ମୟୂରଭଞ୍ଜ

ଅଭିଭାବକଙ୍କୁ ମରଣାନ୍ତକ ଆକ୍ରମଣ: ଶିକ୍ଷୟିତ୍ରୀଙ୍କ ବଦଳି ଦାବିରେ ବିଦ୍ୟାଳୟ ଆଗରେ ଧାରଣା

କପ୍ତିପଦା,୧ା୮(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ ନୂଆସାହି ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ଓ ତାଙ୍କ ଦିଅର ଜଣେ ଛାତ୍ରଙ୍କ ଅଭିଭାବକଙ୍କୁ ଦୁର୍ବ୍ୟବହାର ଓ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ବୁଧବାର ବିଦ୍ୟାଳୟ ସମ୍ମୁଖରେ ଧାରଣା…

ବାରିପଦା ପୌର ପରିଷଦରେ ଅନିୟମିତତା: ସମ୍ପର୍କୀୟଙ୍କୁ ମିଳିଛି ଦୋକାନ ଘର

ବାରିପଦା ଅଫିସ,୧।୮-ଉତ୍ତର ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ଭାବେ ବାରିପଦା ସହର ପରିଚିତ। ଏକଦା ଭଞ୍ଜଦେଓ ବଂଶର ରାଜଧାନୀ ଥିବା ଏହି ସହର ଏବେ ପୌର ପରିଷଦ ଦ୍ୱାରା ପରିଚାଳିତ ହେଉଛି। ତେବେ ଟେଣ୍ଡର ଫିକ୍ସିଂ, ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ଟଙ୍କା ପ୍ରଦାନରେ…

ସାହିତ୍ୟ ଆସରରେ ୪ ସାରସ୍ବତ ସାଧକ ସମ୍ବର୍ଦ୍ଧିତ

ବାରିପଦା ଅଫିସ,୩୧।୭: ବାରିପଦା ପୌର ପରିଷଦ ସମ୍ମିଳନୀ କକ୍ଷରେ ସାରଳା ସାହିତ୍ୟ ସଂସଦ ପକ୍ଷରୁ ଏକ ଆସର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ପ୍ରଦୀପ ଚାନ୍ଦ ଉଦଘାଟନ କରିଥିଲେ। ସଂସଦର ସଭାପତି ଇଂ.ପ୍ରଭାକର…

ବିଇଓ ଅଫିସ୍‌ ମୁଖ୍ୟ ଫାଟକରେ ତାଲା : ପ୍ରଶାସନ ଚୁପ୍‌

ଉଦଳା,୩୧ା୭(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳା ସ୍ଥିତ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ (ବିଇଓ ଅଫିସ) ମୁଖ୍ୟ ଫାଟକରେ ୨ଦିନ ହେବ ତାଲା ପକାଇ ଆନ୍ଦୋଳନକାରୀମାନେ ଧାରଣାରେ ବସିଛନ୍ତି । ଏନେଇ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନ କରି ହାତବାନ୍ଧି ବସିଛି ।…

ଘାଟିରେ ୧୦୦ ଫୁଟ ତଳକୁ ଖସିଲା ଟ୍ରକ

ବାଙ୍ଗିରିପୋଷି,୩୧ା୭(ଡି.ଏନ୍‌.ଏ.)- ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟିରୁ କଲିକତା ଅଭିମୁଖେ ଯାଉଥିବା ଏକ ଆଇରନ ଗୁଣ୍ଡ ବୋଝେଇ ଟ୍ରକ ମଙ୍ଗଳବାର ୧୦୦ ଫୁଟ ତଳକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ଡ୍ରାଇଭର ମହମ୍ମଦ ଅଫତାବ ଆହତ…

ଜାଲ୍‌ ନିଯୁକ୍ତିପତ୍ରରେ ଚାକିରି, ଯୁବକ ଗିରଫ

ବେତନଟୀ,୩୧ା୭(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ବୈଶିଙ୍ଗା ଆଞ୍ଚଳିକ ଡାକ୍ତରଖାନାରେ ଜାଲ୍‌ ନିଯୁକ୍ତିପତ୍ର ଦେଇ ପୁରୁଷ ସ୍ବାସ୍ଥ୍ୟକର୍ମୀ ଭାବେ ଚାକିରି କରିଥିବା ଜଣେ ଯୁବକଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। ଗିରଫ ଯୁବକ ଜଣକ ବାଲେଶ୍ୱର ଟାଉନ ଥାନା ଅଧୀନ ସୁନହଟ ନିକଟ ବଡଖୁଆ ଗ୍ରାମର…

ବିସ୍ଥାପିତଙ୍କ ବିରୋଧ, ଅଟକିଛି କାମ

ବାରିପଦା ଅଫିସ,୩୧ା୭- ମୟୂରଭଞ୍ଜ ଜିଲା ବାରିପଦା ସହରବାସୀ ସବୁବେଳେ ଜଳ କଷ୍ଟ ଭୋଗୁଛନ୍ତି। ଭୂତଳ ଜଳ କ୍ରମଶଃ ହ୍ରାସ ପାଉଥିବାରୁ ଏଭଳି ସମସ୍ୟା ଦେଖାଦେଇଛି। ଭୌଗୋଳିକ ଅବସ୍ଥିତି ଅନୁଯାୟୀ ସହରର ଜଳସ୍ତର ୫୦ ଫୁଟ ତଳେ ରହୁଛି। ଖରା ଦିନେ ଏହା…

ବିରଳ ପ୍ରଜାତିର ସାପ ‘ବାମ୍ବପିଟ୍‌ ଭାଇପର’ ଉଦ୍ଧାର: କାମୁଡିଲେ ଶରୀରରେ ହୁଏ ଫୋଟକା

ଉଦଳା,୩୦ା୭(ଡି.ଏନ୍‌.ଏ.) – ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଅଧୀନ ରାଢୋ ଗ୍ରାମରୁ ସ୍ନେକ ଲାଇଫ୍‌ ଲାଇନର ସଦସ୍ୟ ମଙ୍ଗଳବାର ଏକ ବିରଳ ପ୍ରଜାତିର ବିଷାକ୍ତ ସାପ ଉଦ୍ଧାର କରିଛନ୍ତି। ଉଦ୍ଧାର ସାପଟିର ନାମ ବାମ୍ବପିଟ୍‌ ଭାଇପର ବା ଫଟକା ବଡା ସାପ।…

ପୂର୍ବତନ ଜିଲା ଶ୍ରମ ଅଧିକାରୀଙ୍କୁ ୩ ବର୍ଷ ଜେଲ୍‌ଦଣ୍ଡ

ବାରିପଦା ଅଫିସ,୩୦ା୭- ମୟୂରଭଞ୍ଜ ଜିଲା ବାରିପଦା ସ୍ଥିତ ସ୍ପେଶାଲ ଜଜ (ଭିଜିଲାନ୍ସ) ବେଣୁଧର ପାତ୍ର ମଙ୍ଗଳବାର ଏକ ଲାଞ୍ଚ ମାମଲାର ବିଚାର କରି ଦୋଷୀଙ୍କୁ ୩ ବର୍ଷ ଜେଲ୍‌ଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ଆଦେଶ ଦେଇଛନ୍ତି।…

ମେଡିକାଲ କଲେଜ ସମସ୍ୟା ନେଇ ଦାବିପତ୍ର

ବାରିପଦା ଅଫିସ,୨୯।୭- ମୟୂରଭଞ୍ଜ ଜିଲାରେ ସ୍ବାସ୍ଥ୍ୟସେବାକୁ ଉନ୍ନତ କରିବା ପାଇଁ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଥିଲା। ମାତ୍ର ଏହି ମେଡିକାଲ କଲେଜ ଓ ହସ୍ପିଟାଲ ଏବେ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ଏଭଳିି ଅଭିଯୋଗ କରିଛି ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚ।…

ପଦଯାତ୍ରାରେ ରାଜଧାନୀ ବାହାରିଲେ ସେବାୟତ: ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇବେ

ବାରିପଦା ଅଫିସ,୨୯।୭- ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ରର ମାନ୍ୟତା ସହିତ ପୂର୍ଣ୍ଣ କ୍ଷମତାପ୍ରାପ୍ତ ସ୍ଥାୟୀ ଦେବୋତ୍ତର ନିର୍ବାହୀ ନିଯୁକ୍ତି, ଦେବୋତ୍ତର ସମ୍ପତ୍ତିର ପୁନରୁଦ୍ଧାର ସହ ସୁରକ୍ଷା, ସେବାୟତମାନେ ପାଇ ଆସୁଥିବା ସର୍ବନିମ୍ନ ମାସିକ ଭତ୍ତା ବୃଦ୍ଧି ଆଦି ବିଭିନ୍ନ ଦାବି ନେଇ ସୋମବାର…

ବିନା ଦୋଷରେ ଜେଲ କାଟିଲେ ବାପପୁଅ

ବାରିପଦା ଅଫିସ/ ରାଇରଙ୍ଗପୁର, ୨୯।୭(ଡି.ଏନ୍‌.ଏ.) ମୟୂରଭଞ୍ଜ ଜିଲା ବାଦାମପାହାଡ ଥାନା ପୋଲିସ ୩ ମାସ ତଳେ ମୃତ ଘୋଷଣା କରିଥିବା ରାଇମଣି ନାଏକ ନାମ୍ନୀ ଜଣେ ମହିଳାଙ୍କୁ ଜୀବନ୍ତ ଅବସ୍ଥାରେ ଶନିବାର କୋର୍ଟରେ ହାଜର କରିଛି। ତାଙ୍କ ବୟାନ ରେକର୍ଡ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?