ମିଳୁନି ସରକାରୀ ବିହନ, ଚାଷୀ ହଇରାଣ

କେନ୍ଦୁଝର,୨।୭ (ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ଚାଷୀଙ୍କୁ ମିଳୁନି ସରକାରୀ ବିହନ। ଚାଷ ପାଇଁ ଚାଷୀ ଅଣ୍ଟା ଭିଡ଼ି କ୍ଷେତ ପ୍ରସ୍ତୁତ କରି ସାରିଥିବା ବେଳେ ବିହନ ମିଳୁ ନ ଥିବାରୁ ଚିନ୍ତାରେ ରହିଛନ୍ତି। ବିକ୍ରୟ କେନ୍ଦ୍ର ତଥା ଲ୍ୟାମ୍ପ୍‌ସରୁ ବିହନ ନ ପାଇ ଚାଷୀମାନେ ଖାଲି ହାତରେ ଫେରୁଛନ୍ତି। ଚାଷ ସମୟ ଗଡ଼ି ଯାଉଥିବାରୁ ଅନେକ ଚାଷୀ ବାଧ୍ୟ ହୋଇ ବାହାରୁ ଚଢା ଦରରେ ବିହନ କିଣୁଛନ୍ତି।
ପାଗ ଅନୁକୂଳ ହୋଇଥିବାରୁ ଚାଷୀମାନେ ହଳ ଓ ତଳିପକା କାମ ଆରମ୍ଭ କଲେଣି। ଧାନ ବିହନ ମିଳିଲେ ତଳି ପଡ଼ିବ ଓ ପରେ ଧାନ ରୁଆ ହେବ। ତେବେ ବିହନ ପାଇଁ ଲ୍ୟାମ୍ପ୍‌ସଠାରୁ ଆରମ୍ଭ କରି କୃଷି ବିଭାଗ ଅଫିସ ଯାଉଥିଲେ ହେଁ ବିହନ ମିଳୁନାହିଁ। ଏଣୁ ବାଧ୍ୟ ହୋଇ ଅଧିକ ମୂଲ୍ୟରେ ବିହନ କିଣିବାକୁ ପଡୁଛି। ସରକାର କୃଷିକୁ ପ୍ରାଧାନ୍ୟ ଦେଇ ବହୁ ଯୋଜନା ପ୍ରଚାର ପ୍ରସାର କରୁଥିବା ବେଳେ ଚାଷୀଙ୍କ ପାଖରେ ବିହନ ନ ପହଞ୍ଚତ୍ବା କୃଷକମାନଙ୍କ ପ୍ରତି ସରକାରଙ୍କ ଆଭିମୁଖ୍ୟକୁ ନେଇ ସ୍ଥାନୀୟବାସୀ ପ୍ରଶ୍ନ ଉଠାଇଛନ୍ତି। ବିଭିନ୍ନ ଲ୍ୟାମ୍ପ ଓ ବିହନ ବିକ୍ରୟ କେନ୍ଦ୍ର ଜରିଆରେ ବିହନ ବିକ୍ରି ହେଉଥିବା ନେଇ କୃଷି ବିଭାଗ ସ୍ପଷ୍ଟ କରୁଛି। ତେବେ ଚାଷୀଙ୍କୁ ସାର୍ଟିଫାଏଡ୍‌ ବା ସ୍ବୀକୃତିପ୍ରାପ୍ତ ବିହନ ମିଳି ନାହିଁ। ଯେଉଁମାନେ ପାଇଛନ୍ତି ସେମାନଙ୍କ ମଧ୍ୟରୁ କେତେକ ତଳି ପାଇଁ ଧାନ ବୁଣିଥିଲେ ହେଁ ସେଥିରୁ ଗଜା ବାହାରୁ ନ ଥିବା ଘଷିପୁରା ଅଞ୍ଚଳର ବହୁ ଚାଷୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ କୃଷି ଉପନିର୍ଦ୍ଦେଶକ ଶରତ ଦାସ କହିଛନ୍ତି ଯେ, ବିଭିନ୍ନ ଲ୍ୟାମ୍ପ୍‌ସ ଓ ପ୍ୟାକ୍‌ସକୁ ବିକ୍ରୟ ପାଇଁ ୭,୪୦୦ କୁଇଣ୍ଟାଲ ବିହନ ଦିଆଯାଇଛି। ବିହନ ନିଗମ ପାଖରେ ଆଉ ୭୦୦ କୁଇଣ୍ଟାଲ ଧାନ ବିହନ ଅଛି। ଚାଷୀଙ୍କ ଆବଶ୍ୟକତାକୁ ଦେଖି ବିଭିନ୍ନ ଲ୍ୟାମ୍ପ୍‌ସକୁ ଦିଆଯିବ। ତେବେ କୃଷି ବିଭାଗ କହିବା ପରେ ମଧ୍ୟ ଲ୍ୟାମ୍ପ୍‌ସକୁ ବିହନ ଆସୁ ନ ଥିବାରୁ ଚାଷୀମାନେ ଚିନ୍ତାରେ ରହି ପ୍ୟାକେଟ ପିଛା ୧୦୦ ଟଙ୍କାରୁ ଅଧିକ ମୂଲ୍ୟରେ କିଣିବାକୁ ବାଧ୍ୟ ହେଉଛନ୍ତି। ସରକାରୀ ବିହନ ଚାଷୀଙ୍କ ପାଖରେ ପହଞ୍ଚତ୍ ପାରୁ ନ ଥିବାରୁ କଳାବଜାର ହେଉଥିବା ଆଶଙ୍କା କରାଯାଉଛି ା ଏଣୁ ଏନେଇ ପଦକ୍ଷେପ ନେବା ସହ ଧରପଗଡ଼ କରି ବିହନ ଦେବା ବ୍ୟବସ୍ଥା କରିବାକୁ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଟ୍ରମ୍ପଙ୍କ ପୁଅଙ୍କୁ ନେଇ ଇରାନର ଭୟଙ୍କର ଧମକ, ୯୫ କୋଟି ପୁରସ୍କାର…

ୱାଶିଂଟନ୍,୨୫ା୮: ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ବଢ଼ିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରିବାରକୁ ନେଇ ଏକ ଚାଞ୍ଚଲ୍ୟକର ଦାବି ସାମ୍ନାକୁ ଆସିଛି । ରିପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri