କିରାଣିଙ୍କୁ ମାଡ଼ମାରି ଚେୟାରରୁ ଠେଲିଦେଲେ ସିଡିପିଓ

ନବରଙ୍ଗପୁର,୨।୭(ସଦାଶିବ ପ୍ରହରାଜ)ନିଜ ଅଧୀନରେ କାମ କରୁଥିବା ଜଣେ ବରିଷ୍ଠ ମହିଳା କିରାଣି ସନ୍ତୋଷୀ କୁମାରୀ ମିଶ୍ରଙ୍କୁ ମାଡ଼ ମାରିବା ସହ ବସିଥିବା ଚୌକିରୁ ଠେଲିଦେଲେ ଡାବୁଗାଁ ସିଡିପିଓ ଗୀତାଞ୍ଜଳି ମହାରଣା। ମହିଳା କିରାଣିଙ୍କ ମୁଣ୍ଡ ଓ କହୁଣି କାନ୍ଥରେ ପିଟିହୋଇ ଆଘାତ ଲାଗିଛି। ଏହାର ଭିଡିଓ ଏବେ ଭାଇରାଲ ହେଉଛି। ଶନିବାର ମଧ୍ୟାହ୍ନ ପ୍ରାୟ ୧୨ଟାରୁ ୧ଟା ମଧ୍ୟରେ ନବରଙ୍ଗପୁର ଜିଲା ଡାବୁଗାଁ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଭିତରେ ଏହି ଘଟଣା ଘଟିଛି। ତେବେ ଖବର ଲେଖାଯିବା ବେଳକୁ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡ଼ିଛି।
ସୂଚନାନୁଯାୟୀ, କାର୍ଯ୍ୟାଳୟର ଜୁନିୟର କିରାଣିଙ୍କୁ ସନ୍ତୋଷୀ ପୂର୍ବ ମାସର ଦରମା କାହିଁକି ହୋଇନାହିଁ ବୋଲି ପ୍ରଶ୍ନ କରିଥିଲେ। ମିଳିତ ଅମଲା ସଂଘ ସମୂହ ଛୁଟିରେ ଥିବାରୁ ଦରମା ବିଳମ୍ବ ହୋଇଛି। ସେମାନଙ୍କ ଉକ୍ତ ଦରମା ହେବା ପରେ ଆପଣଙ୍କୁ ଦରମା ମିଳିବ ବୋଲି କନିଷ୍ଠ କିରାଣିମାନେ ସନ୍ତୋଷୀଙ୍କୁ କହିଥିଲେ। ନିୟମିତ କାର୍ଯ୍ୟାଳୟକୁ ଆସିବା ସତ୍ତ୍ୱେ କାହିଁକି ଦରମା ହୋଇନାହିଁ ବୋଲି ସନ୍ତୋଷୀ ପାଟି କରୁଥିବାବେଳେ ସିଡିପିଓ କ୍ଷେତ୍ର ପରିଦର୍ଶନକରି କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ସେ ସନ୍ତୋଷୀଙ୍କୁ ପାଟି ଚୁପ୍‌ କରିବା ପାଇଁ କହିବା ସହ କାର୍ଯ୍ୟାଳୟରୁ ବାହାରିଯିବାକୁ କହିଥିଲେ। ସନ୍ତୋଷୀ କିନ୍ତୁ ନିଜ ଚେୟାରରେ ବସି ରହିଥିଲେ। ସିଡିପିଓ ଉତ୍‌କ୍ଷିପ୍ତ ହୋଇ ହାତ ଉଠାଇବା ସହ ସନ୍ତୋଷୀଙ୍କୁ ଚେୟାରରୁ ଠେଲିଦେଇଥିବା ଭିଡିଓ ଭାଇରାଲ ହେଉଛି। ଏ ନେଇ ସନ୍ତୋଷୀଙ୍କୁ ପଚାରିବାରୁ ଦରମା ପାଇଁ କହୁଥିବାବେଳେ ସିଡିପିଓ ସିଧାସଳଖ ହାତ ଉଠାଇଲେ। ମୋ ନାମରେ ଏତଲା ଦେବେ ବୋଲି ଧମକ ଦେଇଥିବା ସନ୍ତୋଷୀ କହିଛନ୍ତି। ପୂର୍ବରୁ ଜିପିଏଫ୍‌ ଓ ଦରମା କରୁ ନ ଥିବାରୁ ସିଡିପିଓଙ୍କ ବିରୋଧରେ ଜିଲାପାଳଙ୍କୁ ଲିଖିତଭାବେ ଜଣାଇଥିଲେ ବୋଲି ସେ କହିଛନ୍ତି। ସିଡିପିଓଙ୍କୁ ବଦଳି କରିବାକୁ ସେ ଦାବି କରିଛନ୍ତି। ଏନେଇ ସିଡିପିଓ ଗୀତାଞ୍ଜଳି ମହାରଣାଙ୍କୁ ପଚାରିବାରୁ ସେ ମାଡ଼ ମରିଥିବା ଘଟଣାକୁ ଖଣ୍ଡନ କରିଛନ୍ତି। ସନ୍ତୋଷୀ ଦରମା କାହିଁକି ହେଉନାହିଁ ବୋଲି କନିଷ୍ଠ କିରାଣିଙ୍କ ସହ ପାଟିକରୁଥିଲେ। ପାଟି ନ କରି ଅଫିସରୁ ଚାଲିଯିବାକୁ ତାଙ୍କୁ କହିଥିଲି। ଛୁଟିରେ ଯାଇଥିବା କିରାଣିଙ୍କ ଦରମା ହେବା ପରେ ତାଙ୍କ ଦରମା କରାଯିବ ବୋଲି ସନ୍ତୋଷୀଙ୍କୁ କହିବା ପରେ ବି ସେ ପାଟି କରିଥିଲେ। ସନ୍ତୋଷୀ କିଛି କାମ କରୁ ନ ଥିବାରୁ ତାଙ୍କୁ କୌଣସି ଦାୟିତ୍ୱ ଦିଆଯାଇନାହିଁ। ଏ ନେଇ ଜିଲାପାଳଙ୍କୁ ୨ଥର ଅଭିଯୋଗ କରାଯାଇଛି ବୋଲି ସିଡିପିଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri