ଜାନୁୟାରୀ, ଫେବୃୟାରୀର ଚାଉଳ ଏବେ ମିଳୁଛି

ରାଜନଗର,୧୪।୫(ଡି.ଏନ.ଏ.): ରାଜନଗର ବ୍ଲକ କେରେଡାଗଡ଼ ଗାଁର ୨୧୨ ପରିବାର ବଳଭଦ୍ରପ୍ରସାଦ ଗାଁର ରିଟେଲର ପ୍ରକାଶ ଚନ୍ଦ୍ର ବଳଙ୍କଠାରୁ ରାଶନ ସାମଗ୍ରୀ ଆଣିଥାନ୍ତି। ରିଟେଲର କେରେଡାଗଡ଼ ବଜାର ଉପରେ ଏକ ପଏଣ୍ଟ ଖୋଲି ହିତାଧିକାରୀଙ୍କୁ ରାଶନ ସାମଗ୍ରୀ ଯୋଗାଇ ଦେଇଥାନ୍ତି। ମାର୍ଚ୍ଚ ୧୫ରୁ ୨୦ ତାରିଖ ମଧ୍ୟରେ ୨୧୨ଜଣ ହିତାଧିକାରୀଙ୍କୁ ୩ ମାସର ଚାଉଳ ଦେବା ପାଇଁ ଫିଙ୍ଗର ପ୍ରିଣ୍ଟ/ଆଇ ସ୍କାନ କରି ରସିଦ ଦେଇଥିଲେ। ଦିନେ ଦୁଇଦିନ ଭିତରେ ଚାଉଳ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଆଜିକାଲି କହି ଦିନ ଗଡ଼ାଇ ଚାଲିଥିଲେ। ଗତ ୭ ତାରିଖରୁ ଜାନୁୟାରୀ ଓ ଫେବୃୟାରୀର ଚାଉଳ ହିତାଧିକାରୀଙ୍କୁ କେରେଡାଗଡ଼ ପଏଣ୍ଟରେ ରିଟେଲର ବଣ୍ଟନ କରୁଛନ୍ତି। ୩ ମାସର ଚାଉଳ ଦେବାକୁ ୨ ମାସ ତଳୁ ରସିଦ ଦେଇଥିଲେ। ମାତ୍ର ଏବେ ୩ ମାସର ଚାଉଳ ବଦଳରେ ୨ ମାସର ଚାଉଳ ବଣ୍ଟନ କରୁଛନ୍ତି। ଏ ସମ୍ପର୍କରେ ହିତାଧିକାରୀମାନେ ଅଭିଯୋଗ କଲେ, ଉପରୁ ଚାଉଳ ଆସିନି କହି ଭୂଅଁା ବୁଲାଇ ଚାଲିଛନ୍ତି।
କେରେଡାଗଡ଼ ଗାଁର ନିରଞ୍ଜନ ରାଉତଙ୍କ ଅଭିଯୋଗ ହେଲା ମାର୍ଚ୍ଚରେ ଆମକୁ ୩ ମାସର ଚାଉଳ ଦେବେ କହି ଫିଙ୍ଗର ପ୍ରିଣ୍ଟ ନେଇ ରସିଦ ଦେଇଥିଲେ। ଚଳିତମାସ ୮ ତାରିଖରେ ଆମକୁ ୨ ମାସର ଚାଉଳ ୪୦ କେଜି ଦେଇଛନ୍ତି। ଆମ ରସିଦରେ ୨ମାସ ଚାଉଳ ଦେଇଥିବା ଠିକ୍‌ ମାରିବା ସହ ଆମ ଖାତାରେ ୨ ମାସର ଚାଉଳ ଦେଇଥିବା ଲେଖି ଦେଇଛନ୍ତି। ବ୍ଲକ ସାରା ଏବେ ଏପ୍ରିଲ, ମେ, ଜୁନ ମାସର ଚାଉଳ ବଣ୍ଟା ଯାଉଥିବା ବେଳେ ଆମେ ଏଯାଏଁ ମାର୍ଚ୍ଚ ମାସର ଚାଉଳ ପାଇନୁ। କେବଳ ନିରଞ୍ଜନ ନୁହଁନ୍ତି, ଗାଁର ଝରଣା ସେଠୀ, ସାବିତ୍ରୀ ମଳିକ, ଘନଶ୍ୟାମ ମଳିକ, ଜାନକୀ ମଳିକ, ଭାରତୀ ମଳିକ, ଧନେଶ୍ୱର ସେଠୀ ପ୍ରମୁଖ ସମାନ ଅଭିଯୋଗ କରିଛନ୍ତି। ଆମଠାରୁ ମାର୍ଚ୍ଚରେ ଟିପ ନେଇ ଏବେ ୩ ମାସ ବଦଳରେ ୨ ମାସର ଚାଉଳ ଦେଉଥିବା ସମ୍ପର୍କରେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ କେରେଡାଗଡ଼ଠାରେ ରିଟେଲରଙ୍କ ପକ୍ଷରୁ ଚାଉଳ ବାଣ୍ଟୁଥିବା ସନାତନ ନାୟକଙ୍କୁ ପଚାରିବାରୁ ମୁଁ କିଛି ନୁହେଁ, ରିଟେଲର ବଳଙ୍କ ପକ୍ଷରୁ ଏଠାରେ ରାଶନ ସାମଗ୍ରୀ ବାଣ୍ଟୁଛି। ଉପରୁ ମାର୍ଚ୍ଚ ମାସର ଚାଉଳ ଆସିନାହିଁ ବୋଲି ରିଟେଲର କହୁଛନ୍ତି। ସେଥିପାଇଁ ମୁଁ ହିତାଧିକାରୀଙ୍କୁ ଦେଇଥିବା ରସିଦରେ ଜାନୁୟାରୀ ଓ ଫେବୃୟାରୀ ମାସର ଚାଉଳ ଦେଉଛି ବୋଲି ଲେଖିକି ଦେଇଛି ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ରିଟେଲର ପ୍ରକାଶ ଚନ୍ଦ୍ର ବଳଙ୍କୁ ପଚାରିବାରୁ ପୂର୍ବରୁ ଆମେ ସବୁ ବାଣ୍ଟି ସାରିଛୁ। ଏବେ ଜାନୁୟାରୀ, ଫେବୃୟାରୀର ରାଶନ ବଣ୍ଟା ଯାଉଛି। ମାର୍ଚ୍ଚ ମାସର ଚାଉଳ ଆସିନି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ୩.୦ କ୍ୟାବିନେଟରେ ହୋଇପାରେ ବଡ଼ ଅଦଳବଦଳ! ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇପାରନ୍ତି…

ଭାଜପାର ନୂଆ ଟିମ୍ ପ୍ରସ୍ତୁତ ହେବା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେନ୍ଦ୍ରୀୟ କ୍ୟାବିନେଟରେ ଅଦଳବଦଳ ନେଇ ଚର୍ଚ୍ଚା ଜୋର ଧରିଛି । ସୂତ୍ର ଅନୁସାରେ…

ଡାକ୍ତରୀ ମିଶନ ପାଇଁ ଆସିବେ ‘ସାଇବର୍ଗ କକ୍‌ରୋଚ୍‌’

ସିଡ୍‌ନୀ,୨୮।୮(ରଏଟର୍ସ): ଭୂକମ୍ପ କିମ୍ବା ବଡ଼ଧରଣର ବିପର୍ଯ୍ୟୟ ସମୟରେ କୋଠାବାଡ଼ି ଓ ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଥିବା ଆହତ ଲୋକଙ୍କ ପାଖରେ ଜରୁରୀ ଔଷଧ ପହଞ୍ଚାଇବା ପାଇଁ…

ସମସ୍ୟା ଶୁଣି କାର୍ଯ୍ୟକ୍ରମ ଛାଡ଼ି ପଳାଇଲେ ମନ୍ତ୍ରୀ: ଏମ୍‌ପି-ମନ୍ତ୍ରୀ ମନୋମାଳିନ୍ୟ ଚର୍ଚ୍ଚା

ବ୍ରହ୍ମପୁର,୨୮ା୮(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ମଧ୍ୟରେ ମନୋମାଳିନ୍ୟ ଥିବା ବିଷୟ ପଦାକୁ ଆସିଛି। ଗୁରୁବାର…

ବେଲଗାମ୍‌ ଟ୍ରାଫିକ ବ୍ୟବସ୍ଥା, ନାକେଦମ୍‌ ସହରବାସୀ: ସ୍ପିଡ୍‌ ବାଇକର୍‌ଙ୍କ ଯୋଗୁ ଦୁର୍ଘଟଣା ଭୟ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଟ୍ରାଫିକ ସମସ୍ୟା ବେଲଗାମ୍‌ ହୋଇପଡ଼ିଛି। ସହରସ୍ଥିତ ଯେଉଁ ରାସ୍ତା ଓ ଛକକୁ ଦେଖିଲେ ଏହି ସମସ୍ୟା ରହିଛି। ସ୍ଥାନୀୟ ଲେଙ୍ଗୁ ମିଶ୍ର ଛକ-ଜୀରାବ୍ରିଜ…

ଚାଇନାର ‘ମେଡୋଗ ଡ୍ୟାମ୍‌’ ଭାରତ ପାଇଁ ‘ଓ୍ବାଟର ବମ୍

ନୂଆଦିଲ୍ଲୀ,୨୮ା୮: ତିବ୍ବତରେ ପ୍ରବଳ ଭୂସ୍ଖଳନ ଓ ଗ୍ଲେସିଅର୍‌ ଫାଟିବା ଯୋଗୁ ନେପାଳରେ ୨୭୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ଯିବା ସହ ହଜାରେରୁ ଅଧିକ ନିଖୋଜ ହେବା ଘଟଣା…

ନେପାଳ ବନ୍ୟାର ରହସ୍ୟ ଉପରୁ ହଟିଲା ପରଦା, ଭୂକମ୍ପ ନୁହେଁ ଏହି କାରଣ….

କାଠମାଣ୍ଡୁ,୨୮।୮: ନେପାଳରେ ଭୟଙ୍କର ବନ୍ୟା ପରେ ପ୍ରଥମେ ଏହାର କାରଣ ଭୂକମ୍ପ ବୋଲି ଆଶଙ୍କା କରାଯାଇଥିଲା। କିନ୍ତୁ ଉପଲବ୍ଧ ବୈଜ୍ଞାନିକ ତଥ୍ୟ ଅନୁସାରେ, ବନ୍ୟାର ତତ୍କାଳୀନ କାରଣ…

ବର୍ଷାରେ ଧସିଲା ପିଡବ୍ଲ୍ୟୁଡି ରାସ୍ତା: ନିମ୍ନମାନର କାମ, ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ

ଭବାନୀପାଟଣା,୨8ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ପୂର୍ତ୍ତ ବିଭାଗ (ପିଡବ୍ଲ୍ୟୁଡି) ବିଭାଗ ରାସ୍ତା କାମରେ ବିଭିନ୍ନ ସମୟରେ ଦୁର୍ନୀତି ହେଉଥିବା ଅଭିଯୋଗ ଆସୁଥିଲେ ମଧ୍ୟ ଏଥିପ୍ରତି ଜିଲା ପ୍ରଶାସନ…

ଘୂର୍ଣ୍ଣିବଳୟ ସକ୍ରିୟ, ୨୯ରେ ଲଘୁଚାପ: ଏହିସବୁ ଜିଲାରେ ବିଜୁଳି-ଘଡ଼ଘଡ଼ି ସହ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨୮ା୮(ସୌମ୍ୟରଞ୍ଜନ ରାଉତ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳରେ ଏବେ ଉପର ବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ୨୯ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri