ଉତ୍ତରାଖଣ୍ଡରେ ମୟୂରଭଞ୍ଜର ଯୁବକ ନିଖୋଜ

ଖୁଣ୍ଟା,୧୧।୨(ଡି.ଏନ.ଏ.)- ଉତ୍ତରାଖଣ୍ଡରେ ଘଟିଥିବା ହିମସ୍ଖଳନ ଜନିତ ବନ୍ୟାରେ ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ବାଙ୍ଗରା ପଞ୍ଚାୟତ ଅନ୍ତର୍ଗତ ସାତପଉଟିଆ ଗ୍ରାମର ଜଣେ ଯୁବକ ନିଖୋଜ ଥିବା ସୂଚନା ମିଳିଛି। ସେ ହେଲେ ରବୀନ୍ଦ୍ର ନାଥ ହାଁସଦାଙ୍କ ପୁଅ ପର୍ଶୁରାମ (୪୧)। ଗତ ୭ ତାରିଖ ହିମସ୍ଖଳନ ପରଠାରୁ ପର୍ଶୁରାମ ଘରକୁ ଫୋନ କରି ନାହାନ୍ତି କିମ୍ବା ତାଙ୍କ ସହ ଯୋଗାଯୋଗ ସମ୍ଭବ ହେଉ ନ ଥିବା ପରିବାର ଲୋକେ କହିଛନ୍ତି। ଫଳରେ ଆତ୍ମୀୟ ସ୍ବଜନ ନାନା ଆଶା ଆଶଙ୍କା ମଧ୍ୟରେ ରହିଥିବା ବେଳେ ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଛନ୍ତି। ତେବେ ପର୍ଶୁରାମଙ୍କ ବିଷୟରେ ସୂଚନା ସଂଗ୍ରହ ପାଇଁ ତାଙ୍କ ବାପା ଜିଲା ପ୍ରଶାସନଠାରେ ନିବେଦନ କରିଛନ୍ତି। ମାଟ୍ରିକ ପାସ୍‌ ପରେ ପର୍ଶୁରାମ ଆଇଟିଆଇ ଇଲେକ୍ଟ୍ରିସିଆନ କୋର୍ସ କରିଥିଲେ। ୩ ବର୍ଷ ହେଲା ସେ ଉତ୍ତରାଖଣ୍ଡର ଋଷି ଗଙ୍ଗା ନଦୀର ହାଇଡ୍ରୋ ଇଲେକ୍ଟ୍ରିକ ପାୱାର ପ୍ରୋଜେକ୍ଟ କର୍ପୋରେଶନରେ ଇଲେକ୍ଟ୍ରିସିଆନ ଭାବେ କାମ କରୁଥିଲେ। ପରିବାର ସହିତ ନିୟମିତ ବ୍ୟବଧାନରେ ଫୋନ ଯୋଗେ ସମ୍ପର୍କ ମଧ୍ୟ ରଖୁଥିଲେ। ପର୍ଶୁରାମ ବିବାହିତ ଓ ତାଙ୍କ ସ୍ତ୍ରୀ କୌଣସି କାରଣରୁ ଅନ୍ୟତ୍ର ରହୁଛନ୍ତି। ତାଙ୍କର ଏକ ୫ ବର୍ଷର ଶିଶୁପୁତ୍ର ବାପା ରବୀନ୍ଦ୍ରଙ୍କ ପାଖରେ ରହୁଛି। ରବୀନ୍ଦ୍ର ଜଣେ ନାମ ମାତ୍ର କୃଷକ ହୋଇଥିବା ବେଳେ ସ୍ତ୍ରୀ, ୩ ପୁଅ ଓ ଜଣେ ଝିଅକୁ ନେଇ ତାଙ୍କ ସଂସାର। ଝିଅର ବିବାହ ସରିଥିବା ବେଳେ ୩ ପୁଅଙ୍କ ମଧ୍ୟରେ ପର୍ଶୁରାମ ବଡ଼। ତେବେ ଆସନ୍ତା ୧୫ ତାରିଖରେ ପର୍ଶୁରାମ ଘରକୁ ଫେରିଥାନ୍ତେ ବୋଲି ତାଙ୍କ ସାନଭାଇ ରାଜେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….

ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri