ନାବାଳିକା କଲେଜ ଛାତ୍ରୀଙ୍କୁ ଜଙ୍ଗଲରେ ବଳାତ୍କାର: ନଗ୍ନ ଫଟୋ ସୋସିଆଲ ମିଡିଆରେ ଭାଇରାଲ

ବାରିପଦା ଅଫିସ/ରାଇରଙ୍ଗପୁର,୧୧।୮ (ଡି.ଏନ.ଏ.)- ମୟୂରଭଞ୍ଜ ଜିଲାରେ ପୁଣି ଲଜ୍ଜା। ଗୋରୁମହିଷାଣୀ ଥାନା ଅଞ୍ଚଳର ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ଜଙ୍ଗଲରେ ବଳାତ୍କାର କରି ତାଙ୍କ ନଗ୍ନ ଫଟୋକୁ ଅଭିଯୁକ୍ତ ଯୁବକ ଭାଇରାଲ କରିଛନ୍ତି। ବଳାତ୍କାରର ପ୍ରାୟ ୪ମାସ ପରେ ଘଟଣା ପଦାକୁ ଆସିଛି। ଲୋକଲଜ୍ଜାକୁ ଡରି ନୀରବ ରହିଥିବା ପୀଡିତା ଛାତ୍ରୀ ଶନିବାର ଥାନାକୁ ଯାଇ ଏ ନେଇ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତାଙ୍କୁ ରାଇରଙ୍ଗପୁର ହସ୍‌ପିଟାଲରେ ଡାକ୍ତରୀମାଇନା କରାଇ ଏକ ମାମଲା ( ନଂ. ୩୧/୧୯) ରୁଜୁ କରିଛି। ଥାନା ଅଧିକାରୀ ବିଳାସିନୀ ନାୟକ ଘଟଣାର ତଦନ୍ତ କରୁଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ଗତ ସୋମବାର ନାବାଳିକା ଛାତ୍ରୀଙ୍କ ନଗ୍ନ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ପ୍ରଚାରିତ ହୋଇଥିଲା। ଏନେଇ ପୀଡିତା ମାନସିକ ଭାରସାମ୍ୟ ହରାଇ ନ୍ୟାୟ ପାଇଁ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଗତ ଏପ୍ରିଲ ୧୫ ତାରିଖରେ ସେ କଲେଜରୁ ଏକୁଟିଆ ଘରକୁ ଫେରୁଥିଲେ। ଅଭିଯୁକ୍ତ ଯୁବକ ତାଙ୍କୁ ବଳପୂର୍ବକ ଜଙ୍ଗଲକୁ ନେଇଯାଇ ବଳାତ୍କାର କରି ଫଟୋ ଉଠାଇଥିଲେ। ଏ ନେଇ କେଉଁଠି ଅଭିଯୋଗ କଲେ ସେ ନଗ୍ନ ଫଟୋକୁ ଭାଇରାଲ କରାଇ ଦେବେ ବୋଲି ଧମକ ଦେଇଥିଲେ। ଏହି କାରଣରୁ ଡରିଯାଇ ସେ କାହାକୁ କିଛି କହି ନ ଥିଲେ। ନଗ୍ନ ଫଟୋ ଭାଇରାଲ ହେବା ପରେ ସେ ଏକଥା ପରିବାର ଲୋକଙ୍କୁ ଜଣାଇ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ଯୁବକ ନାବାଳିକାଙ୍କ ପରିବାର ଲୋକଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇ ଫେରାର ହୋଇଯାଇଥିବା ଅଭିଯୋଗରେ ଦର୍ଶାଯାଇଛିି । ଏ ସମ୍ପର୍କରେ ଏସପି ଅଶୋକ କୁମାର ପଟ୍ଟନାୟକଙ୍କୁ ପଚାରିବାରୁ କହିଛନ୍ତି, ପୀଡିତା ନାବାଳିକା ହୋଇଥିବାରୁ ଘଟଣାକୁ ଗୁରୁତ୍ୱ ଦେଇ ତଦନ୍ତ କରାଯାଉଛି। ଅଭିଯୁକ୍ତ ଯୁବକଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ସୁଦାମ-ନବଚରଣ ଲଢ଼େଇ

ବାରିପଦା,୨୮ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ)ଭାଜପା ଓ ବିଜେଡି ପକ୍ଷରୁ ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ଘୋଷଣା ପରେ ଜିଲାରେ ନିର୍ବାଚନୀ ଉଷ୍ମତା ଜୋର ଧରିଛି। ଦୁଇ ପ୍ରମୁଖ ଦଳର...

ଅଫିମ ବେପାରୀଙ୍କ ପାଇଁ ଅକଳରେ ଆଦିବାସୀ

ବାରିପଦା,୨୦।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଅଫିମ ଚାଷର ପସରା ମେଲିଛି। ଏକର ଏକର ଜମିରେ ଅଫିମ ଚାଷ କରି ମାଲେମାଲେ ହେଉଥିବା...

ମାଂସ ପାଇଁ ୩ଦିନ ପଡ଼ିରହିଲା ମୃତଦେହ

ବାରିପଦା,୧୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ):ଗାଁର ସମସ୍ତଙ୍କ ଭୋଜି ଭାତରେ ସାମିଲ ହେଉଥିଲେ। ହେଲେ ଜାତିଭାଇଙ୍କୁ ନିଜ ବାହାଘର ଭୋଜି ଦେଲେନି। ଏନେଇ ଗାଁ ଲୋକଙ୍କ ସହ ଲାଗି...

ବଜ୍ରପାତରେ ସ୍ବାମୀଙ୍କ ଜୀବନ ଗଲା, ସ୍ତ୍ରୀ ଆହତ

ଠାକୁରମୁଣ୍ଡା,୧୮ା୩(ତାରାକାନ୍ତ ପଟ୍ଟନାୟକ): ସୋମବାର ସକାଳେ ବଜ୍ରପାତ ହୋଇ ସ୍ବାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଆହତ ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା...

ଗୋରୁ ବୋଝେଇ ପିକ୍‌ଅପ୍‌ ଜବତ କଲେ ଗ୍ରାମବାସୀ

ମୋରଡ଼ା,୧୫ା୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ତଥା ଚିତ୍ରଡ଼ା ଫାଣ୍ଡି ଅଧୀନ ଝିଙ୍କିରିଆ ଗ୍ରାମବାସୀଙ୍କ ଦ୍ୱାରା ଏକ ଗୋରୁ ଗାଡ଼ି ଜବତ ହୋଇଛି। ସୂଚନାନୁଯାୟୀ, ଶୁକ୍ରବାର...

ସଙ୍ଘ ବିରୋଧୀ କାର୍ଯ୍ୟ ପାଇଁ ଦୁଇ ସରପଞ୍ଚ ନିଲମ୍ବିତ

ମୋରଡା,୧୨।୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ସରପଞ୍ଚ ସଙ୍ଘରୁ ଦୁଇଜଣ ସରପଞ୍ଚ ନିଲମ୍ବିତ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ବିଭିନ୍ନ...

ଦୁଆରଶୁଣୀ ଘାଟିରେ ୨ ବସ୍‌ ମଝିରେ ପଶିଲା ପିକ୍‌ଅପ୍‌

ବାରିପଦା,୧୦ା୩(ନିଳାଦ୍ରୀ ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ୪୯ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ଦୁଆରଶୁଣୀ ଘାଟିରେ ଦୁଇ ଯାତ୍ରୀବାହୀ ବସ୍‌ ଓ ପିକଅପ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri