କେନ୍ଦୁଝର

ଗାଡ଼ି ଛାଡିବା ପାଇଁ ୩୦ହଜାର ଟଙ୍କା ଲାଞ୍ଚ : ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଟିପର ମାଲିକ

କେନ୍ଦୁଝର, ୨୮ା୭ (ସ୍ବ.ପ୍ର.)-କେନ୍ଦୁଝର ଜିଲା ନୟାକୋଟ ଥାନା ଅଧୀନ ବାଂଶପାଳ ଫାଣ୍ଡିର ପୂର୍ବତନ ଅଧିକାରୀଙ୍କ ବିରୋଧରେ ଲାଞ୍ଚ ନେବା ଭଳି ଗୁରୁତର ଅଭିଯୋଗ ଆସିଛି। ଦୁର୍ଘଟଣା ଘଟାଇଥିବା ଏକ ଟିପ୍ପରକୁ ଛାଡିଦେବା ପାଇଁ ସେ ଗାଡ଼ି ମାଲିକ ତଥା ବାମେବାରୀ ଥାନା…

ଅସହାୟଙ୍କୁ ମିଳୁନି ଘର

ଚମ୍ପୁଆ/ଘାଗରବେଡା,୨୮ା୭(ଡି.ଏନ.ଏ)-ରରୁଆଁ ବ୍ଲକ ଅନ୍ତର୍ଗତ ପାନପତ୍ରିଆ ପଞ୍ଚାୟତର ଛେଳିଆନାଳ ଗ୍ରାମରେ ଜଣେ ଗରିବ ଅସହାୟ ହେଲେ ଚନ୍ଦ୍ରମୋହନ ଲାଗୁରୀ। ଗରିବ ହୋଇଥିବାରୁ ବାସ କରିବାକୁ ତାଙ୍କ ପାଖରେ ଘର ଖଣ୍ଡିଏ ନାହିଁ। ସରକାର ଅସହାୟଙ୍କୁ ଘର ଦେବାପାଇଁ ବିଭିନ୍ନ ଯୋଜନା କରୁଛନ୍ତି ସତ…

ଏମିତି ଘଟିଲା ଦୁର୍ଘଟଣା: ଗାଡ଼ିର ଇଞ୍ଜିନ ପସିଗଲା ଚକା ଭିତରେ, ଗ୍ୟାସ କଟର ସାହାର୍ଯ୍ୟରେ ଉଦ୍ଧାର ହେଲେ ଚାଳକ

କେନ୍ଦୁଝର,୨୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ କୁଆଝରଣ ଘାଟି ନିକଟରେ ସୋମବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସକାଳେ କେନ୍ଦୁଝରରୁ ହରିଚନ୍ଦନପୁର ଅଭିମୁଖେ ଆସୁଥିବା ୧୪ ଚକିଆ ଟ୍ରକ୍‌ ନଂ.(ଏନ୍‌ଏଲ୦୨ଏଲ୮୭୬୧) କୁଆଝରଣ ଘାଟି ରସ୍ତାରେ ଯାଉଥିବା…

କେନ୍ଦୁଝରରେ ରେକର୍ଡ ଭାଙ୍ଗିଲା କରୋନା, ଆଜି ଗୋଟିଏ ଦିନରେ…

କେନ୍ଦୁଝର,୨୬ା୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ରବିବାର ୧୦୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯାହାକି ସବୁଦିନର ରେକର୍ଡ ଭାଙ୍ଗିଛି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୧୦ରେ ପହଞ୍ଚିଛି। ଶନିବାର ଦୁଇଜଣ ସୁସ୍ଥ ହୋଇଥିବା ବେଳେ ମୋଟ୍‌ ସୁସ୍ଥସଂଖ୍ୟା ୩୯୧ ଥିବା…

ସ୍ବଳ୍ପ ବୃଷ୍ଟି: ଚାଷ କାର୍ଯ୍ୟ ପ୍ରଭାବିତ

ଚମ୍ପୁଆ, ୨୬ା୭(ଡି.ଏନ.ଏ.)- କେନ୍ଦୁଝର ଜିଲା ହେଉଛି ଏକ କୃଷିବହୁଳ ଜିଲା। ଚମ୍ପୁଆରେ ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି। ଚମ୍ପୁଆ, ଯୋଡା ଓ ଝୁମ୍ପୁରାକୁ ନେଇ ଗଠିତ ଏହି କୃଷି ଜିଲାରେ ଚଳିତ…

ବିପଦ ଆଳ ଦେଖାଇ ସଂଯୋଗ କାଟିଲା ବିଦ୍ୟୁତ୍‌ ବିଭାଗ: ୩୫ ଏକର ଚାଷ ପ୍ରଭାବିତ

ଚମ୍ପୁଆ,୨୬।୭ (ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ରଜିଆ ପଞ୍ଚାୟତର ମହେଶ୍ୱରପୁରଠାରେ ଥିବା ଉଠା ଜଳସେଚନ ପଏଣ୍ଟର ବିଜୁଳି ସଂଯୋଗ ବିଦ୍ୟୁତ୍‌ ବିଭାଗ କାଟିଦେବାପରେ ଏକର ଏକର ପରିବା ଚାଷ କରିଥିବା ପରିବା ଚାଷୀମାନେ ଚମ୍ପୁଆ ଉପଜିଲାପାଳ ପ୍ରତାପ ପ୍ରୀତିମୟଙ୍କ ଦ୍ୱାରସ୍ଥ…

ଲୁଚକାଳି ଖେଳୁଛି ମୌସୁମୀ

କେନ୍ଦୁଝର,୨୫ା୭ (ସ୍ବ.ପ୍ର.)-କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କେନ୍ଦୁପୋଶି ଗ୍ରାମରେ ଦୀର୍ଘବର୍ଷରୁ କଙ୍କ୍ରିଟ କେନାଲ ନାହିଁ। ଫଳରେ ଶତାଧିକ ଧାନଚାଷୀଙ୍କ ଜମିରେ ପାଣିର ଉତ୍କଟ ସମସ୍ୟା ଲାଗି ରହିଛି। ଚଳିତବର୍ଷ ମୌସୁମୀ ବର୍ଷାର ନା ଗନ୍ଧ ନାହିଁ। ପ୍ରଚଣ୍ଡ ଖରାରେ…

ହରିଚନ୍ଦନପୁର ତହସିଲଦାରଙ୍କ ବଦଳି ବାତିଲ୍‌ ପାଇଁ ଅଡ଼ିବସିଲେ ଅଞ୍ଚଳବାସୀ

କେନ୍ଦୁଝର,୨୪।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ତହସିଲଦାର ସୁବାଷ ପାଲଟାଙ୍କ ବଦଳି ବାତିଲ ପାଇଁ ଦାବି ହୋଇଛି। ତାଙ୍କର ବଦଳି ବାତିଲ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଶୁକ୍ରବାର ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।…

ଧାନ ପରେ ପଇସା ଗଲା, ଚାଷୀ ମୁଣ୍ଡରେ ଚଡ଼କ

କେନ୍ଦୁଝର,୨୩ା୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଅଞ୍ଚଳରେ ୬୮ଜଣ ଚାଷୀଙ୍କ ଧାନ ବିକ୍ରି ଅର୍ଥ ହଡ଼ପ ହୋଇଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସରକାରଙ୍କ ନିର୍ଦ୍ଧାରିତ ଟୋକନ ବ୍ୟବସ୍ଥାରେ ଚାଷୀ ଧାନ ବିକି ରଶିଦ ପାଇଥିଲେ। ଏହା ସତ୍ତ୍ୱେ ଦୀର୍ଘ ୪ମାସ ହେଲା…

ଆଗେଇ ପାରୁନି ଚାଷ କାମ: ଶ୍ରାବଣରେ ଜମି ପଡ଼ିଛି ଶୁଖିଲା

ବାରିପଦା ଅଫିସ,୨୩ା୭- ଶ୍ରାବଣ ମାସ ସରିବାକୁ ବସିଥିବା ବେଳେ ବର୍ଷାର ଦେଖା ନାହିଁ। ପ୍ରତିଦିନ ବର୍ଷା ଉଠାଇଛି ହେଲେ ବର୍ଷୁ ନାହିଁ। ସ୍ବଳ୍ପ ବର୍ଷା ଯୋଗୁ ମୟୂରଭଞ୍ଜ ଜିଲାର ଅଧିକାଂଶ ବ୍ଲକରେ ଚାଷ କାର୍ଯ୍ୟ ଆଗେଇ ପାରୁନି। ବାରିପଦା ବ୍ଲକ ବୁଢିଖମାରୀ…

କାମରେ ଲାଗୁନି ଉଠା ଜଳସେଚନ ପଏଣ୍ଟ

ଚମ୍ପୁଆ,୨୩ା୭(ଡି.ଏନ.ଏ.)- ଚାଷୀ ଓ ଚାଷର ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ଚାଷ ପାଇଁ ବିହନଠାରୁ ଆରମ୍ଭ କରି ସାର ମଧ୍ୟ ସବ୍‌ସିଡିରେ ପ୍ରଦାନ କରାଯାଉଛି। ଚାଷ ପାଇଁ ପ୍ରମୁଖ ଆବଶ୍ୟକ ଜଳ ନିମିତ୍ତ…

ସବୁଜିମା ନିଶାରେ ବୃକ୍ଷମାନବ

କେନ୍ଦୁଝର,୨୨ା୭(ଦୀପକ ମିଶ୍ର)-ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟର ଗନ୍ତାଘର କେନ୍ଦୁଝର ଜିଲା। ଶିଳ୍ପାୟନ ଓ ଖଣିଖନନ ପାଇଁ ଲକ୍ଷ ଲକ୍ଷ ବୃକ୍ଷରାଜି ନଷ୍ଟ ହେଉଛି। ସାମାଜିକ ବନୀକରଣ ଏଠାରେ ଆଶାନୁରୂପ ହୋଇପାରୁ ନ ଥିବା ଅଭିଯୋଗ ହେଉଥିବାବେଳେ ସବୁଜିମା ନିଶାରେ ମସଗୁଲ ହୋଇ ପଡ଼ିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?