ଗାଡ଼ି ଛାଡିବା ପାଇଁ ୩୦ହଜାର ଟଙ୍କା ଲାଞ୍ଚ : ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଟିପର ମାଲିକ

କେନ୍ଦୁଝର, ୨୮ା୭ (ସ୍ବ.ପ୍ର.)-କେନ୍ଦୁଝର ଜିଲା ନୟାକୋଟ ଥାନା ଅଧୀନ ବାଂଶପାଳ ଫାଣ୍ଡିର ପୂର୍ବତନ ଅଧିକାରୀଙ୍କ ବିରୋଧରେ ଲାଞ୍ଚ ନେବା ଭଳି ଗୁରୁତର ଅଭିଯୋଗ ଆସିଛି। ଦୁର୍ଘଟଣା ଘଟାଇଥିବା ଏକ ଟିପ୍ପରକୁ ଛାଡିଦେବା ପାଇଁ ସେ ଗାଡ଼ି ମାଲିକ ତଥା ବାମେବାରୀ ଥାନା ବଳଭଦ୍ରପୁର ଗ୍ରାମର ମଙ୍ଗରାଜ ମହାନ୍ତଙ୍କଠାରୁ ୧୦ ହଜାର ଟଙ୍କା ନେଇଥିଲେ ା ତଥାପି ଗାଡ଼ି ଛାଡି ନ ଥିଲେ ା ଏଥିପାଇଁ ସେ ଆଉ ୨୦ ହଜାର ଟଙ୍କା ଦାବି କରିଥିଲେ ବୋଲି ଏସ୍‌ପିଙ୍କ ନିକଟରେ ଅଭିଯୋଗ ହୋଇଛି ା
ସୂଚନା ଅନୁଯାୟୀ, ଗତ ୧୦ ତାରିଖରେ ବାଂଶପାଳ ବ୍ଲକସ୍ଥିତ ଏକ କାରଖାନାରେ ଟିପ୍ପର ଦୁର୍ଘଟଣାରେ ଅଲେଖ ନାଏକ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ା ଏ ନେଇ ନୟାକୋଟ ଥାନାରେ ଏକ ମାମଲା (ନଂ.୩୭/୨୦୨୦) ରୁଜୁ ହୋଇଥିଲା। ଗାଡି ଚାଳକ କେନ୍ଦୁଝର କୋର୍ଟରୁ ଜାମିନରେ ଆସିଥିଲେ। କିନ୍ତୁ ବାଂଶପାଳ ଫାଣ୍ଡି ଅଧିକାରୀ ଉକ୍ତ ଟିପ୍ପରକୁ ଫାଣ୍ଡି ପରିସରକୁ ନେଇ ଗାଡି ମାଲିକ ମଙ୍ଗରାଜଙ୍କୁ ଡକାଇଥିଲେ। ସେ ଗାଡି ଛାଡିବା ପାଇଁ ୧୦ ହଜାର ଟଙ୍କା ନେଇଥିଲେ ା ଦୁଇ ଦିନ ପରେ ଆସି ଗାଡି ନେଇଯିବାକୁ କହିଥିଲେ ା ୨ ଦିନ ପରେ ମଙ୍ଗରାଜ ଫାଣ୍ଡିରେ ପହଞ୍ଚତ୍ ଥିଲେ ା ହେଲେ ଫାଣ୍ଡି ଅଧିକାରୀ ଗାଡି ଛାଡିବା ପରିବର୍ତ୍ତେ ତାଙ୍କୁ ଗାଳିଗୁଲଜ କରିବା ସହ ଆଉ ୨୦ହଜାର ଟଙ୍କା ଦାବି କରିଥିଲେ ା ଟଙ୍କା ନ ଦେବାରୁ ଫାଣ୍ଡି ଅଧିକାରୀ ଗାଡି ଛାଡ଼ି ନ ଥିଲେ ା ଏଣୁ ବାଧ୍ୟ ହୋଇ ମଙ୍ଗରାଜ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଗାଡି ରିଲିଜ ଅର୍ଡର ଆଣିଥିଲେ। କୋର୍ଟ ଅର୍ଡର ଦେଖି ଫାଣ୍ଡି ଅଧିକାରୀ ଗାଡ଼ି ଛାଡିଥିଲେ ମଧ୍ୟ ସେ ନେଇଥିବା ୧୦ହଜାର ଟଙ୍କା ଫେରାଇ ନ ଥିଲେ ା ମଙ୍ଗରାଜ ଟଙ୍କା ଫେରସ୍ତ କରିବାକୁ କହିବାରୁ ଫାଣ୍ଡି ଅଧିକାରୀ ତାଙ୍କୁ ଗାଳିଗୁଲଜ କରିଥିଲେ ସେ ବୋଲି ସେ ସୋମବାର ଏସ୍‌ପିଙ୍କୁ ଭେଟି ଅଭିଯୋଗ କରିଛନ୍ତି।
ଇତିମଧ୍ୟରେ ସମ୍ପୃକ୍ତ ଫାଣ୍ଡି ଅଧିକାରୀଙ୍କ ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ତେଲକୋଇ ଥାନାକୁ ବଦଳି କରାଯାଇଛି ା ଏ ସମ୍ପର୍କରେ ପୂର୍ବତନ ଫାଣ୍ଡି ଅଧିକାରୀଙ୍କୁ ଫୋନରେ ଯୋଗାଯୋଗ କରାଯାଇଥିଲା ା ହେଲେ ଫୋନ୍‌ ରିସିଭ ନ କରିବାରୁ ତାଙ୍କ ମତାମତ ନିଆଯାଇପାରିନାହିଁ। ତେବେ ନୟାକୋଟ ଥାନା ଅଧିକାରୀ ବିଦେଶୀ ବାଗ କହିଛନ୍ତି, ସେ ଏ ବିଷୟରେ ସେ କିଛି ଜାଣି ନାହାନ୍ତି ା ଏଭଳି ଲାଞ୍ଚ କାରବାରକୁ ସେ ପ୍ରଶୟ ଦିଅନ୍ତି ନାହିଁ ବୋଲି କହିଛନ୍ତି ା ତେଲକୋଇ ଥାନା ଅଧିକାରୀ ପଦ୍ମାସିନୀ ମେହେର କହିଛନ୍ତି, ସମ୍ପୃକ୍ତ ଅଧିକାରୀ ଅଳ୍ପଦିନ ତଳେ ବଦଳି ହୋଇ ଆସିଥିଲେ ହେଁ ଘଟଣା ସମ୍ପର୍କରେ ଅବଗତ ନୁହନ୍ତି ା ଆଇନଜୀବୀ ସନ୍ତୋଷ ସାହୁ କହିଛନ୍ତି, ଏପରି ଘଟଣାର ତଦନ୍ତ କରାଯାଉ ା ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ା


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri