କେନ୍ଦୁଝର,୨୨ା୭(ଦୀପକ ମିଶ୍ର)-ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟର ଗନ୍ତାଘର କେନ୍ଦୁଝର ଜିଲା। ଶିଳ୍ପାୟନ ଓ ଖଣିଖନନ ପାଇଁ ଲକ୍ଷ ଲକ୍ଷ ବୃକ୍ଷରାଜି ନଷ୍ଟ ହେଉଛି। ସାମାଜିକ ବନୀକରଣ ଏଠାରେ ଆଶାନୁରୂପ ହୋଇପାରୁ ନ ଥିବା ଅଭିଯୋଗ ହେଉଥିବାବେଳେ ସବୁଜିମା ନିଶାରେ ମସଗୁଲ ହୋଇ ପଡ଼ିଛନ୍ତି ରମେଶ ଚନ୍ଦ୍ର ମିଶ୍ର। ବୃକ୍ଷମାନବ ଭାବେ ପରିଚିତ ଏହି ପ୍ରକୃତିପ୍ରେମୀ ଜଣକ ପରିବେଶ ସନ୍ତୁଳନ ପାଇଁ ନିଜ ପେନସନ ଅର୍ଥ ବ୍ୟୟ କରୁଛନ୍ତି। କେବଳ ନିଜେ ଗଛ ଲଗାଇବା କାମରେ ଅଟକି ଯାଇନାହାନ୍ତି ସେ । ଗାଁ ଗାଁ ବୁଲି ଚାରା ବାଣ୍ଟି ସବୁଜବନାନୀ ସୃଷ୍ଟି କରିବାରେ ଲାଗି ପଡ଼ିଛନ୍ତି। ବର୍ଷା ଦିନ ଆରମ୍ଭ ହେଲେ ସାଧାରଣ ଲୋକଙ୍କୁ ସେ ଚାରାରୋପଣ ପାଇଁ ପ୍ରବର୍ତ୍ତାଉଥିବା ବେଳେ ମାଗଣାରେ ଚାରା ମଧ୍ୟ ପ୍ରଦାନ କରୁଛନ୍ତି। ରମେଶ, ତାଙ୍କ ନିଜ ଗାଁ ଜଘିଂରାରେ ବୃକ୍ଷ ଗଙ୍ଗା ଅଭିଯାନ ଆରମ୍ଭ କରି ଅଦ୍ୟାବଧି ୫ଲକ୍ଷ ଚାରା ବାଣ୍ଟି ସାରିଲେଣି। ଏହାକୁ ଆହୁରି ବ୍ୟାପକ କରିବାକୁ ୬ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଅଭିଯାନ ଚଳାଇଛନ୍ତି।
ଶିକ୍ଷକତାରୁ ନିଜ ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ରମେଶ ପରେ ବ୍ୟାଙ୍କ କର୍ମଚାରୀ ଭାବେ କାର୍ଯ୍ୟ କରିଥିଲେ ା ଅବସର ପରେ ବୃକ୍ଷ ପ୍ରତି ଥିବା ତାଙ୍କର ଭଲ ପାଇବା ଆହୁରି ଅଧିକ ପରିସ୍ଫୁଟ ହୋଇଥିଲା ା କାଜୁ, ଶାଗୁଆନ, ପିଆଶାଳ, ପିଜୁଳି, ଡାଳିମ୍ବ, ଅଁଳା ସହ ଔଷଧୀୟ ବୃକ୍ଷ ଭାବେ ପରିଗଣିତ ନିମ୍ବ, ଅଶୋକ, କରଞ୍ଜ, ହରିଡା, ବାହାଡା ଆଦି ଗଛର ଚାରା ସେ ବିଭିନ୍ନ ଗ୍ରାମର ଯୁବକମାନଙ୍କୁ ଦେଇ ସବୁଜିମା ସୃଷ୍ଟି କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଏହି ଚାରା ରୋପଣର ସଫଳତାକୁ ନେଇ ସେ ମୂଲ୍ୟାୟନ ଜାରି ରଖିଥିବାବେଳେ ଯେଉଁ ବ୍ୟକ୍ତି ଅଧିକ ଚାରା ଳଗାଇ ସୁରକ୍ଷିତ ଭାବେ ଗଛକୁ ବୃଦ୍ଧି କରିପାରିବେ ତାଙ୍କୁ ଏକ ସ୍ବତନ୍ତ୍ର ଉତ୍ସବରେ ସମ୍ମାନିତ କରିବାର ମଧ୍ୟ ସେ ବ୍ୟବସ୍ଥା କରିଛନ୍ତି। ରମେଶଙ୍କର ଏହି ନିଆରା ଗଛ ଲଗାଇବାର ନିଶା ସମଗ୍ର ରାଜ୍ୟବାସୀଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଥିବାେବେଳେ ଗଛ ଲଗାଇବା ପାଇଁ ଯୁବପିଢ଼ିଙ୍କୁ ସେ ଏଥିପାଇଁ ବିଶେଷ ନିୟୋଜିତ କରିବା ସହ ପ୍ରତ୍ୟେକ ବର୍ଷ ଚାରା ପ୍ରଦାନ ସମୟରେ ସେ ଏକ ସଂକଳ୍ପ ପତ୍ରରେ ଦସ୍ତଖତ କରାଉଛନ୍ତି।
‘ବୃକ୍ଷ ମାନବ’ ଭାବରେ ତାଙ୍କର ପରିଚୟ ଏବେ ଅନେକ ସାଧାରଣ ବ୍ୟକ୍ତିଙ୍କୁ ବନୀକରଣ ପାଇଁ ପ୍ରୋତ୍ସାହିତ କରିଛି ା ବୃକ୍ଷରୋପଣରେ ରମେଶଙ୍କର ସ୍ବତନ୍ତ୍ର ଆଗ୍ରହ କେବଳ ଯେ ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ଅଭିପ୍ରେତ ତା ନୁହେଁ ଏକ ସାମାଜିକ ସୁବାର୍ତ୍ତା ଯୋଗାଇ କେନ୍ଦୁଝର ଜିଲାରେ ସବୁଜିମାର ନୂତନ ସ୍ବାକ୍ଷର ବହନ କରିପାରୁଛି ତାଙ୍କର ଏହି ନିରବିଚ୍ଛିନ୍ନ ପ୍ରୟାସ। ରମେଶ କହିଛନ୍ତି ଯେ, ଗତ ୬ ବର୍ଷ ମଧ୍ୟରେ ପାଖାପାଖି ୫ଲକ୍ଷ ଚାରା ପ୍ରଦାନ କରିବା ସହିତ ବୃକ୍ଷରୋପଣକୁ ଏକ ଆନ୍ଦୋଳନରେ ପରିଣତ କରିବା ସହ ଗାୟତ୍ରୀ ପରିବାର ଏଥିପାଇଁ ସମସ୍ତ ସହାୟତା ପ୍ରଦାନ କରିଛନ୍ତି ା ଭବିଷ୍ୟତରେ ଅଧିକରୁ ଅଧିକ ଚାରାରୋପଣ କରାଯିବା ସହିତ କେନ୍ଦୁଝର ପରି ଏକ ଜିଲାରେ ଅଧିକ ଗଛ ଲଗାଇଲେ କ୍ରମେ ବଢ଼ୁଥିବା ତାପମାତ୍ରା ହ୍ରାସ ପାଇବା ସହିତ ପରିବେଶ ସନ୍ତୁଳନ ରକ୍ଷା ହୋଇପାରିବ।
କଂଗ୍ରେସର ବନ୍ଦ ଡାକରା: ରାଜ୍ୟ ରାଜପଥ ଅବରୋଧ କଲେ ବିକ୍ଷୋଭକାରୀ
ବଞ୍ଚୋ,୮ା୧୦(ପ୍ରଦୋଷ ବିଶ୍ୱାଳ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଆନନ୍ଦପୁରରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ ସମେତ ବାମପନ୍ଥୀ…
ଇଣ୍ଡି ମେଣ୍ଟର ବନ୍ଦ ଡାକରା: ଗାଡ଼ିମୋଟର ଫେରାଇଦେଲେ ବିକ୍ଷୋଭକାରୀ
ପାଟଣା,୮ା୧୦(ବୀର କିଶୋର ଦାଶ): ଇଣ୍ଡିମେଣ୍ଟର ଭାରତ ବନ୍ଦ ଡାକରାକୁ ସମର୍ଥନ କରି ପାଟଣା ଓ ସାହାର ପଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ପିକେଟିଂ…
ଏମ୍ଏମ୍ଡିଆର, ଏସ୍ଆଇଆର୍ ମୁଖ୍ୟ ପ୍ରସଙ୍ଗ ନେଇ କଂଗ୍ରେସର ବନ୍ଦ ଡାକରା
କେନ୍ଦୁଝର,୮ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଏମ୍ଏମ୍ଡିଆର, ଏସ୍ଆଇଆର୍-୨୦୨୬, ପାଠ୍ୟପୁସ୍ତକ ତ୍ରୁଟି ଏବଂ ବନ୍ୟା ସମସ୍ୟା ପ୍ରସଙ୍ଗକୁ ନେଇ ବୁଧବାର ଓଡ଼ିଶା ବନ୍ଦ ଡାକରା ପରିପ୍ରେକ୍ଷୀରେ କେନ୍ଦୁଝରରେ ବନ୍ଦ ପାଳନ…
ଆନନ୍ଦପୁର କଲେଜ ନିର୍ବାଚନ ପାଇଁ ପୋଲିସ-ପ୍ରଶାସନର ସମନ୍ୱୟ ବୈଠକ: ପଡ଼ୁଛି ଉଠୁଛି କଲେଜ କ୍ୟାମ୍ପସ
ବଞ୍ଚୋ, ୭।୧୦ (ପ୍ରଦୋଷ ବିଶ୍ୱାଳ): ଓଡ଼ିଶା ସରକାରଙ୍କ ନିର୍ଦ୍ଧାରିତ କଲେଜ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ଆନନ୍ଦପୁର ପୁଲିସ ଓ ଜିଲା…
ଭିଏଚ୍ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ
ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍ଘାଟନୀ…
ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ
ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…
ଇନଷ୍ଟାଗ୍ରାମ ଆଇଡି ହ୍ୟାକ୍ କରି ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ, ଧରାପଡିବା ପରେ…..
ଆନନ୍ଦପୁର,୬ା୧୦(ସୁଶାନ୍ତ କୁମାର ସାହୁ ): ଇନଷ୍ଟାଗ୍ରାମ ଆଇଡି ହ୍ୟାକ କରି ଜଣେ ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରିବା ଅଭିଯୋଗରେ ଘଷିପୁରା ପୋଲିସ ଜଣେ ଯୁବକକୁ ଗିରଫ…
ମହିଳାଙ୍କୁ ନିର୍ଯାତନା ଦେଖି ତାତିଲେ ମହିଳା: ଶାଶୁ , ବଡ଼ଯାଆଙ୍କୁ ନିର୍ଧୁମ ଛେଚିଲେ, ଭିଡିଓ ଭାଇରାଲ
ହାଟଡିହୀ, ୫/୧୦ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଏକ ଗ୍ରାମରେ ଜଣେ ବିଧବା ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ବାରମ୍ବାର ନିର୍ଯାତନା ଦେଉଥିବା…

