ଉନ୍ନୟନ କାର୍ଯ୍ୟ ଠପ୍‌, ହୋଇପାରୁନି ବିଲ୍‌

ତେନ୍ତୁଳିଖୁଣ୍ଟି, ୧୮ା୬(ଚିଦାନନ୍ଦ ସାହୁ) ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ସଫଳ ରୂପାୟନ ନେଇ କର୍ମଚାରୀ ନିଯୁକ୍ତି କରାଯାଉଛି। କିନ୍ତୁ ଏବେ ଚାଲିଥିବା ଅମଲାଙ୍କ ଧର୍ମଘଟ ଓ କମ୍‌ ସଂଖ୍ୟକ କର୍ମଚାରୀ ଥିବାରୁ ଉନ୍ନୟନ କାର୍ଯ୍ୟ ଠପ୍‌ ହୋଇ ପଡ଼ିଛି। ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକର ୧୫ ପଞ୍ଚାୟତ ରହିଥିବା ବେଳେ ପଞ୍ଚାୟତ ନିବାହୀ ଅଧିକାରୀ ସଂଖ୍ୟା ୪। ଏତେ କମ୍‌ ସଂଖ୍ୟକ ଅଧିକାରୀଙ୍କୁ ନେଇ ଉନ୍ନୟନ କାମ ହୋଇପାରୁନାହିଁ। ଅମଲାମାନେ ଜୁନ୍‌ ପହିଲାରୁ ଧର୍ମଘଟରେ। ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଜଗମୋହନ ମାଝିଙ୍କୁ ୨ ବ୍ଲକ ଦାୟିତ୍ୱ ମିଳିଛି। ବ୍ଲକରେ ବିଏସ୍‌ଏସ୍‌ଓ ପଦବୀରେ ସ୍ଥାୟୀ ଅଧିକାରୀ ନାହାନ୍ତି। ଦାୟିତ୍ୱରେ ଜଣେ ଅମଲା ରହିଛନ୍ତି। ଅମଲାଙ୍କ ଧର୍ମଘଟ ପରେ ଉକ୍ତ ବିଭାଗ କାମ ମଧ୍ୟ ଠପ୍‌ ହୋଇ ପଡ଼ିଛି। ସ୍ବାସ୍ଥ୍ୟଗତ କାରଣରୁ ଜିପିଇଓ ମଣ୍ଟୁ ସ୍ବାଇଁ ଦୀର୍ଘଦିନ ଧରି ଛୁଟିରେ ଥିଲେ। ଫଳରେ ଅନେକ କାମ ଅଟକି ରହିଥିଲା।
ବିଡିଓ ମନୋଜ ପାଣିଗ୍ରାହୀ ଲୋକଙ୍କ ସମସ୍ୟା ବୁଝି ତାହାକୁ ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷ ବଜେଟ ପଞ୍ଚାୟତସ୍ତରରେ ଆସିଯାଇଛି। କିଛି ପଞ୍ଚାୟତ ଅନ୍‌ଲାଇନ ପ୍ରୋଜେକ୍ଟ ତିଆରି କରି ଦେଇଛନ୍ତି। ଜଣେ ପିଇଓ ଦୁଇ ଦୁଇଟି ପଞ୍ଚାୟତ ଦାୟିତ୍ୱରେ ଥିବା କାରଣରୁ ବଜେଟ ଆସି ୬ମାସ ବିତି ଯାଇଥିଲେ ସୁଦ୍ଧା ନିଜ ପଞ୍ଚାୟତ ପ୍ରୋଜେକ୍ଟ ଅନ୍‌ଲାଇନ କରିନାହାନ୍ତି। ବର୍ତ୍ତମାନ ଜିପିଇଓ ଛୁଟିରେ ଥିବା ଯୋଗୁ ପ୍ରୋଜେକ୍ଟ ଅନ୍‌ଲାଇନ ହୋଇପାରୁନି କି ଅନ୍‌ଲାଇନ ହୋଇଥିବା ପ୍ରୋଜେକ୍ଟ ରେଜିଷ୍ଟର ହୋଇପାରୁନାହିଁ। ଏହାଦ୍ବାରା ପଞ୍ଚାୟତସ୍ତରରେ ଗାଁ ଗୁଡିକର ସମସ୍ୟା ସମାଧାନ ହୋଇ ପାରୁନାହିଁ କି ନୂତନ ପ୍ରକଳ୍ପ ହାତକୁ ନେଇ ରୂପାୟନ ହୋଇପାରିନାହିଁ। ବିଶେଷଭାବେ ଡ୍ରେନେଜ ସମସ୍ୟା। ଡ୍ରେନ୍‌ ସଫା ହୋଇପାରୁନାହିଁ । ଆଗକୁ ବର୍ଷାିଋତୁ ଥିବାବେଳେ ନାଳନର୍ଦ୍ଦମାର ଦୂଷିତ ପାଣିରେ ମଶା, ମାଛି ବଢ଼ିଲେ ମ୍ୟାଲେରିଆ, ଡାଇରିଆ ଆଶଙ୍କା ରହିଛି। ପଞ୍ଚାୟତର ନଳକୂପ ମରାମତି ତଥା ବସୁଧା ଯୋଜନାରେ ପ୍ଲମ୍ବର କାମ କରୁଥିବା ଏସ୍‌ଇଏମ୍‌ କର୍ମଚାରୀଙ୍କୁ ୩ରୁ୪ ମାସ ଦରମା ମଧ୍ୟ ମିଳି ନ ଥିବା ଅଭିଯୋଗ ହେଉଛି। ନୂତନ ପ୍ରକଳ୍ପ ଯଥା ଡ୍ରେନ୍‌ ଓ ବିଦ୍ୟାଳୟ ମରାମତି ଓ ଅନ୍ୟ ଉନ୍ନୟନ କାର୍ଯ୍ୟ ବନ୍ଦ ହୋଇ ରହିଛି। ଅମଲାଙ୍କ ଆନ୍ଦୋଳନ ଯୋଗୁ ସବୁ ଠପ୍‌ ହୋଇଯାଇଛି। ଜିପିଇଓ ମଣ୍ଟୁ ସ୍ବାଇଁ ଶନିବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହା ପରେ ଉନ୍ନୟନ କାର୍ଯ୍ୟ ଠିକ୍‌ ହେବ ବୋଲି ବୁଦ୍ଧିଜୀବୀ ଆଶା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

ଗଣେଶ୍ୱରଙ୍କ ସମ୍ମୁଖରେ ଦୁଇ ମହିଳା ପ୍ରତିଦ୍ୱନ୍ଦ୍ୱୀ

କେନ୍ଦ୍ରାପଡ଼ା, ୨୯ା୪ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ରାଜନୀତି ଏକ ରୋଚକ ସ୍ଥିତିରେ ପହଞ୍ଚତ୍ଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ଘୋଷଣା...

ବଢୁଛି ଇଟାଭାଟି, ପ୍ରଶାସନର ରହୁନି ଅଙ୍କୁଶ

ପଟ୍ଟାମୁଣ୍ଡାଇ, ୨୯ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ବଢ଼ି ପ୍ରବଳ ଖରା ସାଙ୍ଗକୁ ଗରମ ଓ...

ଝୁଲାଇ ରଖିଲା ବିଜେଡି, ବିରୋଧୀଙ୍କ ପ୍ରଚାର ଜୋରଦାର

ଯାଜପୁର,୨୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଚୂଡାନ୍ତ ହୋଇଥିବାବେଳେ ବିଜେଡି ଏଯାଏ ଝୁଲାଇ ରଖିଛି। ତେଣୁ ଶାସକ ଦଳର...

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri