ମୟୂରଭଞ୍ଜ

ଭରା ନଦୀ ପାରି ହେଲେ ଗର୍ଭବତୀ

ଉଦଳା,୨୧ା୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଅଧୀନ ବାଲ୍‌ମା ଗ୍ରାମର ଜଣେ ଗର୍ଭବତୀ ବିପଦସଙ୍କୁଳ ଭାବେ ଭରାନଦୀ ପାରି ହୋଇ ଆମ୍ବୁଲାନ୍ସ ପାଖକୁ ଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଶୁକ୍ରବାର ମଧ୍ୟାହ୍ନରେ ବାଲମା ଗ୍ରାମର ସୁକାନ୍ତୀ ହେମ୍ବ୍ରମଙ୍କ ପ୍ରସବ ଯନ୍ତ୍ରଣା…

ସାପ ଓକାଳିଲା ସାପ

ଉଦଳା,୨୧ା୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଉଦଳା ଏନ୍‌ଏସି ଅଧୀନ ୧୦ନଂ. ୱାର୍ଡର କୃପାସିନ୍ଧୁ ବେହେରାଙ୍କ ଘର ବାଡ଼ିରେ ଏକ ବିଷାକ୍ତ ରଣା ସାପ ଖାଦ୍ୟ ଅନ୍ବେଷଣରେ ଆସି ଅନ୍ୟ ଏକ ସାପକୁ ଗିଳି ଦେଇଥିଲା। ସ୍ନେକ୍‌ ଲାଇଫ୍‌ ଲାଇନ୍‌ ସଦସ୍ୟ ଅଭିଜିତ୍‌ ବେହେରା…

ଗୋପବନ୍ଧୁ ନଗର ବ୍ଲକରେ ୨୦ ପଜିଟିଭ୍‌ ଚିହ୍ନଟ

କୁଆମରା,୨୧।୮(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକରେ ଦିନକୁ ଦିନ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ପ୍ରଶାସନ ପାଇଁ ଏହା ମୁଣ୍ଡବ୍ୟଥାର କାରଣ ପାଲଟିଛି। ଜିଲାର ପ୍ରତି ବ୍ଲକରେ ପ୍ରତ୍ୟେହ ୩ଶହ ନମୁନା ପରୀକ୍ଷା ପାଇଁ ସରକାରଙ୍କ ତରଫରୁ…

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବାରିପଦା ଅଫିସ,୨୧ା୮-କେନ୍ଦ୍ର ସରକାରଙ୍କ ଜନବିରୋଧି କାର୍ଯ୍ୟକ୍ରମକୁ ବିରୋଧ କରି ମୟୂରଭଞ୍ଜ ଜିଲା କମ୍ୟୁନିଷ୍ଟ ପାର୍ଟି(ମାକର୍‌ସବାଦୀ) ପକ୍ଷରୁ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କୋଭିଡ୍‌-୧୯ ମୁକାବିଲାକୁ ଏକସୂତ୍ରୀ କାର୍ଯ୍ୟକ୍ରମ ଭାବରେ ଗ୍ରହଣ କରିବା ପରିବର୍ତ୍ତେ କେନ୍ଦ୍ରର ଭାଜପା ନେତୃତ୍ୱାଧିନ…

ପଞ୍ଚାୟତ ଅଫିସ ଆଗରେ ହୋହଲ୍ଲା

କପ୍ତିପଦା,୨୦ା୮(ଡ଼ି.ଏନ୍‌.ଏ.)- କରୋନା ପାଇଁ ସରକାର ଆର୍ଥିକ ସହାୟତା ସହିତ ମାଗଣା ଚାଉଳ, ଡାଲି ଦେବାର ବ୍ୟବସ୍ଥା କରିଛନ୍ତି ା ମାତ୍ର ପରିଚାଳନାଗତ ତ୍ରୁଟି ପାଇଁ ଏହିି ସହାୟତା ଠିକ୍‌ ଭାବେ ହିତାଧିକାରୀମାନଙ୍କ ପାଖରେ ପହଞ୍ଚି ପାରୁନାହିଁ ା ଦୁଇ ଥର ୫ମାସର…

ଫୁଟବଲ ଖେଳ ଦେଖିବାକୁ ଯାଇ ଭାସି ଯାଇଥିଲେ: ଆଜି ନଦୀରୁ ମିଳିଲା ୨ ମୃତଦେହ

ଚିତ୍ରଡ଼ା,୨୦ା୮(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଜମ୍ଭୀରା ନଦୀରେ ଭାସିଯାଇଥିବା ୨ ଯୁବକଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି। ମୃତ ଯୁବକ ଦ୍ୱୟ ହେଲେ ଗଣ୍ଡଗୁହାଳି ଗ୍ରାମର ବୁଦ୍ଧେଶ୍ୱର ମାଝି ଓ ବିରାମ ମାରାଣ୍ଡି। ଜଣଙ୍କର ମୃତଦେହ ଶୀଳଦା ଓ ଅନ୍ୟ…

କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ଅଭିଯୁକ୍ତ ଗିରଫ

ଠାକୁରମୁଣ୍ଡା,୧୭।୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲ୍ଲକ ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ ବଳାତ୍କାର କରି ଗଳା କାଟି ହତ୍ୟା ଘଟଣାରେ ମହୁଲଡିହା ଥାନା ପୋଲିସ ଅଭିଯୁକ୍ତଙ୍କୁ ସୋମବାର ଗିରଫ କରିଛି। ହତ୍ୟାକାଣ୍ଡର ୪୫ ଦିନ ପରେ ଲାଏ ଡିଟେକ୍ସନ ଟେଷ୍ଟ ପରେ…

ନିଆରା ଢଙ୍ଗରେ ପାଳିତ ହେଲା ସ୍ବାଧୀନତା ଦିବସ

ଚିତ୍ରଡ଼ା,୧୫ା୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା ପଞ୍ଚାୟତରେ ଯାଇଥିବା ରାଜ୍ୟ ରାଜପଥ ପାଶର୍‌ବରେ ମୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଭାସ କର ମହାପାତ୍ର ୭୪ତମ ସ୍ବାଧୀନତା ଦିବସ ଅବସରରେ ବୃକ୍ଷରୋପଣ ଏବଂ ପରିବେଶ ପ୍ରଦୂଷଣକୁ…

ଗରିବ ପରିବାରରେ କରୋନା ଦୁର୍ଦ୍ଦଶା: ଭୋକ ଉପାସରେ ୩ ନାବାଳକ

ବାରିପଦା ଅଫିସ,୧୧।୮: ମୟୂରଭଞ୍ଜ ଜିଲାରେ ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଯେଉଁ ଗରିବ ପରିବାରରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେମାନଙ୍କ ଦୁର୍ଦ୍ଦଶା କହିଲେ ନସରେ। ଏଭଳି ଏକ ଘଟଣା ମୟୂରଭଞ୍ଜ ଜିଲା ବାରିପଦା ମ୍ୟୁନସିପାଲିଟି ଅଧୀନ ୧୬ନଂ. ଓ୍ବାର୍ଡର…

କୂଳ ଖାଉଛି ଦୁଇମୁହାଣୀ

କୁଆମରା,୧୧।୮(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଦେଇ ନାହ୍ଲୁଆ ଓ ଗଙ୍ଗାହାର ନାମରେ ଦୁଇଟି ନଦୀ ପ୍ରବାହିତ ହୋଇଛି। ଉକ୍ତ ଦୁଇ ନଦୀ ଖଡ଼ିକାପଦାଠାରେ ମିଶ୍ରଣ ହୋଇ ଗୋଟିଏ ନଦୀରେ ପରିଣତ ହୋଇଥିବାରୁ ତାହା ଦୁଇମୁହାଣୀ ନାମରେ ନାମିତ ହୋଇଛି। ଉକ୍ତ…

ମଧୁର ଜଳ ମୁକ୍ତା ଚାଷ

ବାରିପଦା ଅଫିସ, ୧୦।୮- କରୋନା ଯୋଗୁ ସମଗ୍ର ବିଶ୍ୱରେ ମାନ୍ଦାବସ୍ଥା। ଏହିଭଳି ପରିସ୍ଥିତିରେ ନିଜେ ଆତ୍ମନିର୍ଭରଶୀଳ ହେବା ସହ ୩୫ ଜଣଙ୍କୁ ରୋଜଗାର ଯୋଗାଇ ଦେବା କମ୍‌ ବଡ଼ କଥା ନୁହେଁ। ଆତ୍ମନିଭରଶୀଳତାର ମାର୍ଗ ଦେଖାଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଥିବା…

ବାରିପଦାରେ ନିର୍ମାଣ ହେବ ରାମମନ୍ଦିର

ବାରିପଦା ଅଫିସ,୬ା୮- ଅଯୋଧ୍ୟାଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀରାମ ଚନ୍ଦ୍ରଙ୍କର ମନ୍ଦିର ନିର୍ମାଣ ନିମନ୍ତେ ଭୂମି ପୂଜା କରିଛନ୍ତି। ଏହି ଅବସରରେ ମୟୂରଭଞ୍ଜ ଜିଲା ବାରିପଦାର ଭୁଗୁଡାକଟାଠାରେ ଏକ ରାମ ମନ୍ଦିର ନିର୍ମାଣ ପାଇଁ ବୁଧବାର ସ୍ଥାନ ନିରୂପଣ କରାଯାଇଛି। ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri