ଅଧିକାରୀଙ୍କୁ ବଡ଼ବିଲ ମୋହ ଛାଡୁନି

ବଡ଼ବିଲ,୫।୧୦(ଦେବପ୍ରିୟ ରଣା)ସରକାରୀ ଅଧିକାରୀଙ୍କ ୩ ବର୍ଷରେ ଅନ୍ୟତ୍ର ବଦଳି ନିୟମ ରହିଥିବା ବେଳେ କେନ୍ଦୁଝର ଜିଲା ବଡ଼ବିଲ ଓ ଯୋଡ଼ା ପୌରପାଳିକା ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜଣେ ଅଧିକାରୀ ୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ବଡ଼ବିଲରେ ଅତିରିକ୍ତ ତହସିଲଦାର ପରେ ପୌର ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟକରିବା ସହ ଯୋଡ଼ା ପୌରପାଳିକାରେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ବଡ଼ବିଲ ମୋହରେ ପଡ଼ିଥିତ୍ବା ଏହି ଅଧିକାରୀ ଜଣକ ହେଲେ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା। ବର୍ତ୍ତମାନ ପୌରାଞ୍ଚଳରେ ଜମି କେଳେଙ୍କାରି, ଜବରଦଖଲ ଆଦି ବଢ଼ି ଚାଲିଥିବା ବେଳେ ଅଧିକାରୀ ନୀରବତା ଅବଲମ୍ବନ କରୁଥିବାରୁ ସାଧାରଣରେ ଅସନ୍ତୋଷ ବଢ଼ି ଚାଲିଛି। ସୂଚନା ଅନୁଯାୟୀ, ୨୦୧୭ ଅକ୍ଟୋବର ୧୦ରେ ଅଭିଷେକ ପଣ୍ଡା (ଓଡ଼ିଶା ରେଭେନ୍ୟୁ ସର୍ଭିସେସ) ବଡ଼ବିଲ ତହସିଲ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ଭାବେ ନିୟୋଜିତ ହୋଇଥିଲେ। ୨୦୧୯ ଜୁନ୍‌ ୩୦ପର୍ଯ୍ୟନ୍ତ ସେଠାରେ ଦାୟିତ୍ୱ ସମ୍ପାଦନ କରିଥିଲେ। ତତ୍କାଳୀନ ପୌର ନିର୍ବାହୀ ଅଧିକାରୀଙ୍କ ଦାୟିତ୍ୱରେ ଥିବା ଅନ୍ୟ ଜଣେ ଅତିରିକ୍ତ ତହସିଲଦାରଙ୍କ ଅବସର ସମୟ ହୋଇଯାଇଥିଲା। ତାଙ୍କ ସ୍ଥାନରେ ପୌର ନିର୍ବାହୀ ଅଧିକାରୀ ଭାବେ ସେହି ବର୍ଷ ଜୁନ ୩୦ରେ ଅଭିଷେକ ଦାୟିତ୍ୱ ଗ୍ରହଣ କରିଥିଲେ। ସେହିଦିନଠାରୁ ବଡ଼ବିଲ ଅଞ୍ଚଳରେ ରହିଛନ୍ତି। ୬ମାସ ତଳେ ଅଭିଷେକ ଓଏଏସ୍‌ ପାଇବା ପରେ ଅନ୍ୟତ୍ର ବଦଳି ହୋଇଯିବେ ବୋଲି ଚର୍ଚ୍ଚା ହେଉଥିଲା। ମାତ୍ର ସେ ପୂର୍ବପରି ବଡ଼ବିଲ ପୌରପାଳିକା ନିର୍ବାହୀ ଅଧିକାରୀ ଦାୟିତ୍ୱ ତୁଲାଇଆସୁଛନ୍ତି। ଏଥିସହ ୨୦୨୨ ଡିସେମ୍ବରରୁ ଯୋଡ଼ା ପୌରପାଳିକାର ଅତିରିକ୍ତ ଦାୟିତ୍ୱରେ ମଧ୍ୟ ରହିଛନ୍ତି। ଯୋଡ଼ା ପୌରପରିଷଦରେ ଜଣେ ନୂତନ ପୌର ନିର୍ବାହୀ ଅଧିକାରୀଙ୍କୁ ୨୦୨୩ ଅଗଷ୍ଟରେ ନିଯୁକ୍ତି ମିଳିଥିବା ବେଳେ ଅଦ୍ୟାବଧି ସେ ଦାୟିତ୍ୱ ଗ୍ରହଣ କରିନାହାନ୍ତିି। ଫଳରେ ଜିଲାର ଦୁଇ ଗୁରୁତ୍ୱପୂର୍ଣ୍ଣ ପୌରପାଳିକାରେ ଅଭିଷେକ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ଅନ୍ୟପକ୍ଷରେ ବଡ଼ବିଲ, ଯୋଡ଼ା ପୌରାଞ୍ଚଳର ପରିଷଦବର୍ଗ ପ୍ରଶାସନକୁ ସହଯୋଗ କରିଆସିଥାନ୍ତି। ଅଞ୍ଚଳର ଅଧିକାଂଶ ଲୋକ ବ୍ୟବସାୟ ଭିତ୍ତିକ କାର୍ଯ୍ୟ କରୁଥିବାରୁ ପ୍ରଶାସନିକ ବ୍ୟବସ୍ଥା ବିରୋଧରେ ସ୍ବର ଉତ୍ତୋଳନ କରିବା ପ୍ରାୟତଃ ଦେଖିବାକୁ ମିଳେନାହିଁ। ଏହାର ସୁଯୋଗ ନେଇ ବଡ଼ବିଲ ପୌରାଞ୍ଚଳ ଓ୍ବାର୍ଡ ନଂ. ୪ସ୍ଥିତ ସଡିଙ୍ଗ ଅଞ୍ଚଳ, ଶ୍ରୀରାମ ନଗର, ଓ୍ବାର୍ଡ ନଂ. ୧୫ସ୍ଥିତ ସାଧୁସିଂ ହଟିଂ, ଓ୍ବାର୍ଡ ନଂ. ୮ ସ୍ଥିତ ପିଏଚ୍‌ଡି ଅଞ୍ଚଳ, ଓ୍ବାର୍ଡ ନଂ. ୧୪ ସ୍ଥିତ ଦାମୁ ହଟିଂ ଅଞ୍ଚଳ ଆଦିରେ ଅନେକ ଏକର ମୂଲ୍ୟବାନ ସରକାରୀ ଜମି ଜବରଦଖଲ ହୋଇ ଜନବସତି ଗଢ଼ି ଉଠିଛି। ସେଥି ମଧ୍ୟରୁ ବଡ଼ବିଲ ୟୁନିଟ୍‌-୭ର ଖାତା ନଂ. ୪୮୮ରେ ପ୍ରାୟ ୧୨ ଏକରରୁ ଊର୍ଦ୍ଧ୍ୱ ଜମି, ସଡିଙ୍ଗରେ ଖାତା ନଂ. ୧୩୨ରେ ୧୧ ଏକରରୁ ଊର୍ଦ୍ଧ୍ୱ ଜମି, ସୁନ୍ଦରା ୟୁନିଟ୍‌-୧୩ର ଖାତା ନଂ. ୧୪୯ରେ ପ୍ରାୟ ୭ ଏକରରୁ ଊର୍ଦ୍ଧ୍ୱ ଜମି ଏବଂ ବଡ଼ବିଲ ୟୁନିଟ୍‌ ନଂ.-୮ ର ଖାତା ନଂ. ୧୪୦ରେ ପ୍ରାୟ ୧୩ ଏକର ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ଜବରଦଖଲ ହୋଇଥିବା ସରକାରୀ ଜମିର ମୋଟ ଆନୁମାନିକ ମୂଲ୍ୟ ୧ଶହ କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି। ଉକ୍ତ ସ୍ଥାନରେ ସ୍ଥାୟୀ ଘର ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ରାସ୍ତା, ଆଲୋକୀକରଣ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏ ଦିଗରେ ପୌରପାଳିକା କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ପଣ୍ଡା କହିଛନ୍ତି, ପୂର୍ବରୁ ଯାହା ଜବରଦଖଲ ରହିଛି। ଏବେ ତହସିଲ କାର୍ଯ୍ୟାଳୟର ସହାୟତା ନେଇ ଖାଲି ପଡ଼ିଥିବା ସରକାରୀ ଜମିକୁ ତାରବାଡ଼ ଦେଇ ଘେରାଉ କରି ସୁରକ୍ଷିତ ରଖୁଛୁ। ନୂଆ ନିର୍ମାଣ କରାଇ ଦିଆଯାଉ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?