ମୟୂରଭଞ୍ଜ

ଅବ୍ୟବସ୍ଥା ପ୍ରତିବାଦରେ ଆଦିବାସୀ ବିଦ୍ୟାଳୟ ଘେରାଉ

ବାରିପଦା ଅଫିସ,୮।୮- ମୟୂରଭଞ୍ଜ ଜିଲାରେ ଥିବା ଆଦିବାସୀ ଓ ହରିଜନ ଛାତ୍ରୀଛାତ୍ରମାନଙ୍କ ଶିକ୍ଷା ଉଦ୍ଦେଶ୍ୟରେ ଆସୁଥିବା ଅନୁଦାନକୁ ଆତ୍ମସାତ କରାଯାଉଛି। ଏଭଳି ଅଭିଯୋଗ ଆଣି ମୟୂରଭଞ୍ଜ ରିଭୋଲ୍ୟୁସନାରୀ ୟୁଥ ଆଣ୍ଡ ଷ୍ଟୁଡେଣ୍ଟ ଆସୋସିଏସନ (ମାରିସା) ପକ୍ଷରୁ ବୁଧବାର ବାରିପଦା ସମନ୍ବିତ ଆଦିବାସୀ…

ଆଉ ଆଶ୍ରୟସ୍ଥଳ ହେବନି ଜିଲାପାଳଙ୍କ କାର୍ଯ୍ୟାଳୟ ବାରଣ୍ଡା:ନିର୍ମାଣ ହେବ ରେଷ୍ଟଶେଡ୍‌

ବାରିପଦା ଅଫିସ,୮।୮- ଆଦିବାସୀ ଅଧ୍ୟୁଷିତ ତଥା ବଣପାହାଡ଼ ଘେରା ମୟୂରଭଞ୍ଜ ଜିଲାର ଅପହଞ୍ଚ ଇଲାକାରୁ ପ୍ରତିଦିନ ଜିଲାପାଳଙ୍କ ନିକଟକୁ ଗୁହାରି କରିବା ପାଇଁ ଲୋକେ ଆସିଥାନ୍ତି। ମାତ୍ର ଏଠାରେ ଖରା କିମ୍ବା ବର୍ଷାରେ ମୁଣ୍ଡ ଗୁଞ୍ଜିବାକୁ ଲୋକେ ଜାଗା ପାଇ ନ…

ହାତୀ ଆକ୍ରମଣରେ ବୃଦ୍ଧଙ୍କ ଜୀବନଗଲା

ଠାକୁରମୁଣ୍ଡା,୭ା୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଯଶିପୁର ବ୍ଲକ ଅନ୍ତର୍ଗତ ଧୁଧିଆଣି ରେଞ୍ଜ ରୁଗୁଡି ଗ୍ରାମପଞ୍ଚାୟତ ଖଣ୍ଡବନ୍ଧ ଗ୍ରାମର ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।…

ନିଆଁ ଲଗାଇ ସ୍ତ୍ରୀକୁ ହତ୍ୟା, ସ୍ବାମୀ ଗିରଫ

ଖୁଣ୍ଟା,୭ା୮(ଡି.ଏନ.ଏ)- ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ନିଆଁ ଲଗାଇ ହତ୍ୟା କରିଥିବା ବୁଧବାର ଥାନାରେ ଅଭିଯୋଗ ହୋଇଛି। ଏଥିନେଇ ପୋଲିସ ଏକ ହତ୍ୟା ମାମଲା (ନଂ.୮୭/୧୯) ରୁଜୁ କରି ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି।…

ବର୍ଷା ଅଭାବରୁ ୮୦ ଭାଗ ଜମି ପଡ଼ିିଆ

ରାସଗୋବିନ୍ଦପୁର,୭ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକର ଅଧିକାଂଶ ଲୋକ ଧାନଚାଷ ଉପରେ ନିର୍ଭର କରନ୍ତି। ଏହି ବ୍ଲକ ମଧ୍ୟରେ ସୁବର୍ଣ୍ଣରେଖା, ଜମ୍ଭୀରା ଓ ସାନନଦୀ ପ୍ରବାହିତ ହେଉଛି। ମାତ୍ର ବିଶେଷ ଜଳସେଚନ ବ୍ୟବସ୍ଥା ନ ଥିବାରୁ ଅଞ୍ଚଳର ଚାଷୀମାନେ ଖରିଫ ଧାନଚାଷ…

ଖୋଲିଲା ସବୁ ଦିନିଆ ଅଭିଯୋଗ ପ୍ରକୋଷ୍ଠ

ବାରିପଦା ଅଫିସ,୭।୮- ଆୟତନ ଦୃଷ୍ଟିରୁ ମୟୂରଭଞ୍ଜ ରାଜ୍ୟର ସର୍ବ ବୃହତ ଜିଲା। ଏହି ଜିଲାରେ ୨୬ଟି ବ୍ଲକ, ୨ଟି ମ୍ୟୁନିସିପାଲିଟି ଓ ୨ଟି ଏନଏସି ରହିଛି। ଆଦିବାସୀ ଅଧ୍ୟୁଷିତ ଜିଲା ହୋଇଥିବାରୁ ବିକାଶର ଚିହ୍ନ ଗ୍ରାମାଞ୍ଚଳରେ ପହଞ୍ଚି ପାରୁ ନ ଥିବା…

ଲୋକଙ୍କୁ ସେବା ଯୋଗାଇ ଆସ୍ଥା ଭାଜନ ହୁଅ- ରାଜସ୍ବ ମନ୍ତ୍ରୀ

ବାରିପଦା ଅଫିସ,୬।୮- ମୟୂରଭଞ୍ଜ ଜିଲାର ବାରିପଦା ତହସିଲକୁ ରାଜ୍ୟର ଏକ ଆଦର୍ଶ ତହସିଲରେ ପରିଣତ କରାଯିବ। ଏଥିଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି ମତବ୍ୟକ୍ତ କରିଛନ୍ତି। ସୋମବାର ସକାଳ ପ୍ରାୟ…

ହାତୀ ଉଜାଡିଲେ ଧାନ ଫସଲ

ଠାକୁରମୁଣ୍ଡା,୬ା୮(ଡି.ଏନ୍‌.ଏ.)-ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଚମ୍ପାଝର ବିଟ ଜରକ ପଞ୍ଚାୟତ ଘଣ୍ଟିଆଦର ଓ ଖୁଦଶୀଳା ଗ୍ରାମରେ କିଛିଦିନ ହେଲା ହାତୀ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ହାତୀ ପଲ ଗ୍ରାମ ନିକଟ ଜଙ୍ଗଲ ଛାଡ଼ି ଯାଉ ନ ଥିବାରୁ ଚାଷୀମାନେ ଚିନ୍ତାରେ…

ଉତ୍ତର ଓଡ଼ିଶା ଯୁବ ଓ ଛାତ୍ର ସଂଗଠନର ବିକ୍ଷୋଭ

ବାରିପଦା ଅଫିସ,୬।୮- ଉତ୍ତର ଓଡ଼ିଶା ଯୁବ ଓ ଛାତ୍ର ସଂଘ ପକ୍ଷରୁ ସୋମବାର ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଡ.ତରୁଣ କୁମାର ମୁଦୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଝରଣାସାହି ଚୋରି ଘଟଣାରେ ୪ ଗିରଫ

ଉଦଳା,୫ା୮(ଡି.ଏନ୍‌.ଏ.)-ଉଦଳା ଥାନା ଅଧୀନ ଝରଣାସାହି ଗ୍ରାମ ଚୋରି ଘଟଣାର ୩ ସପ୍ତାହ ପରେ ପୋଲିସ୍‌ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନଙ୍କଠାରୁ ଦୁଇଟି ମୋବାଇଲ୍‌ , କୁରାଢୀ, ଗୋଟିଏ ବାଇକ ଓ କେତେକ ଚୋରି ଜିନିଷ ଜବତ ହୋଇଛି…

ଖୁଣ୍ଟା ବ୍ଲକରେ ବର୍ଷାଭାବ : ଚାଷ କାମ ବିଳମ୍ବ, ଚିନ୍ତାରେ ଚାଷୀ

ଖୁଣ୍ଟା ,୫ା୮(ଡି.ଏନ୍‌.ଏ.): କେବଳ ବର୍ଷା ପାଣି ଉପରେ ନିର୍ଭର କରି ଖରିଫ ଋତୁରେ ଧାନ ଚାଷ କରି ଆସୁଥିବା ଖୁଣ୍ଟା ବ୍ଲକର ଚାଷୀ ଏବେ ଚିନ୍ତାରେ ପଡ଼ିଛନ୍ତି। ଶ୍ରାବଣ ମାସର ଗୋଟିଏ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ବର୍ଷାର…

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଏକାଡେମିକ କାଉନସିଲ ବୈଠକ

ବାରିପଦା ଅଫିସ,୫ା୮: ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଏକାଡେମିକ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ଡ.ପ୍ରଦୀପ କୁମାର ଚାନ୍ଦ ଏଥିରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ମୁଖ୍ୟତଃ ପି.ଜି. ପାଇଁ ନୂତନ ପାଠ୍ୟକ୍ରମ ପ୍ରସ୍ତୁତି, ପି.ଜି. ବୋର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?