କେନ୍ଦୁଝର

ପୁଣି ଘର ଭାଙ୍ଗିଲା ଗୋଠଛଡ଼ା ଦନ୍ତା, ଖାଇଗଲା ଧାନଚାଉଳ

ପାଟଣା,୬ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଉଦୟପୁର ବିଟ୍‌ ଅଞ୍ଚଳ ବରବେଡ଼ା ଗ୍ରାମର ଦୟାନିଧି ନାଏକ ଓ ହଳଦୀ ବଟା ମୁଣ୍ଡା ସାହିର ଦଡେ ମୁଣ୍ଡାଙ୍କ ଖପର ଘର ଭାଙ୍ଗି ଦେଇଛି ଗୋଠଛଡ଼ା ଦନ୍ତା। ଦୟାନିଧି ଓ ଦଡେ ଘରେ…

ଲକ୍ଷାଧିକ ଟଙ୍କାର ଶାଳଗଣ୍ଡି ଜବତ

ପାଟଣା,୬ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପୋଇପାଣି ବିଟ୍‌ ମୁକ୍ତାପୁର ଗାଁ ନିକଟ ଏକ ଚତୁରୀରୁ ବନବିଭାଗ ଚଢ଼ାଉ କରି ୨୪ଟି ଶାଳଗଣ୍ଡି ଜବତ କରିଛି। ସୂଚନାଯୋଗ୍ୟ, କାଠମାଫିଆମାନେ ଗ୍ରାମ୍ୟ ଜଙ୍ଗଲରୁ ମୂଲ୍ୟବାନ ଶାଳଗଛ କାଟି ଚାଲାଣ କରାଯିବା ଉଦ୍ଦେଶ୍ୟରେ…

ଟ୍ରକରେ ପିଟିହେଲା ବାଇକ୍‌, ଦମ୍ପତି ଗୁରୁତର

କେନ୍ଦୁଝର,୫ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅଧୀନ ୨୦ ନମ୍ବର ଜାତୀୟ ରାଜପଥ ବାଲିଆଗୋଡ଼ା ନିକଟ ରାସ୍ତା ପାର୍ଶ୍ୱରେ ଅଟକି ରହିଥିବା ଟ୍ରକ ପଛପଟେ ଏକ ବାଇକ୍‌ ପିଟି ହୋଇଯାଇଥିଲା। ଫଳରେ ଦମ୍ପତି ଗୁରୁତର ହୋଇଛନ୍ତି। ସେମାନେ ହେଲେ ବାଲିଆଗୋଡ଼ା…

ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡାଦେଶ

କେନ୍ଦୁଝର,୫ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ ଫାଷ୍ଟ ଟ୍ରାକ୍‌ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ଗୁରୁବାର ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଅଭିଯୁକ୍ତ କୁନା ଓରଫ କୁଲୁ ମୁଣ୍ଡା(୨୩)ଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ ଜେଲ୍‌…

ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ିଗଲେ ଯୁବକ

ପାଟଣା,୫ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରୀ ପଞ୍ଚାୟତ ବଡ଼ଧନୁର୍ଜୟପୁର ଗ୍ରାମ ପୋଖରୀରେ ଗାଧୋଉଥିବା ସମୟରେ ଗୁରୁବାର ଜଣେ ୨୪ ବର୍ଷୀୟ ଯୁବକ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତକ ଜଣକ ହେଉଛନ୍ତି ଉକ୍ତ ଗ୍ରାମର ଆନ ମହାରଣାଙ୍କ ପୁଅ ଉମାକାନ୍ତ।…

ବ୍ୟାଘ୍ର ଗଣନା ପାଇଁ ବନ କର୍ମଚାରୀଙ୍କ ତାଲିମ ଶିବିର

କେନ୍ଦୁଝର,୫।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟରେ ବ୍ୟାଘ୍ର ଗଣନା ଅକ୍ଟୋବର ୧୫ ତାରିଖରୁ ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ ହେବ। ବନ କର୍ମଚାରୀଙ୍କୁ ନେଇ କିପରି ବ୍ୟାଘ୍ର ଗଣନା କରାଯିବ ସେ ନେଇ ଗୁରୁବାର କେନ୍ଦୁଝର ବନଖଣ୍ଡ ପକ୍ଷରୁ ପଦ୍ମପୁର ମେଗା…

ସରକାରୀ ବିଦେଶୀମଦ ଦୋକାନରୁ ଗାଁକୁ ମଦ ଯୋଗାଉଥିବା ବେଳେ ଅଟକ ରଖିଲେ ଗ୍ରାମବାସୀ, ଅଭିଯୁକ୍ତଙ୍କୁ ଅଟକ ରଖି ପୋଲିସ ନିରବ

