହ ଚଳିତ ବର୍ଷ ବଜାରରେ ଲାଇଟ୍‌ ରାଖୀ ମିଳୁଛି। ଉକ୍ତ ରାଖୀର ଚାରିପଟେ ଲାଇଟ୍‌ ଲାଗିଛି। ଏହା ବ୍ୟାଟେରିରେ ଜଳୁଛି। ଏହି ରାଖୀର ମୂଲ୍ୟ ୫୦ଟଙ୍କାରୁ ଆରମ୍ଭ ହୋଇଛି।
ଜଗନ୍ନାଥ ରାଖୀ
ଜଗନ୍ନାଥ ରାଖୀ ବହୁ ପୁରୁଣା। କିନ୍ତୁ ଏବେ ମଧ୍ୟ ଏହାର ଚାହିଦା ଲୋକଙ୍କ ମଧ୍ୟରେ ରହିଛି। ଏହି ରାଖୀର ମଝିରେ ଜଗନ୍ନାଥଙ୍କ ଫଟୋ ରହିବା ସହ ଚାରିପଟେ ସୁନେଲି କିମ୍ବା ସିଲ୍‌ଭର ରଙ୍ଗର ଜରିକାମ ହୋଇଥାଏ। ଏହି ରାଖୀ ଦେଖିବାକୁ ବେଶ୍‌ ସୁନ୍ଦର। ଏହା ଛୋଟ ଓ ବଡ଼ ଦୁଇ ପ୍ରକାର ସାଇଜ୍‌ରେ ମିଳେ। ଏହି ରାଖୀର ମୂଲ୍ୟ ୩୦ ଟଙ୍କାରୁ ଆରମ୍ଭ। ଏଥିସହ ଗଣେଶ ରାଖୀ ମଧ୍ୟ ବଜାରରେ ଉପଲବ୍ଧ। ଏହାର ଚାହିଦା ମଧ୍ୟ ଲୋକଙ୍କ ମଧ୍ୟରେ ବେଶ୍‌ ରହିଛି।
ବ୍ରେସ୍‌ଲେଟ୍‌ ରାଖୀ
ଯୁବଗୋଷ୍ଠୀଙ୍କ ପ୍ରଥମ ପସନ୍ଦ ପାଲଟିଛି ବେସ୍‌ଲେଟ୍‌ ରାଖୀ। ମେଟାଲ ବେସ୍‌ ଏହି ରାଖୀରେ କିଛିଟା ରଙ୍ଗିନ ଷ୍ଟୋନ୍‌ ବ୍ୟବହାର କରାଯାଏ। ଏହା ହାତରେ ଖୁବ୍‌ ସୁନ୍ଦର ଦିଶେ। ବଲିଉଡ୍‌ ଷ୍ଟାର ସଲ୍‌ମାନ ଖାନ୍‌ ତାଙ୍କ ହାତରେ ପିନ୍ଧୁଥିବା ବେସ୍‌ଲେଟ୍‌ର ଅବିକଳ ବଜାରରେ ଉପଲବ୍ଧ ହେଉଛି। ଏହି ରାଖୀକୁ ତାଙ୍କ ଭାଇଙ୍କ ପାଇଁ ନେବାକୁ ଭଉଣୀମାନଙ୍କ ପ୍ରଥମ ପସନ୍ଦ ପାଲଟିଛି। ଏହାଛଡ଼ା ଗୋଲ୍‌ଡେନ୍‌ ରଙ୍ଗର ଚେନ୍‌ ସହ ମଝିରେ ଲାଲ ରଙ୍ଗର ଷ୍ଟୋନ ଖଚିତ ରାଖୀ ବିକ୍ରି ହେଉଛି।
ଫ୍ରାନ୍ସି ରାଖୀ
ରଙ୍ଗବେରଙ୍ଗ ରେଶମ ସୂତା,କଲରଫୁଲ୍‌ ଷ୍ଟୋନକୁ ନେଇ ଫ୍ରାନ୍ସି ରାଖୀ ବଜାରରେ ଉପଲବ୍ଧ। ଏହି ରାଖୀ ଯୁବବର୍ଗଙ୍କ ପସନ୍ଦ ପାଲଟିଛି। ହାଇସ୍କୁଲ କିମ୍ବା କଲେଜ ଯାଉଥିବା ଭାଇଙ୍କ ପାଇଁ ସେମାନଙ୍କ ଭଉଣୀମାନେ ଏହି ରାଖୀ ବାଛି ନେଉଛନ୍ତି। ଏହାର ସାଧରଣ ଲୁକ୍‌ ସମସ୍ତଙ୍କୁ ବେଶ୍‌ ପସନ୍ଦ। ଏହି ରାଖୀର ମୂଲ୍ୟ ୩୦ରୁ ଆରମ୍ଭ ହୋଇ ୧୫୦ଟଙ୍କା ପର୍ଯ୍ୟନ୍ତ ରହିଛି।
ରାଖୀରେ ହିନ୍ଦୁ ଦେବଦେବୀଙ୍କର ମଧ୍ୟ ସ୍ବତନ୍ତ୍ର ପୂଜା ରହିଛି। ଉକ୍ତ ଦିନ ପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ। ଠାକୁରଙ୍କ ପାଖରେ ତୁଳା ରାଖୀ ଲାଗି ହୁଏ। ଏଥିସହ ଉକ୍ତ ଦିନ ଗୋପୂଜନ କରାଯାଏ। ଏହା ସହିତ ତାଙ୍କଠାରେ ପାଳ ଦଉଡିରେ ତିଆରି ରାଖୀ ଲଗାଯାଏ। ଏହାକୁ ଗୋପାଳ ସମ୍ପ୍ରଦାୟ ଓ ଚାଷୀମାନେ ନିଜ ହାତରେ ତିଆରି କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri