ସ୍ତ୍ରୀଙ୍କୁୁ ପିଟିପିଟି ହତ୍ୟା କଲେ ସ୍ବାମୀ

ଚିତ୍ରଡା,୧୬।୨(ଡି.ଏନ.ଏ):ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ। ନିଜ ସ୍ତ୍ରୀକୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିଛନ୍ତି ମଦ୍ୟପ ସ୍ବାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲା ମୋରଡ଼ା ଥାନା ଅନ୍ତର୍ଗତ ଗଡିଗାଁ ହାଣ୍ଡିଭଙ୍ଗା ଗ୍ରାମରେ। ସୂଚନା ଅନୁଯାୟୀ, ସୋମବାର କୌଣସି କାରଣବଶତଃ ସ୍ତ୍ରୀ ବୁଦୁଲୁ କଟୁଆଳର ସ୍ବାମୀ ମଙ୍ଗଲୁ କଟୁଆଳ ସହିତ ବଚସା ହୋଇଥିଲା। ତେବେ ଉଭୟ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହେବା ପରେ ସ୍ବାମୀ ମଦ୍ୟପାନ କରି ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ଅତି ନୃଶଂସ ଭାବେ ହତ୍ୟା କରିଛନ୍ତି। ନିଜ ସ୍ତ୍ରୀ କୁ ହତ୍ୟା କରିବା ପରେ ସ୍ବାମୀ ନିଜ ଘର ସମ୍ମୁଖରେ ଗାତ ଖୋଳି ପୋତିବା ପାଇଁ ଚେଷ୍ଟା କରୁଥିଲେ। ଘଟଣା ସମ୍ପର୍କରେ ଗ୍ରାମବାସୀ ଜାଣିବା ପରେ ମୋରଡ଼ା ପୋଲିସକୁ ଖବର ଦେଇଥିଲେ। ଖବରପାଇ ମୋରଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସ୍ବାମଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ମଙ୍ଗଳବାର ସକାଳେ ଘଟଣାସ୍ଥଳରେ ମାଜିଷ୍ଟ୍ରେଟ ଭାବେ ମୋରଡ଼ା ତହସିଲଦାର, ମୋରଡ଼ା ପୋଲିସ ପହଞ୍ଚି ସାଇଣ୍ଟିଫିକ ଟିମ ଜରିଆରେ ତଦନ୍ତ କରିଛନ୍ତି। ଘର ନିକଟରେ ପଡିଥିବା ଏକ ଠେଙ୍ଗା ଓ ଲୁହା ପାଇପକୁ ପୋଲିସ ଜବତ କରିଥିବା ବେଳେ ଏସବୁ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଅନୁମାନ କରୁଛି ପୋଲିସ। ମୋରଡ଼ା ପୋଲିସ କେଶ ନମ୍ବର ୭/୨୧ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରିରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଣେ ଅଧିକାରୀରେ ଚାଲିଛି ୩ କାର୍ଯ୍ୟାଳୟ: ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ

ଆଳି, ୬ା୬ (ଡି.ଏନ୍‌.ଏ.): ଆଳି ବ୍ଲକରେ ୩ ସରକାରୀ କାର୍ଯ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ପଦବୀରେ ମାତ୍ର ଜଣେ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିବାରୁ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି...

ଗୋସମ୍ପଦକୁ ନେଇ ଚିନ୍ତାରେ ଚାଷୀ

ବନ୍ତ, ୨୩।୮ (ସ୍ବ.ପ୍ର.)- ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ଗାଈଗୋରୁ ଏବେ ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ବ୍ଲକର ବନ୍ତ, ନିଳୋକ, ରାମଚନ୍ଦ୍ରପୁର,...

୬୩ ବର୍ଷ ପୁରୁଣା କଲେଜର ନାହିଁ ସ୍ଥାୟୀ ପଟ୍ଟା

ଢେଙ୍କାନାଳ ଅଫିସ, ୫।୧୧: ରାଜ୍ୟର ଅନ୍ୟତମ ପୁରାତନ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ୧୯୫୯ରେ ପ୍ରତିଷ୍ଠିତ ଏହି ଶିକ୍ଷାନୁଷ୍ଠାନକୁ ୨୦୦୩ରେ ସ୍ବୟଂଶାସିତ...

ଧାମନଗର ବିଧାୟକ ଅସୁସ୍ଥ

ଭଦ୍ରକ ଅଫିସ,୨୯।୮: ବିରୋଧୀ ଦଳ ଉପନେତା ତଥା ଭଦ୍ରକ ଜିଲା ଧାମନଗର ବିଧାୟକ ବିଷ୍ଣୁ ସେଠୀ ଅସୁସ୍ଥ ହୋଇପଡ଼ିଛନ୍ତି। ସେ ଏବେ ଭୁବନେଶ୍ୱରସ୍ଥିତ ଏମ୍‌ସ ହସ୍ପିଟାଲରେ...

କମର ଭାଙ୍ଗିଦେଲା କଟକଣା

ଅନୁଗୋଳ ଅଫିସ, ୫।୧୧:  କରୋନା କାରଣରୁ ଚଳିତବର୍ଷ ପୂଜା ଉତ୍ସବ ନିରାଡମ୍ବରରେ ପାଳନ କରାଯାଇଛି। ଫଳରେ ପ୍ରତିବର୍ଷ ଏହି ସମୟରେ ହେଉଥିବା କୋଟି କୋଟି ଟଙ୍କାର ବ୍ୟବସାୟ...

ନକଲି ନମ୍ବରରେ ବୁଲୁଛି ବାଇକ୍‌

ଦାରିଙ୍ଗବାଡ଼ି,୮।୯(ଡି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ସୁଶାନ୍ତ ସାହୁଙ୍କ ମୋବାଇଲ ଫୋନକୁ ଶନିବାର ଗଞ୍ଜାମ ଆର୍‌ଟିଓଙ୍କଠାରୁ ଏକ ମେସେଜ ଆସିଲା। ସେଥିରେ ତାଙ୍କ ନାମରେ ୬ ହଜାର ଟଙ୍କାର...

ସଙ୍ଗରୋଧ କେନ୍ଦ୍ରରୁ ଚୋରି ଘଟଣା:୨ ଅଟକ, ଚୋରି ସାମଗ୍ରୀ ଜବତ

ଭଦ୍ରକ ଅଫିସ/ପଦ୍ମପୁର,୧୬।୬(ଡି.ଏନ୍‌.ଏ.): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଗୋରାମାଟି ପଞ୍ଚାୟତର ତୋରଣପଦା ସଙ୍ଗରୋଧ କେନ୍ଦ୍ରରୁ ଗତ ୫ ତାରିଖରେ ଚୋରି ହୋଇଥିଲା। ଏହି ଘଟଣାରେ ମଙ୍ଗଳବାର...

ରକ୍ତଦାନ କରି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି

ବରଗଡ଼ ଅଫିସ୍‌,୩୦।୩- ବରଗଡ଼ ବ୍ଲକ ଖଣ୍ଡହଥା ଗ୍ରାମର ଶହୀଦ୍‌ ରଞ୍ଜନ ଦାଶଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଛି। ନିଷ୍ଠା ପରିବାର ପକ୍ଷରୁ ହୋଇଥିବା ଏହି...

Advertisement
Archives

Model This Week