୧୪ ଛାତ୍ରୀ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ପାପଡ଼ାହାଣ୍ଡି,୩ା୮(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଦଳେଇଗୁଡ଼ା ଏସ୍‌ଏସ୍‌ଡି ବାଳିକା ଉଚ୍ଚ ବିଦ୍ୟାଳୟର ୧୪ ଜଣ ଛାତ୍ରୀ ବୁଧବାର ଅସୁସ୍ଥ ହୋଇ ପାପଡ଼ାହାଣ୍ଡି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨ଜଣଙ୍କୁ ଥଣ୍ଡା, କାଶ ଓ ଜ୍ୱର ହୋଇଥିବା ବେଳେ ୨ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଛାତ୍ରୀମାନେ ନବମ ଓ ଦଶମ ଶ୍ରେଣୀର ବୋଲି ଜଣାପଡ଼ିଛି।

ସୂଚନାନୁଯାୟୀ, ଦଳେଇଗୁଡ଼ା ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କୁ କ୍ଲାସ୍‌ ସରିବା ପରେ ଥଣ୍ଡା, କାଶ ସହ ଜ୍ୱର ଦେଖାଦେଇଥିଲା। ସେମାନେ ହେଲେ ପୁଷ୍ପା ମାଝି, ନିଳେନ୍ଦ୍ରୀ ମାଝି, ଗୋମତି ଭତରା, ଭଗବତୀ ସାନ୍ତା, ଭଗବତୀ ଭତରା, ରୁପାଲି ହରିଜନ, ଚନ୍ଦ୍ରକାନ୍ତି ଭତରା, ମଞ୍ଜୁଳାବତୀ ଭତରା, ହୀରାମଣି ପୂଜାରୀ, ମଙ୍ଗରି ମାଝି ଓ ଲଳିତା ମାଝି। ସେହିପରି ରିତା ଭତରା ଓ ରିତା ହରିଜନଙ୍କୁ ଝାଡ଼ାବାନ୍ତି ହୋଇଥିଲା। ଉଭୟ ଗୁରୁତର ଥିବା ବେଳେ ରିତା ଭତରାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି। ଦୁଇ ଦିନ ତଳେ ମେଡିକାଲ ଟିମ୍‌ ଯାଇ ସ୍କୁଲ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରିଥିଲେ। ଝାଡ଼ାବାନ୍ତିର କାରଣ ଜଣା ପଡ଼ିନାହିଁ। ଥଣ୍ଡା, କାଶରେ ଆକ୍ରାନ୍ତ ୧୨ ଛାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଔଷଧ ଦେଇ ବିଦ୍ୟାଳୟକୁ ପଠାଯାଇଛି। ଛାତ୍ରୀମାନଙ୍କ ପରିବାରକୁ ସୂଚନା ଦିଆଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଆସିବେ ମମତା: ମୃତକଙ୍କ ପରିବାର ଜଣଙ୍କୁ ଦେବେ ଚାକିରି

ଭୁବନେଶ୍ୱର,୫।୬(ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତା ୭ ତାରିଖରେ ଭୁବନେଶ୍ବର ଓ କଟକ ଆସିବେ । ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ଭେଟିବା...

ମତଦାନ କଲେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ

ପାଇକମାଳ,୫ା୧୨(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ସକାଳ ୭ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ତେବେ ଅନ୍ୟମାନଙ୍କ ପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ...

ଆଇନ ଉଲ୍ଲଂଘନକାରୀଙ୍କଠାରୁ ୨୮ ହଜାର ୨ ଶହ ଜରିମାନା ଆଦାୟ

ବନ୍ତ,୨୮।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ପୋଲିସ ପକ୍ଷରୁ ଲକ୍‌ଡାଉନ୍‌ କଟକଣାକୁ କଡ଼ାକଡି କରାଯାଇଛି। ତେବେ ଏହି ସମୟରେ ଆଇନ ଉଲ୍ଲଂଘନକାରୀଙ୍କଠାରୁ ୨୮ ହଜାର ୨ ଶହ...

ଲଗାଣ ବର୍ଷାରେ ନିରାକାରପୁର ଅଞ୍ଚଳ ଜଳାର୍ଣ୍ଣବ: ରାସ୍ତା ଉପରେ ଚାଲିଛି ୩ ଫୁଟରୁ ଅଧିକ ପାଣି, ବୁଡ଼ିଲା ଚାଷଜମି

ନିରାକାରପୁର,୨୫।୧୦(ଡି.ଏନ୍‌.ଏ.): ଦୁଇ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ଖୋର୍ଦ୍ଧା ଜିଲା ନିରାକାରପୁର ଲେଣ୍ଡୁ ଏବଂ ରାମେଶ୍ୱର ପଞ୍ଚାୟତର ଅନେକ ଗ୍ରାମ ଏବେ...

ଛତିଶଗଡ଼ ରାଜ୍ୟର ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଭାର ସମ୍ଭାଳିଲେ ଓଡ଼ିଆ ପୁଅ

ଭୁବନେଶ୍ୱର୍‌,୧୧।୧(ବ୍ୟୁରୋ): ୧୯୯୨ ବ୍ୟାଚର ଆଇଏଏସ୍‌ ଅଧିକାରୀ ସୁବ୍ରତ ସାହୁ ଅତିରିକ୍ତ ଭାବେ ଛତିଶଗଡ଼ ରାଜ୍ୟର ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଗ୍ରହଣ କରିଛନ୍ତି। ମୁଖ୍ୟ ଶାସନ...

କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ଦିଆଯିବା ପରେ କାହାଣୀ ରଚନା କରାଯାଉଛି : ଜୟନାରାୟଣ

ଭୁବନେଶ୍ବର,୨୪ା୨(ବ୍ୟୁରୋ): ରାଜ୍ୟର କ୍ୟାବିନେଟ୍‌ ମନ୍ତ୍ରୀ ନବ ଦାସଙ୍କୁ ସ୍ପଷ୍ଟ ଦିବାଲୋକରେ ଜଣେ ପୋଲିସ କର୍ମଚାରୀ ଗୁଳିକରି ହତ୍ୟା କଲେ। ଗୋଇନ୍ଦା ବିଭାଗର ଏହା ଚରମ ବିଫଳତା।...

ଦୁଦୁରୁକୋଟରେ ମହାମାୟାଙ୍କ ମହାପାର୍ବଣ: ବୀରତ୍ୱ ଦେଖାଇଲେ ପାଇକ

ସାତମାଇଲ, ୧୦।୧୦(ଡି.ଏନ୍‌.ଏ.) – ସ୍ବାଧୀନତା ସଂଗ୍ରାମରେ ବ୍ରିଟିଶ ବିରୋଧରେ ଲଢ଼େଇ କରି ପରାକ୍ରମ ଦେଖାଇଥିଲେ ବୀର ପାଇକ। ଦେଶମାତୃକା ସେବାରେ ପ୍ରାଣବଳି ଦେଇଥିବା ଏହି ଦୁର୍ଦ୍ଦଶ...

୫ଦିନ ଧରି ନାବାଳିକାଙ୍କୁ ବଳାତ୍କାର

ବାରିପଦା ଅଫିସ, ୧।୫: ମୟୂରଭଞ୍ଜ ଜିଲା ଚାନ୍ଦୁଆ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ୫ଦିନ ଧରି ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକା ବାପାଙ୍କ ଅଭିଯୋଗ...

Advertisement
Archives

Model This Week