କ୍ଷୁଦ୍ର ଚଳଚ୍ଚିତ୍ରରେ ସଚେତନତାର ବାର୍ତ୍ତା

କେନ୍ଦୁଝର, ୫।୭ (ସ୍ବ.ପ୍ର.)- ଗୁରୁ ଦାସ, ଜିଲାରେ ଏକ ପରିଚିତ ନାମ। ଜଣେ ଓଡ଼ିଶୀ ନୃତ୍ୟଗୁରୁ ଓ ଅଭିନେତା ଭାବେ ତାଙ୍କର ରହିଛି ସୁନାମ। ତେବେ କରୋନା କଟକଣା ହିଁ ତାଙ୍କୁ ଏକ ସୁଯୋଗ ଆଣିଦେଇଛି । ଅର୍ଥାତ୍‌ ଏଇ ସମୟରେ ଶର୍ଟ ଫିଲ୍ମ (କ୍ଷୁଦ୍ର ଚଳଚ୍ଚିତ୍ର) ପ୍ରସ୍ତୁତ କରିବାରେ ସେ ନିଜକୁ ବ୍ୟସ୍ତ ରଖିଛନ୍ତି। ଇତି ମଧ୍ୟରେ ‘ଅପଦାର୍ଥ’, ‘ଅସଭ୍ୟ’, ‘ହଁ ହଁ ଭୂତ ଦେଖିଛି’, ‘ନଷ୍ଟ ଚରିତ୍ର’ ଭଳି କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତ କରିସାରିଛନ୍ତି। ତାଙ୍କର ନିଜସ୍ବ ନୃତ୍ୟକଳା ସଂସ୍ଥା କେନ୍ଦୁଝର ବର୍ଷା ସଙ୍ଗୀତ, ନୃତ୍ୟ, ଅଭିନୟ ଅନୁଷ୍ଠାନ ଦ୍ୱାରା ପରିବେଷିତ ଉପରୋକ୍ତ ଚଳଚ୍ଚିତ୍ରରେ ନିର୍ଦ୍ଦେଶକ ସାଜିଛନ୍ତି ଗୁରୁ। ଏଥିସହ ଏସବୁରେ ଜିଲାର କଳାକାରମାନଙ୍କୁ ମଧ୍ୟ ଅଭିନୟର ସୁଯୋଗ ଦେଇଛନ୍ତି।
ଟିଭି ସିରିଏଲ ଓ ମଞ୍ଚ ସହ ଜଡିତ ଏହି ଓଡ଼ିଶୀ ନୃତ୍ୟଗୁରୁ ଜିଲାର କଳାକାରଙ୍କୁ ନେଇ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରି ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି। ଆଜିକାର ସମୟରେ ନିଶାସକ୍ତ ସ୍ବାମୀ କିପରି ମାନସିକ ଭାରସାମ୍ୟ ହରାଇ ସ୍ତ୍ରୀ ଓ ଛୁଆ ପିଲାଙ୍କୁ ମାରି ଦେଉଛି, ସରକାରୀ ସହାୟତା ନ ପାଇ ଜଣେ କଳାକାର କିପରି ଛଟପଟ ହୋଇ ଜୀବନ ବିତାଛଛି, ଚେଙ୍କ ଓ ଭୂତପ୍ରେତ ଭଳି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ କିପରି ଅଘଟଣ ଘଟାଉଛନ୍ତି, ନିଶା ନିବାରଣ, ଭଣ୍ଡବାବାଙ୍କ କଳାକାରନାମା ଆଦି ଘଟଣାବଳୀକୁ ନେଇ ପ୍ରସ୍ତୁତ ହୋଇଛି ପାଞ୍ଚଟି ସଚେତନତାମୂଳକ କ୍ଷୁଦ୍ର ଚଳଚ୍ଚିତ୍ରା କରୋନା ମହାମାରୀ ସମୟରେ ଏହି ସବୁ ଚଳଚ୍ଚିତ୍ର ଶିକ୍ଷଣୀୟ ଜ୍ଞାନ ଦେଇ ପାରିବ ବୋଲି ଆଶାବ୍ୟକ୍ତ କରନ୍ତି ଗୁରୁ ା ଏହି ଚଳଚ୍ଚିତ୍ରର ଅବଧି ରହିଛି ୧୨ ମିନିଟ। ଟିକ୍‌ଟକ ଭିଡିଓକୁ ବର୍ଜନ କରି ବର୍ଷା ଅନୁଷ୍ଠାନର କଳାକାରମାନେ ଏହି ଚଳଚ୍ଚିତ୍ର ମାଧ୍ୟମରେ ନିଜର ନିଖୁଣ ଅଭିନୟ ପ୍ରଦର୍ଶନର ସୁଯୋଗ ପାଇଛନ୍ତି ବୋଲି ସେ କହିଛନ୍ତି। ଏଭଳି କ୍ଷୁଦ୍ର ଚଳଚ୍ଚିତ୍ରରେ ଅଭିନୟ ନିଶ୍ଚୟ ଭାବରେ କଳାକାରମାନଙ୍କୁ ଏକ ନୂତନ ଦିଗ୍‌ଦର୍ଶନ ଦେବ ଏବଂ ଏହି ଅଭିଜ୍ଞତା ଆଗାମୀ ଦିନରେ ଚଳଚ୍ଚିତ୍ରରେ କାର୍ଯ୍ୟକରିବା ପାଇଁ ଏକ ସୁଯୋଗ ସୃଷ୍ଟି କରିପାରିବ ବୋଲି ବରିଷ୍ଠ କଳାକାର ନିର୍ମଳ ନାୟକ ମତବ୍ୟକତ କରନ୍ତି। ଅର୍ଥର ଅଭାବ ସତ୍ତ୍ୱେ କଳାକାର କଳାକୁ ନେଇ ବଞ୍ଚତ୍ଥାଏ। ଏଣୁ କରୋନା ଲକ୍‌ଡାଉନ ସମୟରେ ଆର୍ଥିକ ସଙ୍କଟରେ କଳାକାରମାନେ ଦିନ ବିତାଉଥିବା ବେଳେ ସେମାନଙ୍କ ମଧ୍ୟରେ କିଛି କରିବାର ଆଗ୍ରହ ଯୋଗୁ ହିଁ ସେ ଏଭଳି କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିବାରେ ସକ୍ଷମ ହୋଇଥିବା କୁହନ୍ତି ଗୁରୁ।


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri