ପୁନରୁଦ୍ଧାର ନାଁରେ ବ୍ୟବସାୟ

ବାରିପଦା ଅଫିସ,୧୯ା୨-ମୟୂରଭଞ୍ଜ ଜିଲା ବେତନଟୀସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ହାଇସ୍କୁଲ(ଏମ୍‌ପିସି) ପରିସରରୁ ବେଆଇନ ମାଟି ଓ ମୋରମ ଉତ୍ତୋଳନ କରାଯିବା ପ୍ରତିବାଦରେ ଅଞ୍ଚଳବାସୀ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି। କୌଣସି ସରକାରୀ ନିର୍ଦ୍ଦେଶ ନ ଥାଇ ଶହ ଶହ ଟ୍ରିପ ମୋରମ ଉତ୍ତୋଳନ ହେଉଛି। ପୋଖରୀ ପୁନରୁଦ୍ଧାର ନାଁରେ ବ୍ୟବସାୟ ଚଳାଇ ଲକ୍ଷାଧିକ ଟଙ୍କା ରାଜସ୍ବ ଲୁଟ୍‌ କରାଯାଉଥିବା ଅଭିଯୋଗରେ ଦର୍ଶାଯାଇଛି। ଖବୁଶୀଘ୍ର ଏହାର ତଦନ୍ତ କରି ବେଆଇନ ଉତ୍ତୋଳନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପୋଖରୀକୁ ପୋତିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଜିଲାପାଳ ବିନୀତ ଭରଦ୍ୱାଜ ଘଟଣାର ତଦନ୍ତ ପାଇଁ ବେତନଟୀ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେବା ସହିତ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି। ଜିଲା ଶିକ୍ଷାଧିକାରୀଙ୍କୁ ମଧ୍ୟ ଅଞ୍ଚଳବାସୀ ଭେଟି ଘଟଣା ସମ୍ପର୍କରେ ଅବଗତ କରିଛନ୍ତି।
ସୂଚନା ଅନୁଯାୟୀ, ୧୯୪୬ରେ ୩ଏକରରୁ ଊର୍ଦ୍ଧ୍ୱ ଜମିରେ ଏମ୍‌ପିସି ହାଇସ୍କୁଲ ପ୍ରତିଷ୍ଠା ହୋଇଛି। ଏଠାରେ ୪୮୦ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ସ୍କୁଲ ପରିସରରେ ଏକ ପୋଖରୀ ରହିଛି ା ଏହି ପୋଖରୀର ପୁନରୁଦ୍ଧାର ନିମନ୍ତେ ପରିଚାଳନା ସମିତି ପକ୍ଷରୁ ସିଦ୍ଧାନ୍ତ ନିଆଯାଇଥିଲା ା ତେବେ ପୋଖରୀ ପୁନରୁଦ୍ଧାର ପରିବର୍ତ୍ତେ ଏହାର ମାଟି ଓ ମୋରମକୁ ବେଆଇନ ଭାବେ ଖୋଳାଯାଇ ପ୍ରାୟ ୩୦ଫୁଟ ଗଭୀର କରିଦିଆଯାଇଛି। ଉକ୍ତ ମାଟି ଓ ମୋରମକୁ ସ୍କୁଲ ପରିସରରେ ରଖା ନ ଯାଇ ଜାତୀୟ ରାଜପଥରେ କାର୍ଯ୍ୟକରୁଥିବା ଏକ କମ୍ପାନୀକୁ ବିକ୍ରି କରାଯାଇଛି। ଫଳରେ ପୋଖରୀଟି ଏବେ ମରଣଯନ୍ତା ପାଲଟିଛି। ପୋଖରୀକୁ ଲାଗି ରହିଥିବା ସ୍କୁଲର ପାଚେରୀ ବିପଦ ସଙ୍କୁଳ ହୋଇପଡ଼ିଛି। ସେହିପରି ପୋଖରୀର ଗୋଟିଏ ପାର୍ଶ୍ୱରେ ଜାତୀୟ ରାଜପଥ ରହିଥିବା ବେଳେ ଅନ୍ୟପାର୍ଶ୍ୱ ପୂର୍ତ୍ତ ବିଭାଗ ରାସ୍ତାରେ ପ୍ରତିଦିନ ହଜାର ହଜାର ଯାନବାହନ ଚଳପ୍ରଚଳ କରୁଛି ା ସାମାନ୍ୟ ଅସାବଧନତା ହେଲେ ପୋଖରୀ ମଧ୍ୟରେ ପଡ଼ି ଜୀବନହାନି ଘଟିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଆଇନଜୀବୀ ହିମାଂଶୁ କୁମାର ପରିଡ଼ା, କୈଳାସ ଚନ୍ଦ୍ର ଅଗ୍ରୱାଲ, ଜନମନ ବେହେରା, ସୁଶାନ୍ତ କୁମାର ବଳା, ବିଶ୍ୱନାଥ ହେମ୍ବ୍ରମ, ସୁନୀଲ ଅଗ୍ରୱାଲ, ମଳୟ ଦାସ ପ୍ରମୁଖ ଅଭିଯୋଗ କରିଛନ୍ତି। ସେହିପରି ଖରାଦିନେ ବୁଲା ଜୀବଜନ୍ତୁ ପାଣି ପିଇବା ପାଇଁ ପୋଖରୀକୁ ଯାଇ ମୃତ୍ୟୁବରଣ କରିବାର ସମ୍ଭାବନା ମଧ୍ୟ ଦେଖାଦେଇଛି ା ତେବେ ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ ସରକାର ପାଚେରୀ ନିର୍ମାଣ କରୁଥିବା ବେଳେ ପରିଚାଳନା ସମିତି ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ଏପରି କାର୍ଯ୍ୟକଳାପକୁ ସାଧାରଣରେ ନିନ୍ଦା କରାଯାଇଛି। ଏ ସମ୍ପର୍କରେ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀକୃଷ୍ଣ ପାତ୍ରଙ୍କୁ ପଚାରିବାରୁ ପରିଚାଳନା ସମିତିର ନିଷ୍ପତ୍ତି କ୍ରମେ ପୋଖରୀ ଖୋଳାଯାଇଛି। ସରକାରଙ୍କ ପକ୍ଷରୁ ଏନେଇ କୌଣସି ଆଦେଶ ନ ଥିବା ବେଳେ ଏଭଳି ଭୁଲକୁ ସୁଧାରିବେ ବୋଲି ସ୍ବୀକାର କରିଛନ୍ତି। ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ଏହାର ସମାଧାନ କରିବା ପାଇଁ ପୁରାତନ ଛାତ୍ର ସଂସଦ, ଅଞ୍ଚଳବାସୀ ଓ ଅଭିଭାବକ ମହଲରେ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଦ୍ରୁତ ଗତିରେ ଆସି କାରକୁ ଧକ୍କା ଦେଲା ବାଇକ, ୨….

