ଭାଇଚାରାର ପରମ୍ପରା ‘ଜୁଗିନୀଗିଡି’
ବାରିପଦା ଅଫିସ,୨୬।୧-ଭାରତୀୟ ସଂସ୍କୃତିର ଆଦି ନିର୍ମାତା ଭାବେ ଆଦିବାସୀମାନେ ନିଜ ସଂସ୍କୃତି ଓ ପରମ୍ପରାକୁ ଜାବୁଡ଼ି ଧରିଥାନ୍ତି। ଏହାମଧ୍ୟରେ ‘ଜୁଗିନୀଗିଡି’ ହେଉଛି ସେମାନଙ୍କର ଅନନ୍ୟ ଏକ ପରମ୍ପରା। ଏହି ପରମ୍ପରାରେ ରହିଛି ଭାଇଚାରା, ସ୍ବଚ୍ଛତା, ସାମାଜିକ ଚଳଣୀ ଓ ପରିବେଶ ସୁରକ୍ଷାର…
ମହିଳାଙ୍କ ଅଜାଣତରେ ଫଟୋ ଉଠାଇ ଛେଚା ଖାଇଲେ ଯୁବକ
ଉଦଳା,୨୪।୧(ଡି.ଏନ.ଏ.): ଜନୈକା ମହିଳାଙ୍କ ଅଜାଣତରେ ତାଙ୍କ ଫଟୋ ଉଠାଇବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ଧରାପଡ଼ିବା ପରେ ଯିଏ ଯେମିତି ପାରିଲା ବାଡ଼େଇ ଚାଲିଲା। ନିସ୍ତୁକ ମାଡ଼ ମାରିସାରିବା ପରେ ଲୋକେ ତାଙ୍କୁ ପୋଲିସ ଜିମା ଦେଇଥିଲେ। ପରେ ଆପୋଷ…
ସୋସିଆଲ ମିଡିଆରୁ ସ୍ବାବଲମ୍ବୀ
ବାରିପଦା ଅଫିସ, ୨୪ା୧-ଆତ୍ମବିଶ୍ୱାସ, ଆନ୍ତରିକତା ଓ କଠିନ ପରିଶ୍ରମ ମାଧ୍ୟମରେ ସ୍ବାବଲମ୍ବୀ ହୋଇପାରଛନ୍ତି ଜଣେ ମହିଳା। ସୋସିଆଲ ମିଡିଆରେ ମନ ପସନ୍ଦର ସାମଗ୍ରୀକୁ ଉପସ୍ଥାପନା କରି ସେ ବେଶ୍ ରୋଜଗାରକ୍ଷମ ହୋଇପାରିଛନ୍ତି। ଏହା ଦ୍ୱାରା ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି…
ବିଧାୟିକାଙ୍କୁ ୭ କି.ମି. ଚଲାଇଲେ ଲୋକେ
ଠାକୁରମୁଣ୍ଡା,୨୩।୧(ଡି.ଏନ.ଏ.): ଝାଡ଼ଖଣ୍ଡୀ ହାତୀପଲଙ୍କ ଉତ୍ପାତରେ ଅତିଷ୍ଠ ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ ଅଞ୍ଚଳବାସୀ ଶୁକ୍ରବାର କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମଙ୍କୁ ୭ କି.ମି. ଦୂର କ୍ଷତିଗ୍ରସ୍ତ ଗ୍ରାମକୁ ଚଲାଇ ଚଲାଇ ନେବା ଚର୍ଚ୍ଚାର ବିଷୟ ହୋଇଛି। ଉତ୍ତ୍ୟକ୍ତ ଲୋକେ…
ପରିବେଶ ପାଇଁ ଦିନକୁ ୨ ଘଣ୍ଟା
ବାରିପଦା ଅଫିସ,୧୮ା୧: ପରିବେଶକୁ ସ୍ବଚ୍ଛ ଓ ସୁନ୍ଦର ରଖିବା ପାଇଁ ଦିନକୁ ୨ ଘଣ୍ଟା ପରିଶ୍ରମ କରୁଥିବା ବ୍ୟକ୍ତି ସମାଜରେ ଖୁବ୍ କମ୍ ଦେଖିବାକୁ ମିିଳନ୍ତି। ସ୍ବଚ୍ଛତାର ବାର୍ତ୍ତାକୁ ଗାଁରୁ ସହର ପର୍ଯ୍ୟନ୍ତ ପହଞ୍ଚାଇବା ନିମନ୍ତେ ଦୀର୍ଘ ୨୦ ବର୍ଷ ହେଲା…
ସୁନାମୁହିଁରେ ଦାମୋଦର ମେଳା
ବାରିପଦା ଅଫିସ,୧୭ା୧-ମୟୂରଭଞ୍ଜ ଜିଲାର ଗଣପର୍ବ ମକର ଅବସରରେ ସୁନାମୁହିଁ(ବାରୁଣୀ) ଘାଟରେ ଶନିବାର ଆରମ୍ଭ ହୋଇଛି ଦାମୋଦର ମେଳା। ତିନିଦିନ ଧରି ଏହି ମେଳା ହେବାକୁ ଥିବାବେଳେ ବାରିପଦା ପୌରପରିଷଦ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବାରିପଦା ଦେଇ ପ୍ରବାହିତ ବୁଢ଼ାବଳଙ୍ଗ,…
ମକର ବୁଡ଼ ବେଳେ ଯୁବତୀଙ୍କୁ ଗଣବଳାତ୍କାର
