ଲୁଣା,କରାଣ୍ଡିଆ ଦ୍ୱୀପାଞ୍ଚଳର ୧୩ ଗାଁ ଅବହେଳିତ
କେନ୍ଦ୍ରାପଡ଼ା ଅଫିସ, ୧୩ା୫: କେନ୍ଦ୍ରାପଡ଼ା ଜିଲାର ଲୁଣା ଓ କରାଣ୍ଡିଆ ଦ୍ୱୀପାଞ୍ଚଳରେ ଥିବା ୧୩ ରାଜସ୍ବ ଗ୍ରାମ ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଅବହେଳିତ ଅବସ୍ଥାରେ ଅଛି। ଏ ନେଇ ଦ୍ୱୀପାଞ୍ଚଳବାସୀ ବାରମ୍ବାର ରାଜନେତା ଓ ପ୍ରଶାସକଙ୍କ ଦ୍ୱାରସ୍ଥ ହେଉଥିଲେ…
ଜାନୁୟାରୀ, ଫେବୃୟାରୀର ଚାଉଳ ଏବେ ମିଳୁଛି
ରାଜନଗର,୧୪।୫(ଡି.ଏନ.ଏ.): ରାଜନଗର ବ୍ଲକ କେରେଡାଗଡ଼ ଗାଁର ୨୧୨ ପରିବାର ବଳଭଦ୍ରପ୍ରସାଦ ଗାଁର ରିଟେଲର ପ୍ରକାଶ ଚନ୍ଦ୍ର ବଳଙ୍କଠାରୁ ରାଶନ ସାମଗ୍ରୀ ଆଣିଥାନ୍ତି। ରିଟେଲର କେରେଡାଗଡ଼ ବଜାର ଉପରେ ଏକ ପଏଣ୍ଟ ଖୋଲି ହିତାଧିକାରୀଙ୍କୁ ରାଶନ ସାମଗ୍ରୀ ଯୋଗାଇ ଦେଇଥାନ୍ତି। ମାର୍ଚ୍ଚ ୧୫ରୁ…
ମିଶନ ଶକ୍ତିର ଆଦେଶନାମାକୁ ଉଲ୍ଲଂଘନ
ଡେରାବିଶ,୧୪।୫(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକରେ ଥିବା ମିଶନ ଶକ୍ତିର ଅନିୟମିତତା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ବିଭାଗୀୟ ଆଦେଶନାମାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହେଉଛି। ବ୍ଲକ ଅଧୀନ ୨୬ ପଞ୍ଚାୟତ ମଧ୍ୟରୁ ୧୩ଟି ପଞ୍ଚାୟତର ଏମ୍ବିକେ ପ୍ରାର୍ଥୀ…
ପାନୀୟଜଳ, ଶିକ୍ଷା ଓ ଉନ୍ନୟନମୂଳକ କାମକୁ ଗୁରୁତ୍ୱ
ରାଜନଗର, ୧୩ା୫ (ଡି.ଏନ.ଏ.): ରାଜନଗର ପଞ୍ଚାୟତ ସମିତି ବୈଠକ ଅଧ୍ୟକ୍ଷା ପ୍ରତିଭା ପାତ୍ରଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନୂତନ ନଳକୂପ ଖନନ, ମେଗା ପାନୀୟଜଳ ପ୍ରକଳ୍ପର ଅଗ୍ରଗତି, ଯୁଦ୍ଧକାଳୀନ ଭିତ୍ତିରେ ଅଚଳ ନଳକୂପ ମରାମତି ଉପରେ ଆଲୋଚନା କରାଯାଇଥିଲା।…
ଜଙ୍ଗଲ ପାର୍ଶ୍ୱ ଗ୍ରାମରେ ଲାଗିଲା କଟକଣା
ମହାକାଳପଡ଼ା,୧୨।୫ (ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତର ପଣିଖିଆ ସାନ୍ତାଳପଡ଼ାର ଚତୁଃପାର୍ଶ୍ୱରେ ବନ ବିଭାଗ ପକ୍ଷରୁ ସେଞ୍ଚୁରି ବାଉଣ୍ଡାରି ପିଲାର ଚିହ୍ନଟ ସୀମା ନିର୍ଦ୍ଧାରଣ କରାଯାଇଛି। ଏହାକୁ ନେଇ ଗ୍ରାମବାସୀ ଚିନ୍ତାରେ ପଡ଼ିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଏହି…
ବଗପାଟିଆ: ପାଣିରେ ବୁଡ଼ି ୫ ଶିଶୁଙ୍କ ଜୀବନ ଗଲାଣି
ରାଜନଗର,୧୧ା୫(ଡି.ଏନ୍.ଏ.): ବଙ୍ଗୋପସାଗର ତଟବର୍ତ୍ତୀ ଅଭିଶପ୍ତ ସାତଭାୟାବାସୀ ୭୦ ଦଶକ ପରଠାରୁ ସାମୁଦ୍ରିକ ଝଡ଼ ଏବଂ ସମୁଦ୍ର ଢେଉରେ ସେମାନଙ୍କ ଭିଟାମାଟି ହରାଇଥିଲେ। ଜୀବନ ଜୀବିକାକୁ ନେଇ ସାତଭାୟାବାସୀ ଭିଟାମାଟିର ମୋହକୁ ତୁଟାଇ ନୂଆ ଠିକଣା ବଗପାଟିଆଠାରେ ବସତି ସ୍ଥାପନ କରିଛନ୍ତି। ୨୦୧୧ରୁ…
ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲ ଅଲୋଡ଼ା
କେନ୍ଦ୍ରାପଡ଼ା ଅଫିସ୍/ ମହାକାଳପଡ଼ା,୧୦ା୫(ଡି.ଏନ.ଏ.): ଦିନ ଥିଲା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଜମ୍ବୁ-ମାର୍ଶାଘାଇ କେନାଲ ଲୋକଙ୍କ ଜୀବନ ରେଖା ପାଲଟିଥିଲା। ନଅଙ୍କ ଦୁର୍ଭିକ୍ଷ ସମୟରେ ବ୍ରିଟିଶ ଶାସକ ଏହି ବାଟ ଦେଇ ବିଦେଶରୁ ଖାଦ୍ୟ ଦ୍ରବ୍ୟ ନେଇ କଟକ ଯୋବ୍ରାରେ ପହଞ୍ଚାଇ…
ରାସ୍ତାରୁ ନର୍ଦ୍ଦମାପାଣି ସଫାକଲେ କଲେଜ ଛାତ୍ରୀ
ପଟ୍ଟାମୁଣ୍ଡାଇ,୧୦ା୫(ସ୍ବ.ପ୍ର.): କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତି ଗ୍ରାମକୁ ପକ୍କା ରାସ୍ତା ଏବଂ ଗ୍ରାମ ଭିତରେ ସିମେଣ୍ଟ କଙ୍କ୍ରିଟ୍ ରାସ୍ତା ନିର୍ମାଣ ପାଇଁ ଅର୍ଥ ବ୍ୟୟ କରୁଛନ୍ତି। ପାଣି ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା ମଧ୍ୟ କରିଛନ୍ତି। ମାତ୍ର ପ୍ରଶାସନର ଖାମଖିଆଲି…
ବିପଦରେ ନାସି, ହବେଳିଖଟି, ଏକକୁଳା ଦ୍ୱୀପ
କେନ୍ଦ୍ରାପଡ଼ା ଅଫିସ, ୯ା୫: ସାମୁଦ୍ରିକ ଝଡ଼ ମୋଚା ଆସୁଛି। ୨୦୨୧ ମେ’ ରେ ୟାସ୍ ସମୁଦ୍ରିକ ଝଡ଼ ହୋଇଥିଲା। ସେହିବର୍ଷ ସେପ୍ଟେମ୍ବରରେ ଗୁଲାବ ଓ ଡିସେମ୍ବରରେ ଜୱାଦ ସାମୁଦ୍ରିକ ଝଡ଼ କେନ୍ଦ୍ରାପଡ଼ା ଜିଲାରେ ପ୍ରଭାବ ପକାଇଥିଲା। ଏହାପୂର୍ବରୁ ଫାଇଲିନ୍, ହୁଡ୍ହୁଡ୍, ୨୦୧୮ରେ…
ଜୀବନ ପାଇଁ ଜୀବିକା ବିପଦରେ
ମହାକାଳପଡ଼ା, ୯ା୫(ଡି.ଏନ୍.ଏ.): ପେଟକୁ ଦିମୁଠା ଦାନା ଯୋଗାଡ଼ କରିବାକୁ କେତେ ଯେ ସଂଗ୍ରାମ କରିବାକୁ ପଡ଼େ ସେ କଥା ଅଭାବୀ ଗରିବ ଲୋକ ହିଁ ଜାଣି ପାରେ। କେତେବେଳେ ଜୀବିକା ପାଇଁ ନିଜ ଜୀବନକୁ କୁମ୍ଭୀର ଭରା ନଦୀରେ ବାଜି ଲଗାଏ।…
ପାନୀୟ ଜଳ ପାଇଁ ଡହଳବିକଳ ଲୋକେ
ପଟ୍ଟାମୁଣ୍ଡାଇ,୮ା୫(ସ୍ବ.ପ୍ର.): ଅସହ୍ୟ ତାତି ସାଙ୍ଗକୁ ପାଣି ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଇଛି। ସ୍ଥିତି ଏମିତି ଯେ ସବୁଠି ପାଣି ପାଇଁ ହାହାକାର ସ୍ଥିତି ଉପୁଜିଲାଣି। କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ କେଉଁଠି ପାଇପ ଜଳ ଯୋଗାଣ ଫେଲ ମାରିଛି, ତ ଆଉ…
ଚିଙ୍ଗୁଡ଼ି ଘେରି ଉଚ୍ଛେଦ
ରାଜକନିକା,୮ା୫ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ପଶ୍ଚିମ କନିକା ଅଞ୍ଚଳର ହାଟସାହି ପଞ୍ଚାୟତ ହାଟସାହି ଓ ବଟରପଡ଼ା ମୌଜାରେ ଗଢି ଉଠିଥିବା ବେଆଇନ ଚିଙ୍ଗୁଡ଼ି ଘେରିଗୁଡ଼ିକ ରବିବାର ଉଚ୍ଛେଦ କରାଯାଇଛି। ଘେରି ପାଇଁ ୨ ବର୍ଷ ହେବ ସାଧାରଣ ଚାଷୀଙ୍କ…
Archives


