ଭତ୍ତା ପାଇଁ ୩ କି.ମି. ଚାଲିଲେ ବୃଦ୍ଧା
ଚମ୍ପୁଆ,୧୮।୧୦ (ଡି.ଏନ.ଏ.)-ଭତ୍ତା ଟଙ୍କା ପାଇଁ ଗୁଲ ପ୍ରଧାନ ନାମ୍ନୀ ଜଣେ ବୃଦ୍ଧାଙ୍କୁ ୩ କି.ମି. ଚାଲିବାକୁ ପଡ଼ିଛି। ବାଡ଼ି ଖଣ୍ଡକୁ ସାହାରା କରି ଚାଲି ଚାଲି ଯାଇ ସେ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଥିଲେ। କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ବଡନଈ...
ପୋଖରୀକୁ ଗୋଡ଼ ଧୋଇବାକୁ ଯାଇ ଆଉ ଫେରିଲେନି ବାବନ
ଆନନ୍ଦପୁର,୧୭।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତ ପୋଖରୀରେ ବୁଡି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି କଣ୍ଟିପାଳ ଗାଁ ଖିଲାର ସାହିର ବାବନ ଖିଲାର (୬୫)। ସେ ପୋଖରୀକୁ ଗୋଡ ଧୋଇବାକୁ ଯିବା ସମୟରେ ଗୋଡ ଖସିଯିବାରୁ...
ଗାଡ଼ିରେ ଡାକି ନେଇ ମହିଳାଙ୍କୁ ଗଣବଳାତ୍କାର
ବାରିପଦା ଅଫିସ, ୧୬ା୧୦: ମୟୂରଭଞ୍ଜ ଜିଲା ରରୁଆଁ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଲିଫ୍ଟ ଦେବା ବାହାନାରେ ୨ଜଣ ଯୁବକ ନଦୀକୂଳକୁ ନେଇ ଗଣବଳାତ୍କାର କରିବା ଘଟଣା ଚର୍ଚ୍ଚା ସୃଷ୍ଟି କରିଛି। ମହିଳାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଦମକଳବାହିନୀ...
ବଡ଼ବାପା ମୋ ମା’ଙ୍କୁ ହାଣିଦେଲେ
ଆନନ୍ଦପୁର/ଘସିପୁରା,୧୬।୧୦(ସ୍ବ.ପ୍ର./ଡି.ଏନ୍.ଏ.): କେନ୍ଦୁଝର ଜିଲା ଘସିପୁରା ଥାନା ଅଧୀନ ଅମାରଙ୍ଗ ଗ୍ରାମ ନିକଟ ବୈତରଣୀ ନଦୀରେ ଏକ ମୁଣ୍ଡ ବିହୀନ ମୃତଦେହ ମିଳିଛି। ଗ୍ରାମର କିଛି ଲୋକ ନଦୀ ପାର ହୋଇ ଅପରପାର୍ଶ୍ୱକୁ ଯିବା ସମୟରେ ପାଣିରେ ଏକ ମୁଣ୍ଡ ବିହୀନ...
ବିଧାୟକଙ୍କୁ ଆକ୍ରମଣ ଘଟଣା : ୫ ଗିରଫ
କେନ୍ଦୁଝର,୧୪।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବିଧାୟକଙ୍କ ଗାଡ଼ି ଉପରକୁ ବୋମାମାଡ଼ ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ପ୍ରତାପ ରାଉତ, ବିଦ୍ୟାଧର ପରିଡ଼ା, ଶରତ ଚନ୍ଦ୍ର ଜେନା, ସସିବୁଲ ଶେଖ, ମନମୋହନ...
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଚିହ୍ନଟ: ଡିଆଇଜି
କେନ୍ଦୁଝର,୧୩ା୧୦(ସ୍ବ.ପ୍ର.) କେନ୍ଦୁଝର ସଦର ବିଧାୟକ ମୋହନ ମାଝିଙ୍କ ଗାଡ଼ି ଉପରକୁ ବୋମାମାଡ଼ କରିଥିବା ଘଟଣାର ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଏନେଇ ବହୁ ପ୍ରମାଣ ମିଳିସାରିଛି। ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ରାଉରକେଲା ଡିଆଇଜି ଜୟନାରାୟଣ ପଙ୍କଜ ଧରିତ୍ରୀ ଜିଲା ପ୍ରତିନିଧିଙ୍କୁ...
କୋଭିଡ୍ କଟକଣା ମଧ୍ୟରେ ଚାଲିଛି ମା’ଙ୍କ ପୂଜାର୍ଚ୍ଚନା
ପାଟଣା,୧୩ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟର ମଣ୍ଡପରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ନୀତି କାନ୍ତି କୋଭିଡ୍ କଟକଣା ମଧ୍ୟରେ ଅଷ୍ଟମୀ ପୂଜା ଚାଲିଛି। ପୂଜକ ଭାବେ ପଣ୍ଡିତ ଦେବେନ୍ଦ୍ର କୁମାର ମିଶ୍ର ଓ ବୃନ୍ଦାବନ ଷଡ଼ଙ୍ଗୀ ପୂଜାର୍ଚ୍ଚନା...
ଯୁବକଙ୍କ ମୃତ୍ୟୁକୁ ନେଇ ରେଳ ଷ୍ଟେଶନରେ ତୁମୁଳକାଣ୍ଡ
ଯୋଡ଼ା,୧୨।୧୦(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ଅଧୀନ ବାଂଶପାଣି ରେଳ ଷ୍ଟେଶନରେ ଜଣେ ରେଳବାଇ ପୋଲିସ କର୍ମୀ ଜଣେ ଯୁବକଙ୍କୁ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଏହାକୁ କେନ୍ଦ୍ର କରି ଷ୍ଟେଶନରେ ତୁମୁଳକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକେ ଷ୍ଟେଶନରେ ଭଙ୍ଗାରୁଜା...
ମାଛ ଧରିବାକୁ ଯାଇ ଭାସି ଯାଇଥିଲେ ଯୁବକ: ମିଳିଲା ମୃତଦେହ
ପାଟଣା,୧୨।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା କପୁଣ୍ଡି ଗ୍ରାମ ଦେଇଯାଇଥିବା ବୈତରଣୀ ନଦୀରେ ମାଛ ଧରିବାକୁ ଯାଇ ସୋମବାର ଜଣେ ଯୁବକ ଭାସି ଯାଇଥିଲେ। ମଙ୍ଗଳବାର ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ଗ୍ରାମର ବାଲ୍ମୀକି ବିଶୋଇଙ୍କ ପୁଅ...
ସିସିଟିଭି ଫୁଟେଜ୍ ଜାରି କଲା ପୋଲିସ, ଧରାଇଦେଲେ ମିଳିବ ପୁରସ୍କାର
କେନ୍ଦୁଝର,୧୨।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବିଧାୟକ ମୋହନ ମାଝିଙ୍କୁ ଆକ୍ରମଣ ଘଟଣାରେ ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କ ସିସିଟିଭି ଫୁଟେଜ୍ ଜାରି କରିଛି। ଆକ୍ରମଣ ପରେ ବାଇକ୍ରେ ଖସି ପଳାଇବା ସମୟରେ ସିସିଟିଭିରେ କଏଦ୍ ହୋଇଥିବା ଏହି ବ୍ୟକ୍ତି ଜଣଙ୍କୁ ଧରାଇ...
ବିଧାୟକ ମୋହନ ମାଝିଙ୍କ ଉପରେ ଆକ୍ରମଣ ଘଟଣା: ପ୍ରତିବାଦରେ ଏନ୍ଏଚ୍ ୪୯ ଅବରୋଧ
କେନ୍ଦୁଝର,୧୨।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବିଧାୟକ ମୋହନ ମାଝିଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଭାଜପା ପକ୍ଷରୁ ମଙ୍ଗଳବାର ବିକ୍ଷୋଭ କରାଯାଇଛି। ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ନେତୃତ୍ୱରେ ସ୍ଥାନୀୟ ଗାନ୍ଧୀଛକଠାରେ ଭାଜପା କର୍ମୀ ରାସ୍ତାରେ ବସି ଆନ୍ଦୋଳନ...
ରାଇସୁଆଁ, ଟଣ୍ଟୋ ଏୟାରଷ୍ଟ୍ରିପ୍କୁ ଅଣଦେଖା
କେନ୍ଦୁଝର,୧୨।୧୦(ସ୍ବ.ପ୍ର.)-ଖଣିଖାଦାନ ସମୃଦ୍ଧ କେନ୍ଦୁଝର ଜିଲାରେ ଥିବା ବହୁ ପୁରୁଣା ଦୁଇ ଏୟାରଷ୍ଟ୍ରିପ୍ ରକ୍ଷଣାବେକ୍ଷଣ ଅଭାବରୁ ଅବହେଳିତ ହୋଇରହିଛି। କେନ୍ଦ୍ର ସରକାର ଉଡାନ ଯୋଜନାରେ ରାଜ୍ୟର ବିଭିନ୍ନ ଏୟାରଷ୍ଟ୍ରିପ୍ର ବିକାଶ ଓ ସମ୍ପ୍ରସାରଣ କରୁଥିବା ବେଳେ ଏହି ଜିଲାର ଏୟାରଷ୍ଟ୍ରିପ୍କୁ ଅଣଦେଖା...