କେନ୍ଦୁଝର

ବାଲି ଚାଲାଣବେଳେ ଚଢାଉ, ୫ ଗାଡ଼ି ଜବତ

ଚମ୍ପୁଆ,୨୭ା୫(ଡି.ଏନ.ଏ)- ଚମ୍ପୁଆ ରାଜସ୍ବ ବିଭାଗ ଅଧିନରେ ଥିବା ବିଭିନ୍ନ ବାଲି ଉତ୍ସ ଗୁଡିକର ବାରମ୍ବାର ବାଲି ଚୋରାଚାଲାଣ ହୋଇ ଆସୁଥିବା ବେଳେ ରାଜସ୍ବ ବିଭାଗକୁ ଚକମା ଦେଖାଇ ବାଲି ମାଫିଆ ମାନେ ଅନାୟାଶରେ ବାଲି ଚାଲାଣ କରିଆସୁଥିଲେ। ଏପରିକି ରାଜସ୍ବ ବିଭାଗର…

ପଦ୍ମେଶ୍ବର ଶୈବପୀଠରେ ଶୀତଳଷଷ୍ଠୀ ଉତ୍ସବ

କେନ୍ଦୁଝର,୨୭ା୫ (ସ୍ବ.ପ୍ର.)-କେନ୍ଦୁଝର ଜିଲାର ବିଭିନ୍ନ ଶୈବ ପୀଠରେ ଶୀତଳ ଷଷ୍ଠୀ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଶିବଙ୍କ ପୂଜା ଆରାଧନା କରିବା ସହ ଶିବ ଓ ପାର୍ବତୀଙ୍କ ବିବାହ କରାଯାଇଛି। କରୋନା କଟକଣା ପାଇଁ ନିଆରା ଭାବରେ ଓ ସାମାଜିକ…

ଆନନ୍ଦପୁର ପୌର ପରିଷଦ କାର୍ଯ୍ୟାଳୟରେ ଉତ୍ତେଜନା: ଯନ୍ତ୍ରୀ-ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାଙ୍କ ଧସ୍ତାଧସ୍ତି

ଆନନ୍ଦପୁର,୨୭ା୫(ସ୍ବ.ପ୍ର.): ଆନନ୍ଦପୁର ପୌରପରିଷଦ କାର୍ଯ୍ୟାଳୟରେ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀଙ୍କ ସହିତ ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାଙ୍କ ବଚସା ପରେ ଧସ୍ତାଧସ୍ତି ହୋଇଛି। ଫକୀରପୁର ୮ ନଂ. ଓ୍ବାର୍ଡର ଉନୟନ ଯୋଜନାରେ ସଂପୃକ୍ତ ଓ୍ବାର୍ଡରେ ଥିବା ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ସାମିଲ…

ସନ୍ଥ କବିଙ୍କ ସଂପର୍କରେ ଆପତ୍ତିଜନକ ମନ୍ତବ୍ୟ : ପ୍ରତିବାଦରେ କୌପିନଧାରୀଙ୍କ ଦାବିପତ୍ର

କେନ୍ଦୁଝର, ୨୬ା୫ (ସ୍ବ.ପ୍ର./ଡି.ଏନ.ଏ.) -‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ’। ‘ମୋ ଜୀବନ ପଛେ ନର୍କ ପଡିଥାଉ ଜଗତ ଉଦ୍ଧାର ହେଉ।’ ସନ୍ଥକବି ଭୀମଭୋଇଙ୍କ ଏହି ଆଲେଖ ଭାରତ ପାର୍ଲିଆମେଣ୍ଟ ଭବନ ତଥା ମିଳିତ ଜାତିସଂଘରେ ସ୍ଥାନିତ…

ଧାନ ବିକି ଚାଷୀ ହତାଶ: ପ୍ରତିବାଦରେ ବ୍ଲକ ସମ୍ମୁଖରେ ଅନଶନ

କେନ୍ଦୁଝର, ୨୬ା୫(ଡି.ଏନ୍‌.ଏ.)-କେନ୍ଦୁଝର ଜିଲାର ସାହାରପଡା ଲ୍ୟାମ୍ପସରେ ଧାନ ବିକି ସହାୟକ ମୂଲ୍ୟ ପାଇ ନଥିବା ୬୦ରୁ ଊର୍ଦ୍ଧ୍ୱ ଚାଷୀ ମୁଣ୍ଡରେ ହାତ ଦେଇ ବସିଥିବାବେଳେ ପ୍ରତିବାଦରେ ମଙ୍ଗଳବାର ବ୍ଲକ ସମ୍ମୁଖରେ ଅନଶନ କରିଛନ୍ତି। ସାଂପ୍ରତିକ ସମୟରେ ଜୀବନ-ଜୀବିକାକୁ ନେଇ ମଣିଷ ବଞ୍ଚିବାର…

ବ୍ୟାଙ୍କରେ ଅବ୍ୟବସ୍ଥା: ଖରାରେ ଗ୍ରାହକଙ୍କ ଲମ୍ବା ଲାଇନ୍‌

ଚମ୍ପୁଆ,୨୬ା୫(ଡି.ଏନ.ଏ)- ଚମ୍ପୁଆ ଅଞ୍ଚଳରେ ଗ୍ରାହକମାନଙ୍କୁ ସେବା ଯୋଗାଉଥିବା ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ନାନା ସମସ୍ୟା ଦେଖାଦେଇଛି। ଘଣ୍ଟା ଘଣ୍ଟା ଧରି ଗ୍ରାହକମାନେ ଖରାରେ ଠିଆ ହେଉଥିଲେ ବି କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉ ନଥିବା ସେମାନେ ଅଭିଯୋଗ କରିଛନ୍ତି। କରୋନା ମହାମାରୀ…

କେନ୍ଦୁଝର ଜିଲାରେ ୮ କରୋନା ରୋଗୀ ଚିହ୍ନଟ, ସ୍ବାସ୍ଥ୍ୟ ବିଭାଗ ତତ୍ପର

କେନ୍ଦୁଝର,୨୬।୫ (ସ୍ବ.ପ୍ର.): କେନ୍ଦୁଝର ଜିଲାରେ ସୋମବାର ୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଜିଲା ମୁଖ୍ୟାଳୟରେ ପ୍ରଥମ ରୋଗୀ ଚିହ୍ନଟ ହୋଇଛି। ସ୍ଥାନୀୟ ନିହାଲ ସିଂ ଛକ ନିକଟ କିମିରିଡୋଲି ସାହିରେ ରହୁଥିବା ଜଣେ ସ୍ବାସ୍ଥ୍ୟ ବିଭାଗ ଗାଡି ଚାଳକଙ୍କ…

ପାଟଣା ବ୍ଲକର ପ୍ରଥମ କରୋନା ଆକ୍ରାନ୍ତ ୧୮ ବର୍ଷର ଯୁବକ

ପାଟଣା,୨୬।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ପଞ୍ଚାୟତର ଜଣେ ୧୮ ବର୍ଷୀୟ ଯୁବକ କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଛି। ଏନେଇ ମଙ୍ଗଳବାର ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଉକ୍ତ ଯୁବକ…

ଜିଲାପାଳଙ୍କ କ୍ଷମତା ବ୍ୟହାର କରି ମଲ୍ଲୀ ପଶି ବଜାରକୁ ୨୪ଘଣ୍ଟିଆ ସଟ୍‌ଡାଉନ କଲେ ସରପଞ୍ଚ

ପାଟଣା,୨୬।୫(ସ୍ବ.ପ୍ର.): କରୋନା ଭୁତାଣୁ ସଂକ୍ରମଣ ସକାଶେ ଦେଶରେ ଲକ୍‌ଡାଉନ ଜାରି ରହିଛି। ଇତିମଧ୍ୟରେ ପ୍ରବାସୀମାନେ ବିଭିନ୍ନ ପର୍ଯ୍ୟାୟରେ ନିଜ ନିଜ ରାଜ୍ୟକୁ ଫେରିବାରେ ଲାଗିଛନ୍ତି। ସୋମବାର ଗୁଜୁରାଟର ସୁରଟରୁ କିଛି ଲୋକଙ୍କୁ ନେଇ ଏକ ବସ୍‌ କୋଲକାତା ଅଭିମୁଖେ ଯାଉଥିଲା। ସେହି…

ଟ୍ରକରେ ଖଣିଜ ପରିବହନକୁ ନେଇ ତୁଟିଲା ବିବାଦ -ଘଟଗାଁ ବୈଠକରେ ରୋଡମ୍ୟାପ୍‌ ପ୍ରସ୍ତୁତ

କେନ୍ଦୁଝର,୨୬ା୫(ଡି.ଏନ୍‌.ଏ.)-ପାରାଦ୍ୱୀପଠାରେ କେନ୍ଦୁଝର ଓ ସୁନ୍ଦରଗଡ ଜିଲାର ଟ୍ରକଗୁଡିକରୁ ଖଣିଜ ପଦାର୍ଥ ଅନଲୋଡକୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଦୂର ହୋଇଛି ା କେନ୍ଦୁଝର ଜିଲାର ଘଟଗାଁଠାରେ ରାଜ୍ୟର ୧୦ଟି ଟ୍ରକମାଲିକ ସଂଘର ମିଳିତ ବୈଠକ ଅନୁଷ୍ଠିତ ହୋଇ ସମାଧାନର ପନ୍ଥା ବାହାର…

କୋଭିଡ୍‌ ହସ୍ପିଟାଲ୍‌ କର୍ମଚାରୀ ଆନ୍ଦୋଳନରେ ବସିଲେ

କେନ୍ଦୁଝର,୨୬ା୫(ଡି.ଏନ୍‌.ଏ.)-ଛଟେଇ ପ୍ରତିବାଦରେ କେନ୍ଦୁଝର ସହର ଉପକଣ୍ଠ ରାଙ୍କିସ୍ଥିତ ସ୍ବତନ୍ତ୍ର କୋଭିଡ଼ ହସ୍ପିିଟାଲ୍‌ର କର୍ମଚାରୀମାନେ ସୋମବାର ଆନ୍ଦୋଳନରେ ବସିଥିଲେ। କୋଭିଡ ହସ୍‌ପିଟାଲ ପାଇଁ ସମସ୍ତ ଖର୍ଚ୍ଚ ଜିଲା ଖଣିଜ ପାଣ୍ଠିରୁ ପ୍ରଦାନ କରାଯାଉଥିବାବେଳେ ଏହାର ପରିଚାଳନା ଦାୟିତ୍ୱ ଉକତ୍ଳ ହସ୍ପିଟାଲ ନାମକ ଏକ…

ପୋଲିସ ଜୁଲମ ପ୍ରତିବାଦରେ ଥାନା ଘେରାଉ

କେନ୍ଦୁଝର/ରାଇସୁଆ,୨୫।୫,(ସ୍ବ.ପ୍ର./ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଗୁହାଳଡ଼ିହି ରେଳ ସାଇଡ଼ିଂରେ କର୍ମସଂସ୍ଥାନ ପାଇଁ ଜମି ହରାଇ ଥିବା ସ୍ଥାନୀୟ ଅଧିବାସୀଙ୍କ ଉପରେ ପୋଲିସର ଜୁଲମ ପ୍ରତିବାଦରେ ସୋମବାର ସନ୍ଧ୍ୟାରେ ସ୍ଥାନୀୟ ଲୋକେ ଥାନା ଘେରାଉ କରିଥିଲେ। ଏହି ରେଳ ସାଇଡ଼ିଂରେ କର୍ମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?