ବାରିପଦା ଅଫିସ,୧୪।୧: ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଅଞ୍ଚଳରେ ବୁଧବାର ମକର ବୁଡ଼ ପକାଇବାକୁ ଯାଇଥିବା ଜଣେ ଯୁବତୀଙ୍କୁ ଗଣବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା (ନଂ.୫୭/୨୧) ରୁଜୁ କରି ଜଣଙ୍କୁ ଗିରଫ…
ବିଜୁବାବୁଙ୍କୁ କଟାକ୍ଷ: ବିଜେଡି-ଭାଜପା ମୁହାଁମୁହିଁ
ବାରିପଦା ଅଫିସ,୧୩ା୧: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ନେତ୍ରୀ ତଥା ମୟୂରଭଞ୍ଜ ଜିଲା ପରିଷଦ ଅଧ୍ୟକ୍ଷାଙ୍କ କଟାକ୍ଷ ନେଇ ମଙ୍ଗଳବାର ବିଜେଡି ଓ ଭାଜପା ମୁହାଁମୁହିଁି ହୋଇଥିଲେ। ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଦଳର ନେତୃବୃନ୍ଦ…
ଦମ୍ପତିଙ୍କୁ ବନ୍ଧୁକ ଦେଖାଇ ଲୁଟିନେଲେ ଦୁର୍ବୃତ୍ତ, ସ୍ବାମୀ ଗୁରୁତର
ଚିତ୍ରଡ଼ା,୭ା୧: ମୟୂରଭଞ୍ଜ ଜିଲା ବାରିପଦା-ଚିତ୍ରଡ଼ା ରାସ୍ତାର ଗୁଞ୍ଜୁସାହି ଛକ ନିକଟରେ ଗୁରୁବାର ୪ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଦମ୍ପତିଙ୍କଠାରୁ ସୁନା ଗହଣା ଲୁଟି ନେଇଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ସ୍ବାମୀ ଦୀନକୃଷ୍ଣ ମାହାନା ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ବାରିପଦା ନିକଟ ଭାରବାଡ଼ି…
ପର୍ଯ୍ୟଟନସ୍ଥଳୀ: ‘ଟୁଙ୍କି’ ଜଳପ୍ରପାତ
ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନର ସବୁଜ ସୁନ୍ଦର ଓ ପ୍ରାକୃତିକ ଶୋଭା ଅନେକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ସୁଉଚ୍ଚ ପାହାଡ଼ରୁ ଝରୁଥିବା ଜଳ ସାଙ୍ଗକୁ ପଶୁପକ୍ଷୀଙ୍କ କଳରବ ପରିବେଶକୁ କରେ ଆନନ୍ଦମୁଖର। ଏଇଥି ପାଇଁ ହଜାର ହଜାର ଦର୍ଶକଙ୍କ ଭିଡ଼…
ବାଘ ଆକ୍ରମଣରେ ଆହତ ସମ୍ବର ଆଖି ବୁଜିଲା
ଠାକୁରମୁଣ୍ଡା,୪।୧(ଡି.ଏନ୍.ଏ.): କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଚମ୍ପାଝର ଫରେଷ୍ଟ ବିଟ୍ ଅନ୍ତର୍ଗତ ଭେଜଡିହା ଗ୍ରାମ ନିକଟରେ ସୋମବାର ସକାଳେ ଆହତ ଅବସ୍ଥାରେ ମିଳିଥିବା ଏକ ସମ୍ବରର ମୃତ୍ୟୁ ଘଟିଛି। ମୃତ ସମ୍ବରକୁ ଜଙ୍ଗଲ ଭିତରେ କଲରାପତରିଆ ବାଘ ଆକ୍ରମଣ କରିଥିବାର ବନବିଭାଗ…
ମହିମାଧର୍ମର ଉପାସନା କ୍ଷେତ୍ର ‘ମେରୁମଠ’: ମାନ୍ୟତା ମିଳିଛି, ବିକାଶ ନାହିଁ
ବାରିପଦା ଅଫିସ, ୩ା୧: କଳା ଓ ସଂସ୍କୃତି କ୍ଷେତ୍ରରେ ମୟୂରଭଞ୍ଜ ଜିଲା ଦେଶ ବିଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏଠାରେ ରାଜରାଜୁଡା କାଳରୁ ଗଢି ଉଠିଥିବା ରାଜପ୍ରାସାଦ, ମଠ, ମନ୍ଦିର, ଶିକ୍ଷାନୁଷ୍ଠାନ, ଗମନାଗମନ, ଶିଳ୍ପାନୁଷ୍ଠାନ ଓ ଡାକ୍ତରଖାନା ଭଳି ଅନେକ…