କେନ୍ଦୁଝର,୫।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଏକ ଆସିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ନୟାକୋଟ ଥାନା ଅନ୍ତର୍ଗତ ବାଂଶପାଳ ଠାରେ ରହିଛି ଏକ ସରକାରୀ ମଦ ଦୋକାନ। ଏହି ମଦ ଦୋକାନର କର୍ମଚାରୀ ଦିନ ଦ୍ୱି ପହରେ…

ଅଧିକାରୀଙ୍କୁ ବଡ଼ବିଲ ମୋହ ଛାଡୁନି

ବଡ଼ବିଲ,୫।୧୦(ଦେବପ୍ରିୟ ରଣା)ସରକାରୀ ଅଧିକାରୀଙ୍କ ୩ ବର୍ଷରେ ଅନ୍ୟତ୍ର ବଦଳି ନିୟମ ରହିଥିବା ବେଳେ କେନ୍ଦୁଝର ଜିଲା ବଡ଼ବିଲ ଓ ଯୋଡ଼ା ପୌରପାଳିକା ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜଣେ ଅଧିକାରୀ ୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ବଡ଼ବିଲରେ ଅତିରିକ୍ତ ତହସିଲଦାର…

ନର୍ଦ୍ଦମାପାଣିରେ ମୂର୍ତ୍ତି ବିସର୍ଜନ

ଯୋଡା,୪ା୧୦(ମାନସ ମହାନ୍ତି)କେନ୍ଦୁଝର ଜିଲା ଯୋଡ଼ା ସହରର ବିଭିନ୍ନ ସ୍ଥାନରେ ହେଉଥିବା ମୃଣ୍ମୟୀ ମୂର୍ତ୍ତିର ବିସର୍ଜନ ପାଇଁ ସୁନା ନଦୀ ଅବବାହିକା ଆମ୍‌ ବାଗାନଠାରେ ଏକ କୃତ୍ରିମ ପୋଖରୀ କରାଯାଇଛି। ଏହି ପୋଖରୀରେ ପ୍ରତିବର୍ଷ ଠାକୁରଙ୍କ ମୂର୍ତ୍ତି ବିସର୍ଜନ କରାଯାଇଥାଏ। ତେବେ ଏହି…

ହାତୀ ଘଉଡାଇବା ସମୟରେ ପାଟଣା ବନ ବିଭାଗ ଓ ମୟୂରଭଞ୍ଜବାସୀ ମୁହାଁମୁହିଁ: ବନ ବିଭାଗ କର୍ମଚାରୀ ଆହତ

କେନ୍ଦୁଝର,୩।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ହାତୀ ଘଉଡାଇବାକୁ ନେଇ ଉଭୟ କେନ୍ଦୁଝର ଓ ମୟୂରଭଞ୍ଜ ଜିଲା ମଧ୍ୟରେ ତିକ୍ତତା ଚରମ ସୀମାରେ ପହଁଞ୍ଚିଛି। ବିଳମ୍ବିତ ରାତିରେ ୧୮ ଟିକିଆ ହାତୀପଲ ମୟୂରଭଞ୍ଜ ଜିଲାରୁ କେନ୍ଦୁଝର ଜିଲାର ପାଟଣା ରେଞ୍ଜର କେନ୍ଦୁଯୋଡ଼ା ନିକଟରେ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ବଣ୍ଟନରେ ଅନିୟମିତତା

କେନ୍ଦୁଝର,୩।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ) : ସଦର ବ୍ଲକ ଅନ୍ତର୍ଗତ ଡୁମୁରିଆ ଗ୍ରାମ ୱାର୍ଡ ନମ୍ବର ୩ ଓ ୪ର ଅଧିବାସୀମାନେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗପତ୍ର ଦେଇଛନ୍ତି। ୨୦୨୩-୨୪ ବର୍ଷର…

ଜିଲା ମୁଖ୍ୟ ଡାକ୍ତରଖାନା ରାସ୍ତାରେ ବେଧଡକ ବାଜୁଛି ଲାଉଡସ୍ପିକର ଓ ଡିଜେ ସାଉଣ୍ଡ, ବନ୍ଦ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି

କେନ୍ଦୁଝର,୩।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ଶ୍ରୁତିକଟୁ ଶଦ୍ଦ ସୃଷ୍ଟି କରୁଥିବା ଲାଉଡସ୍କିକର, ଡିଜେ ଉପରେ କଟକଣା କରାଯାଇଛି। ଏହା ସତ୍ୱେ କେନ୍ଦୁଝର ସହରରେ ବେଧଡକ ଡିଜେ ଓ ଲାଉଡସ୍ପିକର ବାଜୁଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ବିଶେଷ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?