ବ୍ୟାଘ୍ର ଗଣନା ପାଇଁ ବନ କର୍ମଚାରୀଙ୍କ ତାଲିମ ଶିବିର

କେନ୍ଦୁଝର,୫।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟରେ ବ୍ୟାଘ୍ର ଗଣନା ଅକ୍ଟୋବର ୧୫ ତାରିଖରୁ ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ ହେବ। ବନ କର୍ମଚାରୀଙ୍କୁ ନେଇ କିପରି ବ୍ୟାଘ୍ର ଗଣନା କରାଯିବ ସେ ନେଇ ଗୁରୁବାର କେନ୍ଦୁଝର ବନଖଣ୍ଡ ପକ୍ଷରୁ ପଦ୍ମପୁର ମେଗା ନର୍ସରୀ ପରିସରରେ ଏକ ଦକ୍ଷତା ବିକାଶ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ କେନ୍ଦୁଝର ଡିଭିଜନର ଫରେଷ୍ଟର ଜତିନ୍ଦ୍ର ସାହୁ, ଫରେଷ୍ଟ ଗାର୍ଡ ଆଶୁତୋଷ ଚକ୍ରବର୍ତ୍ତୀ ଏନେଇ ରାଉଲକେଲା ଆରସିସିଏଫରେ ତାଲିମ ନେଇଥିଲେ । ଉକ୍ତ ଅଧିକାରୀ ଦ୍ୱୟ ଉପସ୍ଥିତ ବନ ଅଧିକାରୀ ଏବଂ ବନ କର୍ମଚାରୀଙ୍କୁ ବ୍ୟାଘ୍ର ଗଣନା ପାଇଁ ତାଲିମ ଦେଇଥିଲେ । ଏହି ଶିବିରରେ ଆଇଏଫଏସ ପ୍ରୋବେସନର ଅଜିଜ ଖାନ,ଏସିଏଫ ଅଶୋକ କୁମାର ଦାସ,ଜିତେନ୍ଦ୍ର କୁମାର ବେହେରା,ଘଟଗାଁ ରେଞ୍ଜ ଦାୟିତ୍ୱରେ ଥିବା ଏସିଏଫ ପ୍ରଭାତ କୁଅଁର,ଚମ୍ପୁଆ ରେଞ୍ଜ ଦାୟିତ୍ୱରେ ଥିବା ଏସିଏଫ ଅଶୋକ ଛତ୍ରିଆ, ସଦର ରେଞ୍ଜର ବିଜୟ କୁମାର ମହାନ୍ତ, ଭୂୟାଁ ଜୁଆଙ୍ଗ ପୀଢ ରେଞ୍ଜର ନୟନକାନ୍ତ ସାହୁ, ତେଲକୋଇ ରେଞ୍ଜର ଶିବାଜୀ ରାଓ, ବଡବିଲ ରେଞ୍ଜର ରଞ୍ଜନ କାର୍ଲୋଙ୍କ ସମେତ ସମସ୍ତ ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡ ତାଲିମ ନେଇଥିଲେ । ବନ ଅଧିକାରୀ ଏବଂ କର୍ମଚାରୀମାନେ ୬ ଦିନ ଧରି ୪ ଭାଗରେ ବିଭକ୍ତ ହୋଇ ପାଦଚଲା ପେଟ୍ରୋଲିଂ କରି ବାଘର ପାଦ ଚିହ୍ନ, ମଳ ସଂଗ୍ରହ କରିବେ । ବ୍ୟାଘ୍ର ଗଣନା ପାଇଁ ଗୋଟିଏ ବିଟରେ ୨୦ଟି ପିଆଇପି ପ୍ରସ୍ତୁତ କରାଯିବ । ଏହି ସମୟରେ ନଦୀ, ନାଳ ନିକଟରେ ବାଲି ଥିଲେ ତାହାକୁ ସମତୁଲ କରି ବାଘର ପାଦ ଚିହ୍ନ ନିଆଯିବ । ନଭେମ୍ବର ୧ ତାରିଖ ଠାରୁ ୧୫ ଜାନୁୟାରୀ ମଧ୍ୟରେ ଜଙ୍ଗଲ ମଧ୍ୟରେ ଟ୍ରାପ କ୍ୟାମେରା ଏବଂ ଇନଟେନସିଭ କ୍ୟାମେରା ଟ୍ରାପିଂ ମାଧ୍ୟମରେ ବାଘର ଗତିବିଧି ଉପରେ ନଜର ରଖାଯିବ ।

କ୍ୟାମେରା କେଉଁ କେଉଁ ସ୍ଥାନରେ କିପରି ଲଗାଯିବ ଏବଂ କେତେ ଉଚ୍ଚତାରେ ଲଗାଯିବ ସେ ନେଇ ତାଲିମ ପ୍ରଦାନ କରାଯାଇଥିଲା । ବାଘର ଗତିବିଧି ଜାଣିବା ପାଇଁ ଘଟଗାଁ ରେଞ୍ଜରେ ୬୦ଟି ଟ୍ରାପ କ୍ୟାମେରା ଏବଂ ପାଟଣା ରେଞ୍ଜରେ ୧୦ ଟ୍ରାପ କ୍ୟାମେରା ଲାଗିଛି । ବିଶେଷ କରି ବାଘ ରହୁଥିବା ଟେରିଟୋରୀରେ ଗଣନାକୁ ଅଧିକ ପ୍ରାଧାନ୍ୟ ଦିଆଯିବ । ୧୬ ଜାନୁୟାରୀ ଠାରୁ ୩୧ ଜାନୁୟାରୀ ମଧ୍ୟରେ ଡିଭିଜନସ୍ତରରେ ବିଭିନ୍ନ ଉପାୟରେ ବ୍ୟାଘ୍ର ଗଣନା ପାଇଁ ଏକତ୍ରିକରଣ ଏବଂ ବିଶ୍ଲେଷଣ କରାଯିବ । ଏହାପରେ କେନ୍ଦୁଝର ବନ ଖଣ୍ଡରେ କେଉଁ ପ୍ରଜାତିର କେତେ ବାଘ ଅଛନ୍ତି ତାହା ସ୍ପଷ୍ଟ ହେବ ।

ସୂଚନାଯୋଗ୍ୟ, କେନ୍ଦୁଝର ଡିଭିଜନର ଘଟଗାଁ ରେଞ୍ଜ ଏବଂ ପାଟଣା ରେଞ୍ଜର ଅଟେଇ ସଂରକ୍ଷିତ ଜଙ୍ଗଲରେ ଗୋଟିଏ ମହାବଳ ବାଘ ଏବଂ ଗୋଟିଏ କଲରାପତରିଆ ବାଘ ରହିଛି । ବାଘର ଗତିବିଧି ଏହି ଦୁଇ ରେଞ୍ଜ ବ୍ୟତିତ ସଦର ରେଞ୍ଜର ଜଙ୍ଗିରା ସେକ୍ସନ ରେ ମଧ୍ୟ ବାଘର ଉପସ୍ଥତି ରହିଛି । ରାଜ୍ୟରେ ବାଘ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବାବେଳେ ଚଳିତବର୍ଷ ଠାରୁ ରାଜ୍ୟ ସରକାର ପ୍ରତ୍ୟେକ ବର୍ଷ ବାଘ ଗଣନା ପାଇଁ ନିଷ୍ପତ୍ତି ନେଇଛନ୍ତି । ଶିମିଳିପାଳ ଅଭୟାରଣ୍ୟ,କେନ୍ଦୁଝର ଡିଭିଜନର ଅଟେଇ ସଂରକ୍ଷିତ ଜଙ୍ଗଲ ଏବଂ ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନର ଦୈତାରୀ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବାଘର ବର୍ଷତମାମ ଚଳପ୍ରଚଳ ରହୁଥିବାରୁ ଏହାକୁ ଟାଇଗର କରିଡର ଘୋଷଣା କରିବା ପାଇଁ ପରିବେଶବିତ୍ ଡକ୍ଟର ବିମ୍ବାଧର ବେହେରା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

୩୦ରେ ଇଣ୍ଡିଆ ବ୍ଲକ୍‌ର ବୈଠକ, ହେବ ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୬ା୯: ନିର୍ବାଚନ କମିଶନରେ ମତଭେଦ ଏବଂ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଦେଖାଦେଇଥିବା ଉଦ୍‌ବେଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ…

ନାଗାଲାଣ୍ଡରେ ମଦମୃତ୍ୟୁ: ୨ ଦିନରେ ଗଲାଣି ୧୯ଜଣଙ୍କ ଜୀବନ

କୋହିମା,୨୬ା୯; ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ଜଣ ପ୍ରାଣ ହରାଇଛନ୍ତି। ମୃତ୍ୟୁର କାରଣ ଏବଂ ରାଜ୍ୟରେ ମଦ ଅପମିଶ୍ରଣର ଯୋଗାଣ ଶୃଙ୍ଖଳକୁ ଠାବ କରିବା…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?