ମହିଳା ଗୋଷ୍ଠୀଙ୍କ ପରିବା ଚାଷ :କ୍ଷେତ ପରିଦର୍ଶନ କଲେ ଜିଲାପାଳ
ଖୁଣ୍ଟା,୨୩ା୭(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ ବଡ଼ପଥରା ପଞ୍ଚାୟତ ଚାପଲଡ଼ିହି ଗ୍ରାମରେ ମହିଳା ଗୋଷ୍ଠୀ ଚାଷ କରି ବେଶ ଲାଭବାନ ହୋଇ ପାରିଛନ୍ତି। ଗୁରୁବାର ଜିଲାପାଳ ବିନୀତ ଭରଦ୍ୱାଜ ପନିପରିବା କ୍ଷେତ ପରିଦର୍ଶନ କରିଥିଲେ। ବିଭିନ୍ନ ପନିପରିବା ଚାଷ ଦେଖିବା…
ପୋଷ୍ଟ ପିଅନଙ୍କୁ କରୋନା
ଚିତ୍ରଡ଼ା,୨୨ା୭(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଞ୍ଚଳର ଜଣେ ପୋଷ୍ଟ ପିଅନ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଛନ୍ତି। ମଙ୍ଗଳବାର ବିଡିଓ ପ୍ରିୟବ୍ରତ ପାଢ଼ୀ ଓ ତହସିଲଦାର ପ୍ରିୟଦର୍ଶନୀ ମଲ୍ଲିକ ପହଞ୍ଚି ପୋଷ୍ଟମାଷ୍ଟରଙ୍କ ସହ…
ଖୁଣ୍ଟା କଲେଜରେ ଛାତ୍ର ଅଶାନ୍ତି
ଉଦଳା,୨୧ା୭(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟରେ ରିଆଡ୍ମିଶନ ଫି ବୃଦ୍ଧିକୁ ଛାତ୍ରୀଛାତ୍ର ବିରୋଧ କରିଛନ୍ତି। ନ୍ୟାୟ ପାଇଁ ମଙ୍ଗଳବାର ସେମାନେ ସ୍ଥାନୀୟ ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏନେଇ କଲେଜରେ ଛାତ୍ର ଅଶାନ୍ତି ଦେଖାଦେଇଛି। କେବଳ ବର୍ଦ୍ଧିତ ଫି ନୁହେଁ ଚଳିତ…
କରୋନାକୁ ହରାଇ କାର୍ଯ୍ୟରେ ଯୋଗଦେଲେ ହାବିଲଦାର: ପ୍ରଶଂସା କଲେ ଏସ୍ପି
ବାରିପଦା ଅଫିସ,୨୦ା୭: ମୟୂଭର ଜିଲା ଉଦଳା ଥାନାର ହାବିଲଦାର କାରୁହରୀ ମାଝୀ କରୋନାକୁ ହରାଇ ସୋମବାର ପୁଣିଥରେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏ ନେଇ ଏସ୍୍ପି ପି. ସ୍ମିତ ପରମାର୍ ଟୁଇଟ୍କରି ତାଙ୍କର ପ୍ରଂଶସା କରିଛି। ପ୍ରକାଶ ଯେ, କାରୁହରୀ ଗତ…
ଲେମନଗ୍ରାସ୍ ଚାଷ ଦିଗହରା
ବାରିପଦା ଅଫିସ,୨୦ା୭-ମୟୂରଭଞ୍ଜ ଜିଲା ବାରିପଦା ଉଦ୍ୟାନ ବିଭାଗର ଅବହେଳା ଯୋଗୁ ଜିଲାର ବିଭିନ୍ନ ସ୍ଥାନରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ହୋଇଥିବା ଲେମନ୍ଗ୍ରାସ୍ ଚାଷ ଦିଗହରା ହୋଇ ପଡ଼ିଛି। ହିତାଧିକାରୀ ଚୟନରେ ଅନିୟମିତତା ଓ ଅନୁପଯୁକ୍ତ ସ୍ଥାନରେ…
ମୟୂରଭଞ୍ଜ ଜିଲାରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା: କାର୍ଯ୍ୟରେ ଥିବା ସମୟରେ ୨ କରୋନା ଯୋଦ୍ଧାଙ୍କୁ କରୋନା
ବାରିପଦା ଅଫିସ,୧୯ା୭: ମୟୂରଭଞ୍ଜ ଜିଲାରେ ରବିବାର ୧୨ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୬୭କୁ ବୃଦ୍ଧି ପାଇଛି। ଚିହ୍ନଟ ହୋଇଥିବା ୧୨ ଜଣଙ୍କ ମଧ୍ୟରୁ ୨ଜଣ ସଙ୍ଗରୋଧ ଗୃହରୁ ଚିହ୍ନଟ ହୋଇଥିବା ବେଳେ…
୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଅଟକ
ବାରିପଦା ଅଫିସ,୧୯ା୭: ମୟୂରଭଞ୍ଜ ଜିଲାରୁ ରବିବାର ସକାଳେ ଏସ୍ଟିଏଫ୍ ୩.୨୮ କିଲୋଗ୍ରାମ ବ୍ରାଉନସୁଗାର ଜବତ କରିଥିବା ନେଇ ଡିଜିପି ଅଭୟ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେହିଭଳି ଏହି ଘଟଣାରେ ଜଣେ ଅଟକ ଥିବା ନେଇ ସୂଚନା ଦେଇଛନ୍ତି। ଜବତ ହୋଇଥିବା…
ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ୭୨ ଘଣ୍ଟା ଶଟ୍ଡାଉନ୍
ଠାକୁରମୁଣ୍ଡା,୧୮ା୭(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ସ୍ବାସ୍ଥ୍ୟକେନ୍ଦ୍ରକୁ ୭୨ ଘଣ୍ଟା ପାଇଁ ଶଟ୍ଡାଉନ୍ ଘୋଷଣା କରାଯାଇଛି। ଶନିବାର ମଧ୍ୟାହ୍ନରୁ ୨୧ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ସ୍ବାସ୍ଥ୍ୟକେନ୍ଦ୍ର ଶଟ୍ଡାଉନ୍ ନେଇ…
କାଠ ବୋଝେଇ ଗାଡ଼ି ଜବତ : ଜଣେ ଗିରଫ
ବାଙ୍ଗିରିପୋଷି,୧୮ା୭(ଡ଼ି.ଏନ.ଏ.)- ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବନ ବିଭାଗ ଏକ କାଠ ବୋଝେଇ ଗାଡ଼ି ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ପଶ୍ଚିମବଙ୍ଗ ରାଜ୍ୟ ଗୋପୀବଲ୍ଲଭପୁର ଥାନା ଅଞ୍ଚଳର ଆନନ୍ଦ ସିଂ(୪୦)। ଏକ ପିକ୍ଅପ୍ ଭ୍ୟାନ୍ରେ ସେ…
ସୋସିଆଲ ମିଡିଆରେ ଅପପ୍ରଚାର କରି ଜଣେ ଗିରଫ
ବାରିପଦା ଅଫିସ,୧୮ା୭- ସୋସିଆଲ୍ ମିଡିଆରେ ଅପପ୍ରଚାର କରିଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ ମନୋଜ କୁମାର ଦେଓ। କିଛି ଦିନ ତଳେ ଜନୈକ ଭାଜପା ନେତାଙ୍କୁ କରୋନା ହୋଇଥିବା ବେଳେ ସେ ଚିକିତ୍ସିତ ହୋଇ ସୁସ୍ଥ…
୨ ଘରୋଇ ହସ୍ପିଟାଲ୍ ସିଲ୍
ବାରିପଦା ଅଫିସ,୧୬ା୭- ଜୈବିକ ବର୍ଜ୍ୟବସ୍ତୁ ପରିଚାଳନା ଓ ଇନ୍ଫେକଶନ ପ୍ରିଭନେଶନ୍ କଣ୍ଟ୍ରୋଲ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ବୁଧବାର ମୟୂରଭଞ୍ଜ ଜିଲା ପ୍ରଶାସନ ବାରିପଦା ସହରରେ ଥିବା ଘରୋଇ ହସ୍ପିଟାଲ ଜୟା ଓ ଗାୟତ୍ରୀକୁ ସିଲ୍ କରିଛି। ଅପରାହ୍ନ ୫ଟାରେ ବାରିପଦା…
କାର୍ଯ୍ୟରେ ଥିବା ସମୟରେ କରୋନା ଯୋଦ୍ଧାଙ୍କୁ କରୋନା: ମୟୂରଭଞ୍ଜରେ ନୂଆ ୨୧ ପଜିଟିଭି ଚିହ୍ନଟ
ବାରିପଦା ଅଫିସ,୧୫ା୭: ମୟୂରଭଞ୍ଜ ଜିଲାରେ ବୁଧବାର ୨୧ ଜଣ ନୂଆ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯୭କୁ ବୃଦ୍ଧି ପାଇଛି। ଚିହ୍ନଟ ହୋଇଥିବା ୨୧ ଜଣଙ୍କ ମଧ୍ୟରୁ ୧୨ ଜଣ ସଙ୍ଗରୋଧ ଗୃହରୁ ଥିବା…

