ବିପଦରେ ନାସି, ହବେଳିଖଟି, ଏକକୁଳା ଦ୍ୱୀପ

କେନ୍ଦ୍ରାପଡ଼ା ଅଫିସ, ୯ା୫: ସାମୁଦ୍ରିକ ଝଡ଼ ମୋଚା ଆସୁଛି। ୨୦୨୧ ମେ’ ରେ ୟାସ୍‌ ସମୁଦ୍ରିକ ଝଡ଼ ହୋଇଥିଲା। ସେହିବର୍ଷ ସେପ୍ଟେମ୍ବରରେ ଗୁଲାବ ଓ ଡିସେମ୍ବରରେ ଜୱାଦ ସାମୁଦ୍ରିକ ଝଡ଼ କେନ୍ଦ୍ରାପଡ଼ା ଜିଲାରେ ପ୍ରଭାବ ପକାଇଥିଲା। ଏହାପୂର୍ବରୁ ଫାଇଲିନ୍‌, ହୁଡ୍‌ହୁଡ୍‌, ୨୦୧୮ରେ ତିତିଲି, ୨୦୧୯ରେ ଫନୀ, ୨୦୨୦ରେ ଅମ୍ଫନ ସାମୁଦ୍ରିକ ଝଡ଼ ହୋଇଥିଲେ ମଧ୍ୟ ଜିଲାର ତଟାଞ୍ଚଳରେ ଥିବା ହେନ୍ତାଳବଣ ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରାଚୀର ହୋଇ ଛିଡ଼ାହୋଇଛି। ଏପରିକି ୧୯୯୯ ମହାବାତ୍ୟା ସମୟରେ ସମୁଦ୍ରର ଉତ୍ତାଳ ଜୁଆରରେ ରାଜ୍ୟର ୧୦ ହଜାର ଲୋକଙ୍କ ଜୀବନ ଯାଇଥିବା ବେଳେ ଏହି ପ୍ରାଚୀର ଯୋଗୁ କେନ୍ଦ୍ରାପଡ଼ା ଜିଲାରେ ମାତ୍ର ୩୮୭ ଜୀବନହାନି ହୋଇଥିବା ଜିଲା ଜରୁରିକାଳୀନ ବିଭାଗରୁ ତଥ୍ୟ ମିଳିଛି। ହେନ୍ତାଳବଣର ଗୁରୁତ୍ୱ ଅନୁଭବ କରି ୟାସ୍‌ ଝଡ଼ ପରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସମୁଦ୍ର ତଟାଞ୍ଚଳରେ ୪୦୦ ହେକ୍ଟର ଅଞ୍ଚଳରେ ହେନ୍ତାଳବଣ ସୃଷ୍ଟି ସହ ମୋଟ ୩୫୦୦ ହେକ୍ଟର ସମୁଦ୍ର ଓ ନଦୀ ତଟାଞ୍ଚଳରେ ବନୀକରଣ ହେବ ବୋଲି ଘୋଷଣା କରିଥିଲେ। ଏପରି କି ଗ୍ରୀନ୍‌ ମହାନଦୀ ଯୋଜନାକୁ ଗୁରୁତ୍ୱ ଦିଆଯାଇଥିଲା। ତେବେ ଏହି ଯୋଜନା ଏବେ ବି କାଗଜପତ୍ରରେ ସୀମିତ ହୋଇ ରହିଛି। ଗୋଟିଏ ପାର୍ଶ୍ୱରେ ସମୁଦ୍ରର ଉତ୍ତାଳ ଜୁଆର ଯୋଗୁ ତଟାଞ୍ଚଳର ଦ୍ରୁତ କ୍ଷୟ ହୋଇ ନାସି, ହବେଳିଖଟି, ବାବୁବାଲି, ଏକକୁଳା ଆଦି ଦ୍ୱୀପ ବିପଦ ମଧ୍ୟକୁ ଠେଲିହୋଇ ଯାଉଥିବା ବେଳେ ଅନ୍ୟ ପାର୍ଶ୍ୱରେ ତଟକ୍ଷୟ ରୋକିବାକୁ ପେଣ୍ଠଠାରେ ନିର୍ମିତ ଜିଓ ସିନ୍ଥେଟିକ ଟିଉବ ୱାଲ୍‌ ପ୍ରକଳ୍ପ ଫେଲ୍‌ ମାରିଛି। ତଟାଞ୍ଚଳ ୧୦ କି.ମି. ପରିଧିରେ ହେନ୍ତାଳବଣ ସୃଷ୍ଟି ହେଲେ ପ୍ରାକୃତିକ ବିପର୍ଯ୍ୟୟ କ୍ଷତିକୁ ଖୁବ୍‌ କମ କରିହେବ ବୋଲି ପରିବେଶବିତ୍‌ମାନେ ମତ ଦେଇଛନ୍ତି।
ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଅଶୋକ କୁମାର ସ୍ବାଇଁ, ପ୍ରଭୁପ୍ରସାଦ ମିଶ୍ର, ଅରୁଣ କୁମାର କାନୁନ୍‌ଗୋ ପ୍ରମୁଖ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାବାସୀ ପ୍ରତ୍ୟେକ ବର୍ଷ ସାମୁଦ୍ରିକ ଝଡ଼ ପରି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଧିବାସୀଙ୍କ ଥଇଥାନ ଓ ମୌଳିକ ସୁବିଧା ଯୋଗାଇଦେବାକୁ ଝଡ଼ ସମୟରେ ତତ୍ପର ହେଉଛନ୍ତି। ତେବେ ପ୍ରାକୃତିକ ବିପର୍ଯ୍ୟୟରୁ ବହୁ ପରିମାଣରେ ରକ୍ଷା କରୁଥିବା ହେନ୍ତାଳବଣ ସୃଷ୍ଟି ପାଇଁ ନଜର ଦେଉନାହାନ୍ତି। ତଟାଞ୍ଚଳରେ ବନ୍ୟା, ବାତ୍ୟା ସହ ସୁନାମି ଭୟ ରହିଛି। ଏହି ଭୟରୁ ମୁକ୍ତି ପାଇଁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ହେନ୍ତାଳବଣ ସୃଷ୍ଟି ଏବଂ ବ୍ୟାପକ ବନୀକରଣକୁ ଗୁରୁତ୍ୱ ଦିଆଯାଇଥିଲା। ଇତିମଧ୍ୟରେ ଏହି ଘୋଷଣା ଓ ଯୋଜନା ଜିଲାରେ କାର୍ଯ୍ୟକାରୀ ହେବା ଦେଖାଯାଇନାହିଁ। ସେହିପରି ୨୦୧୮ ଜୁଲାଇ ୨୪ରେ ଗ୍ରୀନ୍‌ ମହାନଦୀ ମିଶନ ରାଜ୍ୟ ସରକାର ଘୋଷଣା କରିଥିଲେ। ଏହି ମିଶନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରି ମହାନଦୀ, ଇବ୍‌ ଓ ତେଲ ନଦୀ ତଟାଞ୍ଚଳର ୪୧ ହଜାରରୁ ଅଧିକ ଅଞ୍ଚଳରେ ୫ କୋଟିରୁ ଅଧିକ ଚାରାରୋପଣରେ ବନୀକରଣ ହେବ ବୋଲି ଘୋଷଣା ହୋଇଥିଲା। କେନ୍ଦ୍ରାପଡ଼ା ଜିଲାରେ ମହାନଦୀ ପ୍ରବାହିତ ହେଉଥିଲେ ମଧ୍ୟ ୫ ବର୍ଷ ମଧ୍ୟରେ ଏ ନେଇ ସ୍ଥାନ ଚିହ୍ନଟ ହୋଇପାରିନାହିଁ। ତଟାଞ୍ଚଳରେ ବୃଦ୍ଧି ପାଉଥିବା ଚିଙ୍ଗୁଡ଼ି ଘେରି, ଜବରଦଖଲ ଆଦି ହେନ୍ତାଳବଣକୁ ନଷ୍ଟ କରୁଛି। ଦ୍ରୁତ ତଟକ୍ଷୟ ଯୋଗୁ ସାତଭାୟାର ୫ ରାଜସ୍ବ ଗ୍ରାମ ସମୁଦ୍ର ଗର୍ଭକୁ ଯାଇଥିବା ବେଳେ ଏବେ ଷଷ୍ଠତମ ଗ୍ରାମ ବରାହୀପୁର ରାଜସ୍ବ ମାନଚିତ୍ରରୁ ଲୋପ ପାଇବାକୁ ଅପେକ୍ଷା କରିଛି। ତୁରନ୍ତ ତଟାଞ୍ଚଳର ୧୦ କି.ମି. ପରିଧିରେ ହେନ୍ତାଳବଣ ସୃଷ୍ଟି ପାଇଁ ସେମାନେ ମତ ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ଜିଲା ପ୍ରଶାସନ ପକ୍ଷରୁ ବନୀକରଣକୁ ଗୁରୁତ୍ୱ ଦିଆଯାଇଛି। ବନ ବିଭାଗଠାରୁ ଆରମ୍ଭକରି ପଞ୍ଚାୟତିରାଜ ବିଭାଗର ଅଧିକାରୀ ଏହି ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି। ସାମୁଦ୍ରିକ ଝଡ଼ ବିପର୍ଯ୍ୟୟ ପରିଚାଳନାରେ ହେନ୍ତାଳବଣର ଗୁରୁତ୍ୱ ଅଧିକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?