ମକା ବିହନରୁ ବାହାରିଲାନି ଗଜା, ଚିନ୍ତାରେ ଚାଷୀ

ଉମରକୋଟ,୩।୭(ସନ୍ତୋଷ ଶତପଥି): ଏକ ନାମୀଦାମୀ ମକା କମ୍ପାନୀର ବିହନ ଲଗାଇ ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଅଞ୍ଚଳର ଶତାଧିକ ଚାଷୀ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ମୌସୁମୀର ଆଗମନ ଖବର ଶୁଣିବା ମାତ୍ରେ ଉମରକୋଟ ବ୍ଲକ ଅନ୍ତର୍ଗତ ତୋହରା, କୁର୍ସୀ, ମାଲପାରା, ଭାଲୁଡଙ୍ଗରି ତଥା ଉମରକୋଟ ଏବଂ ଝରିଗାଁ ଅଞ୍ଚଳର ମକା ଚାଷୀମାନେ ଅନ୍ତରାଷ୍ଟ୍ରୀୟ ଆଡଭାଣ୍ଟା କମ୍ପାନୀର ମକା ବିହନ ଲଗାଇଥିଲେ। ବିହନ ଲଗାଇବାର ୪ ଦିନ ପରେ ଗଜା ଉଠିଯିବା କଥା, ହେଲେ ୮ ଦିନ ପରେ ବି ଗଜା ନ ବାହାରିବାରୁ ଚାଷୀମାନେ ଯେଉଁ ବ୍ୟବସାୟୀଙ୍କଠାରୁ ବିହନ କିଣି ଆଣିଥିଲେ ତାଙ୍କ ନିକଟରେ ଅଭିଯୋଗ କରିଥିଲେ। ବ୍ୟବସାୟୀମାନେ ମଧ୍ୟ ତୁରନ୍ତ କମ୍ପାନୀର ଅଧିକାରୀଙ୍କୁ ଜଣାଇଥିଲେ। ଖବରପାଇ ହାଇଦ୍ରାବାଦର ଏହି କମ୍ପାନୀ ପ୍ରାୟ ୧୦ ଜଣ ଅଧିକାରୀଙ୍କୁ ଉମରକୋଟ ପଠାଇ ସର୍ଭେ କାମ ଜାରି ରଖିଛି । ଏହି ଅଞ୍ଚଳର ବହୁ ଚାଷୀଙ୍କର ମୁଖ୍ୟ ଚାଷ ମକା ହୋଇଥିବାରୁ ଏବେ ବିହନରୁ ଗଜା ନ ହେବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। କମ୍ପାନୀର କର୍ମଚାରୀମାନେ କ୍ଷତିଗ୍ରସ୍ତ ଚାଷୀଙ୍କ ମୋବାଇଲ ନମ୍ବର ନେଇ ୨ ଦିନ ଭିତରେ ବିହନ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ହେଁ ବର୍ତ୍ତମାନ ପର୍ଯ୍ୟନ୍ତ ଚାଷୀ ବିହନ ପାଇ ନ ଥିବା ଅଭିଯୋଗ ହୋଇଛି। ଅପରପକ୍ଷେ ଚାଷୀ ବିହନ ନ ପାଇବାରୁ ଅନ୍ୟ କମ୍ପାନୀର ବିହନ କିଣି ଲଗାଇବା ଆରମ୍ଭ କରିଦେଇଛନ୍ତି। ଅପର ପକ୍ଷରେ
ତେବେ ଆଡଭାଣ୍ଟା ବିହନ କମ୍ପାନୀର ଏଜେଣ୍ଟ ଓ ସେଲ୍ସ ମ୍ୟାନେଜର ବିଭିନ୍ନ ଗ୍ରାମକୁ ଯାଇ ଚାଷୀଙ୍କ ସମସ୍ୟା ବୁଝି ତାଙ୍କୁ ବିହନ ଟଙ୍କା ଫେରସ୍ତ କରିଥିବା ଉମରକୋଟଠାରେ ଥିବା ଉକ୍ତ କମ୍ପାନୀର ଡିଷ୍ଟ୍ରିବ୍ୟୁଟର ଓ ରିଟେଲର ସୂଚନା ଦେଇଛନ୍ତି । ଏଥିସହ କ୍ଷତିଗ୍ରସ୍ତ ଚାଷୀ ବିହନ ପ୍ୟାକେଟ ଦେଖାଇବା ମାତ୍ରେ ନୁଆ ବିହନ ପ୍ୟାକେଟ ଦେବା ପାଇଁ ସମସ୍ତ ଖୁଚୁରା ବିକ୍ରେତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ କ୍ଷତିପୂରଣ ପ୍ରଦାନ ପାଇଁ ଚାଷୀ ଦାବି କରିଛନ୍ତି। ଏ ସମ୍ପର୍କରେ ସହକାରୀ କୃଷି ଅଧିକାରୀ ନୀଳକଣ୍ଠ ପରିଡାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଚାଷୀ ଲିଖିତ ଆକାରରେ ଅଭିଯୋଗ କରିନାହାଁନ୍ତି । ଚାଷୀ ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri