ଟ୍ରକରେ ପିଟିହେଲା ବାଇକ୍‌, ଦମ୍ପତି ଗୁରୁତର

କେନ୍ଦୁଝର,୫ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅଧୀନ ୨୦ ନମ୍ବର ଜାତୀୟ ରାଜପଥ ବାଲିଆଗୋଡ଼ା ନିକଟ ରାସ୍ତା ପାର୍ଶ୍ୱରେ ଅଟକି ରହିଥିବା ଟ୍ରକ ପଛପଟେ ଏକ ବାଇକ୍‌ ପିଟି ହୋଇଯାଇଥିଲା। ଫଳରେ ଦମ୍ପତି ଗୁରୁତର ହୋଇଛନ୍ତି। ସେମାନେ ହେଲେ ବାଲିଆଗୋଡ଼ା ଗ୍ରାମର ଅଜୟ ମହାରଣା ଏବଂ ତାଙ୍କ ସ୍ତ୍ରୀ ହେମଲତା ମହାରଣା।

ମିଳିଥିବା ସୂଚନା ମୁତାବକ, ଅଜୟ ସ୍ତ୍ରୀଙ୍କ ସହ କୌଣସି କାମରେ ବାଇକ୍‌ ଯୋଗେ ରାଇସୁଆଁ ଆସୁଥିବା ବେଳେ ଏସାର ପେଟ୍ରଲ ପମ୍ପ ନିକଟ ରାସ୍ତାରେ ଅଟକି ରହିଥିବା ଏକ ଟ୍ରକ ପଛପଟେ ପିଟି ହୋଇଯାଇଥିଲେ। ଫଳରେ ଦୁହେଁ ରାସ୍ତାରେ ଛିଡିକି ପଡ଼ି ଗୁରୁତର ହୋଇଥିଲେ। ଏନେଇ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଜଣାଇଥିଲେ। ହେଲେ ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ଫଳରେ ଲୋକେ ଦମ୍ପତିଙ୍କୁ ଗୁରୁତର ଉଦ୍ଧାର କରି କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ମଧ୍ୟ ଚିକିତ୍ସାରେ ବିଳମ୍ବ ହେବାରୁ ହେମଲତା ଗୁରୁତର ହୋଇପଡିଥିଲେ। ପରେ ତାଙ୍କୁ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି। ଅଜୟ ସେଠାରେ ଚିକିତ୍ସିତ ହେଉଛନ୍ତି। ହେଲମତାଙ୍କ ମୁଣ୍ତ ପଛ ପଟେ ଗଭୀର ଆଘାତ ଲାଗିଥିଲେ ହେଁ ଚିକିତ୍ସାରେ ବିଳମ୍ବ ହେବାରୁ ଅତ୍ୟଧିକ ରକ୍ତସ୍ରାବ ହୋଇ ପୁତୁରାବୋହୂ ସଙ୍କଟାପନ୍ନ ହୋଇପଡିଥିବା କାକା କୁନାଲ ମହାରଣା ଅଭିଯୋଗ କରିଛନ୍ତି। ଏଥିପ୍ରତି ଜଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସୋସିଆଲ ମିଡିଆ ଦିବସ, ସୋସିଆଲ ମିଡିଆ ଡିଜିଟାଲ ଯୁଗରେ ଅବିଚ୍ଛେଦ୍ୟ ଅଙ୍ଗ

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆଜିର ଡିଜିଟାଲ ଯୁଗରେ ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ଫେସ୍‌ବୁକ, ଇନ୍‌ଷ୍ଟାଗ୍ରାମ୍‌,…

ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆଧାର ଲିଙ୍କ୍‌ ନ କଲେ ପେନ୍‌ସନ୍‌ ନାହିଁ

ଭୁବନେଶ୍ୱର,୩୦।୬(ସୁନିତ୍‌ ମିଶ୍ର): ୨୦୨୬-୨୭ରେ ‘ଏସ୍‌ଏନ୍‌ଏ-ସ୍ପର୍ଶ’ ପ୍ଲାଟଫର୍ମ ଜରିଆରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ(ଏନ୍‌ଏସ୍‌ଏପି) ହିତାଧିକାରୀଙ୍କୁ ପେନ୍‌ସନ୍‌ ପ୍ରଦାନ କରାଯାଉଛି। ପୋର୍ଟାଲର ରିପୋର୍ଟ ମୁତାବକ ୩,୩୫,୮୫୦ ଜଣ ହିତାଧିକାରୀ…

ମୋଦିଙ୍କ ନାମ ନେଇ ଭାରତକୁ ସିଧାସଳଖ ଧମକ ଦେଲା ପାକିସ୍ତାନ, କହିଲା ‘ହାତ କାଟିଦେବୁ’, ଜାଣନ୍ତୁ ଏହାର ବଡ଼ କାରଣ

ଇସଲାମାବାଦ,୩୦।୬: ସିନ୍ଧୁ ଜଳ ଚୁକ୍ତି ବିବାଦ ସମ୍ପର୍କରେ ପାକିସ୍ତାନ ପୁଣି ଥରେ ଭାରତକୁ ଖାଲି ଧମକ ଦେଇଛି। ପାକିସ୍ତାନର ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ମୁସାଦିକ ମାଲିକ କହିଛନ୍ତି…

ଦ୍ରୁତ ଗତିରେ ଆଗକୁ ବଢୁଛି ମୌସୁମୀ: ଆଗାମୀ ୧୫ଘଣ୍ଟା ମଧ୍ୟରେ ୧୭ ରାଜ୍ୟରେ ପ୍ରବଳ ବର୍ଷା, ଜାରି ହେଲା ‘ମହା-ଆଲର୍ଟ’

ନୂଆଦିଲ୍ଲୀ,୩୦।୬: ପ୍ରବଳ ଗରମ ସହ ସଂଘର୍ଷ କରୁଥିବା ଦେଶବାସୀଙ୍କ ପାଇଁ ଏକ ଖୁସି ଖବର। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ପାଣିପାଗ…

ସରକାରଙ୍କ ବଡ଼ ନିର୍ଦ୍ଦେଶ, ବିନା ଲାଇସେନ୍ସରେ ଷଣ୍ଢ ରଖିଲେ ଜରିମାନା

ଭୁବନେଶ୍ୱର,୩୦।୬(ରବିନାରାୟଣ ଜେନା): ଦୈନନ୍ଦିନ ବ୍ୟବସାୟରେ ସୁବିଧା(ଇଜ୍‌ଅଫ୍‌ ଡୁଇଂ ବିଜ୍‌ନେସ୍‌) ଏବଂ ଲୋକଙ୍କ ଜୀବନଯାପନର ସୁବିଧା (ଇଜ୍‌ ଅଫ୍‌ ଲିଭିଂ)କୁ ଆଗାମୀ ଦିନରେ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟ…

ବୈଭବ ସୂର୍ଯ୍ୟବଂଶୀ ଇନ୍‌, ସଞ୍ଜୁ ସାମସନ ଆଉଟ? ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ପାଇଁ ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ

ନୂଆଦିଲ୍ଲୀ,୩୦।୬: ବେଲଫାଷ୍ଟରେ ଆୟରଲ୍ୟାଣ୍ଡ ବିପକ୍ଷରେ ଟି-୨୦ ସିରିଜରେ ଏକ ଆଶ୍ଚର୍ଯ୍ୟଜନକ ପରାଜୟ ପରେ, ଭାରତୀୟ ଦଳ ଏବେ ଇଂଲଣ୍ଡର ମୁକାବିଲା ପାଇଁ ପ୍ରସ୍ତୁତ। ଦୁଇ ଦଳ ମଧ୍ୟରେ…

ରାମ ଲଲ୍ଲାଙ୍କ ଦର୍ଶନ ପାଇଁ ଯାଉଥିବା ସମୟରେ ୟୁପି କଂଗ୍ରେସ ସଭାପତି ଅଜୟ ରାୟ ହାଉସ ଆରେଷ୍ଟ

ଲକ୍ଷ୍ନୌ,୩୦।୬: ପୋଲିସ ଉତ୍ତର ପ୍ରଦେଶ କଂଗ୍ରେସ ସଭାପତି ଅଜୟ ରାୟଙ୍କୁ ଗୃହବନ୍ଦୀ କରିଛି। ଅଜୟ ରାୟ ଆଜି (ମଙ୍ଗଳବାର, ଜୁନ ୩୦) ରାମ ମନ୍ଦିର ପରିଦର୍ଶନ କରିବାର…

ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ମହିଳା, ଶୁଣ୍ଢରେ କଚାଡ଼ି…

ଆନନ୍ଦପୁର, ୩୦।୬(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ହଡ଼ଗଡ଼ ବନାଞ୍ଚଳରେ ପୁଣି ଦନ୍ତା ଆତଙ୍କ ଦେଖାଯାଇଛି । ମଙ୍ଗଳବାର ଭୋର ପ୍ରାୟ ୫ଟା ସମୟରେ କଣ୍ଟିପାଳ ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri