୧୬୫ ଗାଁକୁ ପହଞ୍ଚତ୍ପାରୁନି ଆମ୍ବୁଲାନ୍ସ

ନବରଙ୍ଗପୁର, ୧୦।୮(ବି.ପ୍ର.): ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ଦୁର୍ବଳତା ଯୋଗୁ ଜିଲାରେ ଏଯାଏ ୧୬୫ ଗାଁକୁ ଆମ୍ବୁଲାନ୍ସ ପହଞ୍ଚତ୍ ପାରୁନାହିଁ। ୭୭ ଗାଁକୁ ପଦାଚଲା ରାସ୍ତା ରହିଛି। ୫୭ ଗାଁରେ ଲୋକ ଚୁଆ ଓ ନଦୀ ନାଳ ପାଣି ବ୍ୟବହାର କରୁଛନ୍ତି। ଅନେକ ଗାଁକୁ ନଦୀ ନାଳ ଉପରେ ସଂଯୋଗୀକାରଣ ନାହିଁ। ଏବେ ଲଗାଣ ବର୍ଷା ଯୋଗୁ ନଦୀ ନାଳ ଜଳସ୍ରୋତ ବଢ଼ିବାରେ ଲାଗିଛି। ଅନ୍ୟ ପକ୍ଷରେ ଜିଲାର ବିଭିନ୍ନ ଗାଁରେ ଝାଡ଼ାବାନ୍ତିରେ ଲୋକେ ଆକ୍ରାନ୍ତ ହେଉଛନ୍ତି। ଏଭଳି ସ୍ଥଳରେ ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବା ଓ ଡାକ୍ତରୀ ଦଳ ଗାଁରେ ପହଞ୍ଚତ୍ ପାରୁନାହାନ୍ତି। ରୋଗୀ ବଞ୍ଚତ୍ବା ପାଇଁ କଲବଲ ହେଉଥିବା ବେଳେ ଡାକ୍ତର ସେବା ଦେବାକୁ ମଧ୍ୟ ପ୍ରସ୍ତୁତ କିନ୍ତୁ ରାସ୍ତାଘାଟ ଓ ନାଳ ନଦୀ ଏଥିରେ ବାଧକ ସାଜିଛି। ଏହାର ଏକ ଦୃଶ୍ୟ କିଛି ଦିନ ତଳେ ନବରଙ୍ଗପୁର ଜିଲା ତୁଳସୀପଦର ଗାଁରେ ଦେଖିବାକୁ ମିଳିଛି।
ପାପଡାହାଣ୍ଡି ବ୍ଲକ ତୁଳସୀପଦରରେ ଗତ ସପ୍ତାହ ଧରି ଝାଡାବାନ୍ତି ଲାଗିରହିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ୨୦ରୁ ଊର୍ଦ୍ଧ୍ୱ ଲୋକେ ଆକ୍ରାନ୍ତ ହୋଇସାରିଛନ୍ତି। ଗାଁର ପ୍ରାୟ ୭ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ବର୍ତ୍ତମାନ ଝାଡାବାନ୍ତି ନିୟନ୍ତ୍ରଣ ରହିଛି। ତୁଳସୀପଦର ଗାଁକୁ ଯିବାକୁ ହେଲେ ୨୬ ନଂ ଜାତୀୟ ରାଜପଥରୁ ପ୍ରାୟ ଦେଢ଼ କିମି କଚ୍ଚା ରାସ୍ତା ଓ ନଦୀ ପାର ହୋଇ ଯିବାକୁ ପଡିଥାଏ। ରବିବାରଠାରୁ ନବରଙ୍ଗପୁର ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି। ତୁଳସୀପଦର ନଦୀ ଜଳସ୍ରୋତ ପ୍ରଖର ରହିଛି। ରବିବାର ଡାକ୍ତର ଜ୍ୟୋତ୍ସ୍ନାରାଣୀ ଦାସ, ବିଭୂତି ଭୂଷଣ ନାୟକ, ଇତିଶ୍ରୀ ପଲାଇ ଓ ଫାର୍ମାସିଷ୍ଟ, ସ୍ବାସ୍ଥ୍ୟକର୍ମୀଙ୍କୁ ନେଇ ମେଡିକାଲ ଟିମ୍‌ ତୁଳସୀପଦର ଗାଁ ନିକଟ ନାଦୀ ପାଖରେ ଅଟକି ରହିଲେ। ତୁଳସୀପଦର ନଦୀରେ ପାଣି ଅଧିକ ଥିବାରୁ ପ୍ରାୟ ଅଧ କି.ମି. ଦୂରରେ ରହିଥିଲେ। ଅସୁବିଧା ହେଲେ ଅଙ୍ଗନୱାଡି ଦିଦିଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିପାରିବେ ବୋଲି ଡାକବାଜି ଯନ୍ତ୍ରରେ ଗାଁ ଲୋକଙ୍କୁ ସଚେତନ କରିଥିଲେ। ପଲିଥିନରେ ବାନ୍ଧି ନଦୀ ଆରପଟକୁ ଫୋପାଡି ଥିବା ଔଷଧକୁ ଗ୍ରାମବାସୀଙ୍କ ସହ ଅଙ୍ଗନୱାଡି କର୍ମୀ ଆସି ସଂଗ୍ରହ କରି ନେଇଥିଲେ। ତେବେ ପ୍ରଶାସନ ନିକଟରେ ଗୁହାରି କରିଲେ ମଧ୍ୟ ନଦୀରେ ପୋଲ କିମ୍ବା ପକ୍କା ରାସ୍ତା ହୋଇପାରୁ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ୨୦୧୦ରେ ତୁଳସୀପଦର ଗାଁରେ ଝାଡ଼ାବାନ୍ତି ବ୍ୟାପୀ ୨୬ ଜଣ ଆକ୍ରାନ୍ତ ହୋଇଥିଲେ। ଗାଁକୁ ରାସ୍ତା ଓ ପାନୀୟ ଜଳ ବ୍ୟବସ୍ଥା ନଥିବା ଧରିତ୍ରୀରେ ପ୍ରଥମ ଥର ପ୍ରକାଶ ପାଇଥିଲା। ସେହି ସମୟରେ ତତ୍କାଳୀନ ଜିଲାପାଳ ଶିବବ୍ରତ ଦାଶ ତତ୍ପର ହୋଇ ଗାଁ ଭିତରର ସିଣ୍ଟେସ୍କ ଯୋଗେ ପାଣି ପହଞ୍ଚାଇବା ସହ ଏକ ନଳକୂପ ଖନନ କରିଥିଲେ । ଗାଁ ଭିତରେ କଂକ୍ରିଟ ରାସ୍ତା କରାଇଥିଲେ। ତୁଳସୀ ପଦର ଗାଁ ଜଙ୍ଗଲ ଜମିରେ ରହିଥିବାରୁ ଏଯାଏ ନଦୀ ଉପରେ ପୋଲ ନିର୍ମାଣ ହୋଇପାରିନାହିଁ। ଗାଁ ଲୋକ ବର୍ଷା ଦିନେ ଏକ ପ୍ରକାର ଜଳବନ୍ଦୀ ହୋଇ ରହିଯାଆନ୍ତି। ଘରେ ଯାହା ଗଚ୍ଛିତ ଖାଦ୍ୟ ଶସ୍ୟ ରହେ ତାହାକୁ ଖାଇଥାନ୍ତି। ଏତେ ବର୍ଷ ପରେ ମଧ୍ୟ ତୁଳସୀପଦରବାସୀଙ୍କ ଅବସ୍ଥା ସୁଧୁରି ନାହିଁ। ଏବେବି ଗାଁକୁ ଭଲ ରାସ୍ତା ଖଣ୍ଡେ ନାହିଁ। ଏ ଦିଗରେ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକକୁ ପଛରୁ ପିଟିଲା କାର: ଚାଲିଗଲା ଜଣଙ୍କ ଜୀବନ, ୪ ଗୁରୁତର