ପଟ୍ଟାଙ୍ଗି,୨୬।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ବାଲିଘାଟ ସରିଗୁଡା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । କାର ସହ ମୋଟର ସାଇକେଲ…

ମହିଳାଙ୍କ ପାଇଁ ଖୁସି ଖବର! ରାକ୍ଷୀ ପୂର୍ଣ୍ଣିମାରେ ‘ଆମ ବସ୍’ ଯାତ୍ରା ମାଗଣା, ୭ ସହରରେ ମିଳିବ ସୁବିଧା

ଭୁବନେଶ୍ବର,୨୬।୮: ଗୁରୁବାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି କ୍ୟାପିଟାଲ୍ ରିଜିଅନ୍ ଆର୍ବନ୍ ଟ୍ରାନ୍ସପୋର୍ଟ(CRUT) । ରକ୍ଷା ବନ୍ଧନ…

ଭଡ଼ା ଘରୁ ମିଳିଲା ଲୋକୋ ପାଇଲଟଙ୍କ ଝୁଲନ୍ତା ମୃତଦେହ, ମୃତ୍ୟୁର କାରଣ…

ଟିଟିଲାଗଡ଼/ବଲାଙ୍ଗୀର,୨୬।୮(ସଞ୍ଜୟ ବେହେରା/ସୁନିଲ କୁମାର ମହାନ୍ତି): ଟିଟିଲାଗଡ଼ ସହରର ମାଲଗୋଦାମ ପଡା ସ୍ଥିତ ଏକ ଭଡା ଘର ଭିତରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି ।…

ସ୍କୁଟି ନେଇ ଫେରାଇଲେନି; ମାଲିକାଣୀଙ୍କୁ ଦେଲେ ହତ୍ୟା ଧମକ; ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ବୁଧବାର ପାଟପୁର ଥାନା ପ୍ରତାପଗିରି ଗ୍ରାମର ବି. କାଳିଆ ପାତ୍ର(୪୪) ନାମକ ଜଣେ ଯୁବକଙ୍କୁ ଗିରଫ କରି…

ପୂର୍ବତନ ବିଧାୟକଙ୍କ ପରଲୋକ, ପଦ୍ମପୁରରେ ଶୋକର ଛାୟା

ପଦ୍ମପୁର,୨୬।୮(ପ୍ରଦୀପ୍ତ ଦାଶ): ପଦ୍ମପୁର ନିର୍ବାଚନମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୫…

ବଲାଙ୍ଗୀରରେ ଚାଞ୍ଚଲ୍ୟ; ନାବାଳକଙ୍କ ଛୁରା ମାଡ଼ରେ ଆଉ ଜଣେ ନାବାଳକ ମୃତ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲାଙ୍ଗୀର/ଲୋଇସିଂହା,୨୬।୮(ସୁନିଲ କୁମାର ମହାନ୍ତି/ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ଥାନା ରୋତ ଗାଁରେ ଚାଞ୍ଚଲ୍ୟ । ନାବାଳକଙ୍କୁ ଛୁରି ଭୁସି ହତ୍ୟା କଲେ ନାବାଳକ । ମୃତକ…

ଜିଲାରେ ବାଲ୍ୟ ବିବାହ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିଆଯିବ କଠୋର ପଦକ୍ଷେପ, ଶିଶୁକନ୍ୟା ମୃତ୍ୟୁହାର କମାଇବାକୁ…

ଛତ୍ରପୁର,୨୬ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିଶୁକନ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri