ନୋଡାଲ ହାଇସ୍କୁଲରେ ଅବ୍ୟବସ୍ଥା

ବଡ଼ସାହି,୧୨ା୮(ସ୍ବ.ପ୍ର)-ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ମାଣତ୍ରୀସ୍ଥିତ ବୈଦନାଥ ନୋଡ଼ାଲ ହାଇସ୍କୁଲରେ ଶିକ୍ଷକ ଓ କର୍ମଚାରୀ ପଦବୀ ଖାଲି ଥିବାରୁ ଶିକ୍ଷାଦାନରେ ବାଧା ସୃଷ୍ଟି ହେଉଛି। ଏହି ସମସ୍ୟା ସମାଧାନ ପାଇଁ ପରିଚାଳନା କମିଟିର ଏକ ପ୍ରତିନିଧି ଦଳ ସପ୍ତାହକ ପୂର୍ବେ ଜିଲା ଶିକ୍ଷାଧିକାରୀଙ୍କୁ ଭେଟି ଲିଖିତ ଭାବେ ଜଣାଇଥିବା ବେଳେ ଜିଲାପାଳଙ୍କୁ ଜନଶୁଣାଣି ଶିବିରରେ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରିଛନ୍ତି। ଅଭିଯୋଗପତ୍ରର ନକଲ ଗଣଶିକ୍ଷା ମନ୍ତ୍ରୀ, ସଚିବ, ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି, ବଡ଼ସାହି ବିଧାୟକ ସନାତନ ବିଜୁଳି ଓ ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀଙ୍କ ଅବଗତି ନିମନ୍ତେ ମଧ୍ୟ ପ୍ରଦାନ କରିଛନ୍ତି ା
ଶିକ୍ଷାବିଭାଗର ନିଷ୍ପତ୍ତିି ଅନୁଯାୟୀ ଏହି ହାଇସ୍କୁଲ ସହିତ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍କୁଲର ମିଶ୍ରଣ ପରେ ନୋଡ଼ାଲ ହାଇସ୍କୁଲର ମାନ୍ୟତା ମିଳିଛି ା ଏହି ବିଦ୍ୟାଳୟରେ ଚଳିତ ବର୍ଷ ୧ମରୁ ୧୦ଶ୍ରେଣୀ ପର୍ଯ୍ୟନ୍ତ ୩୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପାଠ ପଢ଼ୁଛନ୍ତି। ୧୨ବର୍ଷ ହେଲା ସ୍କୁଲରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ଜଣେ ବିଜ୍ଞାନ ଶିକ୍ଷକ (ପିସିଏମ୍‌) ଦାୟିତ୍ୱରେ ରହିଛନ୍ତି ା ମାସର ବିଭିନ୍ନ ଦିନରେ ଅଫିସ କାର୍ଯ୍ୟ ପାଇଁ ସେ ବ୍ୟସ୍ତ ରହୁଥିବାରୁ ପିଲାଙ୍କୁ ଠିକ୍‌ ଭାବେ ପାଠ ପଢ଼ାଇପାରୁ ନାହାନ୍ତି। ସେହିପରି ୭ବର୍ଷ ହେଲା ଜଣେ କଳା ଟିଜିଟି ଶିକ୍ଷକ ପଦବୀ ଖାଲି ଥିବାରୁ ସ୍କୁଲର ଖେଳ ଶିକ୍ଷୟିତ୍ରୀ ସାମାଜିକ ବିଜ୍ଞାନର ଉଭୟ ଇତିହାସ ଓ ଭୂଗୋଳ ବିଷୟ ପଢ଼ାଉଛନ୍ତି। ଭାଷା ସାହିତ୍ୟ ବିଷୟ ସ୍କୁଲର ସଂସ୍କୃତ ଓ ହିନ୍ଦୀ ଶିକ୍ଷକ ପାଳି କରି ପଢ଼ାଉଛନ୍ତି । ଅନ୍ୟପକ୍ଷେ ହିନ୍ଦୀ ଶିକ୍ଷକଙ୍କୁ ସପ୍ତାହରେ ୩ଦିନ ପାଇଁ ନିକଟସ୍ଥ ବି.