ପାଟଣା ସବଷ୍ଟେଶନ ଦେଖିଲେ ବିଧାୟକ
ପାଟଣା,୬।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସବଷ୍ଟେଶନକୁ ଘଟଗାଁ ବ୍ଲକ ଟିକିରା ଗ୍ରୀଡରୁ ବିଦ୍ୟୁତ ସଂଯୋଗରେ ବିଳମ୍ବ ହେଉଥିବାରୁ ଏନେଇ ପାଟଣା ଅଞ୍ଚଳରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏଣେ ସାମାନ୍ୟ ବର୍ଷା ପବନରେ ଅଞ୍ଚଳରେ ୨୪ରୁ...
ମହିଳା ସରପଞ୍ଚଙ୍କୁ ପୋଲିସର ମାଡ଼ ପ୍ରତିବାଦରେ ସରପଞ୍ଚ ସଂଘର ଦାବିପତ୍ର: କୋଭିଡ୍-୧୯ରୁ ନିବୃତ୍ତ ରହିବାକୁ ଚେତାବନୀ
କେନ୍ଦୁଝର,୬ା୬(ସ୍ବ.ପ୍ର.): ସୋସୋ ଥାନା ଅନ୍ତର୍ଗତ ବଉଳା ଫାଣ୍ଡିରେ ବାଙ୍ଗୋର ପଞ୍ଚାୟତର ମହିଳା ସରପଞ୍ଚ ସୁପ୍ରଭା ରାଉତଙ୍କୁ ପୋଲିସର ମାଡ଼ ନେଇ ଓଡ଼ିଶା ତ୍ରିସ୍ତରୀୟ ପଞ୍ଚାୟତ ପରିଷଦ, ସରପଞ୍ଚ ମହାସଂଘ ପକ୍ଷରୁ ଘୋର ନିନ୍ଦା କରାଯାଇଛି। ଏନେଇ ଶନିବାର ଥାନାଧିକାରୀଙ୍କ ବିରୋଧରେ...
ଭୁଜାଲିରେ ଆକ୍ରମଣ କରି ଦୁର୍ବୃତ୍ତ ଲୁଟିନେଲେ ୮ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା
କେନ୍ଦୁଝର,୬।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଠାକୁରଡିହି ନିକଟରେ ଜଣେ ଟ୍ରାନ୍ସପୋର୍ଟ କର୍ମଚାରୀଙ୍କୁ ଶନିବାର ଦୁର୍ବୃତ୍ତ ଭୁଜାଲିରେ ହାଣି ଆଠ ଲକ୍ଷରୁ ଊଦ୍ଧର୍ବ ଟଙ୍କା ଲୁଟି ନେଇଛନ୍ତି। ଉକ୍ତ କର୍ମଚାରୀଙ୍କ ନାମ ବବଲୁ ବୋଲି ଜଣାପଡ଼ିଛି। ପୂର୍ବାହ୍ନରେ ବବ୍ଲୁ...
ଭାଜପାର କୋଭିଡ-୧୯ ନିୟମ ଉଲ୍ଲଂଘନ ପ୍ରତିବାଦରେ ବିଜେଡିର ଦାବିପତ୍ର
ଆନନ୍ଦପୁର,୬।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଉଳା ଫାଣ୍ଡି ସମ୍ମୁଖରେ ଗତ ୩ ତାରିଖରେ ଭାଜପା ନେତାଙ୍କ ନେତୃତ୍ୱରେ କୋଭିଡ-୧୯ ନିୟମର ଉଲ୍ଲଂଘନ କରାଯାଇ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଏହା ବିରୋଧରେ ଶନିବାର ମଧ୍ୟାହ୍ନରେ ବିଜେଡି ପକ୍ଷରୁ ଏକ ଦାବିପତ୍ର...
ନବବିବାହିତା ମହିଳାଙ୍କୁ ପୋଲିସର ଦୁର୍ବ୍ୟବହାର ଅଭିଯୋଗ : କାର୍ଯ୍ୟାନୁଷ୍ଠାନ ଦାବି
କେନ୍ଦୁଝର/ଆନନ୍ଦପୁର/ହାଟଡିହୀ,୬।୬(ସ୍ବ.ପ୍ର./ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ଥାନା ଗହଳଡାହି ଅଞ୍ଚଳରେ ଜଣେ ନବବିବାହିତା ମହିଳାଙ୍କୁ ୨ ଥାନା ଅଧିକାରୀ ଦୁର୍ବ୍ୟବହାର କରିଥିବା ନେଇ ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗନୁଯାୟୀ, ଗତ ୨ ତାରିଖ ରାତିରେ ବଉଳା ଫାଣ୍ଡି...
ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କଲା ନିଶାଶକ୍ତ ସ୍ବାମୀ
କେନ୍ଦୁଝର,୬।୬(ସ୍ବ.ପ୍ର.): କେନ୍ଦୁଝର ସହର ସାନ୍ତରାପୁର ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ନିଶାଶକ୍ତ ସ୍ବାମୀ ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟକର ସୃଷ୍ଟି କରିଛି। ସୂଚନାଯୋଗ୍ୟ, ସାନ୍ତରାପୁର ସାହିରେ ରହୁଥିବା ବାବୁଲି...
ଡିଜିଟାଲ ପ୍ଲାଟଫର୍ମରେ ଯୋଡ଼ି ହେବେ ପାଞ୍ଚ ହଜାର କାର୍ଯ୍ୟକର୍ତ୍ତା
କେନ୍ଦୁଝର,୬।୬(ସ୍ବ.ପ୍ର.): କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମୋଦି ସରକାରଙ୍କ ଦିତୀୟ ପାଳିର ଏକ ବର୍ଷ ପୂର୍ତ୍ତି ଶାସନର ସଫଳତା ଓ ଯୋଜନା ସମ୍ପର୍କରେ ଆସନ୍ତା ୮ ତାରିଖ ୩ଟା ୩୦ ମିନିଟ ସମୟରେ ଦେଶବାସୀଙ୍କୁ ଉଦ୍ବୋଧନ ଦେବେ। ଏହି ବିଶାଳ...
ୟୁକାଲିପଟାସ ଜଙ୍ଗଲରୁ ନବଜାତ ଶିଶୁ ଉଦ୍ଧାର
ରାଇସୁଆଁ (ଡି.ଏନ୍.ଏ.)/କେନ୍ଦୁଝର (ସ୍ବ.ପ୍ର.),୬।୬: କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ପୋଟଳ ଗ୍ରାମ ନିକଟ ଏକ ୟୁକାଲିପଟାସ ଜଙ୍ଗଲରୁ ପରିତ୍ୟକ୍ତ ସ୍ଥାନରୁ ଶନିବାର ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକ ଶିଶୁଟିକୁ ଉଦ୍ଧାର କରି କେନ୍ଦୁଝର ଜିଲା...
ଚମ୍ପୁଆରେ ମହାପ୍ରଭୁଙ୍କ ଦେବସ୍ନାନ
ଚମ୍ପୁଆ, ୫ା୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରୀଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି। ଉପଜିଲାପାଳ ତଥା ଚମ୍ପୁଆ ପ୍ରଶାସନ ମୁଖ୍ୟ ପ୍ରତାପ ପ୍ରତିମୟଙ୍କ ଉପସ୍ଥିତିରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଥିଲା। ପୂଜକ ଚମ୍ପେଶ୍ୱର ମିଶ୍ର, ବିପିନ ମିଶ୍ର,...
ମହିଳା ସରପଞ୍ଚଙ୍କୁ ପୋଲିସର ମାଡ଼ ଘଟଣା: ୪୦୦ଙ୍କ ନାଁରେ ମାମଲା
ହାଟଡିହୀ/ଆନନ୍ଦପୁର/କେନ୍ଦୁଝର,୫ା୬(ଡି.ଏନ୍.ଏ/ସ୍ବ.ପ୍ର.)-କେନ୍ଦୁଝର ଜିଲା ବଉଳା ଫାଣ୍ଡିକୁ କ୍ୱାରାଣ୍ଟାଇନ୍ କେନ୍ଦ୍ରରୁ ଲୁଚି ପଳାଇଥିତ୍ବା ଜଣେ ପ୍ରବାସୀଙ୍କ ସମ୍ପର୍କରେ ଏତଲା ଦେବାକୁ ଯାଇଥିବା ବାଙ୍ଗୋର ପଞ୍ଚାୟତର ମହିଳା ସରପଞ୍ଚ ସୁପ୍ରଭା ରାଉତ ଓ ସମିତି ସଭ୍ୟ ବିବେକାନନ୍ଦ ରାଉତଙ୍କୁ ପୋଲିସ ଦୁର୍ବ୍ୟବହାର କରିବା ସହ...
ବଣେଇରୁ ବଡବିଲକୁ ବାଲି ଚୋରା ଚାଲାଣ: ୭ ହାଇଓ୍ବା ଜବତ, ୭ ଗିରଫ
ବଡବିଲ,୫।୬(ସ୍ବ.ପ୍ର.)-ସୁନ୍ଦରଗଡ ଜିଲା ବଣେଇରୁ ବଡବିଲକୁ ବାଲି ଚୋରା ଚାଲାଣ ହେଉଥିବାବେଳେ କେନ୍ଦୁଝର ଜିଲା ବଡବିଲ ପୋଲିସ ଗୁରୁବାର ୭ଟି ବାଲି ବୋଝେଇ ହାଇଓ୍ବା ଟ୍ରକ ଜବତ କରିଛି। ଏହି ଘଟଣାରେ ବାଲିଘାଟର ମାଲିକ, ମ୍ୟାନେଜର ଓ ୭ ଜଣ ଟ୍ରକ...
କେନ୍ଦୁଝରରେ ଆଉ ୨ ପଜିଟିଭ ଚିହ୍ନଟ
କେନ୍ଦୁଝର,୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଶୁକ୍ରବାର ଆଉ ୨ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ପଜିଟିଭ୍ଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି। ଘଟଗାଁ ଓ ସାହାରପଡ଼ା ବ୍ଲକ ଏହି ୨ ପଜିଟିଭ୍ ହୋଇଥିବା ବେଳେ ସେମାନେ କ୍ୱାରାଣ୍ଟାଇନ...
Archives


