ନର୍ଦ୍ଦମାପାଣିରେ ମୂର୍ତ୍ତି ବିସର୍ଜନ

ଯୋଡା,୪ା୧୦(ମାନସ ମହାନ୍ତି)କେନ୍ଦୁଝର ଜିଲା ଯୋଡ଼ା ସହରର ବିଭିନ୍ନ ସ୍ଥାନରେ ହେଉଥିବା ମୃଣ୍ମୟୀ ମୂର୍ତ୍ତିର ବିସର୍ଜନ ପାଇଁ ସୁନା ନଦୀ ଅବବାହିକା ଆମ୍‌ ବାଗାନଠାରେ ଏକ କୃତ୍ରିମ ପୋଖରୀ କରାଯାଇଛି। ଏହି ପୋଖରୀରେ ପ୍ରତିବର୍ଷ ଠାକୁରଙ୍କ ମୂର୍ତ୍ତି ବିସର୍ଜନ କରାଯାଇଥାଏ। ତେବେ ଏହି ପୋଖରୀକୁ ସିଧାସଳଖ ନର୍ଦ୍ଦମା ପାଣି ପ୍ରବେଶ କରୁଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଆମ ବାଗାନ କଲୋନୀ ଉପର ମୁଣ୍ଡରୁ ଅବର୍ଜନା ପାଣି କୃତ୍ରିମ ପୋଖରୀକୁ ଆସିବା ସମ୍ପର୍କରେ ଅଭିଯୋଗ କରି ଭାଜପା ଯୋଡ଼ା ନଗର ସଭାପତି ସୁଶାନ୍ତ କୁମାର ବେବର୍ତ୍ତା ଓ ଉପସଭାପତି ପାର୍ଥ ସାରଥୀ ଷଡ଼ଙ୍ଗୀ କହିଛନ୍ତି ଯେ, ବିସର୍ଜନ ପାଇଁ ଖୋଳା ଯାଇଥିବା କୃତ୍ରିମ ପୋଖରୀରେ ନର୍ଦ୍ଦମା ପାଣି ମିଶିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଏହା ହିନ୍ଦୁମାନଙ୍କ ଆସ୍ଥା ଓ ବିଶ୍ୱାସ ପ୍ରତି କୁଠାରଘାତ ସଦୃଶ। ଏଥିପ୍ରତି ପୌରପାଳିକା ଦୃଷ୍ଟି ଦେବା ଉଚିତ। ନର୍ଦ୍ଦମା ପାଣି ନଦୀରେ ମିଶିବା ପୂର୍ବରୁ ଏକ ସ୍ଥାନରେ ଗାତ କରି ତାହାକୁ ବିଶୋଧନ ପ୍ରକ୍ରିୟା ପରେ ନଦୀରେ ଛାଡ଼ିବା ପାଇଁ ପୌରପାଳିକା ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଭାଜପା ନେତା ଦ୍ୱୟ ଦାବି କରିଛନ୍ତି। ଏ ନେଇ ପୌରପାଳିକା କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭକ୍ତବନ୍ଧୁ ମହାନ୍ତଙ୍କୁ ପଚାରିବାରୁ ମୂର୍ତ୍ତି ବିସର୍ଜନ ପାଇଁ ନିର୍ମିତ କୃତ୍ରିମ ପୋଖରୀକୁ ବେଳେବେଳେ ସଫା କରାଯାଉଛି। ତେବେ ବର୍ଷା ଦିନ ଥିବାରୁ ବର୍ତ୍ତମାନ ସଫା କରାଯାଇ ପାରୁନାହିଁ। ଖରା ଦିନ ଆସିଲେ ତାହାର ପୁନରୁଦ୍ଧାର କରାଯାଇ ଡ୍ରେନ ପାଣିକୁ ଅନ୍ୟତ୍ର ଛାଡ଼ିବା ଲାଗି ବ୍ୟବସ୍ଥା କରାଯିବ ବୋଲି କହଛନ୍ତି। ଉକ୍ତ ପୋଖରୀରେ ଡ୍ରେନ ପାଣି ମିଶୁଥିବାରୁ ପରିବେଶ ଦୁର୍ଗନ୍ଧମୟ ହେବା ସହିତ ମଶା ବଂଶ ମଧ୍ୟ ବୃଦ୍ଧି ପାଉଛନ୍ତି। ଏଣୁ ଶୀଘ୍ର ପ୍ରତିକାର ବ୍ୟବସ୍ଥା କରି ପୋଖରୀକୁ ସଫା କରିବା ପାଇଁ ୱାର୍ଡନଂ.୫ର ଜନସାଧାରଣ ଦାବି କରିଛନ୍ତି। ଯଥାଶୀଘ୍ର ପୋଖରୀର ପୁନରୁଦ୍ଧାର କରିବା ପାଇଁ ଯୋଡ଼ା ବିକାଶ ପରିଷଦ ସଭାପତି ନିରଞ୍ଜନ ବହିଦାର ଦାବି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଓକିଲ ସଂଘ ସଭାପତି ଆକ୍ରମଣ ଘଟଣା: ଜିଲାପାଳ ଓ ଏସପିଙ୍କୁ ଭେଟିଲା ଅଲ୍ ଓଡିଶା ଲୟର୍ସ ଆସୋସିଏସନ୍

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କ ପ୍ରତି ଗତ ୬ ତାରିଖରେ ହୋଇଥିବା ଆକ୍ରମଣ ଘଟଣାର ତ୍ୱରିତ ତଦନ୍ତ ଏବଂ ଆଇନଜୀବୀମାନଙ୍କୁ…

ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୨ା୮: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକ ସେବା…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା, ଇଟାଲୀୟ ମା’ ହିଁ…..

ନୂଆଦିଲ୍ଲୀ,୧୨ା୮: ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି ଦାବି ପ୍ରସଙ୍ଗରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବରେ ସରକାରଙ୍କୁ…

ସାନଖେମୁଣ୍ଡିରେ ବନ ବିଭାଗ ପ୍ରକଳ୍ପରୁ ସାମଗ୍ରୀ ଚୋରି: ପାଣି ମୋଟର-ସୋଲାର ପ୍ୟାନେଲ ଜବତ, ଜେଲ୍‌ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୨|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ପଞ୍ଚାୟତ ଅନ୍ତର୍ଗତ ସଅଁଢେପ ଗ୍ରାମର ଏକ ବନ ବିଭାଗ ଜଳାଶୟ ପ୍ରକଳ୍ପରୁ ବିଭିନ୍ନ ସାମଗ୍ରୀ ଚୋରି…

ଭଞ୍ଜନଗରରେ ଖରିଫ୍ ଧାନକିଣା: ଅଗଷ୍ଟ ୩୧ ପର୍ଯ୍ୟନ୍ତ ଚାଲିବ ପଞ୍ଜୀକରଣ, ତାଲିମ୍ ଶିବିରରେ…

ଭଞ୍ଜନଗର,୧୨।୮(ବାବୁଲା ପ୍ରଧାନ)- ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଖରିଫ୍ ଧାନକିଣା ପାଇଁ ଚାଷୀ ପଞ୍ଜୀକରଣ ଉପରେ ଏକ ଉପଖଣ୍ଡସ୍ତରୀୟ…

ଆଉ ନାହାନ୍ତି ଖେଳ ଶିକ୍ଷକ ଲକ୍ଷ୍ମୀଧର, ହାଟଡିହୀରେ ଶୋକର ଛାୟା

ହାଟଡିହୀ/ଛେନାପଦୀ,୧୨l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ହାଇସ୍କୁଲର ପୂର୍ବତନ ଖେଳ ଶିକ୍ଷକ ଲକ୍ଷ୍ମୀଧର ପହିଙ୍କର ୮୨ ବର୍ଷ ବୟସରେ ପରଲୋକ ଘଟିଛି। କିଛିଦିନ ହେବ ସେ…

୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ପେପରଲେସ୍‌ ହେବ ଅଫିସ କାର୍ଯ୍ୟ

ଭୁବନେଶ୍ବର,୧୨ା୮: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri