ମକା ବିହନରୁ ବାହାରିଲାନି ଗଜା, ଚିନ୍ତାରେ ଚାଷୀ

ଉମରକୋଟ,୩।୭(ସନ୍ତୋଷ ଶତପଥି): ଏକ ନାମୀଦାମୀ ମକା କମ୍ପାନୀର ବିହନ ଲଗାଇ ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଅଞ୍ଚଳର ଶତାଧିକ ଚାଷୀ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ମୌସୁମୀର ଆଗମନ ଖବର ଶୁଣିବା ମାତ୍ରେ ଉମରକୋଟ ବ୍ଲକ ଅନ୍ତର୍ଗତ ତୋହରା, କୁର୍ସୀ, ମାଲପାରା, ଭାଲୁଡଙ୍ଗରି ତଥା ଉମରକୋଟ ଏବଂ ଝରିଗାଁ ଅଞ୍ଚଳର ମକା ଚାଷୀମାନେ ଅନ୍ତରାଷ୍ଟ୍ରୀୟ ଆଡଭାଣ୍ଟା କମ୍ପାନୀର ମକା ବିହନ ଲଗାଇଥିଲେ। ବିହନ ଲଗାଇବାର ୪ ଦିନ ପରେ ଗଜା ଉଠିଯିବା କଥା, ହେଲେ ୮ ଦିନ ପରେ ବି ଗଜା ନ ବାହାରିବାରୁ ଚାଷୀମାନେ ଯେଉଁ ବ୍ୟବସାୟୀଙ୍କଠାରୁ ବିହନ କିଣି ଆଣିଥିଲେ ତାଙ୍କ ନିକଟରେ ଅଭିଯୋଗ କରିଥିଲେ। ବ୍ୟବସାୟୀମାନେ ମଧ୍ୟ ତୁରନ୍ତ କମ୍ପାନୀର ଅଧିକାରୀଙ୍କୁ ଜଣାଇଥିଲେ। ଖବରପାଇ ହାଇଦ୍ରାବାଦର ଏହି କମ୍ପାନୀ ପ୍ରାୟ ୧୦ ଜଣ ଅଧିକାରୀଙ୍କୁ ଉମରକୋଟ ପଠାଇ ସର୍ଭେ କାମ ଜାରି ରଖିଛି । ଏହି ଅଞ୍ଚଳର ବହୁ ଚାଷୀଙ୍କର ମୁଖ୍ୟ ଚାଷ ମକା ହୋଇଥିବାରୁ ଏବେ ବିହନରୁ ଗଜା ନ ହେବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। କମ୍ପାନୀର କର୍ମଚାରୀମାନେ କ୍ଷତିଗ୍ରସ୍ତ ଚାଷୀଙ୍କ ମୋବାଇଲ ନମ୍ବର ନେଇ ୨ ଦିନ ଭିତରେ ବିହନ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ହେଁ ବର୍ତ୍ତମାନ ପର୍ଯ୍ୟନ୍ତ ଚାଷୀ ବିହନ ପାଇ ନ ଥିବା ଅଭିଯୋଗ ହୋଇଛି। ଅପରପକ୍ଷେ ଚାଷୀ ବିହନ ନ ପାଇବାରୁ ଅନ୍ୟ କମ୍ପାନୀର ବିହନ କିଣି ଲଗାଇବା ଆରମ୍ଭ କରିଦେଇଛନ୍ତି। ଅପର ପକ୍ଷରେ
ତେବେ ଆଡଭାଣ୍ଟା ବିହନ କମ୍ପାନୀର ଏଜେଣ୍ଟ ଓ ସେଲ୍ସ ମ୍ୟାନେଜର ବିଭିନ୍ନ ଗ୍ରାମକୁ ଯାଇ ଚାଷୀଙ୍କ ସମସ୍ୟା ବୁଝି ତାଙ୍କୁ ବିହନ ଟଙ୍କା ଫେରସ୍ତ କରିଥିବା ଉମରକୋଟଠାରେ ଥିବା ଉକ୍ତ କମ୍ପାନୀର ଡିଷ୍ଟ୍ରିବ୍ୟୁଟର ଓ ରିଟେଲର ସୂଚନା ଦେଇଛନ୍ତି । ଏଥିସହ କ୍ଷତିଗ୍ରସ୍ତ ଚାଷୀ ବିହନ ପ୍ୟାକେଟ ଦେଖାଇବା ମାତ୍ରେ ନୁଆ ବିହନ ପ୍ୟାକେଟ ଦେବା ପାଇଁ ସମସ୍ତ ଖୁଚୁରା ବିକ୍ରେତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ କ୍ଷତିପୂରଣ ପ୍ରଦାନ ପାଇଁ ଚାଷୀ ଦାବି କରିଛନ୍ତି। ଏ ସମ୍ପର୍କରେ ସହକାରୀ କୃଷି ଅଧିକାରୀ ନୀଳକଣ୍ଠ ପରିଡାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଚାଷୀ ଲିଖିତ ଆକାରରେ ଅଭିଯୋଗ କରିନାହାଁନ୍ତି । ଚାଷୀ ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?