ସି ହାଇସ୍କୁଲକୁ ଡ଼େପୁଟେସନ ଦାୟିତ୍ୱ ମିଳିଥିବାରୁ ଛୁଟି ଦିନକୁ ବାଦ୍‌ ଦେଲେ ବାକି ଦିନମାନଙ୍କରେ ନିଜ ବିଷୟ ପଢ଼ାଇ ଅତିରିକ୍ତ କ୍ଲାସ ନେବା ତାଙ୍କ ପକ୍ଷରେ ଅସମ୍ଭବ ହେଉଛି ା ସେହିପରି ସ୍କୁଲରେ ୨ଟି ପିଅନ ପଦବୀ ଖାଲି ଥିବା ବେଳେ ସ୍ବାସ୍ଥ୍ୟଗତ କାରଣରୁ କିରାଣୀ ଜଣଙ୍କ ଛୁଟିରେ ରହିଛନ୍ତି ା ସ୍କୁଲ କମ୍ପ୍ୟୁଟର ସଂଯୋଜିକାଙ୍କର ଚାକିରି ଅବଧି ପୂରଣ ପରେ ଛଟେଇ ହେବାରୁ କମ୍ପ୍ୟୁଟର ପାଢ଼ପଢ଼ା ଓ ସ୍କୁଲର ଇ-କାର୍ଯ୍ୟକ୍ରମ ବ୍ୟାହତ ହୋଇପଡ଼ିଛି। ଯାହା ଫଳରେ ଏମାନଙ୍କ ଦ୍ୱାରା ସମ୍ପାଦିତ କାର୍ଯ୍ୟ ସ୍କୁଲର ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଅତିରିକ୍ତ ଦାୟିତ୍ୱ ନେବାକୁ ପଡୁଛି। ଏଥିନେଇ ପିଲାମାନଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଏ ସମ୍ପର୍କରେ ସ୍କୁଲ ପରିଚାଳନା କମିଟିର ସଭାପତି ରଣଜିତ କୁମାର ପଣ୍ଡା କୁହନ୍ତି, ବଡ଼ସାହି ବ୍ଲକ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଭୁଶୁୁଡି ପଡିଥିବା ବେଳେ ଅଭିଭାବକ ସରକାରୀ ସ୍କୁଲରେ ପିଲାମାନଙ୍କୁ ପାଠପଢାଇବାକୁ ଆଉ ଉଚିତ ମଣୁନାହାନ୍ତି ା ଆମ ସ୍କୁଲର ଅଭିଭାବକ ଓ ପରିଚାଳନା କମିଟିର ମିଳିତ ବୈଠକରେ ସମସ୍ୟା ସମ୍ପର୍କିତ ଅଭିଯୋଗପତ୍ର ପ୍ରଦାନ ପାଇଁ ସର୍ବ ସମ୍ମତି ନିଷ୍ପତ୍ତି ହୋଇଥିଲା। ସେଥିପାଇଁ ଉପରୋକ୍ତ ପଦକ୍ଷେପ ଗ୍ରହଣ କରିଛୁ ା ଯଥାଶୀଘ୍ର ଖାଲି ପଡ଼ିଥିତ୍ବା ପଦବୀ ପୂରଣ ପାଇଁ କର୍ତ୍ତୃୃର୍ପକ୍ଷ ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି। ସେହିପରି ଅଭିଭାବକ ଅଶ୍ୱିନୀ ସିଂ କୁହନ୍ତି, ଶିକ୍ଷକ ଅଭାବ ପାଇଁ ପିଲାଙ୍କୁ ଉଚିତ ଶିକ୍ଷା ଦିଆଯାଇ ପାରୁନାହିଁ ା ସରକାର ଶିକ୍ଷାର ବିକାଶ ପାଇଁ ପର୍ଯ୍ୟାପ୍ତ ଯୋଜନା କାର୍ଯ୍ୟକାରୀ କରୁଥିଲେ ମଧ୍ୟ ବାସ୍ତବତା ଆମ ସ୍କୁଲକୁ ଆସି ଦେଖିଯାଆନ୍ତୁ ବୋଲି କହିଛନ୍ତି। ନୋଡାଲ ସ୍କୁଲ ଘୋଷଣା ସତ୍ତ୍ୱେ ଆବଶ୍ୟକ ଶିକ୍ଷକ ଓ କର୍ମଚାରୀ ପଦବୀ ପୂରଣ ହୋଇ ନ ଥିବାରୁ ସ୍କୁଲରେ ଅବ୍ୟବସ୍ଥା ଲାଗି ରହିଛି। ଏହାର ସମାଧାନ କରାନଗଲେ ଅଭିଭାବକଗଣ ଆନ୍ଦୋଳନାମତ୍କ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବେ ବୋଲି ସେ କହିଛନ୍ତି। ବ୍ଲକ ଶିକ୍ଷାଧିକାରୀ ଦେବବ୍ରତ ବାରିକଙ୍କୁ ସ୍କୁଲ ସମସ୍ୟା ନେଇ ପଚାରିବାରୁ ଅଭିଯୋଗ ପାଇବା ପରେ ସେ ଜିଲା ଶିକ୍ଷାଧିକାରୀଙ୍କୁ ଅବଗତ କରିଛନ୍ତି ଓ ସମସ୍ୟା ସମାଧାନ ପାଇଁ ଉଦ୍ୟମ ଅବ୍ୟାହତ ରହିଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri