ପଞ୍ଚାୟତ ଅଫିସ ଆଗରେ ହୋହଲ୍ଲା

କପ୍ତିପଦା,୨୦ା୮(ଡ଼ି.ଏନ୍‌.ଏ.)- କରୋନା ପାଇଁ ସରକାର ଆର୍ଥିକ ସହାୟତା ସହିତ ମାଗଣା ଚାଉଳ, ଡାଲି ଦେବାର ବ୍ୟବସ୍ଥା କରିଛନ୍ତି ା ମାତ୍ର ପରିଚାଳନାଗତ ତ୍ରୁଟି ପାଇଁ ଏହିି ସହାୟତା ଠିକ୍‌ ଭାବେ ହିତାଧିକାରୀମାନଙ୍କ ପାଖରେ ପହଞ୍ଚି ପାରୁନାହିଁ ା ଦୁଇ ଥର ୫ମାସର ମାଗଣା ଚାଉଳ ମିଳି ସାରିଥିଲେ ହେଁ ଡାଲି ଓ ଚଣା ଦିଆଯାଇ ନ ଥିବାରୁ ଅସନ୍ତୋଷ ଦେଖା ଦେଇଛି ା ଏହାକୁ ନେଇ ଗୁରୁବାର କପ୍ତିପଦା ବ୍ଲକ ଅଧୀନ ଦେବଳା ପଞ୍ଚାୟତରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏନେଇ ଲୋକେ ଦୀର୍ଘ ସମୟ ଧରି ସରପଞ୍ଚଙ୍କୁ ଘେରିବା କରିବା ସହ ହୋହଲ୍ଲା କରିଥିଲେ। ଗୁରୁବାର ଜେଏସ ଜାମୁଡ଼ିହାର ହିତାଧିକାରୀମାନେ ସରପଞ୍ଚ ଜୟରାମ ମାରାଣ୍ଡିଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି ା ଏ ସମ୍ପର୍କରେ ବ୍ଲକ ଯୋଗାଣ ଅଧିକାରୀ ଭାସ୍କର ବାରିକ୍‌ଙ୍କୁ ପଚାରିବାରୁ ଅନୁଦାନ ପାଇ ନ ଥିବା ପଞ୍ଚାୟତଗୁଡ଼ିକୁ ଖୁବଶୀଘ୍ର ପଠାଯିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri