ନିଆରା ଢଙ୍ଗରେ ପାଳିତ ହେଲା ସ୍ବାଧୀନତା ଦିବସ

ଚିତ୍ରଡ଼ା,୧୫ା୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା ପଞ୍ଚାୟତରେ ଯାଇଥିବା ରାଜ୍ୟ ରାଜପଥ ପାଶର୍‌ବରେ ମୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଭାସ କର ମହାପାତ୍ର ୭୪ତମ ସ୍ବାଧୀନତା ଦିବସ ଅବସରରେ ବୃକ୍ଷରୋପଣ ଏବଂ ପରିବେଶ ପ୍ରଦୂଷଣକୁ ଗୁରୁତ୍ୱ ଦେଇ ଶନିବାର ୧୫ ପ୍ରକାରର ଚାରାରୋପଣ କରିଛନ୍ତି। ଏତଦ୍‌ବ୍ୟତୀତ କିଷାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ସମସ୍ତ ରୋଗୀ ଏବଂ ବହିର୍ବିଭାଗକୁ ନିଜର ସ୍ବାସ୍ଥ୍ୟ ଦେଖାଇବାକୁ ଆସୁଥିବା ଲୋକଙ୍କୁ ଫଳ, ବିସ୍କୁଟ ଇତ୍ୟାଦି ପ୍ରଦାନ କରିବା ସହ ମାସ୍କ ମଧ୍ୟ ବଣ୍ଟନ କରିଥିଲେ। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବ୍ଲକ ଯୁବ କଂଗ୍ରେସ ସଭାପତି ଶଶଧର ବେହେରା, ମୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଶୁଭ ମହାନ୍ତ, ସଂଜୀବ ସେଠୀ, ଜଗନ୍ନାଥ ରାଇବାବୁ , ଓ୍ବାର୍ଡମେମ୍ବର ଦେବେନ୍ଦ୍ର ନାଥ ରାଇବାବୁ ଏବଂ ମହିଳା କଂଗ୍ରେସ ମୋର୍ଚ୍ଚାର ମହିଳାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସମ୍ପାଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ଆକ୍ରମଣରେ ଚାଷୀ ମୃତ

ଦିଗପହଣ୍ଡି,୨୧।୧(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡିରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଦିଗପହଣ୍ଡି ସାନାଦାଣ୍ଡ ସାହିର ଆଲୁ.ଲାଚ୍ଛେୟା। ସୂଚନାଯୋଗ୍ୟ, ମଙ୍ଗଳବାର...

ଦିବ୍ୟାଙ୍ଗଙ୍କୁ ସହାୟକ ଉପକରଣ

ବାସୁଦେବପୁର, ୫।୭(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ଅଟଳ ବିହାରୀ ହାଇସ୍କୁଲ ପରିସରରେ ଶୁକ୍ରବାର ବ୍ଲକସ୍ତରୀୟ ଦିବ୍ୟାଙ୍ଗ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୩୦...

ଟ୍ରକରେ ଅସୁରକ୍ଷିତ ଯାତ୍ରା କରୁଛନ୍ତି ଶ୍ରମିକ

କେନ୍ଦୁଝର,୧୬ା୫(ସ୍ବ.ପ୍ର.)-ସାରା ଦେଶରେ ଜାରି ରହିଛି ଲକଡାଉନ। ଏହି ସମୟରେ କେନ୍ଦୁଝର ଜିଲା ଦେଇ ଯାଇଥିବା ଏନ୍‌ଏଚ ୪୯ ନଂ ଓ ୨୦ ନଂ. ରେ ପ୍ରତିଦନ...

ଦାଦନ ଖଟିବାକୁ ଯାଉଥିବା ୮ନାବାଳକ ଷ୍ଟେଶନରୁ ଉଦ୍ଧାର

ରାୟଗଡା ଅଫିସ୍‌, ୧୮ା୬-  ଦାଦନ ଖଟିବାକୁ ଯାଉଥିବା ବେଳେ ମଙ୍ଗଳବାର ୮ଜଣ ନାବାଳକ ଉଦ୍ଧାର ହୋଇଛନ୍ତି । ଚାଇଲ୍ଡ ଲାଇନ୍‌ ସଦସ୍ୟ ଏମ୍‌.କ୍ରିଷ୍ଣାରାଓ, ଲକ୍ଷ୍ମଣ ଶବର,...

ଆୟୁଷ ରାଜ୍ୟର ସର୍ବକନିଷ୍ଠ ୱେବ୍‌ ଡିଜାଇନର

ନାକଟିିଦେଉଳ, ୧।୭ (ଡି.ଏନ୍‌.ଏ.) : ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଜାମୁଯୋରି ପଞ୍ଚାୟତର ଦୁର୍ଗମ କୁଡ଼ାନାଳୀ ଗ୍ରାମର ସରୋଜ ରାଉତ ଓ ରଶ୍ମିତା ରାଉତଙ୍କ ୧୨...

ପାହାଡ଼ ଚଢ଼ି ଆଦିବାସୀ ଗାଁରେ ପହଞ୍ଚିଲେ ବିଡିଓ

ଦଶପଲ୍ଲା,୩୧ା୧୦: ଲୋକଙ୍କ ବିଭିନ୍ନ ସମସ୍ୟା ବୁଝିବା ପାଇଁ ରାଜ୍ୟ ସରକାରଙ୍କ ଆହ୍ବାନକ୍ରମେ ଦଶପଲ୍ଲା ବ୍ଲକ ପ୍ରଶାସନ ତରଫରୁ ବିଭିନ୍ନ ଆଦିବାସୀ ବହୁଳ ଗ୍ରାମ ଗସ୍ତ କରାଯାଉଛି।...

ସାହିରୁ ବାସନ୍ଦ ହୋଇଥିଲେ ବୋଲି କାନ୍ଧ ଦେବାକୁ ଆସିଲେନି କେହି: ୬ ଘଣ୍ଟା ପଡ଼ିରହିଲା ମୃତଦେହ

ନୟାଗଡ଼ ଅଫିସ,୧୧।୯-ସାହି ଲୋକେ ଏକ ପରିବାରକୁ ବାସନ୍ଦ କରିଥିଲେ। ଉକ୍ତ ପରିବାରର ସୁଖଦୁଃଖରେ ସାହିଲୋକେ ସାମିଲ ହେଉ ନ ଥିଲେ। ସେମାନଙ୍କୁ ମଧ୍ୟ ସାହିର ଭଲମନ୍ଦରେ...

୫୦୦ ଟଙ୍କା ପାଇଁ ଭୁଲିଗଲେ ସାମାଜିକ ଦୂରତା

ଯାଜପୁର ଅଫିସ,୧୫ା୪: ଯାଜପୁର ଜିଲାରେ ୨ଜଣ କରୋନା ରୋଗୀ ଚିହ୍ନଟ ହୋଇସାରିଲେଣି। ଜଣେ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ମଙ୍ଗଳବାରଠାରୁ ଆଉ ଜଣେ କରୋନା ରୋଗୀ...


Coronavirus Update

Archives

Model This Week

Why Dharitri