ବିପଦରେ ନାସି, ହବେଳିଖଟି, ଏକକୁଳା ଦ୍ୱୀପ

କେନ୍ଦ୍ରାପଡ଼ା ଅଫିସ, ୯ା୫: ସାମୁଦ୍ରିକ ଝଡ଼ ମୋଚା ଆସୁଛି। ୨୦୨୧ ମେ’ ରେ ୟାସ୍‌ ସମୁଦ୍ରିକ ଝଡ଼ ହୋଇଥିଲା। ସେହିବର୍ଷ ସେପ୍ଟେମ୍ବରରେ ଗୁଲାବ ଓ ଡିସେମ୍ବରରେ ଜୱାଦ ସାମୁଦ୍ରିକ ଝଡ଼ କେନ୍ଦ୍ରାପଡ଼ା ଜିଲାରେ ପ୍ରଭାବ ପକାଇଥିଲା। ଏହାପୂର୍ବରୁ ଫାଇଲିନ୍‌, ହୁଡ୍‌ହୁଡ୍‌, ୨୦୧୮ରେ ତିତିଲି, ୨୦୧୯ରେ ଫନୀ, ୨୦୨୦ରେ ଅମ୍ଫନ ସାମୁଦ୍ରିକ ଝଡ଼ ହୋଇଥିଲେ ମଧ୍ୟ ଜିଲାର ତଟାଞ୍ଚଳରେ ଥିବା ହେନ୍ତାଳବଣ ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରାଚୀର ହୋଇ ଛିଡ଼ାହୋଇଛି। ଏପରିକି ୧୯୯୯ ମହାବାତ୍ୟା ସମୟରେ ସମୁଦ୍ରର ଉତ୍ତାଳ ଜୁଆରରେ ରାଜ୍ୟର ୧୦ ହଜାର ଲୋକଙ୍କ ଜୀବନ ଯାଇଥିବା ବେଳେ ଏହି ପ୍ରାଚୀର ଯୋଗୁ କେନ୍ଦ୍ରାପଡ଼ା ଜିଲାରେ ମାତ୍ର ୩୮୭ ଜୀବନହାନି ହୋଇଥିବା ଜିଲା ଜରୁରିକାଳୀନ ବିଭାଗରୁ ତଥ୍ୟ ମିଳିଛି। ହେନ୍ତାଳବଣର ଗୁରୁତ୍ୱ ଅନୁଭବ କରି ୟାସ୍‌ ଝଡ଼ ପରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସମୁଦ୍ର ତଟାଞ୍ଚଳରେ ୪୦୦ ହେକ୍ଟର ଅଞ୍ଚଳରେ ହେନ୍ତାଳବଣ ସୃଷ୍ଟି ସହ ମୋଟ ୩୫୦୦ ହେକ୍ଟର ସମୁଦ୍ର ଓ ନଦୀ ତଟାଞ୍ଚଳରେ ବନୀକରଣ ହେବ ବୋଲି ଘୋଷଣା କରିଥିଲେ। ଏପରି କି ଗ୍ରୀନ୍‌ ମହାନଦୀ ଯୋଜନାକୁ ଗୁରୁତ୍ୱ ଦିଆଯାଇଥିଲା। ତେବେ ଏହି ଯୋଜନା ଏବେ ବି କାଗଜପତ୍ରରେ ସୀମିତ ହୋଇ ରହିଛି। ଗୋଟିଏ ପାର୍ଶ୍ୱରେ ସମୁଦ୍ରର ଉତ୍ତାଳ ଜୁଆର ଯୋଗୁ ତଟାଞ୍ଚଳର ଦ୍ରୁତ କ୍ଷୟ ହୋଇ ନାସି, ହବେଳିଖଟି, ବାବୁବାଲି, ଏକକୁଳା ଆଦି ଦ୍ୱୀପ ବିପଦ ମଧ୍ୟକୁ ଠେଲିହୋଇ ଯାଉଥିବା ବେଳେ ଅନ୍ୟ ପାର୍ଶ୍ୱରେ ତଟକ୍ଷୟ ରୋକିବାକୁ ପେଣ୍ଠଠାରେ ନିର୍ମିତ ଜିଓ ସିନ୍ଥେଟିକ ଟିଉବ ୱାଲ୍‌ ପ୍ରକଳ୍ପ ଫେଲ୍‌ ମାରିଛି। ତଟାଞ୍ଚଳ ୧୦ କି.ମି. ପରିଧିରେ ହେନ୍ତାଳବଣ ସୃଷ୍ଟି ହେଲେ ପ୍ରାକୃତିକ ବିପର୍ଯ୍ୟୟ କ୍ଷତିକୁ ଖୁବ୍‌ କମ କରିହେବ ବୋଲି ପରିବେଶବିତ୍‌ମାନେ ମତ ଦେଇଛନ୍ତି।
ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଅଶୋକ କୁମାର ସ୍ବାଇଁ, ପ୍ରଭୁପ୍ରସାଦ ମିଶ୍ର, ଅରୁଣ କୁମାର କାନୁନ୍‌ଗୋ ପ୍ରମୁଖ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାବାସୀ ପ୍ରତ୍ୟେକ ବର୍ଷ ସାମୁଦ୍ରିକ ଝଡ଼ ପରି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଧିବାସୀଙ୍କ ଥଇଥାନ ଓ ମୌଳିକ ସୁବିଧା ଯୋଗାଇଦେବାକୁ ଝଡ଼ ସମୟରେ ତତ୍ପର ହେଉଛନ୍ତି। ତେବେ ପ୍ରାକୃତିକ ବିପର୍ଯ୍ୟୟରୁ ବହୁ ପରିମାଣରେ ରକ୍ଷା କରୁଥିବା ହେନ୍ତାଳବଣ ସୃଷ୍ଟି ପାଇଁ ନଜର ଦେଉନାହାନ୍ତି। ତଟାଞ୍ଚଳରେ ବନ୍ୟା, ବାତ୍ୟା ସହ ସୁନାମି ଭୟ ରହିଛି। ଏହି ଭୟରୁ ମୁକ୍ତି ପାଇଁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ହେନ୍ତାଳବଣ ସୃଷ୍ଟି ଏବଂ ବ୍ୟାପକ ବନୀକରଣକୁ ଗୁରୁତ୍ୱ ଦିଆଯାଇଥିଲା। ଇତିମଧ୍ୟରେ ଏହି ଘୋଷଣା ଓ ଯୋଜନା ଜିଲାରେ କାର୍ଯ୍ୟକାରୀ ହେବା ଦେଖାଯାଇନାହିଁ। ସେହିପରି ୨୦୧୮ ଜୁଲାଇ ୨୪ରେ ଗ୍ରୀନ୍‌ ମହାନଦୀ ମିଶନ ରାଜ୍ୟ ସରକାର ଘୋଷଣା କରିଥିଲେ। ଏହି ମିଶନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରି ମହାନଦୀ, ଇବ୍‌ ଓ ତେଲ ନଦୀ ତଟାଞ୍ଚଳର ୪୧ ହଜାରରୁ ଅଧିକ ଅଞ୍ଚଳରେ ୫ କୋଟିରୁ ଅଧିକ ଚାରାରୋପଣରେ ବନୀକରଣ ହେବ ବୋଲି ଘୋଷଣା ହୋଇଥିଲା। କେନ୍ଦ୍ରାପଡ଼ା ଜିଲାରେ ମହାନଦୀ ପ୍ରବାହିତ ହେଉଥିଲେ ମଧ୍ୟ ୫ ବର୍ଷ ମଧ୍ୟରେ ଏ ନେଇ ସ୍ଥାନ ଚିହ୍ନଟ ହୋଇପାରିନାହିଁ। ତଟାଞ୍ଚଳରେ ବୃଦ୍ଧି ପାଉଥିବା ଚିଙ୍ଗୁଡ଼ି ଘେରି, ଜବରଦଖଲ ଆଦି ହେନ୍ତାଳବଣକୁ ନଷ୍ଟ କରୁଛି। ଦ୍ରୁତ ତଟକ୍ଷୟ ଯୋଗୁ ସାତଭାୟାର ୫ ରାଜସ୍ବ ଗ୍ରାମ ସମୁଦ୍ର ଗର୍ଭକୁ ଯାଇଥିବା ବେଳେ ଏବେ ଷଷ୍ଠତମ ଗ୍ରାମ ବରାହୀପୁର ରାଜସ୍ବ ମାନଚିତ୍ରରୁ ଲୋପ ପାଇବାକୁ ଅପେକ୍ଷା କରିଛି। ତୁରନ୍ତ ତଟାଞ୍ଚଳର ୧୦ କି.ମି. ପରିଧିରେ ହେନ୍ତାଳବଣ ସୃଷ୍ଟି ପାଇଁ ସେମାନେ ମତ ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ଜିଲା ପ୍ରଶାସନ ପକ୍ଷରୁ ବନୀକରଣକୁ ଗୁରୁତ୍ୱ ଦିଆଯାଇଛି। ବନ ବିଭାଗଠାରୁ ଆରମ୍ଭକରି ପଞ୍ଚାୟତିରାଜ ବିଭାଗର ଅଧିକାରୀ ଏହି ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି। ସାମୁଦ୍ରିକ ଝଡ଼ ବିପର୍ଯ୍ୟୟ ପରିଚାଳନାରେ ହେନ୍ତାଳବଣର ଗୁରୁତ୍ୱ ଅଧିକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri