ଜୀବନ ପାଇଁ ଜୀବିକା ବିପଦରେ

ମହାକାଳପଡ଼ା, ୯ା୫(ଡି.ଏନ୍‌.ଏ.): ପେଟକୁ ଦିମୁଠା ଦାନା ଯୋଗାଡ଼ କରିବାକୁ କେତେ ଯେ ସଂଗ୍ରାମ କରିବାକୁ ପଡ଼େ ସେ କଥା ଅଭାବୀ ଗରିବ ଲୋକ ହିଁ ଜାଣି ପାରେ। କେତେବେଳେ ଜୀବିକା ପାଇଁ ନିଜ ଜୀବନକୁ କୁମ୍ଭୀର ଭରା ନଦୀରେ ବାଜି ଲଗାଏ। ନଦୀରୁ ମାଛ, କଙ୍କଡ଼ା ଧରିଲେ ପରିବାର ଚଳେ। ସକାଳୁ ମା’ମାନେ ଛୁଆ ମୁହଁରେ ମୁଠେ ଆହାର ଦେଇ ବାହାରି ପଡ଼ନ୍ତି ସାଥୀମାନଙ୍କ ସହ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମହାନଦୀ ଶାଖା ଗଳିଆ ନଦୀକୁ ମାଛ ଧରିବାକୁ। ନଦୀରୁ ଅଣ୍ଡାଳି ଯାହା କିଛି ମାଛ, କଙ୍କଡ଼ା ଧରି ବିକିଲେ ଘରେ ଚୁଲି ଜଳେ। ଘରେ କୁନି କୁନି ପିଲା ମା’ ଫେରିବା ବାଟକୁ ଚାହିଁ ରହିଥାନ୍ତି। ଅପରପକ୍ଷରେ ନଦୀରେ ଅଣ୍ଡାଳି ମାଛ ଧରୁଥିବା ବେଳେ କୁମ୍ଭୀରର ଭୟରେ ମନ ଭିତରେ ଆସିଥାଏ। ତଥାପି ମହିଳାମାନେ ଏହାକୁ ଖାତିର ନ କରି ନିଜ ଜୀବନକୁ ବାଜି ଲଗାଇ ମାଛ ଧରୁଥିବା ନଜରକୁ ଆସିଛି।
ଏହି ଗଳିଆ ନଦୀରେ ମହିଳାମାନେ ମୁଣ୍ଡରେ ଠେକା ବାନ୍ଧି ଅଣ୍ଡାଳି ମାଛ ଧରୁଥିଲେ। କୁମ୍ଭୀର ଭରା ନଦୀରେ କାହିଁକି ମାଛ ଧରୁଛ ବୋଲି ମହିଳାମାନଙ୍କୁ ପଚାରିବାରୁ ସେମାନଙ୍କ ଉତ୍ତର ଯାହା ଥିଲା, ତାହା ହୃଦୟସ୍ପର୍ଶୀ। ଚାଷଜମି ନ ଥିବାରୁ ବର୍ଷ ତମାମ ଏହି ନଦୀ ଆମର ସାଥୀ ହୋଇଛି। ଏହି ଗଳିଆ ନଦୀ ଯୋଗାଉଛି ପରିବାରକୁ ଆହାର। ଏହି ନଦୀରୁ ମାଛ ଧରିଲେ ପରିବାର ଚଳେ। ମହିଳାମାନଙ୍କ କହିବା କଥା ମାଛ ଅଣ୍ଡାଳିବା ସମୟରେ କେତେବେଳେ କୁମ୍ଭୀର ଆଗରେ ହେଉ କି ପଛରେ ଭାସୁଥିବା ଦେଖିଥିବା ମିଳେ। ବେଳେ ବେଳେ କୁମ୍ଭୀର ସହ ସାମ୍ନା କରିବାକୁ ପଡ଼େ। ସୂଚନାଯୋଗ୍ୟ, କିଛିଦିନ ତଳେ ଖରିନାସୀ ଗ୍ରାମର କୌଶଲ୍ୟା ମଣ୍ଡଳ ସାଥୀମାନଙ୍କ ସହ ବାରଶହ ଏକର ଜଙ୍ଗଲ ପାର୍ଶ୍ୱ ଭରା ନଦୀରେ ମାଛ ଧରିବା ବେଳେ ପଛ ପଟରୁ ଏକ ବଉଳା କୁମ୍ଭୀର ତାଙ୍କୁ ଟାଣି ଟାଣି ନେଇ ପାଣିରେ ବୁଡ଼ାଇ ଖଣ୍ଡିଆ ଖାବରା କରିଥିଲା। ପରେ ସାଥୀ ମହିଳାମାନେ ଗ୍ରାମବାସୀଙ୍କୁ ଖବର ଦେବା ପରେ କୌଶଲ୍ୟାଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ମୃତ୍ୟୁବରଣ କରିଥିଲେ। ଅପରପକ୍ଷରେ ବ୍ଲକର ନଦୀ ନାଳ ଘେରା ଅଞ୍ଚଳଗୁଡ଼ିକରେ ବନ ବିଭାଗ କୌଣସି ସତର୍କତା ଓ ସଚେତନା କାର୍ଯ୍ୟକ୍ରମ କରୁ ନ ଥିବା ଅଭିଯୋଗ ହେଉଛି। ଏହି ନଦୀକୂଳିଆ ଅଞ୍ଚଳର ସଚେତନତା ଅଭାବରୁ ଅନେକ ଲୋକଙ୍କ ଜୀବନ କୁମ୍ଭୀର ଅଁାରେ ଚାଲିଯାଉଛି। ସ୍ଥାନୀୟ ମହିଳାମାନଙ୍କୁ ନେଇ ପ୍ରତ୍ୟେକ ନଦୀକୂଳିଆ ଗଁାରେ ସ୍ବତନ୍ତ୍ର ଭାବେ ବୈଠକ କରାଗଲେ ହୁଏତ ନିରୀହ ଜୀବନ ବଞ୍ଚତ୍ପାରନ୍ତା ବୋଲି ଅଞ୍ଚଳର ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ ଏଥିପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri