ଫେଡ଼ାଣ ଭୁଲ କରିଦେଲେ ହାଟଡିହୀ ବିଡିଓ
ହାଟଡିହୀ/ଛେନାପଦୀ,୨୫l୪(ଶୁଭକାନ୍ତ ନାୟକ/ନିରାକାର ପରିଡା): ଜଣେ ଓଏଏସ୍ ଅଧିକାରୀ ସରକାରୀ ଅନୁଦାନର ବିନିଯୋଗ ପ୍ରମାଣ ପତ୍ର (ୟୁସି/ୟୁଟିଲାଇଜେସନ ସାର୍ଟିଫିକେଟ) ଦେବା ବେଳେ ଫେଡ଼ାଣ ଭୁଲ କରିଦେଇଛନ୍ତି । ଯାହାକି ଏବେ ନଜରକୁ ଆସିଛି । କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଡିଓଙ୍କ ଦସ୍ତଖତ…
ପିଚୁ ରାସ୍ତା ଖୋଳି ପାଇପ୍ ଲାଇନ ବିଛାଉଛି କମ୍ପାନୀ, ବିନା ଅନୁମତିରେ…
ପାଟଣା,୨୪ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମେଗା ପାନୀୟ ଜଳ ଯୋଗାଣ ପାଇଁ ପାଇପ ଲାଇନ୍ ବିଛାଇବା କାର୍ଯ୍ୟକୁ ଠିକାରେ ନେଇଥିବା କମ୍ପାନୀ ମନଇଚ୍ଛା ବିନା ଅନୁମତିରେ ପିଚୁ ଓ କଂକ୍ରିଟ ରାସ୍ତା ଖୋଳି ନଷ୍ଟ କରୁଥିବା ଦେଖିବାକୁ…
୪୦ଡିଗ୍ରୀ ତାପମାତ୍ରାରେ ସ୍କୁଲରୁ ଫେରୁଛନ୍ତି ଛାତ୍ରୀଛାତ୍ର: ଛୁଟି ଘୋଷଣା ପାଇଁ ସରକାରଙ୍କଠାରେ ଦାବି
ପାଟଣା,୨୪।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲାରେ ବୁଧବାରଠାରୁ ପାରଦ ଉପରମୁହାଁ ହୋଇଛି। ପାଟଣା ବ୍ଲକ ମୁଖ୍ୟାଳୟର ଗୁରୁବାର ସର୍ବୋଚ୍ଚ ୪୧ଡିଗ୍ରୀ ରହିଥିବା ବେଳେ ଶୁକ୍ରବାର ମଧ୍ୟ ୪୦ଡିଗ୍ରୀ ଉପରେ ରହିବ ବୋଲି ପାଣି ବିଭାଗ ଆକଳନ କରିଛି। ହେଲେ ଉଭୟ ସରକାରୀ ବେସରକାରୀ…
ଗିରଫଦାରି ଭୟରେ ଅଭିଯୁକ୍ତ ଫେରାର: ପାରିବାରିକ ସଂଘର୍ଷ ଘଟଣା…
ହାଟଡିହୀ,୨୪l୪(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ନନ୍ଦିପଦା ଥାନା ଜମ୍ଭରା ଗ୍ରାମରେ ଚଳିତ ମାସ ୭ ତାରିଖ ମଙ୍ଗଳବାର ରାତିରେ ୨ ପରିବାର ମଧ୍ୟରେ ସଂଘର୍ଷ ଘଟଣାରେ ଗିରଫ ଭୟରେ ଅଭିଯୁକ୍ତ ଫେରାର ଅଛନ୍ତି। ଗିରଫ ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ ଜାରି…
କେନ୍ଦୁଝର ଜିଲାପାଳଙ୍କୁ ହାଇକୋର୍ଟଙ୍କ ନୋଟିସ: ଚାକିରିରୁ ବେନିୟମ ବିଦା ଅଭିଯୋଗ, ଆବେଦନ କଲେ ପୁନଃ ବିଚାର ପାଇଁ ନିର୍ଦ୍ଦେଶ
କେନ୍ଦୁଝର/ହାଟଡିହୀ/ଆନନ୍ଦପୁର,୨୩।୪(ନରେଶ ଚନ୍ଦ୍ର ପଟ୍ଟନାୟକ, ଶୁଭକାନ୍ତ ନାୟକ, ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଖଣିଜ ପ୍ରତିଷ୍ଠାନ (DMF) କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କୁ ଚାକିରିରୁ ବିଦା କରିବା ଘଟଣାରେ ମାନ୍ୟବର ଓଡ଼ିଶା ହାଇକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାରେ କୋର୍ଟ…
କଳା ପଲସର ଆତଙ୍କ, ଆଲମିରା ଭାଙ୍ଗି ଲୁଟିନେଲେ ସୁନା ଗହଣା
ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଗୁରୁବାର କଳା ପଲସର ଆତଙ୍କ ଦେଖିବାକୁ ମିଳିଛି । ଦିନ ଦ୍ବିପହରେ ଘରେ ପଶି ବନ୍ଧୁକ ଦେଖାଇ ଲୁଟେରାମାନେ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା ଲୁଟି…
୪ ଦିନ ହେଲା ଅଙ୍ଗନୱାଡି କେନ୍ଦ୍ରରେ ଝୁଲୁଛି ତାଲା: ବାରଣ୍ଡାରେ ପାଠପଢୁଛନ୍ତି କୁନି କୁନି ପିଲା
ପାଟଣା,୨୩।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ସାହାରପଡା ବ୍ଲକ କୁଣ୍ଡୁଳା ପଞ୍ଚାୟତର କୁଣ୍ଡଳା ଗ୍ରାମରେ ୪ ଦିନ ହେବ ମହାନ୍ତ ସାହିର ୧ ନମ୍ବର ଅଙ୍ଗନବାଡ଼ି କେନ୍ଦ୍ରର ଶ୍ରେଣୀ ଗୃହ ଓ ରୋଷେଇ ଘରେ ଗ୍ରାମର କେତେକ ମହିଳାମାନେ ତାଲା ପକାଇ ଦେଇଥିବାରୁ…
ଆନନ୍ଦପୁରରେ ପୋଲିସକୁ ବଡ଼ ସଫଳତା: ୧ କୁଇଣ୍ଟାଲ ଗଞ୍ଜେଇ ଜବତ, ୨୦ ଗିରଫ
କେନ୍ଦୁଝର/ହାଟଡିହୀ/ଆନନ୍ଦପୁର, ୨୨/୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଧୀନ ବିଭିନ୍ନ ଥାନା ଅଞ୍ଚଳରୁ ପୋଲିସ ଚୋରା ଗଞ୍ଜେଇ ବିକ୍ରି ଘଟଣାରେ ୨୦ ଜଣଙ୍କୁ ଗିରଫ କରିଛି। କେନ୍ଦୁଝର ଏସ୍ପି ନୀତିନ କୁଶଲ ଦାଗୁଡୁଙ୍କ ନିର୍ଦ୍ଦେଶ…
ଆନନ୍ଦପୁର କଲେଜର ସାମ୍ସ ରୁମରେ ଅଗ୍ନିକାଣ୍ଡ, ୧୦ରୁ ଅଧିକ…
ବଞ୍ଚୋ,୨୨ା୪(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର କଲେଜର ସାମ୍ସ (SAMS) ରୁମରେ ଆଜି ହଠାତ୍ ଅଗ୍ନିକାଣ୍ଡ ଘଟିଛି । ରୁମ ଭିତରେ ହଠାତ୍ ନିଆଁ ଲାଗିଯାଇଥିବାରୁ ୧୦ରୁ ଅଧିକ କମ୍ପ୍ୟୁଟର ସହିତ ଛାତ୍ରୀଛାତ୍ରଙ୍କ ଅନେକ ଜରୁରୀ ଡକ୍ୟୁମେଣ୍ଟ ଓ ଫାଇଲ ସମ୍ପୂର୍ଣ୍ଣ…
ମହିଳା ବିଲ୍ ଆଣିବା ପଛରେ ରହିଥିଲା ଛଳନା: ଜୟଦେବ ଜେନା
କେନ୍ଦୁଝର,୨୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ସ୍ଥାନୀୟ କଂଗ୍ରେସ ଭବନ ଠାରେ ଜିଲା କଂଗ୍ରେସ ପକ୍ଷରୁ ମହିଳା ବିଲ ଓ ସୀମା ନିର୍ଦ୍ଧାରଣ ବିଲ୍କୁ ନେଇ ଏକ ପ୍ରେସ୍ମିଟ୍ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଉପସ୍ଥିତ…
ଏକର ପିଛା ୩୦ କୋଟି ଦିଅ: ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଦାବି ରଖିଲେ ଗ୍ରାମବାସୀ
ପାଟଣା,୨୨/୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ହାଇସ୍କୁଲ ପଡିଆରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଗ୍ରାମସଭା ଗ୍ରାମରେ ଅନୁଷ୍ଠିତ ହୋଇଛି। ଆୟୋଜିତ ଗ୍ରାମସଭା ସ୍ଥାନୀୟ ସରପଞ୍ଚ ହେମଲତା ନାଏକଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଜିଲା ପାଳ…
ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯାଉଥିଲେ ଦମ୍ପତି, ବାଇକ ଧକ୍କାରେ ଚାଲିଗଲା ଜୀବନ
ଆନନ୍ଦପୁର,୨୧।୪(ସୁଶାନ୍ତ କୁମାର ସାହୁ ): ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯାଉଥିବା ବେଳେ ବାଟରେ ଭୟଙ୍କର ଦୁର୍ଘଟଣା । ସ୍ବାମୀ, ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଶାଳଚୁଆ ଘାଟି ରାସ୍ତାରେ ଏହି ଦୁର୍ଘଟଣା ହୋଇଛି । ସୂଚନା…

