ଜଙ୍ଗଲ ପାର୍ଶ୍ୱ ଗ୍ରାମରେ ଲାଗିଲା କଟକଣା

ମହାକାଳପଡ଼ା,୧୨।୫ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତର ପଣିଖିଆ ସାନ୍ତାଳପଡ଼ାର ଚତୁଃପାର୍ଶ୍ୱରେ ବନ ବିଭାଗ ପକ୍ଷରୁ ସେଞ୍ଚୁରି ବାଉଣ୍ଡାରି ପିଲାର ଚିହ୍ନଟ ସୀମା ନିର୍ଦ୍ଧାରଣ କରାଯାଇଛି। ଏହାକୁ ନେଇ ଗ୍ରାମବାସୀ ଚିନ୍ତାରେ ପଡ଼ିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଏହି ଅନୁସୂଚିତ ଜାତି ସମ୍ପ୍ରଦାୟ ଲୋକମାନେ ଦୀର୍ଘ ୮୦ ବର୍ଷରୁ ଅଧିକ ହେବ ମୂଳବାସିନ୍ଦା ମୟୂରଭଞ୍ଜ ଜିଲା ବାଦାମପାହାଡ଼, ବାରିପଦା, ରାଇରଙ୍ଗପୁର ତଳବେରଡ଼ା ଅଞ୍ଚଳରୁ ଆସି ଏହି ଗ୍ରାମରେ ବସବାସ କରି ଆସୁଛନ୍ତି। ତେବେ ଏହି ପଡ଼ାରେ ୪୭ ପରିବାରରେ ୩୫୦ରୁ ଅଧିକ ଜନସଂଖ୍ୟା ଥିବା କୁହାଯାଉଛି। ଏମାନଙ୍କୁ ରାଜ୍ୟ ସରକାର ପ୍ରତି ପରିବାରଙ୍କୁ ୨ ଏକର ଜମି ଯୋଗାଇ ଦେଇଥିଲେ। ପରେ ପଡ଼ାର ଲୋକମାନେ ଚାଷଜମିରେ ଚାଷବାସ କରିବା ସହ ଜଙ୍ଗଲରୁ ମାଛ, କଙ୍କଡ଼ା ଧରି ପରିବାର ପ୍ରତିପୋଷଣ କରନ୍ତି। ଏଠାରେ ଥିବା ସମସ୍ତ ପରିବାର ଲୋକ ଅଭାବୀ ଶ୍ରେଣୀର। ଗଁାକୁ ଭଲ ରାସ୍ତା ନାହିଁ। ସାମୁଦ୍ରିକ ଝଡ଼ ଆସିଲେ ନିଜ କର୍ମକୁ ଆଦରି ପଡ଼ି ରହିଥାନ୍ତି। ୧୯୯୯ ମହାବାତ୍ୟାରେ ୧୦ରୁ ଅଧିକ ଲୋକଙ୍କ ସମୁଦ୍ରରେ ଭାସି ଜୀବନ ଯାଇଥିଲା। ତଥାପି ଏହି ଆଦିବାସୀ ସାନ୍ତାଳମାନେ ସରକାରୀ ସହାୟତାକୁ ବଞ୍ଚତ୍ତ ବୋଲି ଗ୍ରାମବାସିନ୍ଦା କହିଛନ୍ତି।
ଅପରପକ୍ଷରେ କିଛିଦିନ ତଳେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ସୀମା ମଧ୍ୟରେ ଏହି ପଡ଼ା ଅନ୍ତର୍ଭୁକ୍ତ ହୋଇଥିବାରୁ ବନ ବିଭାଗ ପକ୍ଷରୁ ସର୍ବେକ୍ଷଣ ପ୍ରାମାଣିକ ଖମ୍ବ ସୀମା ନିର୍ଦ୍ଧାରଣ ହୋଇଥିବା ଦେଖିବାକୁ ମିଳିଛି। ଏହି ଖମ୍ବ ପୋତା ଯିବା ପରେ ଗ୍ରାମରେ ବୟସ୍କ ମୁରବିମାନଙ୍କ କହିବା କଥା ଆମର ଚିନ୍ତା ବଢ଼ିଛି। କାରଣ ବନ ବିଭାଗ ପକ୍ଷରୁ ଯେକୌଣସି ପରିସ୍ଥିତିରେ ଆମ ଗ୍ରାମକୁ ସ୍ଥାନାନ୍ତର କରିବା ଅସମ୍ଭବ ନୁହେଁ ବୋଲି ମୁରବିମାନଙ୍କ ମଧ୍ୟରୁ ଗଜେନ୍ଦ୍ର ମାରାଣ୍ଡି, ପୂର୍ଣ୍ଣଚନ୍ଦ୍ର ଟୁଡୁ, ଲବ ମାରାଣ୍ଡି, ଶଙ୍କର ମାରାଣ୍ଡି, ସୁନା ଟୁଡୁ, ଗୁରୁଭା ହଁାସଦା, ସୁନାରାମ ମାରାଣ୍ଡି, ଚରଣ ଟୁଡୁ, ରାମେଶ୍ୱର ମାରାଣ୍ଡି, ବାବୁଲି ଟୁଡୁ ପ୍ରମୁଖ କହିଛନ୍ତି। ଏହି ପିଲାର ଚିହ୍ନଟ ହେବା ପରେ ଗ୍ରାମର ବରିଷ୍ଠ ମୁରବିମାନେ ଗହୀରମଥା ରେଞ୍ଜ ଅଧିକାରୀ ବିଚିତ୍ରାନନ୍ଦ ବେହେରାଙ୍କୁ ଭେଟି ଅଭିଯୋଗ କରିଥିଲେ। ସେମାନେ ନିଜର ଭିଟାମାଟି ଛାଡିବେ ନାହିଁ ବୋଲି ରେଞ୍ଜ ଅଧିକାରୀଙ୍କୁ ଶୁଣାଇ ଦେଇଛନ୍ତି। ଏହି ଗ୍ରାମରେ ଗୃହ ନିର୍ମାଣ ହେଉ କି ଅନ୍ୟ ଯେକୌଣସି ଉନ୍ନୟନମୂଳକ କାର୍ଯ୍ୟ ହେଲେ ବନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମତି ଆବଶ୍ୟକ ପଡ଼ିବ ବୋଲି ଗ୍ରାମବାସୀ କହିଛନ୍ତି। ଏହି ସମସ୍ୟା ସମ୍ପର୍କରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଗ୍ରାମବାସୀ ଭେଟି ଅଭିଯୋଗ କରିବେ ବୋଲି ଗ୍ରାମର ଯୁବ ମୁରବି ଗୁରୁଭା ହଁାସଦା କହିଛନ୍ତି।
କେବଳ ସାନ୍ତାଳପଡ଼ା ନୁହେଁ ନରସିଂହପୁର, ରଟପଙ୍କ, ସୁନିତି, କଣ୍ଡରାପାଟିଆ, ଉତ୍ତର ଜମ୍ବୁ, ବତିଘର ଆଦି ଅଞ୍ଚଳ ପାର୍ଶ୍ୱରେ ବନ ବିଭାଗ ପକ୍ଷରୁ ସୀମା ନିର୍ଦ୍ଧାରଣ କରାଯାଉଛି। ଏହି ସୀମା ନିର୍ଦ୍ଧାରଣ ପୂର୍ବରୁ ସ୍ଥାନୀୟ ଜନସାଧାରଣଙ୍କ ଅବଗତି ନିମନ୍ତେ ସମ୍ପୃକ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ମହାକାଳପଡ଼ା ତହସିଲ କାର୍ଯ୍ୟାଳୟ ପକ୍ଷରୁ ନୋଟିସ୍‌ ଜାରି କରାଯାଇଥିଲା ବୋଲି କୁହାଯାଇଛି। ଏ ସମ୍ପର୍କରେ ଗହୀରମଥା ରେଞ୍ଜ ଅଧିକାରୀ ବିଚିତ୍ରାନନ୍ଦ ବେହେରାଙ୍କୁ ପଚାରିବାରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଓ ଆଇନ ଅନୁସାରେ ଜଙ୍ଗଲ ପାଶର୍‌ବ ଗ୍ରାମଗୁଡ଼ିକରେ ପିଲାର ଚିହ୍ନଟ କରାଯାଇଛି। ଏଥିରେ କୌଣସି ଆଶଙ୍କା କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri