ନବରଙ୍ଗପୁର

ଭୁଶୁଡି ପଡ଼ିଛି ୫-ଟି ସ୍କୁଲ ପାଚେରି, ଅଧିକାରୀଙ୍କ ପାଖରେ ଖବର ନାହିଁ

ଉମରକୋଟ, ୩୦।୬(ସ୍ବ.ପ୍ର.): ସଭିଏଁ ପଢନ୍ତୁ ସଭିଏଁ ବଢ଼ନ୍ତୁ ମନ୍ତ୍ରକୁ ଗରୁତ୍ୱ ଦେଇ ସମସ୍ତ ସରକାରୀ ସ୍କୁଲର ଭିତ୍ତିଭୂମି ସଜାଡି ଗୁଣାତ୍ମକ ଶିକ୍ଷା ଯୋଗାଇବାକୁ ସରକାର ଅହରହ ଚେଷ୍ଟା କରୁଛନ୍ତି। ୫-ଟି ଭଳି ଯୋଜନାରେ ଶିକ୍ଷା ବ୍ୟବସ୍ଥାକୁ ସାମିଲ କରିଥିବା ଯୋଗୁ...

ନିଶା କାରବାର ରୋକିବାରେ ପଛରେ ପଡ଼ିଛି ଅବକାରୀ ବିଭାଗ

ନବରଙ୍ଗପୁର,୨୬।୬(ବି.ପ୍ର.): ନବରଙ୍ଗପୁର ଜିଲା ଗଞ୍ଜେଇ ଚୋରା ଚାଲାଣର କରିଡର୍‌ ସାଜିଛି। ଅବକାରୀ ବିଭାଗ ଚେଇଁ ଶୋଇଥିବା ବେଳେ ପୋଲିସ ଚଢ଼ାଉ କରି ଗଞ୍ଜେଇ ଧରିବାରେ ସଫଳ ହେଉଛି। ବେଆଇନ ନିଶା ଓ ମାଦକ ଦ୍ରବ୍ୟର କାରବାରକୁ ରୋକିବା ଏବଂ ସମ୍ପୃକ୍ତ ବ୍ୟବସାୟୀଙ୍କୁ...

ବିହାରରେ ୮ ଶ୍ରମିକଙ୍କୁ ନିର୍ଯାତନା

ତେନ୍ତୁଳିଖୁଣ୍ଟି,୨୬।୬(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତ ବଙ୍ଗଳାଗୁଡ଼ା ଗ୍ରାମରୁ ୮ ଶ୍ରମିକଙ୍କୁ ବିହାରରେ କାମ କରିବାକୁ ନେଇ ନିର୍ଯାତନା ଦିଆଯାଉଛି। ସେମାନଙ୍କ ଠାରୁ ମୋବାଇଲ ଛଡ଼ାଇ ନେବାସହ ବିନା ପାରିଶ୍ରମିକରେ ଜୋର ଜବରଦସ୍ତ କାମ କରିବାକୁ ବାଧ୍ୟ କରାଯାଉଛି।...

ନବରଙ୍ଗପୁର ଜିଲାର ୬୯୩ ଗାଁ ବାଲ୍ୟବିବାହ ମୁକ୍ତ

ନବରଙ୍ଗପୁର,୨୩ା୬(ବି.ପ୍ର.): ନବରଙ୍ଗପୁର ଜିଲାରେ ବାଲ୍ୟବିବାହ ରୋକିବା ନିମନ୍ତେ ବୁଧବାର ସ୍ଥାନୀୟ ମିଶନଶକ୍ତି ସଭାଗୃହରେ ସମାଜ କଲ୍ୟାଣ ବିଭାଗ, ଜିଲା ଶିଶୁ ସୁରକ୍ଷା ୟୁନିଟି, ୟୁନିସେଫ୍‌, ଆକ୍ସନଏଡ୍‌ ଓ ବିଭିନ୍ନ ଜାତି ସମାଜର ମୁଖ୍ୟଙ୍କୁ ନେଇ ଜିଲାପାଳ କମଳ ଲୋଚନ ମିଶ୍ରଙ୍କ...

କାମରେ ଲାଗୁନି ସୋଲାର ପାନୀୟ ଜଳ ପ୍ରକଳ୍ପ

ଚନ୍ଦାହାଣ୍ଡି, ୨୩ା୬(ଡି.ଏନ୍‌.ଏ.): ଗ୍ରାମାଞ୍ଚଳ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ସୋଲାର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି। ଆଜକୁ ଏକ ବର୍ଷ ହେବ ପ୍ରକଳ୍ପ ଅଚଳ ହୋଇ ପଡିଥିବାରୁ ଗ୍ରାମବାସୀ ବିଶୁଦ୍ଧ ପାନୀୟ ଜଳ ନ ପାଇ...

ମୃତ୍ୟୁକୁ ନିମନ୍ତ୍ରଣ କରୁଛି ଖୋଲା ବୋର୍‌ଓ୍ବେଲ

ଚନ୍ଦାହାଣ୍ଡି, ୨୦।୬(ଡି.ଏନ୍‌.ଏ.) ଚନ୍ଦାହାଣ୍ଡି ବ୍ଲକର ବିଭିନ୍ନ ସ୍ଥାନରେ ଲୋକେ ବୋରଓ୍ବେଲ ଖୋଳି ଖୋଲା ଛାଡ଼ି ଦେଉଛନ୍ତି। ଏହା ମୃତ୍ୟୁକୁ ନିମନ୍ତ୍ରଣ ଭଳି ଲୋକେ କହୁଛନ୍ତି। ଗତ ସପ୍ତାହରେ ଛତିଶଗଡ଼ ଚମ୍ପା ଅଞ୍ଚଳରେ ଖୋଲା ବୋରଓ୍ବେଲରେ ଖସିପଡ଼ି ୧୦ବର୍ଷର ଦିବ୍ୟାଙ୍ଗ ରାହୁଲ...

ବୃଦ୍ଧାଙ୍କୁ ନ୍ୟାୟ: ମିଳିଲା ଘର ତିଆରି ଅନୁମତି, ଝିଅ ଦେବେ ଭରଣପୋଷଣ ଖର୍ଚ୍ଚ

ନବରଙ୍ଗପୁର,୧୯ ।୬(ବି.ପ୍ର.): ଭାଇ ଭାଉଜ ଓ ସେମାନଙ୍କ ପିଲାମାନେ ଘର ତିଆରି କରାଇ ଦେଉ ନ ଥିବା ଅଭିଯୋଗ ନେଇ ନବରଙ୍ଗପୁର ସହରର ୧ ନମ୍ବର ୱାର୍ଡର ଚାଉଁରିଆଗୁଡ଼ାରେ ରହୁଥିବା ଦୟାମଣି ହରିଜନ ଉପଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ଭେଟିଥିଲେ।...

ପାଇପ ପାଣିରେ ଆସୁଛି ସାଲୁବାଲୁ ପୋକ

ନବରଙ୍ଗପୁର, ୧୯ ।୬(ବି.ପ୍ର.): ସହରର ପାଇପ ପାଣିରେ ଆସୁଛି ପୋକ। ଜନସାଧାରଣଙ୍କ ପାଇଁ ପିଇବା ପାଣି ଯୋଗାଣର ଲକ୍ଷ୍ୟ ମଉଳି ଯାଉଛି। ନିମ୍ନମାନର ପାଇପ ବିଛାଯିବା କାମ ଏହାର ଏକ ନମୁନା ବୋଲି ଲୋକେ ଅଭିଯୋଗ କରିଛନ୍ତି। ନବରଙ୍ଗପୁର ପୌରାଞ୍ଚଳର...

କୃଷି କାର୍ଯ୍ୟ, ଜରୁରିକାଳୀନ ସେବା ଉପରେ ପଡ଼ୁଛି ପ୍ରଭାବ

ନବରଙ୍ଗପୁର,୧୯ ।୬(ବି.ପ୍ର.): ଗୋଟିଏ ପଟେ ବିଳମ୍ବିତ ମୌସୁମୀ ଓ ଧାନ ବିହନ ଅଭାବ। ଅନ୍ୟ ପକ୍ଷରେ ନବରଙ୍ଗପୁର ଜିଲାରେ ଡିଜେଲ ମିଳୁନାହିଁ । କୃଷି କାର୍ଯ୍ୟରେ ବ୍ୟବହୃତ ଟ୍ରାକ୍ଟର ଓ ଡିଜେଲ ଚଳିତ ଯନ୍ତ୍ରାଂଶ ପାଇଁ ଚାଷୀ ଡିଜେଲ ଖୋଜିଲେ...

ଅଗ୍ନିପଥକୁ ବିରୋଧ: ୬୦ କି.ମି. ଦୌଡ଼ିଲେ

ଉମରକୋଟ,୧୮ା୬(ସ୍ବ.ପ୍ର.): ସୈନ୍ୟବାହିନୀରେ ଚୁକ୍ତିଭିତ୍ତିକ ନିଯୁକ୍ତି ଯୋଜନା ‘ଅଗ୍ନିପଥ’ ବିରୋଧରେ ଆନ୍ଦୋଳନ ବିଭିନ୍ନ ରାଜ୍ୟରେ ହିଂସାତ୍ମକ ରୂପ ନେଇଛି। ଏହି ଯୋଜନା ପ୍ରତ୍ୟାହାର ପାଇଁ ନିଯୁକ୍ତି ଆଶାୟୀଙ୍କ ମଧ୍ୟରେ ଦାବି ହେଉଛି। ନବରଙ୍ଗପୁର ଜିଲା ଉମରକୋଟ ସହରର ଜଣେ ଯୁବକ ଶୁକ୍ରବାର...

ଅଗ୍ନିପଥକୁ ବିରୋଧକରି ୬୦ କି.ମି. ଦୌଡ଼ିଲେ ଯୁବକ

ଉମରକୋଟ,୧୭ା୬(ସ୍ବ.ପ୍ର.): ସୈନ୍ୟବାହିନୀରେ ଚୁକ୍ତିଭିତ୍ତିକ ନିଯୁକ୍ତି ଯୋଜନା ‘ଅଗ୍ନିପଥ’ ବିରୋଧରେ ଆନ୍ଦୋଳନ ବିଭିନ୍ନ ରାଜ୍ୟରେ ହିଂସାତ୍ମକ ରୂପ ନେଇଛି। ଏହି ଯୋଜନା ପ୍ରତ୍ୟାହାର ପାଇଁ ନିଯୁକ୍ତି ଆଶାୟୀଙ୍କ ମଧ୍ୟରେ ଦାବି ହେଉଛି। ନବରଙ୍ଗପୁର ଜିଲା ଉମରକୋଟ ସହରର ଜଣେ ଯୁବକ ଶୁକ୍ରବାର...

କୋଠରୀରୁ ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ

ଉମରକୋଟ, ୧୬।୬(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଭାମୀନ ପଞ୍ଚାୟତ ବାଟିବେଡା ଗ୍ରାମରେ ୨ଜଣ ପ୍ରେମୀ ଯୁଗଳଙ୍କ ମୃତଦେହ ଏକ ବନ୍ଦ କୋଠରୀରୁ ମିଳିଛି। ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ମିଳିଥିବା ବେଳେ ଯୁବତୀଙ୍କ ମୃତଦେହ ଚଟାଣରେ ପଡିଥିଲା।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri