କେନ୍ଦୁଝରରେ ବିଗୁଡ଼ିଛି କରୋନା ସ୍ଥିତି: ଗୋଟିଏ ଦିନରେ୨୫ ଚିହ୍ନଟ, ୧୮୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

କେନ୍ଦୁଝର,୫ା୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ରବିବାର ଆଉ ୨୫ କରୋନା ପଜିିଟିଭ୍‌ ଚିହ୍ନଟ ହେବା ପରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୨ ରେ ପହଞ୍ଚିଛି। ଆକ୍ରାନ୍ତମାନେ ଘଟଗାଁ, ଘଷିପୁରା, ହରିଚନ୍ଦନପୁର, ପାଟଣା, ହାଟଡିହି ଓ ସଦର ବ୍ଲକ ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କର ଲୋକାଲ କଣ୍ଟାକ୍ଟ ଥିବା ବେଳେ ସେମାନେ ସମସ୍ତେ କୋଭିଡ୍‌ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିଲେ। ଏଣୁ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି ବୋଲି ଜିଲାପାଳ ଆଶିଷ ଥାକରେ କହିଛନ୍ତି। ଅନ୍ୟ ୧୪ ଜଣ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିଲେ। ଜିଲାର ସମୁଦାୟ୧୮୨ କରୋନା ରୋଗୀଙ୍କ ମଧ୍ୟରୁ ୧୦୧ ଜଣ ଚିକିତ୍ସିତ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି। ଏହାକୁ ମିଶାଇ ଅନ୍ୟ ୮୧ ଜଣ ଚିକିତ୍ସିତ ହେଉଛନ୍ତି। ବଡ଼ବିଲ ଅଞ୍ଚଳରେ ୧୧ ଜଣ ଲୋକାଲ କଣ୍ଟାକ୍ଟ ଜଣାପଡ଼ିବା ପରେ ବଡ଼ବିଲ ଅଞ୍ଚଳକୁ ୭ ଦିନ ପାଇଁ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଟପାଡ଼ରେ ବିଜେଡି ଆଗୁଆ

କୋଟପାଡ଼, ୨୩।୫(ଡି.ଏନ୍‌.ଏ.)- କୋଟପାଡ଼ ବିଧାନସଭା ଆସନରେ ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡିର ପଦ୍ମିନୀ ଦିଓ୍ବାନ ୩୧୨୬ ଭୋଟ ପାଇଥିବାବେଳେ କଂଗ୍ରେସର...

ସୁସ୍ଥ ହୋଇ ଘରକୁ ଫେରିଲେ କରୋନା ଆକ୍ରାନ୍ତ ଦମ୍ପତି

ଗଞ୍ଜାମ,୨୬ା୭(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ କାଇଁଚପୁର ପଞ୍ଚାୟତ ମାଳିଜଗନ୍ନାଥପୁର ଗ୍ରାମର ସ୍ତ୍ରୀ ସ୍ବାମୀ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇ ଶିତଳାପଲ୍ଲୀ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ବର୍ତ୍ତମାନ...

ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷଣା

ଖୋର୍ଦ୍ଧା ଅଫିସ,୨୮ା୯: ଖୋର୍ଦ୍ଧା ଜିଲା ତାପଙ୍ଗର ହାତିଆ ମୁଣ୍ଡିଆକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛି ଜିଲା ପ୍ରଶାସନ। ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ପ୍ରତ୍ୟେକ ଦିନ ପର୍ଯ୍ୟଟକଙ୍କ...

ସନ୍ଧ୍ୟାଧୂପରେ ପଖାଳ

‘ଯଥା ଦେହେ ତଥା ଦେବେ’ କର୍ମକାଣ୍ଡ ବିଜ୍ଞାନର ଏହି ରହସ୍ୟକୁ ଆଧାର କରି ମହାପ୍ରଭୁଙ୍କ ଉପାସନା ପ୍ରଚଳିତ। ଏହା ମଧ୍ୟ ଆମ ସନାତନ ପରମ୍ପରା ସ୍ବୀକୃତ।...

ନୂଆ ଥାଇ ବି ପୁରୁଣା ସାହା

ଛେଣ୍ଡିପଦା, ୨।୬(ସ୍ବ.ପ୍ର.) – ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ୩ ବର୍ଷ ତଳୁ ନିର୍ମାଣ ସରିଛି ପୋଲ। ହେଲେ ଆପ୍ରୋଚ ରୋଡ୍‌ ସମ୍ପୂର୍ଣ୍ଣ ହୋଇପାରି...

ଜମୁର୍ଡା ଗୁଳିକାଣ୍ଡ ରହସ୍ୟ ଉନ୍ମୋଚିତ: ଡକାୟତି ପାଇଁ ହତ୍ୟା, ତାନ୍ତ୍ରିକ ବାବା ସମ୍ପୃକ୍ତ

ବରଗଡ଼ ଅଫିସ, ୨୯।୬: ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଜମୁର୍ଡା ଗ୍ରାମରେ ଗତ ୯ ତାରିଖ ବିଳମ୍ବିତ ରାତିରେ ଘଟିଥିବା ଗୁଳିକାଣ୍ଡ ଓ ହତ୍ୟା ଘଟଣାର...

ସଙ୍ଗରୋଧ କେନ୍ଦ୍ରରେ କାମକରିବା ପରେ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ କରାଯାଉ ସ୍ବାବ ଟେଷ୍ଟ: ଶେରଗଡ଼ ପ୍ରାଥମିକ ଶିକ୍ଷକ ସଂଘ

ଶେରଗଡ଼,୯।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଏ ନେଇ ଶିକ୍ଷକ ମାନଙ୍କୁ କ୍ୱାରାଣ୍ଟାଇନ କାର୍ଯ୍ୟରେ ନିୟୋଜିତ କରୁଛି...

ପ୍ଲାଜମା ଦାନ ପାଇଁ ଅନୁରୋଧ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୬।୪: ଦେଶରେ କରୋନା ସଂକ୍ରମଣ ଏବେ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଥିବାରୁ ସମସ୍ତେ ଏବେ ଏଥିରୁ ରକ୍ଷା ପାଇବା ପାଇଁ ଚେଷ୍ଟା କରୁଛନ୍ତି। ରାଜଧାନୀ ଦିଲ୍ଲୀ...

Coronavirus Update

Archives

Model This Week

Why Dharitri