ପାନୀୟଜଳ, ଶିକ୍ଷା ଓ ଉନ୍ନୟନମୂଳକ କାମକୁ ଗୁରୁତ୍ୱ

ରାଜନଗର, ୧୩ା୫ (ଡି.ଏନ.ଏ.): ରାଜନଗର ପଞ୍ଚାୟତ ସମିତି ବୈଠକ ଅଧ୍ୟକ୍ଷା ପ୍ରତିଭା ପାତ୍ରଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନୂତନ ନଳକୂପ ଖନନ, ମେଗା ପାନୀୟଜଳ ପ୍ରକଳ୍ପର ଅଗ୍ରଗତି, ଯୁଦ୍ଧକାଳୀନ ଭିତ୍ତିରେ ଅଚଳ ନଳକୂପ ମରାମତି ଉପରେ ଆଲୋଚନା କରାଯାଇଥିଲା। ଶିକ୍ଷା ଓ ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାମ କିପରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ ହେବ ଓ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବିଲ୍‌ କରାଯିବ, ସେ ନେଇ ଆଲୋଚନା ହୋଇଥିଲା। ବୈଠକରେ କେନ୍ଦ୍ରାପଡ଼ା ଜିଲାପରିଷଦ ଉପାଧ୍ୟକ୍ଷ ଅଶୋକ କୁମାର ପ୍ରତିହାରୀ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ। ୫-ଟି ସଚିବ ଭି.କେ. ପାଣ୍ଡିଆନ ରାଜନଗର ଗସ୍ତରେ ଆସି ବଗପାଟିଆ ଥଇଥାନ ପ୍ରକଳ୍ପ, ମା’ ପଞ୍ଚୁବରାହୀ ମନ୍ଦିର, କେରେଡ଼ାଗଡ଼ ଶ୍ରୀଜଗନ୍ନାଥ ମନ୍ଦିର, କେରେଡ଼ାଗଡ଼ସ୍ଥିତ ଶ୍ରୀମଦ୍‌ ବାୟାବାବାଙ୍କ ଜନ୍ମପୀଠ ଆଶ୍ରମ ପରିଦର୍ଶନ କରିଥିଲେ। ୫-ଟି ସଚିବଙ୍କ ଗସ୍ତର ଗୋଟିଏ ଦିନ ପରେ ବଗପାଟିଆ ଥଇଥାନ ପ୍ରକଳ୍ପକୁ ୨୨ କୋଟି ୫୨ ଲକ୍ଷ ଟଙ୍କା ଓ ରାଜନଗର କଲେଜକୁ ୨ କୋଟି ୨୫ ଲକ୍ଷ ଟଙ୍କା ଏବଂ ରାଜନଗରର ଅନ୍ୟ ସମସ୍ତ ମହାବିଦ୍ୟାଳୟକୁ ପର୍ଯ୍ୟାପ୍ତ ଆର୍ଥତ୍କ ଅନୁଦାନ ମିଳିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ, ୫-ଟି ସଚିବ ଓ ବିଧାୟକ ଧ୍ରୁବ ସାହୁଙ୍କୁ ଧନ୍ୟବାଦ ଦେବାକୁ ପ୍ରସ୍ତାବ ଆଗତ କରିଥିଲେ। ବୈଠକରେ ଉପସ୍ଥିତ ସମସ୍ତ ସଭ୍ୟାସଭ୍ୟ ଏହାକୁ ସମର୍ଥନ କରିଥିଲେ। ବର୍ତ୍ତମାନ ପ୍ରବଳ ଖରା ଯୋଗୁ କିଛି ସ୍ଥାନରେ ନଳକୂପ ଅଚଳ ହୋଇପଡିଛି। ବିଧାୟକ ସାହୁ ବୈଠକରେ ଉପସ୍ଥିତ ରହି ପ୍ରତ୍ୟେକ ପଞ୍ଚାୟତ ସେମାନଙ୍କ ଟାଏଡ଼ ଫଣ୍ଡରୁ ଗୋଟିଏ ଲେଖାଏ ନଳକୂପ ଖୋଳିବାକୁ ଅର୍ଥ ଦିଅନ୍ତୁ, ପଞ୍ଚାୟତ ସମିତି ଓ ଜିଲାପରିଷଦ ଆଉ ଗୋଟିଏ ନଳକୂପ ଖୋଳିବାକୁ ଅର୍ଥ ଦିଅନ୍ତୁ। ଫଳରେ ଗୋଟିଏ ପଞ୍ଚାୟତରେ ନିହାତି ଆବଶ୍ୟକ ଥିବା ସ୍ଥାନରେ ୨ଟି ନଳକୂପ ଖୋଳି ହେବ। ଏଥିସହ ଯେଉଁଠି ପାଣିର ଉତ୍ସ ଅଛି, ଅର୍ଥାତ୍‌ ପମ୍ପ ହାଉସ୍‌ ଅଛି, ସେଠାରେ ମେଗା ପାନୀୟ ଜଳ ପ୍ରକଳ୍ପରେ ଯୁଦ୍ଧକାଳୀନ ଭିତ୍ତିରେ ପାଇପ ବିଛାଇବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜନଗର ବ୍ଲକରେ ନଳକୂପ ସଜାଡ଼ିବାକୁ ଗୋଟିଏ ଭ୍ୟାନ ବୁଲୁଛି। ଫଳରେ ଠିକ୍‌ ସମୟରେ ନଳକୂପ ସଜାଡ଼ିବାରେ ବିଳମ୍ବ ହେଉଥିବା ନେଇ ଅଭିଯୋଗ ଆସୁଛି। ଖରାଦିନ ଶେଷ ହେବା ଯାଏ ବ୍ଲକର ୩ଟି ଜୋନରେ ୩ଟି ନଳକୂପ ରିପ୍ୟାରିଂ ଭ୍ୟାନ ବୁଲିବ ବୋଲି ବୈଠକରେ ନିଷ୍ପତ୍ତିି ନିଆଯାଇଛି। କାୟାକଳ୍ପରେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସାରା ରାଜ୍ୟରେ ୧୬ତମ ସ୍ଥାନରେ ରହିଛି। ଏଥିପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଏବଂ ଅନ୍ୟ କର୍ମଚାରୀମାନଙ୍କୁ ବୈଠକରେ ଧନ୍ୟବାଦ ଦିଆଯାଇଥିଲା। ସବୁଠୁ ବଡ଼କଥା ହେଲା ବ୍ଲକରେ କାମ ହେବା ପରେ ବିଲ୍‌ ପାଇଁ ମାସ ମାସ ସମୟ ଲାଗିଯାଉଛି। ଯାହାକୁ ନେଇ ବୈଠକରେ ଅଧିକାଂଶ ସଭ୍ୟାସଭ୍ୟ ଉଦ୍‌ବେଗ ପ୍ରକାଶ କରିଥିଲେ। କାମ ହେବାର ଗୋଟିଏ ସପ୍ତାହ ଭିତରେ ବିଲ ହେବ। ଫାଇଲ କାହା ପାଖରୁ କାହା ପାଖକୁ ଯାଉଛି, ସେ ନେଇ ଲଗ୍‌ବୁକ ମେଣ୍ଟେନ ହେବ, ଫଳରେ କାହା ପାଖରେ ଫାଇଲ ପଡ଼ି ରହୁଛି, ତାହା ଜଣାପଡ଼ିବ। ଏଣିକି ବିଲ ହେବାରେ ବିଳମ୍ବ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ରାଜନଗର ବ୍ଲକରେ କେଉଁ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ଠିକ୍‌ ନାହିଁ, ତାହାର ଏକ ତାଲିକା ପ୍ରସ୍ତୁତ କରି ବ୍ଲକ ପ୍ରଶାସନକୁ ଜଣାଇବାକୁ ବ୍ଲକ ଶିକ୍ଷାଧିକାରୀଙ୍କୁ ବିଧାୟକ ପରାମର୍ଶ ଦେଇଥିଲେ। ଜଳ ଓ ପରିମଳ ବିଭାଗ ପକ୍ଷରୁ ସ୍ବଚ୍ଛ ଭାରତ ମିଶନରେ ବ୍ୟକ୍ତିଗତ ପାଇଖାନା ପ୍ରଦାନରେ ବିଳମ୍ବକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏ ନେଇ ଏକ ଷ୍ଟାଣ୍ଡିଂ କମିଟି ଗଠନ କରାଯିବ। ଏବିଡିଓ ଏହି କମିଟିର ଅଧ୍ୟକ୍ଷ ରହିବେ ଓ ବ୍ଲକର ନିର୍ବାହୀ ଯନ୍ତ୍ରୀ ଏହାର ନୋଡାଲ ଅଫିସର ରହିବେ। ତୁରନ୍ତ ବଞ୍ଚତ୍ତ ହିତାଧିକାରୀଙ୍କ ଏକ ତାଲିକା ପ୍ରସ୍ତୁତ କରି ବ୍ୟକ୍ତିଗତ ପାଇଖାନା ଯୋଗାଇ ଦେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ବିଡିଓ ସମୀର କୁମାର ବେହେରା କିପରି ଠିକ୍‌ ସମୟରେ କାମ ହେବ ଓ ବିଲ୍‌ ହେବ ସେ ନେଇ ପ୍ରତିଶ୍ରୁତି ଦେଇଥିଲେ। ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଗଣେଶ ଚନ୍ଦ୍ର ଗୁଡିଆ, ଜିଲାପରିଷଦ ସଭ୍ୟା ଖୁକୁମିନା କୁଅଁର, ସୁରେନ୍ଦ୍ର ପ୍ରସାଦ ରାଉତ, ତହସିଲଦାର ଅଶ୍ୱିନୀ କୁମାର ଭୂୟଁା, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡା. ରଶ୍ମୀ ରଞ୍ଜନ ମହାନ୍ତି, ଏବିଡିଓ ଶ୍ରୀକାନ୍ତ କୁମାର ମହାନ୍ତି, ନିର୍ବାହୀଯନ୍ତ୍ରୀ ରାଜଲକ୍ଷ୍ମୀ ସାହୁ, ଜିପିଇଓ ଧର୍ମାନନ୍ଦ ବେହେରା, ବ୍ଲକ ଶିକ୍ଷାଧିକାରୀ ମନୋରଞ୍ଜନ ସେଠୀଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ବୈଠକରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri