ଗରିବ ପରିବାରରେ କରୋନା ଦୁର୍ଦ୍ଦଶା: ଭୋକ ଉପାସରେ ୩ ନାବାଳକ

ବାରିପଦା ଅଫିସ,୧୧।୮: ମୟୂରଭଞ୍ଜ ଜିଲାରେ ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଯେଉଁ ଗରିବ ପରିବାରରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେମାନଙ୍କ ଦୁର୍ଦ୍ଦଶା କହିଲେ ନସରେ। ଏଭଳି ଏକ ଘଟଣା ମୟୂରଭଞ୍ଜ ଜିଲା ବାରିପଦା ମ୍ୟୁନସିପାଲିଟି ଅଧୀନ ୧୬ନଂ. ଓ୍ବାର୍ଡର ପରେଡ଼ ପଡ଼ିଆ ସାହିରେ ଦେଖିବାକୁ ମିଳିଛି। ଏହି ସାହିର ଏକ ପରିବାରର ୪ ଆକ୍ରାନ୍ତ ଚିହ୍ନଟ ହେବା ପରେ ସେହି ଘରେ ଥିବା ୨ଶିଶୁ ଜଣେ ୧୪ ବର୍ଷର ନାବାଳିକା ଅସହାୟ ହୋଇପଡ଼ିଛନ୍ତି। ଘରେ ଖାଇବାକୁ ଦାନା ନ ଥିବା ବେଳେ ଆତ୍ମୀୟ ସ୍ବଜନମାନେ ମୁହଁ ଫେରାଇ ନେଇଛନ୍ତି। କରୋନାକୁ ଡରି ସାହିପଡ଼ିଶା ଦୂରେଇ ଯାଇଥିବା ବେଳେ ୩ ନାବାଳକ କବାଟ ବନ୍ଦ କରି ରହୁଛନ୍ତି। ଦିନତମାମ ସେମାନେ ଭୋକ ଉପାସରେ ଛଟପଟ ହୋଇ ରହୁଥିବା ଖବର ପ୍ରଶାସନ ପାଖରେ ପହଞ୍ଚିପାରି ନାହିଁ। ଏପରିକି ଆକ୍ରାନ୍ତଙ୍କୁ ଚିକିତ୍ସା ନିମନ୍ତେ ନେଉଥିବା ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଉଦବେଗର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ଗତ ରବିବାର ପରିବାରର ମୁଖ୍ୟ ମାଆ, ଜଣେ ପୁଅ ଓ ଦୁଇ ଝିଅଙ୍କୁ ମିଶାଇ ୪ ଆକ୍ରାନ୍ତଙ୍କୁ ପ୍ରଶାସନ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରିଛି। ଆକ୍ରାନ୍ତଙ୍କ ବଡ଼ ଝିଅ କୋଲକାତାରୁ ଆସିଥିବା ବେଳେ ପ୍ରଶାସନ ପକ୍ଷରୁ ତାଙ୍କୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଥିଲା ା ତାଙ୍କର ସ୍ବାବ୍‌ ପରୀକ୍ଷା ପରେ ପଜିଟିଭ୍‌ ବାହାରିଥିଲା। ମାତ୍ର ତାଙ୍କ ଦୁଇ ଶିଶୁ ସନ୍ତାନଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ବାପ ଘର ଲୋକଙ୍କ ସ୍ବାବ୍‌ ପରୀକ୍ଷା କରାଯାଇଥିଲା। ସେଥି ମଧ୍ୟରୁ ମାଆ, ଭାଇ ଓ ଜଣେ ଭଉଣୀର ପଜିଟିଭ୍‌ ଆସିବା ପରେ ପ୍ରଶାସନ ସେମାନଙ୍କୁ କୋଭିଡ୍‌ ହସ୍ପିଟାଲ୍‌କୁ ପଠାଇଦେଇଛି। ତେବେ ଉକ୍ତ ଗରିବ ପରିବାରରେ ଦୁଇ ଶିଶୁଙ୍କ ଦେଖାଶୁଣା ପାଇଁ ନାବାଳିକା ମାଉସୀଙ୍କ ବ୍ୟତୀତ ଆଉ କେହି ନାହାନ୍ତି। ପରିବାର ଲୋକେ ହସ୍ପିଟାଲରୁ ଫେରିବା ପର୍ଯ୍ୟନ୍ତ ସେମାନେ କ’ଣ ଖାଇବେ ଓ କିପରି ରହିବେ ତାହା ଏବେ ପ୍ରଶ୍ନବାଚୀ।
ଉଲ୍ଲେଖଯୋଗ୍ୟ ଯେ, ବାରିପଦା ପିଆରଏମ୍‌ ମେଡିକାଲ ଓ ଡାକ୍ତରଖାନା ସନ୍ନିକଟରେ ଥିବା ଜଣେ ଅସହାୟ ମହିଳାଙ୍କ ଗର୍ଭଯନ୍ତ୍ରଣା ସାଙ୍ଗକୁ ‘କରୋନାଠୁ ବଳିଯାଉଛି ଯନ୍ତ୍ରଣା’ ଆକ୍ରାନ୍ତ ଶୀର୍ଷକ ଖବର ଧରିତ୍ରୀରେ ପ୍ରଥମେ ପ୍ରକାଶ ପାଇଥିଲା ା ଏହାକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ମହିଳାଙ୍କୁ ଭୂବନେଶ୍ୱର ସ୍ଥିତ ଏକ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କର ଚିକିତ୍ସା କରାଇଥିବା ବେଳେ ଅଗଷ୍ଟ ୧୫ତାରିଖ ଦିନ ତାଙ୍କର ପ୍ରସବ ହେବ ବୋଲି ଜଣାଇଛନ୍ତି। ସେହିପରି ସୋମବାର ଆକ୍ରାନ୍ତ ମହିଳାଙ୍କ ଭାଇଙ୍କୁ ମଧ୍ୟ ଭୁବନେଶ୍ୱରସ୍ଥିତ ଉକ୍ତ କୋଭିଡ୍‌ ହସ୍ପିଟାଲକ ସ୍ଥାନାନ୍ତର କରାଯାଇଥିବାରୁ ପରିବାରର ଜଣଙ୍କୁ ନିକଟରେ ପାଇ ଗର୍ଭବତୀ ମହିଳା ଜଣକ ଆଶ୍ୱସ୍ତି ଲାଭ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ରେ ଗର୍ଜନ କରୁଥିଲା ୧୨ ଫୁଟ ଲମ୍ବର ଅହିରାଜ, ଯୁବକ ଦେଖିବା ପରେ…

ଦିଗପହଣ୍ଡି,୭ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୩ ନଂ ଓ୍ବାର୍ଡ ପିଏଚ୍‌ଡି ରୋଡ୍‌ କେନାଲ କଡ଼ ମୋବାଇଲ ଟାଓ୍ବାର ନିକଟରୁ୍‌ ପ୍ରାୟ ୧୨ ଫୁଟ…

ପାଣି ଘେରରେ ତେରେସିଂହା ବସ୍ତି ସ୍କୁଲ-ଅଙ୍ଗନବାଡି କେନ୍ଦ୍ର: ଅସ୍ବାସ୍ଥ୍ୟକର ପରିବେଶରେ ଚାଲିଛି ପାଠପଢା

କର୍ଲାମୁଣ୍ଡା,୭।୮(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକର ତେରେସିଂହା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନାହିଁ ନ ଥିବା ଅସୁବିଧା ଦେଖିବାକୁ ମିଳୁଛି I ବିଦ୍ୟାଳୟ…

ପଥରକୁ ଧକ୍କା ଦେଇ ରାସ୍ତା ତଳକୁ ଖସିଲା ଫାଇବର ବୋଝେଇ ପିକ୍‌ଅପ୍‌

ମୋହନା,୭ା୮(ମନ୍ମଥ ମିଶ୍ର): ପୁଣି ଭୀମଦଲି ଘାଟିରେ ଭାରସାମ୍ୟ ହରାଇ ଏକ ପଥରକୁ ଧକ୍କା ଦେଇ ରାସ୍ତା ତଳକୁ ଖସିପଡ଼ିଛି ପିକ୍‌ଅପ୍‌। ଦୁର୍ଘଟଣାରେ ଡ୍ରାଇଭର ଆହତ ହୋଇଥିବା ବେଳେ…

ଗଞ୍ଜାମ ମହାବିଦ୍ୟାଳୟ ୫୮ ତମ ସ୍ବର୍ଣ୍ଣକ୍ଷେତ୍ର ସମାରୋହ: ନୂତନ ସମିଳନୀ କକ୍ଷ ଶୁଭାରମ୍ଭ କଲେ ବିଧାୟକ, ୮ ଛାତ୍ରୀଛାତ୍ରଙ୍କୁ…

ଗଞ୍ଜାମ, ୭।୮(ବିଦ୍ୟାଧର ସାହୁ ): ଗଞ୍ଜାମ କଲେଜକୁ ପୂରିଛି ୫୮ ବର୍ଷ । ଏହି ଅବସରରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ…

ଛାତ୍ରୀଛାତ୍ରଙ୍କୁ ସଫା କରିବାକୁ ଦିଆଯାଉଛି ଘାସ, ଶୌଚାଳୟ: ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଘେରିଲେ ଅଭିଭାବକ, ବଦଳି ପାଇଁ ଜୋର୍‌ଧରିଲା…

ଛତ୍ରପୁର, ୭।୮(ଦିଲ୍ଲୀପି ସାମଲ /ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌର ପରିଷଦର ଜି. ଏନ. ପାଲମ୍ମା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା ଘେରରେ ଚାଲିଛି ପାଠପଢା…

ମୋହନ ଭାଗବତ Gen Zଙ୍କୁ ନେଇ ଦେଇଥିବା ବୟାନ ପରେ ରାଜନୀତି ହେଲା ସରଗରମ, ଏବେ RSS ମୁଖ୍ୟ କହିଲେ: ‘ଏହା ଉନ୍ନତି ପାଇଁ…’

ନୂଆଦିଲ୍ଲୀ,୭।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS) ମୁଖ୍ୟ ମୋହନ ଭାଗବତ ସଂରକ୍ଷଣ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ସଂରକ୍ଷଣ ସ୍ଥାୟୀ ବ୍ୟବସ୍ଥା…

ମୋ ସମୁଦିଙ୍କୁ ଫାଶୀ ଦେଇଦିଅ…କାନ୍ଦି କାନ୍ଦି ଏମିତି କାହିଁକି କହିଲେ ଭାଜପା ବିଧାୟକ

ଲକ୍ଷ୍ନୌ,୭।୮: ୟୁପିରେ ଜଣେ ଭାଜପା ବିଧାୟକଙ୍କ ସମୁଦି ଅନୁଜ ତ୍ରିବେଦୀ ଏବଂ ଜ୍ୱାଇଁଙ୍କ ନାଁରେ ମିଥ୍ୟା ପ୍ରଲୋଭନରେ ବିବାହ କରି ମହିଳାଙ୍କୁ ଠକିବା ଏବଂ ନଗଦ ଟଙ୍କା…

ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଲେ ଶିକ୍ଷକ

ବଲାଙ୍ଗୀର,୭ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ କମିଟି ପକ୍ଷରୁ ଶୁକ୍ରବାର ବିଭିନ୍ନ ଦାବି ନେଇ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri