ମିଶନ ଶକ୍ତିର ଆଦେଶନାମାକୁ ଉଲ୍ଲଂଘନ

ଡେରାବିଶ,୧୪।୫(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକରେ ଥିବା ମିଶନ ଶକ୍ତିର ଅନିୟମିତତା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ବିଭାଗୀୟ ଆଦେଶନାମାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହେଉଛି। ବ୍ଲକ ଅଧୀନ ୨୬ ପଞ୍ଚାୟତ ମଧ୍ୟରୁ ୧୩ଟି ପଞ୍ଚାୟତର ଏମ୍‌ବିକେ ପ୍ରାର୍ଥୀ ପୂର୍ବରୁ ଚୟନ ହୋଇସାରିଥିବା ବେଳେ ଅବଶିଷ୍ଟ ୧୩ଟି ପଞ୍ଚାୟତ ପାଇଁ ଏମ୍‌ବିକେ ଓ ଖାଲି ପଡ଼ିଥିବା ପଞ୍ଚାୟତଗୁଡ଼ିକରେ ୧୫୧ ସିଆରପି ଓ ୯ ବ୍ୟାଙ୍କମିତ୍ର ପଦବୀ ପାଇଁ ବିଭାଗ ପକ୍ଷରୁ ବିଜ୍ଞାପନ ଜରିଆରେ ମାର୍ଚ୍ଚ ୧ରୁ ଆବେଦନକାରୀଙ୍କଠାରୁ ଦରଖାସ୍ତ ଗ୍ରହଣ କରାଯାଇଥିଲା। ତେବେ ଏମ୍‌ବିକେ, ସିଆରପି ଓ ବ୍ୟାଙ୍କମିତ୍ର ପଦ ପାଇଁ ୧୦୦୦ରୁ ଊର୍ଦ୍ଧ୍ୱ ପ୍ରାର୍ଥୀ ମାର୍ଚ୍ଚ ୧୫ ଶେଷ ତାରିଖ ମଧ୍ୟରେ ଆବେଦନ କରିଥିଲେ। ଆବେଦନକାରୀଙ୍କ ପ୍ରମାଣପତ୍ର ଭୁଲ୍‌ କି ଠିକ୍‌ ସେ ବିଷୟରେ ଅଭିଯୋଗ ପାଇଁ ମାର୍ଚ୍ଚ ୩୦ ଯାଏ ଦିନ ଧାର୍ଯ୍ୟ କରାଯାଇଥିଲା। ଏ ସମ୍ବନ୍ଧରେ ପ୍ରାର୍ଥୀଙ୍କ ତାଲିକା ଓ ଅଭିଯୋଗ ପ୍ରଦାନର ସମୟସୀମା ସମ୍ପର୍କରେ ପ୍ରତ୍ୟେକ ଗ୍ରାମ ଓ ପଞ୍ଚାୟତ ଏବଂ ବ୍ଲକ କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ନୋଟିସ୍‌ ଲଗା ଯାଇଥିଲା। ଅଭିଯୋଗର ସମୟସୀମା ଶେଷ ପରେ ପ୍ରାର୍ଥୀଙ୍କୁ ଚୟନ କରିବାକୁ ବ୍ଲକ ଲେବୁଲ୍‌ ଫେଡେରେଶନ୍‌ର କର୍ମକର୍ତ୍ତାଙ୍କ ମଧ୍ୟରୁ ୨ଜଣ ଓ ସହଯୋଗୀ ଭାବେ ବ୍ଲକ ମିଶନ ଶକ୍ତିର ମ୍ୟାନେଜର ଏବଂ ଜୀବିକା ମିଶନର ବ୍ଲକ ମ୍ୟାନେଜର ଚୟନ କମିଟିରେ ସହଯୋଗୀ ଭାବେ ରହିବାକୁ ବିଭାଗୀୟ ନିର୍ଦ୍ଦେଶନାମା ରହିଛି। ତେବେ ଏ ସମସ୍ତ ପ୍ରକ୍ରିୟା ଆବେଦନର ଶେଷ ତାରିଖଠାରୁ ୫୩ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ନିର୍ଦ୍ଦେଶନାମା ରହିଛି। ଅବଧି ସରିବା ପରେ ଏ ସମ୍ପର୍କିତ ଚୟନ କାର୍ଯ୍ୟ ଶେଷ ହୋଇ ନ ଥିବା ଜଣାପଡ଼ିଛି। ବିଭାଗୀୟ ନିର୍ଦ୍ଦେଶନାମାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଥିଲା ଏହି ପଦବୀଗୁଡ଼ିକ ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ ଚୟନ କମିଟିରେ ରହିପାରିବେ ନାହିଁ। ମାତ୍ର ବ୍ଲକରେ ଏହାର ବ୍ୟତିକ୍ରମ ଦେଖାଯିବା ସହ ବିଭାଗୀୟ ନିର୍ଦ୍ଦେଶନାମାକୁ ଖୁଲମ୍‌ଖୁଲା ଉଲ୍ଲଂଘନ କରାଯାଇ ପ୍ରାର୍ଥୀ ଚୟନ କାର୍ଯ୍ୟ କରାଯାଉଛି। ଆବେଦନ କରିଥିବା ଏମ୍‌ବିକେ ପ୍ରାର୍ଥୀ ଚୟନ କମିଟିରେ ରହୁଛନ୍ତି। ଫଳରେ ଏମ୍‌ବିକେଙ୍କୁ ଚୟନ କରିବାର ବିଭାଗୀୟ ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବରିଷ୍ଠ କଂଗ୍ରେସ ନେତା ରଘୁନାଥ ଶତପଥୀ କହିଛନ୍ତି, ଏମ୍‌ବିକେ, ସିଆରପି, ବ୍ୟାଙ୍କ ମିତ୍ର ଚୟନ ନାମରେ ବ୍ଲକ ଅଞ୍ଚଳର ନିରୀହ ମହିଳାଙ୍କୁ କେବଳ ଭୁଅଁା ବୁଲାଯାଉଛି। ମହିଳା ସଶକ୍ତୀକରଣ ନାମରେ ଏହି ଯୋଜନାକୁ କେବଳ ବାଟବଣା କରାଯାଉଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଚୟନ ପ୍ରକ୍ରିୟାରୁ ବାଦ୍‌ ପଡ଼ିଥିବା ଯୋଗ୍ୟ ଆବେଦନକାରୀ ନ୍ୟାୟ ପାଇପାରନ୍ତେ। ବରିଷ୍ଠ ଆଇନଜୀବୀ ବିଧୁଭୂଷଣ ମହାପାତ୍ର କହିଛନ୍ତି, ଏ ସମ୍ପର୍କିତ କାର୍ଯ୍ୟକ୍ରମକୁ ଅଧିକ ସ୍ବଚ୍ଛ କରିବାକୁ ମାର୍ଚ୍ଚ ୧୬ରେ ବ୍ଲକ ଫେଡେରେଶନ୍‌ ପକ୍ଷରୁ ରିଜୋଲ୍ୟୁଶନ୍‌ କରାଯାଇଥିଲା। ଏଥିରେ ଥିବା ସର୍ତ୍ତାବଳୀ କାର୍ଯ୍ୟକାରୀ ହେଲାନାହିଁ କି ସରକାରୀ ନିର୍ଦ୍ଦେଶନାମାକୁ ମଧ୍ୟ ପାଳନ କରା ନ ଯିବା ଯୋଗୁ ଆବେଦନକାରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ବିଭାଗୀୟ ନିର୍ଦ୍ଦେଶନାମାରେ ଥିବା ଶିକ୍ଷାଗତ ଓ ଅଭିଜ୍ଞତା ଭିତ୍ତିରେ ପ୍ରାର୍ଥୀଙ୍କୁ ନମ୍ବର ଦେବାର ବ୍ୟବସ୍ଥା ଥିଲା। ଚୟନ ସମୟରେ ପ୍ରାର୍ଥୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଶିକ୍ଷାଗତ ସାର୍ଟିଫିକେଟ୍‌ର ନକଲ ଠିକ୍‌ କି ଭୁଲ ସେଥିପାଇଁ ଓରିଜିନାଲକୁ ମଧ୍ୟ ଯାଞ୍ଚ କରା ନ ଯିବା ବିଭାଗୀୟ ଦୁର୍ବଳତାକୁ ପଦାରେ ପକାଇଛି। ଏଥିସହ ଅନ୍ୟ ପ୍ରମାଣପତ୍ରକୁ ମଧ୍ୟ ଠିକ୍‌ ଭାବେ ଯାଞ୍ଚ କରା ନ ଯିବା ନେଇ ପ୍ରାର୍ଥୀ ଚୟନରେ ଅନିୟମିତତା ହେଉଛି ବୋଲି ମିଶନ ଶକ୍ତିର ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ସେ ଦାବି ଜଣାଇଛନ୍ତି। ଭାଜପା ଜିଲା ସାଧାରଣ ସମ୍ପାଦକ ସରୋଜକାନ୍ତ ନାୟକ କହିଛନ୍ତି, ମିଶନ ଶକ୍ତିର ଏହି ଯୋଜନାକୁ ଡେରାବିଶ ବ୍ଲକରେ ଦିଗହରା କରାଯାଉଛି। ଏମ୍‌ବିକେ, ସିଆରପି ଓ ବ୍ୟାଙ୍କମିତ୍ର ଚୟନ ପ୍ରକ୍ରିୟା କାର୍ଯ୍ୟରେ ହେଉଥିବା ଅନିୟମିତତାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଜିଲା ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଜିଲା ଅଧିକାରୀ କୈଳାସ ଚନ୍ଦ୍ର ସେନାପତିଙ୍କୁ ପଚାରିବାରେ ବିଭାଗୀୟ ନିର୍ଦ୍ଦେଶନାମା ଅନୁଯାୟୀ କୌଣସି ପ୍ରାର୍ଥୀ ଚୟନ କମିଟିରେ ସଦସ୍ୟ ରହିପାରିବେ ନାହିଁ। ଡେରାବିଶରେ ଏଭଳି ଅନିୟମିତତା ସମ୍ପର୍କରେ ପଚାରିବାରୁ ତାଙ୍କ ପାଖରେ କୌଣସି ଖବର ନାହିଁ ବୋଲି ସେ କହିଛନ୍ତି। ଏ ନେଇ ବ୍ଲକ ଜୀବିକା ମିଶନର ମ୍ୟାନେଜର ହିମାଂଶୁ ଭଦ୍ରଙ୍କୁ ପଚାରିବାରେ ଏମ୍‌ବିକେ, ସିଆରପି ଓ ବ୍ୟାଙ୍କମିତ୍ର ପଦ ପାଇଁ ଆବେଦନ କରିଥିବା ପ୍ରାର୍ଥୀ କେବଳ ନିଜ ପଞ୍ଚାୟତର ପ୍ରାର୍ଥୀ ଚୟନ ସମୟରେ ଯାଞ୍ଚ କମିଟିରେ ରହିପାରିବେ ନାହିଁ ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ବିଡିଓ ଦାଶରଥି ଜେନାଙ୍କୁ ପଚାରିବାରେ ଏହି ପଦବୀଗୁଡ଼ିକ ପାଇଁ ଚୟନ ସମୟରେ ସବୁ ସ୍ବଚ୍ଛତାକୁ ଅବଲମ୍ବନ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରୀ ମିଶନ ପାଇଁ ଆସିବେ ‘ସାଇବର୍ଗ କକ୍‌ରୋଚ୍‌’

ସିଡ୍‌ନୀ,୨୮।୮(ରଏଟର୍ସ): ଭୂକମ୍ପ କିମ୍ବା ବଡ଼ଧରଣର ବିପର୍ଯ୍ୟୟ ସମୟରେ କୋଠାବାଡ଼ି ଓ ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଥିବା ଆହତ ଲୋକଙ୍କ ପାଖରେ ଜରୁରୀ ଔଷଧ ପହଞ୍ଚାଇବା ପାଇଁ…

ସମସ୍ୟା ଶୁଣି କାର୍ଯ୍ୟକ୍ରମ ଛାଡ଼ି ପଳାଇଲେ ମନ୍ତ୍ରୀ: ଏମ୍‌ପି-ମନ୍ତ୍ରୀ ମନୋମାଳିନ୍ୟ ଚର୍ଚ୍ଚା

ବ୍ରହ୍ମପୁର,୨୮ା୮(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ମଧ୍ୟରେ ମନୋମାଳିନ୍ୟ ଥିବା ବିଷୟ ପଦାକୁ ଆସିଛି। ଗୁରୁବାର…

ବେଲଗାମ୍‌ ଟ୍ରାଫିକ ବ୍ୟବସ୍ଥା, ନାକେଦମ୍‌ ସହରବାସୀ: ସ୍ପିଡ୍‌ ବାଇକର୍‌ଙ୍କ ଯୋଗୁ ଦୁର୍ଘଟଣା ଭୟ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଟ୍ରାଫିକ ସମସ୍ୟା ବେଲଗାମ୍‌ ହୋଇପଡ଼ିଛି। ସହରସ୍ଥିତ ଯେଉଁ ରାସ୍ତା ଓ ଛକକୁ ଦେଖିଲେ ଏହି ସମସ୍ୟା ରହିଛି। ସ୍ଥାନୀୟ ଲେଙ୍ଗୁ ମିଶ୍ର ଛକ-ଜୀରାବ୍ରିଜ…

ଚାଇନାର ‘ମେଡୋଗ ଡ୍ୟାମ୍‌’ ଭାରତ ପାଇଁ ‘ଓ୍ବାଟର ବମ୍

ନୂଆଦିଲ୍ଲୀ,୨୮ା୮: ତିବ୍ବତରେ ପ୍ରବଳ ଭୂସ୍ଖଳନ ଓ ଗ୍ଲେସିଅର୍‌ ଫାଟିବା ଯୋଗୁ ନେପାଳରେ ୨୭୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ଯିବା ସହ ହଜାରେରୁ ଅଧିକ ନିଖୋଜ ହେବା ଘଟଣା…

ନେପାଳ ବନ୍ୟାର ରହସ୍ୟ ଉପରୁ ହଟିଲା ପରଦା, ଭୂକମ୍ପ ନୁହେଁ ଏହି କାରଣ….

କାଠମାଣ୍ଡୁ,୨୮।୮: ନେପାଳରେ ଭୟଙ୍କର ବନ୍ୟା ପରେ ପ୍ରଥମେ ଏହାର କାରଣ ଭୂକମ୍ପ ବୋଲି ଆଶଙ୍କା କରାଯାଇଥିଲା। କିନ୍ତୁ ଉପଲବ୍ଧ ବୈଜ୍ଞାନିକ ତଥ୍ୟ ଅନୁସାରେ, ବନ୍ୟାର ତତ୍କାଳୀନ କାରଣ…

ବର୍ଷାରେ ଧସିଲା ପିଡବ୍ଲ୍ୟୁଡି ରାସ୍ତା: ନିମ୍ନମାନର କାମ, ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ

ଭବାନୀପାଟଣା,୨8ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ପୂର୍ତ୍ତ ବିଭାଗ (ପିଡବ୍ଲ୍ୟୁଡି) ବିଭାଗ ରାସ୍ତା କାମରେ ବିଭିନ୍ନ ସମୟରେ ଦୁର୍ନୀତି ହେଉଥିବା ଅଭିଯୋଗ ଆସୁଥିଲେ ମଧ୍ୟ ଏଥିପ୍ରତି ଜିଲା ପ୍ରଶାସନ…

ଘୂର୍ଣ୍ଣିବଳୟ ସକ୍ରିୟ, ୨୯ରେ ଲଘୁଚାପ: ଏହିସବୁ ଜିଲାରେ ବିଜୁଳି-ଘଡ଼ଘଡ଼ି ସହ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨୮ା୮(ସୌମ୍ୟରଞ୍ଜନ ରାଉତ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳରେ ଏବେ ଉପର ବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ୨୯ ତାରିଖ…

ନେପାଳ ବନ୍ୟା; ମୃତ୍ୟୁସଂଖ୍ୟା ୩୯୨କୁ ବୃଦ୍ଧି, ୨୯୦ ଭାରତୀୟ ନିଖୋଜ

ନୂଆଦିଲ୍ଲୀ/କାଠମାଣ୍ଡୁ,୨୮।୮(ପି.ଟି.): ନେପାଳ-ତିବ୍ବତ ସୀମାନ୍ତରେ ସୃଷ୍ଟ ଆକସ୍ମିକ ବନ୍ୟାରେ ସ୍ଥିତି ଅତ୍ୟନ୍ତ ସଙ୍କଟଜନକ ହୋଇପଡ଼ିଛି। ନୂତନ ତଥ୍ୟ ଅନୁଯାୟୀ ମୋଟ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୩୯୨ରେ ପହଞ୍ଚିଛି, ଯେଉଁଥିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri