ବଗପାଟିଆ: ପାଣିରେ ବୁଡ଼ି ୫ ଶିଶୁଙ୍କ ଜୀବନ ଗଲାଣି

ରାଜନଗର,୧୧ା୫(ଡି.ଏନ୍‌.ଏ.): ବଙ୍ଗୋପସାଗର ତଟବର୍ତ୍ତୀ ଅଭିଶପ୍ତ ସାତଭାୟାବାସୀ ୭୦ ଦଶକ ପରଠାରୁ ସାମୁଦ୍ରିକ ଝଡ଼ ଏବଂ ସମୁଦ୍ର ଢେଉରେ ସେମାନଙ୍କ ଭିଟାମାଟି ହରାଇଥିଲେ। ଜୀବନ ଜୀବିକାକୁ ନେଇ ସାତଭାୟାବାସୀ ଭିଟାମାଟିର ମୋହକୁ ତୁଟାଇ ନୂଆ ଠିକଣା ବଗପାଟିଆଠାରେ ବସତି ସ୍ଥାପନ କରିଛନ୍ତି। ୨୦୧୧ରୁ ବଗପାଟିଆଠାରେ ଆରମ୍ଭ ହୋଇଥିବା ସାତଭାୟାବାସୀଙ୍କ ଥଇଥାନ ପ୍ରକ୍ରିୟା ୨୦୧୯ରେ ଶେଷ ହୋଇଥିଲା। ୨୦୧୯ ଏପ୍ରିଲ ୨୦ରେ ସାତଭାୟାବାସୀଙ୍କ ଆରାଧ୍ୟା ଦେବୀ ମା’ ପଞ୍ଚୁବରାହୀଙ୍କୁ ବଗପାଟିଆକୁ ସ୍ଥାନାନ୍ତର କରାଯାଇଥିଲା। ପରେ ସାତଭାୟାର ୫୭୧ ପରିବାର ବଗପାଟିଆଠାରେ ନୂଆ ଜୀବନ ଆରମ୍ଭ କରିଛନ୍ତି। ନିକଟ ଅତୀତରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ବଗପାଟିଆ ଥଇଥାନ ସ୍ଥଳ ପରିଦର୍ଶନ କରି କେବଳ ରାଜ୍ୟରେ ନୁହେଁ, ସମଗ୍ର ଦେଶରେ ଜଳବାୟୁ ପରିବର୍ତ୍ତନ ପରବର୍ତ୍ତୀ ଥଇଥାନ ସ୍ଥଳ ବଗପାଟିଆକୁ ମଡେଲ ଭିଲେଜରେ ପରିଣତ କରିବାକୁ ୨୨ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି। କିନ୍ତୁ ଅଭିଶପ୍ତ ସାତଭାୟାବାସୀଙ୍କୁ ସେମାନଙ୍କ ନୂଆ ଠିକଣା ଏବେବି ଅଭିଶପ୍ତରେ ପରିଣତ କରିଚାଲିଛି। ୨୦୨୨ ଡିସେମ୍ବର ୨୩ରେ ବଡ଼ଦିନ ଛୁଟିରେ ମସ୍‌ଗୁଲ ଥିବା ବଗପାଟିଆର ୩ ଜଣ ଛାତ୍ର ବିଶାଲ, ସନ୍ଦୀପ ଓ ବ୍ରିବେନ ଗଁା ପାଖ ପୋଖରୀକୁ ଗାଧୋଇବାକୁ ଆସି ପାଣିରେ ବୁଡ଼ିଯାଇ ଜଳସମାଧି ନେଇଥିଲେ। ଏ ଘଟଣା ସେତେବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଥିଲା। ୩ ନିଷ୍ପାପ ଶିଶୁଙ୍କର ଅକାଳ ବିୟୋଗରେ ତାଙ୍କ ମା’ମାନଙ୍କ ଆଖିରୁ ଲୁହ ଶୁଖି ନ ଥିବା ବେଳେ ଗତମାସ ୨୧ ତାରିଖରେ ଏହି ବଗପାଟିଆ ଗ୍ରାମର ଦଶମ ଶ୍ରେଣୀ ଛାତ୍ରୀ ସ୍ମୃତିରେଖା ପୋଖରୀରେ ଗାଧୋଉଥିବା ସମୟରେ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି। ୨୦୨୧ରେ ମଧ୍ୟ ଏହି ଗଁାର ଜଣେ ଛାତ୍ର ପୋଖରୀରେ ବୁଡ଼ି ପ୍ରାଣ ହରାଇଥିଲେ। ସାତଭାୟାବାସୀ ବଗପାଟିଆରେ ସେମାନଙ୍କ ଆରାଧ୍ୟା ଦେବୀ ମା’ ପଞ୍ଚୁବରାହୀଙ୍କୁ ନୂତନ ମନ୍ଦିରରେ ସ୍ଥାପନ କରାଇ ପୂଜା କରୁଥିବା ବେଳେ ନିଷ୍ପାପ ୫ ଶିଶୁଙ୍କର ପାଣିରେ ବୁଡ଼ି ମରିବା ଘଟଣା ସେମାନଙ୍କ ଆଖିରୁ ନିଦ ହଜାଇ ଦେଇଛି। ସେମାନେ ଆଶଙ୍କା ଭିତରେ ରହି ଦିନ ଗଣୁଛନ୍ତି। ତାଙ୍କ ବାପ, ଅଜାମାନେ ୧୯୭୧ ମସିହା ସାମୁଦ୍ରିକ ଝଡ଼ରେ ହଜାର ହଜାର ସଂଖ୍ୟାରେ ମୃତ୍ୟୁବରଣ କରିଥିବା ବେଳେ ସେଦିନର ଦୁଃଖଦ ଘଟଣା ଏବେ ବି ସାତଭାୟାର ଶତାୟୁ ମଣିଷଙ୍କ ମନରେ ଆଙ୍କି ହୋଇ ରହିଛି। ଏବେ ସେମାନଙ୍କ ନୂଆ ଠିକଣାରେ ଶିଶୁମାନଙ୍କର ଅକାଳ ବିୟୋଗ ସେମାନଙ୍କ ମାନସିକ ଭାରସାମ୍ୟକୁ ଦୋହଲାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri