କିରାଣିଙ୍କୁ ମାଡ଼ମାରି ଚେୟାରରୁ ଠେଲିଦେଲେ ସିଡିପିଓ

ନବରଙ୍ଗପୁର,୨।୭(ସଦାଶିବ ପ୍ରହରାଜ)ନିଜ ଅଧୀନରେ କାମ କରୁଥିବା ଜଣେ ବରିଷ୍ଠ ମହିଳା କିରାଣି ସନ୍ତୋଷୀ କୁମାରୀ ମିଶ୍ରଙ୍କୁ ମାଡ଼ ମାରିବା ସହ ବସିଥିବା ଚୌକିରୁ ଠେଲିଦେଲେ ଡାବୁଗାଁ ସିଡିପିଓ ଗୀତାଞ୍ଜଳି ମହାରଣା। ମହିଳା କିରାଣିଙ୍କ ମୁଣ୍ଡ ଓ କହୁଣି କାନ୍ଥରେ ପିଟିହୋଇ ଆଘାତ ଲାଗିଛି। ଏହାର ଭିଡିଓ ଏବେ ଭାଇରାଲ ହେଉଛି। ଶନିବାର ମଧ୍ୟାହ୍ନ ପ୍ରାୟ ୧୨ଟାରୁ ୧ଟା ମଧ୍ୟରେ ନବରଙ୍ଗପୁର ଜିଲା ଡାବୁଗାଁ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଭିତରେ ଏହି ଘଟଣା ଘଟିଛି। ତେବେ ଖବର ଲେଖାଯିବା ବେଳକୁ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡ଼ିଛି।
ସୂଚନାନୁଯାୟୀ, କାର୍ଯ୍ୟାଳୟର ଜୁନିୟର କିରାଣିଙ୍କୁ ସନ୍ତୋଷୀ ପୂର୍ବ ମାସର ଦରମା କାହିଁକି ହୋଇନାହିଁ ବୋଲି ପ୍ରଶ୍ନ କରିଥିଲେ। ମିଳିତ ଅମଲା ସଂଘ ସମୂହ ଛୁଟିରେ ଥିବାରୁ ଦରମା ବିଳମ୍ବ ହୋଇଛି। ସେମାନଙ୍କ ଉକ୍ତ ଦରମା ହେବା ପରେ ଆପଣଙ୍କୁ ଦରମା ମିଳିବ ବୋଲି କନିଷ୍ଠ କିରାଣିମାନେ ସନ୍ତୋଷୀଙ୍କୁ କହିଥିଲେ। ନିୟମିତ କାର୍ଯ୍ୟାଳୟକୁ ଆସିବା ସତ୍ତ୍ୱେ କାହିଁକି ଦରମା ହୋଇନାହିଁ ବୋଲି ସନ୍ତୋଷୀ ପାଟି କରୁଥିବାବେଳେ ସିଡିପିଓ କ୍ଷେତ୍ର ପରିଦର୍ଶନକରି କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ସେ ସନ୍ତୋଷୀଙ୍କୁ ପାଟି ଚୁପ୍‌ କରିବା ପାଇଁ କହିବା ସହ କାର୍ଯ୍ୟାଳୟରୁ ବାହାରିଯିବାକୁ କହିଥିଲେ। ସନ୍ତୋଷୀ କିନ୍ତୁ ନିଜ ଚେୟାରରେ ବସି ରହିଥିଲେ। ସିଡିପିଓ ଉତ୍‌କ୍ଷିପ୍ତ ହୋଇ ହାତ ଉଠାଇବା ସହ ସନ୍ତୋଷୀଙ୍କୁ ଚେୟାରରୁ ଠେଲିଦେଇଥିବା ଭିଡିଓ ଭାଇରାଲ ହେଉଛି। ଏ ନେଇ ସନ୍ତୋଷୀଙ୍କୁ ପଚାରିବାରୁ ଦରମା ପାଇଁ କହୁଥିବାବେଳେ ସିଡିପିଓ ସିଧାସଳଖ ହାତ ଉଠାଇଲେ। ମୋ ନାମରେ ଏତଲା ଦେବେ ବୋଲି ଧମକ ଦେଇଥିବା ସନ୍ତୋଷୀ କହିଛନ୍ତି। ପୂର୍ବରୁ ଜିପିଏଫ୍‌ ଓ ଦରମା କରୁ ନ ଥିବାରୁ ସିଡିପିଓଙ୍କ ବିରୋଧରେ ଜିଲାପାଳଙ୍କୁ ଲିଖିତଭାବେ ଜଣାଇଥିଲେ ବୋଲି ସେ କହିଛନ୍ତି। ସିଡିପିଓଙ୍କୁ ବଦଳି କରିବାକୁ ସେ ଦାବି କରିଛନ୍ତି। ଏନେଇ ସିଡିପିଓ ଗୀତାଞ୍ଜଳି ମହାରଣାଙ୍କୁ ପଚାରିବାରୁ ସେ ମାଡ଼ ମରିଥିବା ଘଟଣାକୁ ଖଣ୍ଡନ କରିଛନ୍ତି। ସନ୍ତୋଷୀ ଦରମା କାହିଁକି ହେଉନାହିଁ ବୋଲି କନିଷ୍ଠ କିରାଣିଙ୍କ ସହ ପାଟିକରୁଥିଲେ। ପାଟି ନ କରି ଅଫିସରୁ ଚାଲିଯିବାକୁ ତାଙ୍କୁ କହିଥିଲି। ଛୁଟିରେ ଯାଇଥିବା କିରାଣିଙ୍କ ଦରମା ହେବା ପରେ ତାଙ୍କ ଦରମା କରାଯିବ ବୋଲି ସନ୍ତୋଷୀଙ୍କୁ କହିବା ପରେ ବି ସେ ପାଟି କରିଥିଲେ। ସନ୍ତୋଷୀ କିଛି କାମ କରୁ ନ ଥିବାରୁ ତାଙ୍କୁ କୌଣସି ଦାୟିତ୍ୱ ଦିଆଯାଇନାହିଁ। ଏ ନେଇ ଜିଲାପାଳଙ୍କୁ ୨ଥର ଅଭିଯୋଗ କରାଯାଇଛି ବୋଲି ସିଡିପିଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri