କ୍ଷୁଦ୍ର ଚଳଚ୍ଚିତ୍ରରେ ସଚେତନତାର ବାର୍ତ୍ତା

କେନ୍ଦୁଝର, ୫।୭ (ସ୍ବ.ପ୍ର.)- ଗୁରୁ ଦାସ, ଜିଲାରେ ଏକ ପରିଚିତ ନାମ। ଜଣେ ଓଡ଼ିଶୀ ନୃତ୍ୟଗୁରୁ ଓ ଅଭିନେତା ଭାବେ ତାଙ୍କର ରହିଛି ସୁନାମ। ତେବେ କରୋନା କଟକଣା ହିଁ ତାଙ୍କୁ ଏକ ସୁଯୋଗ ଆଣିଦେଇଛି । ଅର୍ଥାତ୍‌ ଏଇ ସମୟରେ ଶର୍ଟ ଫିଲ୍ମ (କ୍ଷୁଦ୍ର ଚଳଚ୍ଚିତ୍ର) ପ୍ରସ୍ତୁତ କରିବାରେ ସେ ନିଜକୁ ବ୍ୟସ୍ତ ରଖିଛନ୍ତି। ଇତି ମଧ୍ୟରେ ‘ଅପଦାର୍ଥ’, ‘ଅସଭ୍ୟ’, ‘ହଁ ହଁ ଭୂତ ଦେଖିଛି’, ‘ନଷ୍ଟ ଚରିତ୍ର’ ଭଳି କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତ କରିସାରିଛନ୍ତି। ତାଙ୍କର ନିଜସ୍ବ ନୃତ୍ୟକଳା ସଂସ୍ଥା କେନ୍ଦୁଝର ବର୍ଷା ସଙ୍ଗୀତ, ନୃତ୍ୟ, ଅଭିନୟ ଅନୁଷ୍ଠାନ ଦ୍ୱାରା ପରିବେଷିତ ଉପରୋକ୍ତ ଚଳଚ୍ଚିତ୍ରରେ ନିର୍ଦ୍ଦେଶକ ସାଜିଛନ୍ତି ଗୁରୁ। ଏଥିସହ ଏସବୁରେ ଜିଲାର କଳାକାରମାନଙ୍କୁ ମଧ୍ୟ ଅଭିନୟର ସୁଯୋଗ ଦେଇଛନ୍ତି।
ଟିଭି ସିରିଏଲ ଓ ମଞ୍ଚ ସହ ଜଡିତ ଏହି ଓଡ଼ିଶୀ ନୃତ୍ୟଗୁରୁ ଜିଲାର କଳାକାରଙ୍କୁ ନେଇ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରି ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି। ଆଜିକାର ସମୟରେ ନିଶାସକ୍ତ ସ୍ବାମୀ କିପରି ମାନସିକ ଭାରସାମ୍ୟ ହରାଇ ସ୍ତ୍ରୀ ଓ ଛୁଆ ପିଲାଙ୍କୁ ମାରି ଦେଉଛି, ସରକାରୀ ସହାୟତା ନ ପାଇ ଜଣେ କଳାକାର କିପରି ଛଟପଟ ହୋଇ ଜୀବନ ବିତାଛଛି, ଚେଙ୍କ ଓ ଭୂତପ୍ରେତ ଭଳି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ କିପରି ଅଘଟଣ ଘଟାଉଛନ୍ତି, ନିଶା ନିବାରଣ, ଭଣ୍ଡବାବାଙ୍କ କଳାକାରନାମା ଆଦି ଘଟଣାବଳୀକୁ ନେଇ ପ୍ରସ୍ତୁତ ହୋଇଛି ପାଞ୍ଚଟି ସଚେତନତାମୂଳକ କ୍ଷୁଦ୍ର ଚଳଚ୍ଚିତ୍ରା କରୋନା ମହାମାରୀ ସମୟରେ ଏହି ସବୁ ଚଳଚ୍ଚିତ୍ର ଶିକ୍ଷଣୀୟ ଜ୍ଞାନ ଦେଇ ପାରିବ ବୋଲି ଆଶାବ୍ୟକ୍ତ କରନ୍ତି ଗୁରୁ ା ଏହି ଚଳଚ୍ଚିତ୍ରର ଅବଧି ରହିଛି ୧୨ ମିନିଟ। ଟିକ୍‌ଟକ ଭିଡିଓକୁ ବର୍ଜନ କରି ବର୍ଷା ଅନୁଷ୍ଠାନର କଳାକାରମାନେ ଏହି ଚଳଚ୍ଚିତ୍ର ମାଧ୍ୟମରେ ନିଜର ନିଖୁଣ ଅଭିନୟ ପ୍ରଦର୍ଶନର ସୁଯୋଗ ପାଇଛନ୍ତି ବୋଲି ସେ କହିଛନ୍ତି। ଏଭଳି କ୍ଷୁଦ୍ର ଚଳଚ୍ଚିତ୍ରରେ ଅଭିନୟ ନିଶ୍ଚୟ ଭାବରେ କଳାକାରମାନଙ୍କୁ ଏକ ନୂତନ ଦିଗ୍‌ଦର୍ଶନ ଦେବ ଏବଂ ଏହି ଅଭିଜ୍ଞତା ଆଗାମୀ ଦିନରେ ଚଳଚ୍ଚିତ୍ରରେ କାର୍ଯ୍ୟକରିବା ପାଇଁ ଏକ ସୁଯୋଗ ସୃଷ୍ଟି କରିପାରିବ ବୋଲି ବରିଷ୍ଠ କଳାକାର ନିର୍ମଳ ନାୟକ ମତବ୍ୟକତ କରନ୍ତି। ଅର୍ଥର ଅଭାବ ସତ୍ତ୍ୱେ କଳାକାର କଳାକୁ ନେଇ ବଞ୍ଚତ୍ଥାଏ। ଏଣୁ କରୋନା ଲକ୍‌ଡାଉନ ସମୟରେ ଆର୍ଥିକ ସଙ୍କଟରେ କଳାକାରମାନେ ଦିନ ବିତାଉଥିବା ବେଳେ ସେମାନଙ୍କ ମଧ୍ୟରେ କିଛି କରିବାର ଆଗ୍ରହ ଯୋଗୁ ହିଁ ସେ ଏଭଳି କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିବାରେ ସକ୍ଷମ ହୋଇଥିବା କୁହନ୍ତି ଗୁରୁ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡି ମେଣ୍ଟର ବନ୍ଦ ଡାକରା: ଗାଡ଼ିମୋଟର ଫେରାଇଦେଲେ ବିକ୍ଷୋଭକାରୀ

ପାଟଣା,୮ା୧୦(ବୀର କିଶୋର ଦାଶ): ଇଣ୍ଡିମେଣ୍ଟର ଭାରତ ବନ୍ଦ ଡାକରାକୁ ସମର୍ଥନ କରି ପାଟଣା ଓ ସାହାର ପଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ପିକେଟିଂ…

ଏମ୍‌ଏମ୍‌ଡିଆର, ଏସ୍‌ଆଇଆର୍‌ ମୁଖ୍ୟ ପ୍ରସଙ୍ଗ ନେଇ କଂଗ୍ରେସର ବନ୍ଦ ଡାକରା

କେନ୍ଦୁଝର,୮ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଏମ୍‌ଏମ୍‌ଡିଆର, ଏସ୍‌ଆଇଆର୍‌-୨୦୨୬, ପାଠ୍ୟପୁସ୍ତକ ତ୍ରୁଟି ଏବଂ ବନ୍ୟା ସମସ୍ୟା ପ୍ରସଙ୍ଗକୁ ନେଇ ବୁଧବାର ଓଡ଼ିଶା ବନ୍ଦ ଡାକରା ପରିପ୍ରେକ୍ଷୀରେ କେନ୍ଦୁଝରରେ ବନ୍ଦ ପାଳନ…

ବୋରିଆ ସ୍କୁଲରେ ଶିକ୍ଷକ ଅଭାବ: ପାଠପଢ଼ାରେ ବ୍ୟାଘାତ

କେସିଙ୍ଗା, ୮।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ଗ୍ରାମରେ ଜାତୀୟ ରାଜପଥ-୨୬ କଡ଼ରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅସନ୍ତୋଷ…

ଓଡ଼ିଶା ବନ୍ଦ ଡାକରାରେ ଅତାବିରାରେ ଜନଜୀବନ ପ୍ରଭାବିତ

ଅତାବିରା,୮ା୧୦(ଯୁଧିଷ୍ଠିର ମହାପାତ୍ର): କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାରେ ବରଗଡ଼ ଜିଲା ଅତାବିରା ଠପ୍‌ ହୋଇପଡ଼ିଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ…

ସରକାରୀ ବସ୍‌ କାଚ ଭାଙ୍ଗିଲେ, ସାପ୍ତାହିକ ହାଟ ବି ବନ୍ଦ କଲେ ବିକ୍ଷୋଭକାରୀ

ଛତ୍ରପୁର,୮ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଇଣ୍ଡିଆ ବ୍ଲକ ପକ୍ଷରୁ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦରେ ମଧ୍ୟ ଦେଖାଯାଇଛି। ସିପିଆଇର…

କଂଗ୍ରେସର ବନ୍ଦ ଡାକରାରେ ଅଟକି ରହିଛି ଗାଡ଼ିମୋଟର, ଯାତ୍ରୀ ହନ୍ତସନ୍ତ

ପଟ୍ଟାଙ୍ଗି,୮ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ କଂଗ୍ରେସର ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଦଳର ବ୍ଲକ ସଭାପତି ଅର୍ଜୁନ ବାଙ୍କା…

କଳାହାଣ୍ଡିରେ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ, ଜାତୀୟ ରାଜପଥ ଅବରୋଧ କରି ବିକ୍ଷୋଭକାରୀ…

ଭବାନୀପାଟଣା,୮ା୧୦(ଉତ୍ତମ କୁମାର ଦାଶ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ପ୍ରଭାବ କଳାହାଣ୍ଡି ଜିଲାରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ…

ଦୋକାନବଜାର ବନ୍ଦ, ଗାଡ଼ି ଚଳାଚଳ ଠପ୍‌: କର୍ଲାମୁଣ୍ଡାରେ ଓଡ଼ିଶା ବନ୍ଦର ପ୍ରଭାବ

କର୍ଲାମୁଣ୍ଡା, ୮।୧୦(ପ୍ରଦୀପ କୁମାର ସାହୁ): ଗୁରୁବାର ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାକୁ କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଛି। ବନ୍ଦ ଯୋଗୁ ସକାଳୁ ବ୍ଲକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?