ଭଦ୍ରକ,୧।୧୨(ସନାତନ ରାଉତ)- ଭଦ୍ରକ୧୬ ନଂ ଜାତୀୟ ରାଜପଥ ଗେଲପୁର ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ୪ ଗୁରୁତର ହୋଇଛନ୍ତି l...

କୁମାରୀ ମାତୃତ୍ୱ ପରେ ଆଖି ବୁଜିଲେ ମା’

ବ୍ରହ୍ମପୁର,୧ା୧୨(ସୁବାସ ଚନ୍ଦ୍ର ପାଢ଼ୀ):ଗଞ୍ଜାମ ଜିଲାରେ ଜଣେ ନାବାଳିକା ଗର୍ଭବତୀଙ୍କ ଯତ୍ନ ଅଭାବରୁ ପ୍ରସବ ପରେ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି।...

‘ଓଡ଼ିଶାର ସବୁଜିମା ବିମୋହିତ କରିଛି’

ଢେଙ୍କାନାଳ,୧ା୧୨(ରତନ ନାୟାର):ନେଦରଲାଣ୍ଡ ଆର୍ମଷ୍ଟ୍ରଙ୍ଗ୍‌ର ଦମ୍ପତି ସାଇମନ ଆଣ୍ଡରସନ୍‌(୭୦) ଓ ଏକ୍‌ଜାନିଆ ହେନେରୀ(୬୦) ବାଇକ୍‌ରେ ଭାରତ ଭ୍ରମଣ କରୁଛନ୍ତି। ଏହି ଅବସରରେ ଦୁହେଁ ଗୁରୁବାର ଢେଙ୍କାନାଳ ସହରରେ...

୩୫ଜଣଙ୍କୁ ନିଯୁକ୍ତି ଦେଇଛନ୍ତି କିରଣ

ରାୟଗଡ଼ା, (ଭାଗ୍ୟଶ୍ରୀ ମିଶ୍ର):ଆଜିର ଯୁବପିଢ଼ି ଉଚ୍ଚଶିକ୍ଷା ପରେ ଚାକିରି ପାଇଁ ଦେଶ ଛାଡ଼ି ବିଦେଶ ଚାଲିଯାଉଛନ୍ତି। ଏହାଦ୍ୱାରା ଦେଶର ଭବିଷ୍ୟତ ଓ ବିକାଶରେ ପ୍ରତିବନ୍ଧକ ସୃଷ୍ଟି...

ଜାହାଜରୁ ସନ୍ଦେହଜନକ ସାମଗ୍ରୀ ଜବତ: କର୍ମଚାରୀ ଆତଙ୍କିତ

ପାରାଦୀପ,୧।୧୨(ଶରତ ରାଉତ):ପାରାଦୀପ ବନ୍ଦର ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ)ବର୍ଥରୁ ଶୁକ୍ରବାର ଭୋରୁ କିଛି ସନ୍ଦିଗ୍ଧ ସାମଗ୍ରୀ ଜବତ ହୋଇଛି। ମେରାଇନ ପୋଲିସ, କଷ୍ଟମ୍ସ ଓ...

ମର୍ମନ୍ତୁଦ ଦୁର୍ଘଟଣା ସଡ଼କ ଦୁର୍ଘଟଣା: ଚାଲିଗଲା ୮ ଜୀବନ

କେନ୍ଦୁଝର,୧।୧୨ : କେନ୍ଦୁଝର ଜିଲା ଏନ୍‌ଏଚ୍‌-୨୦ ବାଲିଯୋଡି ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାକଡରେ ଠିଆ ହୋଇଥିବା ଟ୍ରକକୁ ଭ୍ୟାନ ଧକ୍କା ଦେବାରୁ...

ପରିତ୍ୟକ୍ତ ଅବସ୍ଥାରେ ପୌର ପରିଷଦ ଶିଶୁ ଉଦ୍ୟାନ

ପଟ୍ଟାମୁଣ୍ଡାଇ,୧ା୧୨(କଳ୍ପତରୁ ନାୟକ):କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ କଲୋନିରେ ଥିବା ପୌରପରିଷଦ ଶିଶୁଉଦ୍ୟାନ ରକ୍ଷଣାବେକ୍ଷଣ ଅଭାବରୁ ପରିତ୍ୟକ୍ତ ଓ ସୌନ୍ଦର୍ଯ୍ୟହୀନ ହୋଇ ପଡ଼ିରହିଛି। ପିଲାମାନଙ୍କ ମନୋରଞ୍ଜନ ପାଇଁ...

ଗୋଆରେ ପ୍ରଶଂସା ସାଉଣ୍ଟିଲା ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’

କଲିଙ୍ଗନଗର,୧ା୧୨(ଶୁଭାଶିଷ ରାଉତ):ଦେବପ୍ରଭା ପ୍ରଡକ୍ସନ ଦ୍ୱାରା ପ୍ରସ୍ତୁତ ପ୍ରଥମ ଫିଚର୍‌ ଫିଲ୍ମ ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’ ଅନ୍ତର୍ଜାତୀୟ ଗୋଆ ଫିଲ୍ମ ଫେଷ୍ଟିଭାଲ ଫିଲ୍ମ ବଜାରରେ ସଫଳତା ସାଉଣ୍ଟିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri