ବିଜ୍ଞାନ ଛାତ୍ରଙ୍କ ପରିବାଚାଷ

କେନ୍ଦୁଝର, ୭।୭(ସ୍ବ.ପ୍ର.)-ପାଠ ସହିତ ଚାଷ କରି ରୋଜଗାରକ୍ଷମ ହୋଇଛନ୍ତି ମାନସିଂ ସୋରେନ ା ତାଙ୍କ ଘର ଘଷିପୁରା ବ୍ଲକରେ। କିନ୍ତୁ ପିଲା ଦିନରୁ ସଦର ବ୍ଲକ ରାଜବନ୍ଧରେ ପିଉସି ପୁଅ ଭାଇଙ୍କ ଘରେ ରହି ପାଠ ପଢୁଛନ୍ତି। ମାଟ୍ରିକ ପାସ କରିବା ପରେ ମାନସିଂ ଏବେ ଧରଣୀଧର ଯୁକ୍ତ ଦୁଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ବିଜ୍ଞାନ ଦ୍ୱିତୀୟ ବର୍ଷର ଛାତ୍ର। ଖାଲି ପାଠ ନୁହେଁ ସେ ଚାହୁଁଥିଲେ ନିଜେ ଦୁଇ ପଇସା ରୋଜଗାର କରିବାପାଇଁ। ସେ ତାଙ୍କ ଭାଇଙ୍କ ସହିତ ମିଶି ଚାଷ କାମ କରୁଛନ୍ତି। ସେହି ଅମଳ ପରିବାକୁ ସାଇକେଲରେ ଆଣି ସେ କେନ୍ଦୁଝରରେ ବିକ୍ରି କରୁଛନ୍ତି।
ମାନସିଂ ନିଜେ ପାଓ୍ବାର ଟିଲର ଚଲାଇ ହଳ କରିବା ଓ ପନିପରିବା ଚାରା ଲଗାଇବା ଆଦି କାମ କରନ୍ତି। ବିଲାତି, ଛୁଇଁ , ମୂଳା, ଖଡା ଶାଗ କରି ବେଶ ଭଲ ଦୁଇ ପଇସା ରୋଜଗାର କରିଥାନ୍ତି। ଚଳିତ ବର୍ଷ କୁଆପଥର ମାଡରେ ବହୁ ବିଲାତି ଫସଲ ତାଙ୍କର ନଷ୍ଟ ହୋଇଯାଇଛି। ପାଣିର ସୁବିଧା ନ ଥିବାରୁ ନିଜେ ଆସି ଫସଲରେ ପାଣି ମଡାଇଥାନ୍ତି ା ଜଳସେଚନର ସୁବ୍ୟବସ୍ଥା ହୋଇ ପାରିଲେ ଏବଂ ପନିପରିବା ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ପ୍ରତିଷ୍ଠା ହେଲେ ଚାଷୀ ମାନେ ଅଧିକ ଉପକୃତ ହୋଇ ପାରନ୍ତେ ବୋଲି ସେ କହିଛନ୍ତି। ଶୀତଳ ଭଣ୍ଡାର ଥିଲେ ତରବରିଆ ଭାବେ କମ ଦାମରେ ପନିପରିବା ନ ବିକି ସାଇତି ରଖିବା ସହ ପନିପରିବା ନଷ୍ଟ ହୁଅନ୍ତା ନାହିଁ ଓ ଭଲ ମୂଲ୍ୟ ମିଳିପାରନ୍ତା ବୋଲି ମାନସିଂ କହିଛନ୍ତି। ଚାଷକୁ ଛାଡ଼ିଦେଲେ ସେ ଫୁଟବଲ ଖେଳିବାକୁ ଭାରି ଭଲ ପାଆନ୍ତି। ତାଙ୍କୁ ବିଭିନ୍ନ ଗ୍ରାମର ପିଲା ଫୁଟବଲ୍‌ ମ୍ୟାଚ୍‌ କଲେ ଖେଳିବାକୁ ଡାକନ୍ତି ଏବଂ ଏଥିପାଇଁ କିଛି ପଇସା ଦେଇଥାନ୍ତି ବୋଲି କୁହନ୍ତି ା ତେବେ ପାଠ ପଢି ଭଲ ଚାକିରୀ କରିବା ଆଶା ରଖିଛନ୍ତି ା ଭାଇ ଚାଷବାସ କରନ୍ତି ା ଘରେ ତାଙ୍କର ଦୁଇ ଭାଇ ଓ ଗୋଟିଏ ଭଉଣୀ। ତାଙ୍କ ବାପା ଚାଷ କରନ୍ତି। ସାନ ଭାଇ ଭୁବନେଶ୍ୱରରେ ପଢୁଥିବା ବେଳେ ଆଉ ଜଣେ ଭାଇ ଫୁଟବଲରେ ଜାତୀୟ ସ୍ତରରେ ଖେଳୁଥିବା ସେ କହିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ସଦର ବ୍ଲକ ଅଞ୍ଚଳରେ ବହୁ ଆଦିବାସୀ ପରିବାର ଚାଷ କରି ପନିପରିବା ଯୋଗାଇଥାନ୍ତି ା କେନ୍ଦୁଝର ସହରକୁ ଯୋଗାଇବା ସହ ବାହାର ଜିଲାକୁ ମଧ୍ୟ ବେପାରୀ ମାନଙ୍କ ଜରିଆରେ ପଠାଇଥାନ୍ତି ା ତେବେ ପ୍ରୋତ୍ସାହନ ଓ ସହାୟତା ମିଳିଲେ ସେମାନେ ଅଧିକ ଉତ୍ପାଦନ କରିପାରନ୍ତେ ଏବଂ ସେମାନଙ୍କ ଆର୍ଥିକ ଓ ସାମାଜିକ ଅବସ୍ଥା ସୁଧୁରିପାରନ୍ତା ବୋଲି ବରିଷ୍ଠ ନାଗରିକ ତଥା ଚାଷୀ ରାଜବନ୍ଧ ଗ୍ରାମର ସୁନାରାମ ମାରାଣ୍ଡି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri