ବ୍ୟାଘ୍ର ଗଣନା ପାଇଁ ବନ କର୍ମଚାରୀଙ୍କ ତାଲିମ ଶିବିର

କେନ୍ଦୁଝର,୫।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟରେ ବ୍ୟାଘ୍ର ଗଣନା ଅକ୍ଟୋବର ୧୫ ତାରିଖରୁ ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ ହେବ। ବନ କର୍ମଚାରୀଙ୍କୁ ନେଇ କିପରି ବ୍ୟାଘ୍ର ଗଣନା କରାଯିବ ସେ ନେଇ ଗୁରୁବାର କେନ୍ଦୁଝର ବନଖଣ୍ଡ ପକ୍ଷରୁ ପଦ୍ମପୁର ମେଗା ନର୍ସରୀ ପରିସରରେ ଏକ ଦକ୍ଷତା ବିକାଶ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ କେନ୍ଦୁଝର ଡିଭିଜନର ଫରେଷ୍ଟର ଜତିନ୍ଦ୍ର ସାହୁ, ଫରେଷ୍ଟ ଗାର୍ଡ ଆଶୁତୋଷ ଚକ୍ରବର୍ତ୍ତୀ ଏନେଇ ରାଉଲକେଲା ଆରସିସିଏଫରେ ତାଲିମ ନେଇଥିଲେ । ଉକ୍ତ ଅଧିକାରୀ ଦ୍ୱୟ ଉପସ୍ଥିତ ବନ ଅଧିକାରୀ ଏବଂ ବନ କର୍ମଚାରୀଙ୍କୁ ବ୍ୟାଘ୍ର ଗଣନା ପାଇଁ ତାଲିମ ଦେଇଥିଲେ । ଏହି ଶିବିରରେ ଆଇଏଫଏସ ପ୍ରୋବେସନର ଅଜିଜ ଖାନ,ଏସିଏଫ ଅଶୋକ କୁମାର ଦାସ,ଜିତେନ୍ଦ୍ର କୁମାର ବେହେରା,ଘଟଗାଁ ରେଞ୍ଜ ଦାୟିତ୍ୱରେ ଥିବା ଏସିଏଫ ପ୍ରଭାତ କୁଅଁର,ଚମ୍ପୁଆ ରେଞ୍ଜ ଦାୟିତ୍ୱରେ ଥିବା ଏସିଏଫ ଅଶୋକ ଛତ୍ରିଆ, ସଦର ରେଞ୍ଜର ବିଜୟ କୁମାର ମହାନ୍ତ, ଭୂୟାଁ ଜୁଆଙ୍ଗ ପୀଢ ରେଞ୍ଜର ନୟନକାନ୍ତ ସାହୁ, ତେଲକୋଇ ରେଞ୍ଜର ଶିବାଜୀ ରାଓ, ବଡବିଲ ରେଞ୍ଜର ରଞ୍ଜନ କାର୍ଲୋଙ୍କ ସମେତ ସମସ୍ତ ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡ ତାଲିମ ନେଇଥିଲେ । ବନ ଅଧିକାରୀ ଏବଂ କର୍ମଚାରୀମାନେ ୬ ଦିନ ଧରି ୪ ଭାଗରେ ବିଭକ୍ତ ହୋଇ ପାଦଚଲା ପେଟ୍ରୋଲିଂ କରି ବାଘର ପାଦ ଚିହ୍ନ, ମଳ ସଂଗ୍ରହ କରିବେ । ବ୍ୟାଘ୍ର ଗଣନା ପାଇଁ ଗୋଟିଏ ବିଟରେ ୨୦ଟି ପିଆଇପି ପ୍ରସ୍ତୁତ କରାଯିବ । ଏହି ସମୟରେ ନଦୀ, ନାଳ ନିକଟରେ ବାଲି ଥିଲେ ତାହାକୁ ସମତୁଲ କରି ବାଘର ପାଦ ଚିହ୍ନ ନିଆଯିବ । ନଭେମ୍ବର ୧ ତାରିଖ ଠାରୁ ୧୫ ଜାନୁୟାରୀ ମଧ୍ୟରେ ଜଙ୍ଗଲ ମଧ୍ୟରେ ଟ୍ରାପ କ୍ୟାମେରା ଏବଂ ଇନଟେନସିଭ କ୍ୟାମେରା ଟ୍ରାପିଂ ମାଧ୍ୟମରେ ବାଘର ଗତିବିଧି ଉପରେ ନଜର ରଖାଯିବ ।

କ୍ୟାମେରା କେଉଁ କେଉଁ ସ୍ଥାନରେ କିପରି ଲଗାଯିବ ଏବଂ କେତେ ଉଚ୍ଚତାରେ ଲଗାଯିବ ସେ ନେଇ ତାଲିମ ପ୍ରଦାନ କରାଯାଇଥିଲା । ବାଘର ଗତିବିଧି ଜାଣିବା ପାଇଁ ଘଟଗାଁ ରେଞ୍ଜରେ ୬୦ଟି ଟ୍ରାପ କ୍ୟାମେରା ଏବଂ ପାଟଣା ରେଞ୍ଜରେ ୧୦ ଟ୍ରାପ କ୍ୟାମେରା ଲାଗିଛି । ବିଶେଷ କରି ବାଘ ରହୁଥିବା ଟେରିଟୋରୀରେ ଗଣନାକୁ ଅଧିକ ପ୍ରାଧାନ୍ୟ ଦିଆଯିବ । ୧୬ ଜାନୁୟାରୀ ଠାରୁ ୩୧ ଜାନୁୟାରୀ ମଧ୍ୟରେ ଡିଭିଜନସ୍ତରରେ ବିଭିନ୍ନ ଉପାୟରେ ବ୍ୟାଘ୍ର ଗଣନା ପାଇଁ ଏକତ୍ରିକରଣ ଏବଂ ବିଶ୍ଲେଷଣ କରାଯିବ । ଏହାପରେ କେନ୍ଦୁଝର ବନ ଖଣ୍ଡରେ କେଉଁ ପ୍ରଜାତିର କେତେ ବାଘ ଅଛନ୍ତି ତାହା ସ୍ପଷ୍ଟ ହେବ ।

ସୂଚନାଯୋଗ୍ୟ, କେନ୍ଦୁଝର ଡିଭିଜନର ଘଟଗାଁ ରେଞ୍ଜ ଏବଂ ପାଟଣା ରେଞ୍ଜର ଅଟେଇ ସଂରକ୍ଷିତ ଜଙ୍ଗଲରେ ଗୋଟିଏ ମହାବଳ ବାଘ ଏବଂ ଗୋଟିଏ କଲରାପତରିଆ ବାଘ ରହିଛି । ବାଘର ଗତିବିଧି ଏହି ଦୁଇ ରେଞ୍ଜ ବ୍ୟତିତ ସଦର ରେଞ୍ଜର ଜଙ୍ଗିରା ସେକ୍ସନ ରେ ମଧ୍ୟ ବାଘର ଉପସ୍ଥତି ରହିଛି । ରାଜ୍ୟରେ ବାଘ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବାବେଳେ ଚଳିତବର୍ଷ ଠାରୁ ରାଜ୍ୟ ସରକାର ପ୍ରତ୍ୟେକ ବର୍ଷ ବାଘ ଗଣନା ପାଇଁ ନିଷ୍ପତ୍ତି ନେଇଛନ୍ତି । ଶିମିଳିପାଳ ଅଭୟାରଣ୍ୟ,କେନ୍ଦୁଝର ଡିଭିଜନର ଅଟେଇ ସଂରକ୍ଷିତ ଜଙ୍ଗଲ ଏବଂ ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନର ଦୈତାରୀ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବାଘର ବର୍ଷତମାମ ଚଳପ୍ରଚଳ ରହୁଥିବାରୁ ଏହାକୁ ଟାଇଗର କରିଡର ଘୋଷଣା କରିବା ପାଇଁ ପରିବେଶବିତ୍ ଡକ୍ଟର ବିମ୍ବାଧର ବେହେରା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri