Odisha Elections 2024

ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲ ଅଲୋଡ଼ା

କେନ୍ଦ୍ରାପଡ଼ା ଅଫିସ୍‌/ ମହାକାଳପଡ଼ା,୧୦ା୫(ଡି.ଏନ.ଏ.): ଦିନ ଥିଲା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଜମ୍ବୁ-ମାର୍ଶାଘାଇ କେନାଲ ଲୋକଙ୍କ ଜୀବନ ରେଖା ପାଲଟିଥିଲା। ନଅଙ୍କ ଦୁର୍ଭିକ୍ଷ ସମୟରେ ବ୍ରିଟିଶ ଶାସକ ଏହି ବାଟ ଦେଇ ବିଦେଶରୁ ଖାଦ୍ୟ ଦ୍ରବ୍ୟ ନେଇ କଟକ ଯୋବ୍ରାରେ ପହଞ୍ଚାଇ ଗୋଦାମ ଘରେ ଗଚ୍ଛିତ ରଖୁଥିଲେ। ପରେ ଓଡ଼ିଶାର କୋଣ ଅନୁକୋଣରେ ପହଞ୍ଚାଉ ଥିଲେ। କିନ୍ତୁ ଏହି କେନାଲ ଅର୍ଥନୈତିକ, ବାଣିଜ୍ୟ କ୍ଷେତ୍ରରେ ରୋଜଗାର ଯୋଗାଉଥିଲା ବୋଲି ବରିଷ୍ଠ ବ୍ୟବସାୟୀମାନେ କହିଛନ୍ତି।
ଏ ସମ୍ପର୍କରେ କୃଷକ ନେତା ଅଙ୍କୁର ପଲାଇ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାର ସର୍ବ ପୁରାତନ ବ୍ରିଟିଶ ନିର୍ମିତ କଟକର ମହାନଦୀରୁ ଜମ୍ବୁ-ମାର୍ଶାଘାଇ କେନାଲ ଉତ୍ପତ୍ତି ହୋଇ ଶେଷରେ ବଙ୍ଗୋପସାଗର ସଂଲଗ୍ନ ଜମ୍ବୁ ନିକଟ ଗୋବରୀ ନଦୀରେ ମିଶ୍ରଣ ହୋଇଛି। ଏହି କେନାଲ ନିର୍ମାଣ ସମୟରେ କେତେଜଣ ଶ୍ରମିକମାନଙ୍କ ଜୀବନ ଯାଇଥିଲା। ବିଦେଶରୁ ସମୁଦ୍ର ପଥ ଦେଇ କେନାଲ ବାଟରେ ବ୍ରିଟିଶ ଶାସକ ମାନେ କଟକକୁ ନୌବାଣିଜ୍ୟ କାରବାର କରୁଥିଲେ। ଏହି ଅଞ୍ଚଳ ର ଗ୍ରାମାଞ୍ଚଳ ବ୍ୟବସାୟୀମାନେ କଟକ ମାଲଗୋଦାମରୁ ସଉଦା ପତ୍ର , ଚୌଦ୍ୱାରରୁ ବାଉଁଶ, ମଣ୍ଡାପଡ଼ାରୁ ବଉଳା ଓ ମାଙ୍କଡ଼ା ପଥର, ମହାନଦୀର ବାଲି ସମେତ ବିଭିନ୍ନ ଗୃହ ନିର୍ମାଣ ସାମଗ୍ରୀକୁ ବଡ଼ ଡଙ୍ଗା ସାହାଯ୍ୟରେ କେନାଲରେ ସୁବିଧାରେ ଆଣୁଥିଲେ। ସେ ଦିନର ଏହି କେନାଲ ଏବେ ତା’ର ସତ୍ତା ହରାଇଛି। ପୂର୍ବ ଭଳି ଆଉ ଯତ୍ନ ନାହିଁ। ଏହି କେନାଲ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ଅଧୀନରେ ରହିଛି। କେନାଲର ଗଣ୍ଡ ସୃଷ୍ଠି ହୋଇଥିବା ମଧ୍ୟ ସ୍ଥଳରେ ବୁଦି ବୁଦିକିଆ ବେଣବୁଦା, କଟକି ଦଳ, ଭିର୍ତ୍ତ ହୋଇ ରହିଛି। ବେଣାବୁଦା ମୂଳ ଏବେ ବିଲୁଆ ବସା ବାନ୍ଧି ରହିଥିବା ଦେଖିବାକୁ ମିଳୁଛି। ସୁଦୀର୍ଘ କେନାଲର ବହୁବର୍ଷ ପୂର୍ବରୁ ମହାନଦୀରେ ଭୀଷଣ ବନ୍ୟା ସ୍ରୋତରେ କେନାଲ ବନ୍ଧ ଭାଙ୍ଗି ମହାକାଳପଡ଼ା, କିୟାରବାଙ୍କ, ପରେଶ୍ୱରପୁର, ଟାଙ୍କିବେଲାରି ଓ ଅରୁଣନଗରଠାରେ ବଡ଼ ବଡ଼ ଓସାରିଆ ଗଣ୍ଡ ସୃଷ୍ଠି ହୋଇଥିଲା। ଅଦ୍ୟାବଧି ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ପୁନରୁଦ୍ଧାର କରିବା ପାଇଁ ସେମିତି କିଛି ମେଗା ପ୍ରୋଜେକ୍ଟ ନ ଥିବା କୁହାଯାଇଛି। ହେଲେ ବର୍ଷକୁ ଥରେ ଦୁଇ ଥର ଚାଷୀ ମାନଙ୍କ ପାଇଁ ଜମିକୁ ଜଳ ଯୋଗାଣ କରାଯାଉଛି। ତାହା ପୁଣି କିଛି ଜଳ ଚାଷ ଜମିକୁ ଯାଉଥିବାବେଳେ ବଳକା ଗୋବରୀ ନଦୀରେ ମିଶୁଛି। ପୂର୍ବତନ ସରପଞ୍ଚ ନାଥ କୁମାର ଭୋଳ କହିଛନ୍ତି, ମାର୍ଶାଘାଇଠାରୁ ଜମ୍ବୁ ପର୍ଯ୍ୟନ୍ତ ୨୪ କିମି ଦୂର କେନାଲ ସାରା କଟକୀ ଦଳ ଭରି ରହିଛି। କେନାଲ ଉଭୟ ପାର୍ଶ୍ୱ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲି ଗଲାଣି। ଜଳ ଯୋଗାଣ ସ୍ରୋତ ହ୍ରାସ ପାଇବା ସହ ଚାଷ ଜମିର ହିଡ଼ ଶେଷ ମୁଣ୍ଡରେ ପାଣି ପହଞ୍ଚତ୍ ପାରୁନି। କେବଳ ଚାଷୀମାନଙ୍କଠାରୁ ଜଳକର(ରାଜସ୍ବ ) ଆଦାୟ କରି ବିଭାଗ ଚୁପ୍‌ ହୋଇ ବସିଛି। ରାଜ୍ୟ ସରକାର ଏହି ଅଞ୍ଚଳରେ ଦେଶର ବୃହତ ଶିଳ୍ପ କାରଖାନା ପ୍ରତିଷ୍ଠା ପାଇଁ ଅଣ୍ଟା ଭିଡ଼ିଥିବା ବେଳେ ଏହି କେନାଲ ପ୍ରତି ଯତ୍ନବାନ ହେବା ଆବଶ୍ୟକ। ସାମାଜିକ କର୍ମୀ ଓ ବୁଦ୍ଧିଜୀବୀ ବିରଞ୍ଚି ନାରାୟଣ ଦାସ କହିଛନ୍ତି, ଏହି କେନାଲ ବହୁ ପ୍ରାଚୀନ। ଏହି କେନାଲ ଦିନେ ଆମ ଅଞ୍ଚଳର ଜନସାଧାରଣଙ୍କୁ ରୋଜଗାର ଯୋଗାଉଥିଲା। ଆଜି କେନାଲ ସମସ୍ୟା ବୁଝିବା ପାଇଁ କାହାର ସମୟ ନାହିଁ। ଏହି କେନାଲ ପୁନରୁଦ୍ଧାର ନ ହେଲେ ଆଗାମୀଦିନରେ ଚାଷୀମାନଙ୍କ ଆନ୍ଦୋଳନକୁ ଏଡ଼ାଇ ଦିଆଯାଇନ ପାରେ। ବରିଷ୍ଠ ଚାଷୀ ବାବାଜୀ ବେହେରା କହିଛନ୍ତି, ଏହି କେନାଲ ପୁନରୁଦ୍ଧାର ପାଇଁ ମେଗା ପ୍ରୋଜେକ୍ଟ ଆବଶ୍ୟକତା ରହିଛି। ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ଦେବା ଦରକାର।
ବୁଦ୍ଧିଜୀବୀ ସୁବାସ ସ୍ବାଇଁ କହିଛନ୍ତି, ଯେଉଁ କେନାଲ ଦିନେ ଓଡ଼ିଆମାନଙ୍କର ନୌବାଣିଜ୍ୟର କୀର୍ତ୍ତି ବହନ କରୁଥିଲା ତାହା ଆଜି ଗୁଳ୍ମ ଜାତୀୟ ଜଙ୍ଗଲରେ ଭ୍ରମ ସୃଷ୍ଟି କରିଛି। ଯେଉଁଠି ବଡ ବଡ ଡଙ୍ଗାରେ ପଣ୍ୟଦ୍ରବ୍ୟ କାରବାର ହେଉଥିଲା ସେଠାରେ ଏବେ ଛୋଟ ଡିଙ୍ଗିଟିଏ ପହଞ୍ଚତ୍ବା କଷ୍ଟ କର ହେଉଛି। ଏହାର ପୁନରୁଦ୍ଧାର କରାଗଲେ ଶତାଧିକ ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ହୋଇପାରିବ। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରେ ୨ ଥର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ରିପୋର୍ଟ ପ୍ରଦାନ କରାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଧର୍ମେନ୍ଦ୍ରଙ୍କ ରୋଡ୍‌ ଶୋ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପାଇଁ ମତଦାନ ଦିବସ ଯେତିକି ପାଖେଇ ଆସୁଛି, ଅନୁରୂପ ଭାବେ ପ୍ରାର୍ଥୀଙ୍କ ପ୍ରଚାର ମଧ୍ୟ ଜୋର୍‌ ଧରିବାରେ ଲାଗିଛି। ବରଗଡ଼...

ରୋଡ୍‌ ଶୋ’ ଅଧାରୁ ଚାଲିଗଲେ ହେମାମାଳିନୀ

କଟକ ସଦର, ୧୭ା୫(ସୁଶାନ୍ତ କୁମାର ଜେନା)- କଟକ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କିଶୋରନଗରଠାରେ ଭାଜପା ପକ୍ଷରୁ ରୋଡ୍‌ ଶୋ’ ସହିତ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା।...

ଶନିବାର ଓଡ଼ିଶା ଆସିବେ ସଚିନ ପାଇଲଟ୍‌

ଭୁବନେଶ୍ୱର, ୧୭।୫(ଅସମାପିକା ସାହୁ): ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସାଧାରଣ ସମ୍ପାଦକ ସଚିନ ପାଇଲଟ ନିର୍ବାଚନୀ ପ୍ରଚାର ପାଇଁ ଶନିବାର ଓଡ଼ିଶା ଆସୁଛନ୍ତି। ବାଲେଶ୍ୱରର...

ସାଙ୍ଗ ହୋଇ ବ୍ରାହ୍ମଣୀ ଗାଁ ବାହାରିଥିଲେ, ଦୁର୍ଘଟଣାରେ ଚାଲିଗଲା ଜଣଙ୍କର ଜୀବନ; ଅନ୍ୟ ଜଣେ…

ବ୍ରାହ୍ମଣୀଗାଁ,୧୭।୫( ମନୋରଞ୍ଜନ ରଣା ): ଗଜପତି – କନ୍ଧମାଳ ଜିଲା ସୀମାନ୍ତ ତିଆରି ଗାଁ ନିକଟରେ ଶୁକ୍ରବାର ଏକ ବାଇକ ଦୁର୍ଘଟଣା ଘଟିଛି l ଏହି...

ଖଲ୍ଲିକୋଟ ରାଜନୈତିକ ହିଂସା: ବଡ଼ ବୟାନ ଦେଲେ ମୃତ ଦିଲ୍ଲୀପଙ୍କ ସ୍ତ୍ରୀ

ଖଲ୍ଲିକୋଟ,୧୭।୫: ଖଲ୍ଲିକୋଟ ନିର୍ବାଚନୀ ହିଂସା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ମୃତ ଦିଲ୍ଲୀପଙ୍କ ସ୍ତ୍ରୀ। ସେ କହିଛନ୍ତି, ମୋ ସ୍ବାମୀ ଦଳ ପରିବର୍ତ୍ତନ କରିବାରୁ ତାଙ୍କୁ ହତ୍ୟା...

ଭାଜପାରେ ମିଶିବାର ୧୫ ମିନିଟ୍‌ ନ ହେଉଣୁ ବିଜେଡିକୁ ଫେରିଲେ ନେତା-କର୍ମୀ; କହିଲେ ‘ଭୁଲ୍‌ ବୁଝି ପାରି…’

କେନ୍ଦୁଝର,୧୭।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା ଜିଲା କାର୍ଯ୍ୟଳୟଠାରେ କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ଫଗନ ସିଂ କୁଲସ୍ତେ ଏବଂ ରାଜସ୍ଥାନରୁ ରାଜ୍ୟସଭା ଏମ୍‌ପି...

୩ନଂ ଜୋନରେ ବିଜେଡିର ପ୍ରଚାର

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ବିଜେଡି ତରଫରୁ ଶୁକ୍ରବାର ୩ନଂ ଜୋନରେ ନିର୍ବାଚନୀ ପ୍ରଚାର ହୋଇଛି। କର୍ମୀ ଏବଂ ସମର୍ଥକ ବେଲବାହାଳି...

ବ୍ରହ୍ମପୁର ରାଜନୀତିରେ ବଡ଼ ହଲଚଲ, ଗିରଫ ହେଲେ କଂଗ୍ରେସ ପ୍ରାର୍ଥୀ

ବ୍ରହ୍ମପୁର,୧୭।୫: ବ୍ରହ୍ମପୁର ରାଜନୀତିରେ ଚହଳ। ଗିରଫ ହେଲେ କଂଗ୍ରେସ ପ୍ରାର୍ଥୀ। ଦିଗପହଣ୍ଡି ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସୁଜିତ କୁମାରଙ୍କୁ ଗିରଫ କରିଛି ପୋଲିସ। ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri