ଗରିବ ପରିବାରରେ କରୋନା ଦୁର୍ଦ୍ଦଶା: ଭୋକ ଉପାସରେ ୩ ନାବାଳକ

ବାରିପଦା ଅଫିସ,୧୧।୮: ମୟୂରଭଞ୍ଜ ଜିଲାରେ ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଯେଉଁ ଗରିବ ପରିବାରରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେମାନଙ୍କ ଦୁର୍ଦ୍ଦଶା କହିଲେ ନସରେ। ଏଭଳି ଏକ ଘଟଣା ମୟୂରଭଞ୍ଜ ଜିଲା ବାରିପଦା ମ୍ୟୁନସିପାଲିଟି ଅଧୀନ ୧୬ନଂ. ଓ୍ବାର୍ଡର ପରେଡ଼ ପଡ଼ିଆ ସାହିରେ ଦେଖିବାକୁ ମିଳିଛି। ଏହି ସାହିର ଏକ ପରିବାରର ୪ ଆକ୍ରାନ୍ତ ଚିହ୍ନଟ ହେବା ପରେ ସେହି ଘରେ ଥିବା ୨ଶିଶୁ ଜଣେ ୧୪ ବର୍ଷର ନାବାଳିକା ଅସହାୟ ହୋଇପଡ଼ିଛନ୍ତି। ଘରେ ଖାଇବାକୁ ଦାନା ନ ଥିବା ବେଳେ ଆତ୍ମୀୟ ସ୍ବଜନମାନେ ମୁହଁ ଫେରାଇ ନେଇଛନ୍ତି। କରୋନାକୁ ଡରି ସାହିପଡ଼ିଶା ଦୂରେଇ ଯାଇଥିବା ବେଳେ ୩ ନାବାଳକ କବାଟ ବନ୍ଦ କରି ରହୁଛନ୍ତି। ଦିନତମାମ ସେମାନେ ଭୋକ ଉପାସରେ ଛଟପଟ ହୋଇ ରହୁଥିବା ଖବର ପ୍ରଶାସନ ପାଖରେ ପହଞ୍ଚିପାରି ନାହିଁ। ଏପରିକି ଆକ୍ରାନ୍ତଙ୍କୁ ଚିକିତ୍ସା ନିମନ୍ତେ ନେଉଥିବା ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଉଦବେଗର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ଗତ ରବିବାର ପରିବାରର ମୁଖ୍ୟ ମାଆ, ଜଣେ ପୁଅ ଓ ଦୁଇ ଝିଅଙ୍କୁ ମିଶାଇ ୪ ଆକ୍ରାନ୍ତଙ୍କୁ ପ୍ରଶାସନ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରିଛି। ଆକ୍ରାନ୍ତଙ୍କ ବଡ଼ ଝିଅ କୋଲକାତାରୁ ଆସିଥିବା ବେଳେ ପ୍ରଶାସନ ପକ୍ଷରୁ ତାଙ୍କୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଥିଲା ା ତାଙ୍କର ସ୍ବାବ୍‌ ପରୀକ୍ଷା ପରେ ପଜିଟିଭ୍‌ ବାହାରିଥିଲା। ମାତ୍ର ତାଙ୍କ ଦୁଇ ଶିଶୁ ସନ୍ତାନଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ବାପ ଘର ଲୋକଙ୍କ ସ୍ବାବ୍‌ ପରୀକ୍ଷା କରାଯାଇଥିଲା। ସେଥି ମଧ୍ୟରୁ ମାଆ, ଭାଇ ଓ ଜଣେ ଭଉଣୀର ପଜିଟିଭ୍‌ ଆସିବା ପରେ ପ୍ରଶାସନ ସେମାନଙ୍କୁ କୋଭିଡ୍‌ ହସ୍ପିଟାଲ୍‌କୁ ପଠାଇଦେଇଛି। ତେବେ ଉକ୍ତ ଗରିବ ପରିବାରରେ ଦୁଇ ଶିଶୁଙ୍କ ଦେଖାଶୁଣା ପାଇଁ ନାବାଳିକା ମାଉସୀଙ୍କ ବ୍ୟତୀତ ଆଉ କେହି ନାହାନ୍ତି। ପରିବାର ଲୋକେ ହସ୍ପିଟାଲରୁ ଫେରିବା ପର୍ଯ୍ୟନ୍ତ ସେମାନେ କ’ଣ ଖାଇବେ ଓ କିପରି ରହିବେ ତାହା ଏବେ ପ୍ରଶ୍ନବାଚୀ।
ଉଲ୍ଲେଖଯୋଗ୍ୟ ଯେ, ବାରିପଦା ପିଆରଏମ୍‌ ମେଡିକାଲ ଓ ଡାକ୍ତରଖାନା ସନ୍ନିକଟରେ ଥିବା ଜଣେ ଅସହାୟ ମହିଳାଙ୍କ ଗର୍ଭଯନ୍ତ୍ରଣା ସାଙ୍ଗକୁ ‘କରୋନାଠୁ ବଳିଯାଉଛି ଯନ୍ତ୍ରଣା’ ଆକ୍ରାନ୍ତ ଶୀର୍ଷକ ଖବର ଧରିତ୍ରୀରେ ପ୍ରଥମେ ପ୍ରକାଶ ପାଇଥିଲା ା ଏହାକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ମହିଳାଙ୍କୁ ଭୂବନେଶ୍ୱର ସ୍ଥିତ ଏକ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କର ଚିକିତ୍ସା କରାଇଥିବା ବେଳେ ଅଗଷ୍ଟ ୧୫ତାରିଖ ଦିନ ତାଙ୍କର ପ୍ରସବ ହେବ ବୋଲି ଜଣାଇଛନ୍ତି। ସେହିପରି ସୋମବାର ଆକ୍ରାନ୍ତ ମହିଳାଙ୍କ ଭାଇଙ୍କୁ ମଧ୍ୟ ଭୁବନେଶ୍ୱରସ୍ଥିତ ଉକ୍ତ କୋଭିଡ୍‌ ହସ୍ପିଟାଲକ ସ୍ଥାନାନ୍ତର କରାଯାଇଥିବାରୁ ପରିବାରର ଜଣଙ୍କୁ ନିକଟରେ ପାଇ ଗର୍ଭବତୀ ମହିଳା ଜଣକ ଆଶ୍ୱସ୍ତି ଲାଭ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri