ଉନ୍ନୟନ କାର୍ଯ୍ୟ ଠପ୍‌, ହୋଇପାରୁନି ବିଲ୍‌

ତେନ୍ତୁଳିଖୁଣ୍ଟି, ୧୮ା୬(ଚିଦାନନ୍ଦ ସାହୁ) ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ସଫଳ ରୂପାୟନ ନେଇ କର୍ମଚାରୀ ନିଯୁକ୍ତି କରାଯାଉଛି। କିନ୍ତୁ ଏବେ ଚାଲିଥିବା ଅମଲାଙ୍କ ଧର୍ମଘଟ ଓ କମ୍‌ ସଂଖ୍ୟକ କର୍ମଚାରୀ ଥିବାରୁ ଉନ୍ନୟନ କାର୍ଯ୍ୟ ଠପ୍‌ ହୋଇ ପଡ଼ିଛି। ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକର ୧୫ ପଞ୍ଚାୟତ ରହିଥିବା ବେଳେ ପଞ୍ଚାୟତ ନିବାହୀ ଅଧିକାରୀ ସଂଖ୍ୟା ୪। ଏତେ କମ୍‌ ସଂଖ୍ୟକ ଅଧିକାରୀଙ୍କୁ ନେଇ ଉନ୍ନୟନ କାମ ହୋଇପାରୁନାହିଁ। ଅମଲାମାନେ ଜୁନ୍‌ ପହିଲାରୁ ଧର୍ମଘଟରେ। ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଜଗମୋହନ ମାଝିଙ୍କୁ ୨ ବ୍ଲକ ଦାୟିତ୍ୱ ମିଳିଛି। ବ୍ଲକରେ ବିଏସ୍‌ଏସ୍‌ଓ ପଦବୀରେ ସ୍ଥାୟୀ ଅଧିକାରୀ ନାହାନ୍ତି। ଦାୟିତ୍ୱରେ ଜଣେ ଅମଲା ରହିଛନ୍ତି। ଅମଲାଙ୍କ ଧର୍ମଘଟ ପରେ ଉକ୍ତ ବିଭାଗ କାମ ମଧ୍ୟ ଠପ୍‌ ହୋଇ ପଡ଼ିଛି। ସ୍ବାସ୍ଥ୍ୟଗତ କାରଣରୁ ଜିପିଇଓ ମଣ୍ଟୁ ସ୍ବାଇଁ ଦୀର୍ଘଦିନ ଧରି ଛୁଟିରେ ଥିଲେ। ଫଳରେ ଅନେକ କାମ ଅଟକି ରହିଥିଲା।
ବିଡିଓ ମନୋଜ ପାଣିଗ୍ରାହୀ ଲୋକଙ୍କ ସମସ୍ୟା ବୁଝି ତାହାକୁ ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷ ବଜେଟ ପଞ୍ଚାୟତସ୍ତରରେ ଆସିଯାଇଛି। କିଛି ପଞ୍ଚାୟତ ଅନ୍‌ଲାଇନ ପ୍ରୋଜେକ୍ଟ ତିଆରି କରି ଦେଇଛନ୍ତି। ଜଣେ ପିଇଓ ଦୁଇ ଦୁଇଟି ପଞ୍ଚାୟତ ଦାୟିତ୍ୱରେ ଥିବା କାରଣରୁ ବଜେଟ ଆସି ୬ମାସ ବିତି ଯାଇଥିଲେ ସୁଦ୍ଧା ନିଜ ପଞ୍ଚାୟତ ପ୍ରୋଜେକ୍ଟ ଅନ୍‌ଲାଇନ କରିନାହାନ୍ତି। ବର୍ତ୍ତମାନ ଜିପିଇଓ ଛୁଟିରେ ଥିବା ଯୋଗୁ ପ୍ରୋଜେକ୍ଟ ଅନ୍‌ଲାଇନ ହୋଇପାରୁନି କି ଅନ୍‌ଲାଇନ ହୋଇଥିବା ପ୍ରୋଜେକ୍ଟ ରେଜିଷ୍ଟର ହୋଇପାରୁନାହିଁ। ଏହାଦ୍ବାରା ପଞ୍ଚାୟତସ୍ତରରେ ଗାଁ ଗୁଡିକର ସମସ୍ୟା ସମାଧାନ ହୋଇ ପାରୁନାହିଁ କି ନୂତନ ପ୍ରକଳ୍ପ ହାତକୁ ନେଇ ରୂପାୟନ ହୋଇପାରିନାହିଁ। ବିଶେଷଭାବେ ଡ୍ରେନେଜ ସମସ୍ୟା। ଡ୍ରେନ୍‌ ସଫା ହୋଇପାରୁନାହିଁ । ଆଗକୁ ବର୍ଷାିଋତୁ ଥିବାବେଳେ ନାଳନର୍ଦ୍ଦମାର ଦୂଷିତ ପାଣିରେ ମଶା, ମାଛି ବଢ଼ିଲେ ମ୍ୟାଲେରିଆ, ଡାଇରିଆ ଆଶଙ୍କା ରହିଛି। ପଞ୍ଚାୟତର ନଳକୂପ ମରାମତି ତଥା ବସୁଧା ଯୋଜନାରେ ପ୍ଲମ୍ବର କାମ କରୁଥିବା ଏସ୍‌ଇଏମ୍‌ କର୍ମଚାରୀଙ୍କୁ ୩ରୁ୪ ମାସ ଦରମା ମଧ୍ୟ ମିଳି ନ ଥିବା ଅଭିଯୋଗ ହେଉଛି। ନୂତନ ପ୍ରକଳ୍ପ ଯଥା ଡ୍ରେନ୍‌ ଓ ବିଦ୍ୟାଳୟ ମରାମତି ଓ ଅନ୍ୟ ଉନ୍ନୟନ କାର୍ଯ୍ୟ ବନ୍ଦ ହୋଇ ରହିଛି। ଅମଲାଙ୍କ ଆନ୍ଦୋଳନ ଯୋଗୁ ସବୁ ଠପ୍‌ ହୋଇଯାଇଛି। ଜିପିଇଓ ମଣ୍ଟୁ ସ୍ବାଇଁ ଶନିବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହା ପରେ ଉନ୍ନୟନ କାର୍ଯ୍ୟ ଠିକ୍‌ ହେବ ବୋଲି ବୁଦ୍ଧିଜୀବୀ ଆଶା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CSKର ମୁଖ୍ୟ କୋଚ ହେବା ପରେ ଆସିଲା ଜାହିର ଖାନଙ୍କ ପ୍ରତିକ୍ରିୟା: କହିଲେ…

ନୂଆଦିଲ୍ଲୀ,୨୨।୯: ଚେନ୍ନାଇ ସୁପର କିଙ୍ଗ୍ସର ମୁଖ୍ୟ କୋଚ ଭାବରେ ନିଯୁକ୍ତ ହେବା ପରେ ଭାରତର ପୂର୍ବତନ ଦ୍ରୁତ ବୋଲର ଜାହିର ଖାନ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।…

ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କୁ ବଡ଼ ଝଟକା; ଆମେରିକୀୟ ସର୍ଭେରୁ ସାମ୍ନାକୁ ଆସିଲା ଚକିତ କଲାଭଳି ତଥ୍ୟ

ଓ୍ବାଶିଂଟନ,୨୨।୯: ଆମେରିକା-ଇରାନ ସଂଘର୍ଷ ଏବଂ ମଧ୍ୟ-ପୂର୍ବରେ ଜାରି ରହିଥିବା ଅସ୍ଥିରତା ମଧ୍ୟରେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଦେଶ ଭିତରେ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ପିଇଓଙ୍କ ବାସଭବନରେ ଭିଜିଲାନ୍ସର ତନାଘନା

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲା ଗାଇସିଲେଟ ବ୍ଲକ କାଟାବାହାଲ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ବାସଭବନରେ ଭିଜିଲାନ୍ସ…

Asian Games: ପ୍ରଥମ ସେଟ ଜିତିବା ପରେ କ୍ୱାର୍ଟର ଫାଇନାଲରେ ପ୍ରଶଂସକଙ୍କୁ ନିରାଶ କଲେ ପି.ଭି. ସିନ୍ଧୁ

କାକାମିଗାହାରା,୨୨।୯: ୨୦୨୬ ଏସୀୟ କ୍ରୀଡ଼ାର ମହିଳା ବ୍ୟାଡମିଣ୍ଟନ ଦଳଗତ କ୍ୱାର୍ଟର ଫାଇନାଲରେ, ଭାରତୀୟ ଦଳ ଜାପାନ ବିପକ୍ଷ ପ୍ରାରମ୍ଭିକ ମ୍ୟାଚରେ ପରାଜିତ ହୋଇଛି। ୟାମାଗୁଚିଙ୍କ ବିପକ୍ଷ ମୁକାବିଲାରେ…

ହସ୍ପିଟାଲରେ ନିଆଁ, ଜଣେ ଶିଶୁ ମୃତ, ୨୮ ଉଦ୍ଧାର

ଆଦିଲାବାଦ,୨୨।୯: ତେଲଙ୍ଗାନାର ଆଦିଲାବାଦ ସ୍ଥିତ ରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ (RIMS) ହସ୍ପିଟାଲର ଶିଶୁ ବିଭାଗରେ ନିଆଁ ଲାଗିବା ଫଳରେ ଏକ ନବଜାତ ଶିଶୁର…

ଗଣମାଧ୍ୟମ ସହ ବିବାଦ ମଧ୍ୟରେ ବଡ଼ ପଦକ୍ଷେପ ନେଲେ ଟ୍ରମ୍ପ, ଲଞ୍ଚ କଲେ ନିଜର TV ଚ୍ୟାନେଲ

ଓ୍ବାଶିଂଟନ,୨୨।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଜଡ଼ିତ ‘ଟ୍ରମ୍ପ ଟିଭି’ (Trump TV) ବର୍ତ୍ତମାନ ଲାଇଭ ଷ୍ଟ୍ରିମିଂ ସୁବିଧା ଯୋଗାଇବ। ଏହି ପ୍ଲାଟଫର୍ମ ସପ୍ତାହର ସାତୋଟି…

୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପଛରୁ ପିଟିଲା DJ ଗାଡ଼ି

ଜମନକିରା,୨୨।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ୫୩ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଠିଆ ହୋଇଥିବା…

UPI Charges: ୟୁପିଆଇକୁ ନେଇ ବଡ଼ କଥା କହିଲେ ଅର୍ଥମନ୍ତ୍ରୀ ସୀତାରାମଣ

ନୂଆଦିଲ୍ଲୀ,୨୨।୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ UPI ପାଇଁ ଲାଗୁ ହେବାକୁ ଥିବା ନୂତନ ‘ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ସମ୍ବନ୍ଧୀୟ ସ୍ଥିତିକୁ ସ୍ପଷ୍ଟ କରିଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?