ହାଇ ଭୋଲ୍‌ଟେଜରୁ ପୋଡ଼ିଗଲା ଟିଭି, କୁଲର

ତେନ୍ତୁଳିଖୁଣ୍ଟି, ୧୭।୬(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମ୍ମା ପଞ୍ଚାୟତରେ ହଠାତ୍‌ ୪୪୦ ହାଇ ଭୋଲ୍‌ଟେଜ ଆସିଯିବାରୁ ଲୋକଙ୍କ ଟିଭି, କୁଲର, ଫ୍ରିଜ୍‌, ଘରର ସମସ୍ତ ବଲ୍‌ବ୍‌, କମ୍ପ୍ୟୁଟର, ମଟର, ଇନ୍‌ଭୋଟର ଓ ଇଣ୍ଡକ୍‌ଶନ ଚୁଲା ଆଦି ବିଭିନ୍ନ ସରଞ୍ଜାମ ପୋଡ଼ି ଯାଇଥିବା ଅଭିଯୋଗ ହୋଇଛି। ଏଥିରେ ପ୍ରାୟ ୫୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି।

ସମସ୍ତଙ୍କ ଘରେ ବଲ୍‌ବ, ଟିଭି, କୁଲର, ଫ୍ରିଜ, ଫ୍ୟାନ ଆଦି ଲାଗିଥିଲା। ଏହି ସମୟରେ ହାଇ ଭୋଲ୍‌ଟେଜ ଆସି ଯିବାରୁ ଶର୍ଟ ସର୍କିଟ ହୋଇ ପ୍ରୀତିଶ ଚନ୍ଦ୍ରଙ୍କ ଟିଭି, ସମସ୍ତ ବଲ୍‌ବ, ଫ୍ରିଜ୍‌, ବିଶ୍ବରଞ୍ଜନ ସାହୁଙ୍କ ୨ଟି ଟିଭି, ଇନ୍‌ଭୋଟର, ଫ୍ୟାନ ପୋଡିଯାଇଛି। ସେହିପରି ବିକାଶ ଚୌଧୁରୀଙ୍କ ଟିଭି, ଫ୍ୟାନ, ବଲ୍‌ବ, ଇଣ୍ଡକସନ ପୋଡି ଯାଇଥିବା ବେଳେ କାଳିଆ ତ୍ରିପାଠୀଙ୍କ ଟିଭି, ଫ୍ରିଜ, ବଲ୍‌ବ ଆଦି ପୋଡିଯାଇଥିବା ଅଭିଯୋଗ ହୋଇଛି।

ରାମକୃଷ୍ଣ ବିଷୋୟୀଙ୍କ ଟିଭି, ଫ୍ୟାନ ପୋଡି ଯାଇଥିବା ବେଳେ ରାଜେଶ ଗଣ୍ଡାଙ୍କ ଟିଭି, ରିସିଭର ଏବଂ ହିମାଂଶୁ ଶେଖର ବିଷୋୟୀଙ୍କ ଟିଭି, ଫ୍ରିଜ, ଫ୍ୟାନ ପୋଡ଼ିଯାଇଛି। ଟାଟା ପାଓ୍ବାର ବିନା ଟ୍ରେନିଂରେ ହେଲପର ପିଲାଙ୍କୁ ନିଯୁକ୍ତି ପ୍ରଦାନ କରି ମେଣ୍ଟେନାନ୍ସ ଦାୟିତ୍ୱ ଦେଉଥିବାରୁ ଏପରି ହୋଇଛି ବୋଲି ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ଗ୍ରାମବାସୀ ଟାଟା ପାୱାର ଗାଡିକୁ ଅଟକାଇ ରଖିଥିଲେ । ତେନ୍ତୁଳିଖୁଣ୍ଟି ଜେଇଙ୍କୁ ଅଭିଯୋଗପତ୍ର ପ୍ରଦାନ କରି ତୁରନ୍ତ ଏଥିପ୍ରତି ପଦକ୍ଷେପ ନେବାକୁ ସେମାନେ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri