ଉଦ୍‌ଘାଟନର ୭ମାସରେ ଦବିଲାଣି ପୋଲ

ଝରିଗାଁ, ୧୦।୮(ସ୍ବ.ପ୍ର.):  ଦୁର୍ଗମ ଅଞ୍ଚଳର ବିକାଶକୁ ରାଜ୍ୟ ସରକାର ସର୍ବଦା ଗୁରୁତ୍ୱ ଦେଉଥିବା ବେଳେ ଉପାନ୍ତ ଯୋଜନାକୁ ନେଇ ଅଞ୍ଚଳବାସୀଙ୍କ ମୁହଁରେ ହସ ଫୁଟିଥିଲା। କାର୍ଯ୍ୟଟିକୁ ତଦାରଖ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର କିଛି ଅଧିକାରୀମାନଙ୍କ ବେପରୁଆ ମନୋଭାବ ଏବଂ ଉନ୍ନୟନ କାମ କରୁଥିବା ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ ଯୋଗୁ ଯୋଜନାର କାର୍ଯ୍ୟକାରିତାକୁ ନେଇ ସଂପୃକ୍ତ ଅଞ୍ଚଳର ଲୋକମାନେ ଭୟଭିତ ରହିଥିବା ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅଧୀନ କୁଟ୍ରିଛାପର ପଞ୍ଚାୟତ ଦିପୁଭଟ୍ଟା ଗ୍ରାମରେ ଦେଖିବାକୁ ମିଳିଛି। ଉଦ୍‌ଘାଟନର ମାତ୍ର ୭ମାସ ପରେ ଏକ ବ୍ରିଜ୍‌ର ଦୁଇପାର୍ଶ୍ୱ ଦବି ଯାଇଛି। ଏହି ବ୍ରିଜ୍‌ ଉପରେ ଯିବାକୁ ସୁରକ୍ଷିତ ମଣୁନାହାନ୍ତି ଗ୍ରାମବାସୀ।
ଗାଁକୁ ଭଲ ରାସ୍ତା ନ ଥିବାବେଳେ ପ୍ରାୟ ୩ ବର୍ଷ ପୂର୍ବେ ଦିପୁଭଟ୍ଟା ଗ୍ରାମର ଜଣେ ଗର୍ଭବତୀଙ୍କୁ ପ୍ରସବ କାଳୀନ ଯନ୍ତ୍ରଣା ହେବାରୁ ମେଡିକାଲ ନେବାକୁ ପରିବାର ଲୋକେ ତାଙ୍କୁ ଖଟିଆରେ ବୋହି ପ୍ରାୟ ୩କି.ମି ଦୂରରେ ରହିଥିବା ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ। ଏହାପରେ ତତ୍କାଳୀନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝିଙ୍କ ଚେଷ୍ଟାରେ ଦିପୁଭଟ୍ଟା ଗ୍ରାମକୁ ଉପାନ୍ତ ଯୋଜନାରେ ସାମିଲ୍‌ କରାଇବାରେ ସହାୟକ ହୋଇଥିଲେ। ଉପାନ୍ତ ଯୋଜନା ଅଧୀନ ଚିକିଲିଠାରୁ ଦିପୁଭଟ୍ଟା ରାସ୍ତାରେ ବଞ୍ଜାରୀ ନଦୀରେ ସେତୁ ନିର୍ମାଣ ନେଇ ୨୦୨୦ ଫେବୃୟାରୀ ୧୬ରେ ତତ୍କାଳୀନ ହସ୍ତତନ୍ତ ,ବୟନ ଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ଏମ୍‌ପି ରମେଶ ଚନ୍ଦ୍ର ମାଝି, ବିଧାୟକ ପ୍ରକାଶ ଚନ୍ଦ୍ର ମାଝି ଭିତ୍ତିପ୍ରସ୍ତର ପକାଇଥିଲେ। ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟ ତଦାରଖ ସହାୟତାରେ ୧ କୋଟି ୯୨ଲକ୍ଷ ୨୬ ହଜାର ୧ଶହ ୬୭ ଟଙ୍କା ଅଟକଳ ମୂଲ୍ୟରେ ସେତୁକାର୍ଯ୍ୟ ହୋଇଥିଲା। ସେତୁଟିର ଦୈର୍ଘ୍ୟ ୫୪.୪୮ ମିଟର ଏବଂ ପ୍ରସ୍ଥ ୭.୫୦ ମିଟର ରହିଅଛି। କାର୍ଯ୍ୟ ଶେଷ ହେବାପରେ ଚଳିତ ବର୍ଷ ଜାନୁୟାରୀ ୪ ତାରିଖରେ ନବରଙ୍ଗପୁର ଏମ୍‌ପି ରମେଶ ଚନ୍ଦ୍ର ମାଝି ଏବଂ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝି ଏହାର ଉଦ୍‌ଘାଟନ କରିଥିଲେ। ବିଭାଗରେ ବହୁ ଦକ୍ଷ ଏବଂ କୁଶଳି ଯନ୍ତ୍ରୀଙ୍କ ସହ ନୂତନ ଟେକ୍‌ନେଲୋଜିରେ ଉନ୍ନୟନମୂଳକ କାର୍ଯ୍ୟ କରିବାର ମାର୍ଗ ରହିଥିଲେ ସୁଦ୍ଧା ଉଦ୍‌ଘାଟନର ୭ ମାସ ପରେ ସେତୁଟିର ଦୁଇ ପାର୍ଶ୍ୱରେ ମାଟି ଧସି ଯାଇ ଖାଲ ହେବାରେ ଲାଗିଲାଣି। ଏଥିପାଇଁ ବିଭାଗର ଅପାରଗତା କହିବା କିଛି ଭୁଲ ହେବ ନାହିଁ। ଏ ନେଇଁ ଦିପୁଭଟ୍ଟା ଗ୍ରାମବାସୀଙ୍କ ସହ ଆଲୋଚନା କରିବାରୁ ଗାଁକୁ ରାସ୍ତାଘାଟ ନଥିଲା । ସରକାର ରାସ୍ତା କଲା ଆମେ ବହୁତ ଖୁସି ହେଲୁ ।ଏବେ ଆମେ ସେହି ରାସ୍ତାରେ ଯିବା ଆସିବା ବେଳେ ବହୁତ ଭୟ କରୁଛୁ ବୋଲି ଗ୍ରାମର ନକୁଳ ସାନ୍ତା, କେଡି ସାନ୍ତା, ସବନା ସାନ୍ତା, ରାମ ସାନ୍ତା, ଅମି ସାନ୍ତା, କୃଷ୍ଣ ସାନ୍ତା, ସାବିତ୍ରୀ ସାନ୍ତା, ଗୋବରା ସାନ୍ତା, ମରା ସାନ୍ତା ପ୍ରମୁଖ ବହୁତ କ୍ଷୋଭର ସହ କହିଛନ୍ତି। ଗ୍ରାମରେ ରହିଛି ଦୁଇଟି ପଡା ୪୫ ପରିବାର ବସବାସ କରି ଜଙ୍ଗଲ ଜମିରେ ମକା, ଧାନ ଚାଷ କରି ଚଳିଆସୁଛନ୍ତି। ଗାଁରେ ଆବଶ୍ୟକ ଅନୁଯାଇ ନଳକୂପ ନାହିଁ। ଯାହା ଫଳରେ ସମୟ ସମୟରେ ପାନୀୟ ଜଳର ସଙ୍କଟ ଦେଖାଦେଉଛି। ବ୍ଲକ ସଦର ମହକୁମାଠାରୁ ମାତ୍ର ୮ କି.ମି ଦୂରରେ ରହିଥିବା ଏହି ଗାଁକୁ ବିଜୁଳି ଆଲୋକ ଅପହଞ୍ଚ। ଗାଁରେ ରହିଥିବା ସମସ୍ୟାର ସମାଧାନ ନେଇ ଜିଲା ପ୍ରଶାସନ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଯୁଦ୍ଧ ଯୋଗୁ ବନ୍ଦ ଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ପଶ୍ଚିମ ଏସିଆ ସେବା ପୁନର୍ବାର ଆରମ୍ଭ କରିଛି

ନୂଆଦିଲ୍ଲୀ,୨।୭: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା; କିନ୍ତୁ, ଉତ୍ତେଜନା ହ୍ରାସ ପରେ, ଏୟାର ଇଣ୍ଡିଆ ଏକ୍ସପ୍ରେସ ଏକ ଗୁରୁତ୍ୱପୂର୍ଣ୍ଣ…

WhatsApp ପରେ, ସରକାର ଏବେ Telegram ସହ ସିଗନାଲ ଉପରେ ମଧ୍ୟ ରଖିଛନ୍ତି ନଜର

ନୂଆଦିଲ୍ଲୀ,୨।୭: WhatsAppର ୟୁଜରନେମ ଫିଚରକୁ ବନ୍ଦ କରିବା ପରେ, ସରକାର ଏବେ Telegram ଏବଂ ସିଗନାଲ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଏହି ଦୁଇଟି ପ୍ଲାଟଫର୍ମ…

ଜନଗହଳିପୂର୍ଣ୍ଣ ସ୍ଥାନରୁ ମଦ ଦୋକାନ ସ୍ଥାନାନ୍ତର ଦାବି, ମଦ୍ୟପଙ୍କ ଉପଦ୍ରବରେ…

ବଞ୍ଚୋ,୨ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନକୁ ଏକ ଉପଯୁକ୍ତ ଓ ଖୋଲା ସ୍ଥାନକୁ ସ୍ଥାନାନ୍ତର କରିବା ଦାବିରେ ଗୁରୁବାର ଆନନ୍ଦପୁର…

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ତିଆରି ହେବ ମହାଲକ୍ଷ୍ମୀ କରିଡର, ୫୦୦ ମହିଳା…

ଭୁବନେଶ୍ବର,୨।୭: ୧ କୋଟି ସଂଶୋଧିତ ଲକ୍ଷ୍ମୀପୁରାଣ ବାଣ୍ଟିବେ ରାଜ୍ୟ ସରକାର । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି । ନୂଆ ସଂଶୋଧିତ ଲକ୍ଷ୍ମୀପୁରାଣକୁ ନମିତା ଅଗ୍ରୱାଲ…

ଅବ୍ୟବସ୍ଥା ଘେରରେ ବିଦ୍ୟାଳୟ: ୪ ବର୍ଷ ବିତିଯାଇଥିଲେ ସୁଦ୍ଧା ସମ୍ପୂର୍ଣ୍ଣ ହୋଇନାହିଁ ଶ୍ରେଣୀଗୃହ

କେସିଙ୍ଗା,୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କାଣ୍ଡେଲ ଗ୍ରାମସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗତ ୨୪.୭.୧୯୮୩ରେ ସ୍ଥାପିତ ହୋଇଛି। ଏହି ବିଦ୍ୟାଳୟରେ ତତ୍କାଳୀନ…

ହଠାତ ଲାଲ ହେଲା ଭେନେଜୁଏଲାର ଆକାଶ, Video ଦେଖି ଚମକି ପଡ଼ିଲେ ଭୂକମ୍ପରୁ ଉଠିଥିବା ଲୋକେ

କାରାକାସ୍‌,୨।୭: ଭେନେଜୁଏଲାର ରାଜଧାନୀ କାରାକାସରେ ସମ୍ପ୍ରତି ଦେଖାଯାଇଥିବା ଏକ ଦୃଶ୍ୟ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଭୂମିକମ୍ପର ଧ୍ୱଂସଲୀଳାରେ ପୂର୍ବରୁ ସ୍ତବ୍ଧ ଥିବା ସହର ଉପରର ସମଗ୍ର ଆକାଶ…

ନିର୍ବାଚନ ଲଢ଼ିବେ ପ୍ରଶାନ୍ତ କିଶୋର? ଉପନିର୍ବାଚନ ଘୋଷଣା ପରେ ଜୋର ଧରିଛି ଚର୍ଚ୍ଚା

ପାଟନା,୨।୭: ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା କରାଯାଇଛି। ଏହି ଆସନ ପାଇଁ ଭୋଟ ଜୁଲାଇ ୩୦ ରେ ହେବ ଏବଂ ଭୋଟ ଗଣତି…

ଦୁଇଟି ଦେଶ ଦେଇ ଗତି କରିବ ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ଶୋଭାଯାତ୍ରା; ତାଙ୍କୁ କେଉଁଠାରେ କବର ଦିଆଯିବ ଜାଣନ୍ତୁ

ତେହରାନ,୨।୭: ଇରାନର ଦିବଂଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପାଇଁ ରାଜ୍ୟସ୍ତରୀୟ ଅନ୍ତିମ ସଂସ୍କାର ଜୁଲାଇ ୪ ରେ ଆରମ୍ଭ ହେବ ଏବଂ ତାଙ୍କୁ ୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri