ଅର୍ବାନ ବ୍ୟାଙ୍କ ଜମାକାରୀ ଫେରିପାଇବେ ଟଙ୍କା

ବାରିପଦା ଅଫିସ, ୧୬ା୨- ବାରିପଦା ଅର୍ବାନ ବ୍ୟାଙ୍କର ଜମାକାରୀ ସେମାନଙ୍କ ଟଙ୍କା ଫେରିପାଇବେ। ରେଜିଷ୍ଟ୍ରାର ଅଫ୍‌ କୋ-ଅପରେଟିଭ୍‌ ସୋସାଇଟି (ଆରସିଏସ୍‌)ଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୨୭୨୧ ତା୧୫ା୨ା୨୧ରେ ବାରିପଦା ଡ଼ିଭିଜନ ଡ଼େପୁଟି ରେଜିଷ୍ଟ୍ରାର ଅଫ୍‌ କୋ-ଅପରେଟିଭ୍‌ ସୋସାଇଟ୍‌ (ଡିିଆର୍‌ସିଏସ୍‌)ଙ୍କୁ ଟଙ୍କା ଫେରସ୍ତ ପାଇଁ ଦେଇଥିବା ଆଦେଶରୁ ଏହା ଜଣାପଡ଼ିଛି। କଟକର ଆଡଭୋକେଟ ଜେନେରାଲ ଓଡ଼ିଶାଙ୍କ କାର୍ଯ୍ୟାଳୟର ଅତିରିକ୍ତ ସରକାରୀ ଓକିଲଙ୍କ ପତ୍ରସଂଖ୍ୟା ୪୬୮୯ ତା୧ା୨ା୨୦୨୧ ଓ ରାଜ୍ୟ ସରକାରଙ୍କ ସହଯୋଗ (କୋ-ଅପରେସନ) ବିଭାଗ ମେମୋ ନଂ.୧୪୦୦ ତା୧୫ା୨ା୨୦୨୧ରିଖକୁ ଭିିତ୍ତି କରି ଆରସିଏସ୍‌ ବାରିପଦା ଡ଼ିଆରସିଏସଙ୍କୁ ଏହି ଆଦେଶ ଦେଇଛନ୍ତି ା ଆଦେଶ କାର୍ଯ୍ୟକାରୀ ହେଲେ ବ୍ୟାଙ୍କରେ ରଖିଥିବା ୭୨କୋଟି ଟଙ୍କା ଜମାକାରୀମାନେ ଫେରିପାଇବେ। ୨୦୧୨ରୁ ବାରିପଦା ଆର୍ବାନ ବ୍ୟାଙ୍କର ୩୬୯୮୪ ଜମାକାରୀ ସେମାନଙ୍କ ଟଙ୍କା ଉଠାଇ ନ ପାରି ହୀନସ୍ତା ହେଉଛନ୍ତି। ଟଙ୍କା ଫେରସ୍ତ ନିମନ୍ତେ ପୂର୍ବତନ ପରିଚାଳନା ପରିଷଦର ପ୍ରଚେଷ୍ଟା କ୍ରମେ ଉଚ୍ଚ ନ୍ୟାୟାଳୟରେ ଦାଖଲ ହୋଇଥିବା ମିସ୍‌ କେଶ ନଂ. ଆଇଏ ୬୯୫/୨୦୨୦ର ବିଚାର କରି ବିଚାରପତି ପ୍ରମଥ ପଟ୍ଟନାୟକ ଜମାକାରୀମାନଙ୍କୁ ସମସ୍ତ ଟଙ୍କା ଫେରସ୍ତ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ପରେ ଆର୍ବାନ ବ୍ୟାଙ୍କ ପକ୍ଷରୁ ଜମାକାରୀମାନଙ୍କୁ ୩ କୋଟି ୪୬ ଲକ୍ଷରୁ ଅଧିକ ଟଙ୍କା ଫେରସ୍ତ ଦିଆଯାଇଥିଲା ା ତେବେ ଏହି ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଟଙ୍କା ଫେରସ୍ତ ଉପରେ ସ୍ଥଗିତାଦେଶ ଦେବାରୁ ଏହି ପ୍ରକ୍ରିୟା ବନ୍ଦ ଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri