ସବ୍‌ସିଡି ଅର୍ଥ ନ ପାଇ ଚାଷୀ ହନ୍ତସନ୍ତ

ଉମରକୋଟ,୩୦।୬(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ବଙ୍ଗୀୟ ଗ୍ରାମ ବଡକୁମାରୀ ଅଞ୍ଚଳର ଚାଷୀଙ୍କୁ ଉଦ୍ୟାନ ବିଭାଗ ସବ୍‌ସିଡି ଅର୍ଥ ବର୍ଷେ ହେଲା ପୈଠ ନ କରିବାରୁ ଚାଷୀ ମହଲରେ ଅସନ୍ତୋଷ ଦେଖାଯାଇଛି। ଏ ନେଇ ଜିଲାପାଳ ଓ କୃଷି ସଚିବଙ୍କ ନିକଟରେ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ଅଭିଯୋଗ ହୋଇଛି।
ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ୨୦୨୨ ସେପ୍ଟେମ୍ବର ମାସରେ ଜାତୀୟ ଉଦ୍ୟାନ ମିଶନ ଅନ୍ତର୍ଗତ ଯୋଜନାରେ ବଡକୁମାରୀ ଗ୍ରାମର ପ୍ରାୟ ୨୩ ଜଣ ଚାଷୀ ହାଇବ୍ରିଡ୍‌ ବିହନ ବ୍ୟବହାର କରି ପନିପରିବା ଚାଷ କରିଥିଲେ। ଏହି ଯୋଜନାରେ ଚାଷୀଙ୍କୁ ପ୍ରତି ୧ ହେକ୍ଟର ଜମିରେ ପରିବା ଚାଷକଲେ ୧୬ ହଜାର ଟଙ୍କା ସବ୍‌ସିଡି ମିଳିଥାଏ। ଜାନୟାରୀରେ ଏହି ସବ୍‌ସିଡି ଅର୍ଥ ମିଳିଯିବା କଥା । ଉକ୍ତ ନିୟମ ଅନୁଯାୟୀ ଚାଷୀ ବିହନର ବିଲ୍‌, ଜିପିଏସ୍‌ ଫଟୋ ଓ ଅନ୍ୟାନ୍ୟ ଆନୁଷଙ୍ଗିକ କାଗଜପତ୍ର ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାଖଲ କରିସାରିଲେଣି। ଏହା ପରେ ବିଭାଗୀୟ ଅଧିକାରୀ ମଧ୍ୟ ଫିଲ୍ଡ ପରିଦର୍ଶନ କରିସାରିଲେଣି। କିନ୍ତୁ ୧୦ମାସ ହେଲାଣି ଚାଷୀ ସବ୍‌ସିଡି ଅର୍ଥ ମିଳି ନ ଥିବା ଅଭିଯୋଗ ହୋଇଛି । କିଛିଦିନ ତଳେ ଉମରକୋଟଠାରେ ହୋଇଥିବା ଅଭିଯୋଗ ଶୁଣାଣିରେ ଜିଲାପାଳଙ୍କୁ ଚାଷୀମାନେ ଭେଟି ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ସେହିଭଳି କିଛିଦିନ ତଳେ କୃଷି ସଚିବ ଅରବିନ୍ଦ ପାଢ଼ୀ ଉମରକୋଟ ଗସ୍ତରେ ଆସିଥିବାବେଳେ ଚାଷୀ ତାଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ପାଇ ନ ଥିବା ଅଭିଯୋଗ କରିଛନ୍ତି। ସେହିପରି ଗ୍ରୀନ୍‌ ହାଉସ ଯୋଜନାରେ ମଧ୍ୟ ୨୮ ଜଣ ଚାଷୀ ଏହି ଗ୍ରାମର ସବ୍‌ସିଡି ଅର୍ଥ ପାଇନାହାନ୍ତି। ୨୨୦୦ ଏସ୍‌ଫରେ ନିର୍ମିତ ଏହି ଘର ପାଇଁ ସରକାର ୩୬ ହଜାର ସବ୍‌ସିଡି ଦେଇଥାନ୍ତି। ଜାନୁୟାରୀରେ ଏହି ଚାଷୀମାନେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିସାରିଛନ୍ତି। ଏଥିପାଇଁ ଉଦ୍ୟାନ ବିଭାଗର ଉପ ନିର୍ଦ୍ଦେଶକ, ସହକାରୀ ଉଦ୍ୟାନ ଅଧିକାରୀ, ଯନ୍ତ୍ରୀମାନେ ମିଳିତ ଯାଞ୍ଚ କାର୍ଯ୍ୟ କରି ସାରିଥିଲେ ହେଁ ଆଜି ଯାଏଁ ସବ୍‌ସିଡି ଅର୍ଥ ମିଳିଲା ନ ଥିବା ଚାଷୀମାନେ କହିଛନ୍ତି। କୃଷି ବିଭାଗ ପକ୍ଷରୁ ସବ୍‌ସିଡି କଥା ଶୁଣି ଚାଷୀ ଟଙ୍କା ସୁଧରେ ଆଣି ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ। ଚାଷୀ ଧାର ଆଣିଥିବା ଟଙ୍କାର ସୁଧ ପୈଠ କରିକରି ନୟାନ୍ତ ହୋଇଥିଲେ ମଧ୍ୟ ଉଦ୍ୟାନ ବିଭାଗ ପକ୍ଷରୁ ସବ୍‌ସିଡି ଟଙ୍କା ପ୍ରଦାନ କରାଯାଉ ନ ଥିବା ଅସନ୍ତୋଷ ଦେଖାଦେଇଛି। ସେହିପରି ପିଆଜ ଘର ଯୋଜନାରେ ପ୍ରାୟ ୨୫ ଜଣ ଚାଷୀ ସବ୍‌ସିଡି ଅର୍ଥ ପାଇ ନ ଥିବା ଅଭିଯୋଗ ହେଇଛି। ଗୋଟାଏ ପିଆଜ ଘର ନିର୍ମାଣ ପାଇଁଁ ଚାଷୀ ୧ ଲକ୍ଷ ୬୦ ହଜାର ଟଙ୍କା ଖର୍ଚ୍ଚ କରନ୍ତି ଓ ସରକାର ୮୦ ହଜାର ଟଙ୍କା ସବ୍‌ସିଡି ଦେଇଥାନ୍ତି। କିନ୍ତୁ ପିଆଜ ଘର ନିର୍ମାଣ ହେବାର ୬ ମାସ ହେଲାଣି ଚାଷୀ ବର୍ତ୍ତମାନ ପର୍ଯ୍ୟନ୍ତ ସବ୍‌ସିଡି ଅର୍ଥ ପାଇ ନ ଥିବା କହିଛନ୍ତି। ନବରଙ୍ଗପୁର ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ ଚନ୍ଦ୍ର ମୋହନ ସାହୁଙ୍କୁ ଏ ସମ୍ପର୍କରେ ପଚାରିବାରୁ, ସବ୍‌ସିଡି ଅର୍ଥ ପ୍ରଦାନରେ ତାଙ୍କ ବିଭାଗ କୌଣସି ଅବହେଳା କରିନାହିଁ ବରଂ ପ୍ରତି ବର୍ଷ ଠିକ୍‌ ସମୟରେ ଅର୍ଥ ପୈଠ କରି ଆସୁଛି ବୋଲି କହିଥିଲେ । କିନ୍ତୁ ଚଳିତ ବର୍ଷ ଅର୍ଥ ଆସି ନ ଥିବାରୁ ପ୍ରଦାନରେ ବିଳମ୍ବ ହୋଇଛି, ଖୁବ୍‌ଶୀଘ୍ର ଅର୍ଥ ଆସିଯିବ ଓ ଏହି ଅର୍ଥ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଦ୍ୱାରା ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?